Exodus 34:15 in Oriya 15 କେଜାଣି ଅବା ତୁମ୍ଭେ ସେହି ଦେଶ ନିବାସୀ ଲୋକମାନଙ୍କ ସହିତ ନିୟମ କରିବ; କଲେ ଯେଉଁ ସମୟରେ ସେମାନେ ନିଜେ ଦେବଗଣର ଅନୁଗାମୀ ହୋଇ ବ୍ୟଭିଚାର କରନ୍ତି ଓ ନିଜ ଦେବଗଣ ନିକଟରେ ବଳିଦାନ କରନ୍ତି, ସେ ସମୟରେ କେହି ତୁମ୍ଭକୁ ଡାକିଲେ, ତୁମ୍ଭେ ତାହାର ବଳିଦ୍ରବ୍ୟ ଖାଇବ;
Other Translations King James Version (KJV) Lest thou make a covenant with the inhabitants of the land, and they go a whoring after their gods, and do sacrifice unto their gods, and one call thee, and thou eat of his sacrifice;
American Standard Version (ASV) lest thou make a covenant with the inhabitants of the land, and they play the harlot after their gods, and sacrifice unto their gods, and one call thee and thou eat of his sacrifice;
Bible in Basic English (BBE) So see that you make no agreement with the people of the land, and do not go after their gods, or take part in their offerings, or be guests at their feasts,
Darby English Bible (DBY) lest thou make a covenant with the inhabitants of the land, and then, when they go a whoring after their gods, and sacrifice unto their gods, thou be invited, and eat of their sacrifice,
Webster's Bible (WBT) Lest thou make a covenant with the inhabitants of the land, and they go astray after their gods, and do sacrifice to their gods, and one call thee, and thou eat of his sacrifice;
World English Bible (WEB) Don't make a covenant with the inhabitants of the land, lest they play the prostitute after their gods, and sacrifice to their gods, and one call you and you eat of his sacrifice;
Young's Literal Translation (YLT) `Lest thou make a covenant with the inhabitant of the land, and they have gone a-whoring after their gods, and have sacrificed to their gods, and `one' hath called to thee, and thou hast eaten of his sacrifice,
Cross Reference Exodus 23:32 in Oriya 32 ତୁମ୍ଭେ ସେମାନଙ୍କ ସହିତ କିମ୍ବା ସେମାନଙ୍କ ଦେବଗଣ ସହିତ କୌଣସି ନିୟମ ସ୍ଥିର କରିବ ନାହିଁ।
Exodus 34:10 in Oriya 10 ତେବେ ସେ କହିଲେ, “ଦେଖ, ମୁଁ ଗୋଟିଏ ନିୟମ କରିବି; ସମସ୍ତ ପୃଥିବୀରେ ଅବା କୌଣସି ଗୋଷ୍ଠୀ ମଧ୍ୟରେ ଯାହା କେବେ କରାଯାଇ ନାହିଁ, ଏପରି ଆଶ୍ଚର୍ଯ୍ୟ କର୍ମ ଆମ୍ଭେ ତୁମ୍ଭର ସମସ୍ତ ଲୋକଙ୍କ ସାକ୍ଷାତରେ କରିବା; ତହିଁରେ ଯେଉଁସବୁ ଲୋକଙ୍କ ମଧ୍ୟରେ ତୁମ୍ଭେ ଅଛ, ସେମାନେ ସଦାପ୍ରଭୁଙ୍କର ସେହି କର୍ମ ଦେଖିବେ, କାରଣ ଆମ୍ଭେ ତୁମ୍ଭ ନିକଟରେ ଯାହା କରିବା, ତାହା ଭୟଙ୍କର ଅଟେ।
Exodus 34:12 in Oriya 12 ତୁମ୍ଭେ ଆପଣା ବିଷୟରେ ସାବଧାନ ହୁଅ, ଯେଉଁ ଦେଶକୁ ତୁମ୍ଭେ ଯାଉଅଛ, ସେହି ଦେଶର ନିବାସୀମାନଙ୍କ ସହିତ ନିୟମ କର ନାହିଁ; କାଳେ ତାହା ତୁମ୍ଭମାନଙ୍କ ମଧ୍ୟରେ ଗୋଟିଏ ଫାନ୍ଦ ସ୍ୱରୂପ ହେବ।
Leviticus 17:7 in Oriya 7 ତହିଁରେ ସେମାନେ ଯେଉଁ ଛାଗ ଦେବତାମାନଙ୍କ ସହିତ ବ୍ୟଭିଚାର କରୁଅଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ଆଉ ବଳିଦାନ କରିବେ ନାହିଁ। ଏହା ସେମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।
Leviticus 20:5 in Oriya 5 ତେବେ ଆମ୍ଭେ ସେହି ଲୋକ ଓ ତାହାର ପରିବାରକୁ ଦଣ୍ଡ ଦେବା; ପୁଣି, ତାହାକୁ ଓ ମୋଲକ୍ ଦେବତା ସହିତ ବ୍ୟଭିଚାର କରିବା ନିମନ୍ତେ ତାହାର ପଶ୍ଚାଦ୍ଗାମୀ ବ୍ୟଭିଚାରୀ ସମସ୍ତଙ୍କୁ ସେମାନଙ୍କ ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ କରିବା।
Numbers 15:39 in Oriya 39 ତୁମ୍ଭେମାନେ ଯେପରି ସେହି ଝାଲର ଦେଖି ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ସ୍ମରଣ କରି ପାଳନ କରିବ ଓ ତୁମ୍ଭେମାନେ ଆପଣା ଆପଣାର ଯେଉଁ ମନ ଓ ଚକ୍ଷୁ ଅନୁସାରେ ବ୍ୟଭିଚାର କରିଥାଅ, ତଦନୁସାରେ ଯେପରି ଭ୍ରମଣ ନ କରିବ,
Numbers 25:2 in Oriya 2 ପୁଣି, ସେହି କନ୍ୟାମାନେ ଲୋକମାନଙ୍କୁ ଆପଣାମାନଙ୍କ ଦେବଗଣର ବଳିଦାନ ଉପଲକ୍ଷରେ ନିମନ୍ତ୍ରଣ କଲେ; ପୁଣି, ଲୋକମାନେ ଭୋଜନ କଲେ ଓ ସେମାନଙ୍କ ଦେବଗଣକୁ ପ୍ରଣାମ କଲେ।
Deuteronomy 7:2 in Oriya 2 ପୁଣି ଯେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରେ ସେମାନଙ୍କୁ ସମର୍ପଣ କରିବେ ଓ ତୁମ୍ଭେ ସେମାନଙ୍କୁ ପରାସ୍ତ କରିବ; ସେତେବେଳେ ତୁମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବ; ତୁମ୍ଭେ ସେମାନଙ୍କ ସହିତ କୌଣସି ନିୟମ କରିବ ନାହିଁ, କିଅବା ସେମାନଙ୍କ ପ୍ରତି ଦୟା ପ୍ରକାଶ କରିବ ନାହିଁ।
Deuteronomy 31:16 in Oriya 16 ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ତୁମ୍ଭେ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶୟନ କରିବ; ତହିଁ ଉତ୍ତାରେ ଏହି ଲୋକମାନେ ଉଠିବେ, ପୁଣି ଯେଉଁ ଦେଶରେ ପ୍ରବେଶ କରିବାକୁ ଯାଉଅଛନ୍ତି, ସେହି ସ୍ଥାନର ବିଦେଶୀୟ ଦେବତାଗଣର ଅନୁଗାମୀ ହୋଇ ବ୍ୟଭିଚାର କରିବେ, ଆମ୍ଭକୁ ତ୍ୟାଗ କରିବେ ଓ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ କରିଅଛୁ, ତାହା ଲଙ୍ଘନ କରିବେ।”
Judges 2:17 in Oriya 17 ତଥାପି ସେମାନେ ଆପଣାମାନଙ୍କ ବିଚାରକର୍ତ୍ତାମାନଙ୍କ କଥା ଶୁଣିଲେ ନାହିଁ, ମାତ୍ର ଅନ୍ୟ ଦେବତାଗଣର ଅନୁଗମନ କରି ବ୍ୟଭିଚାର କଲେ ଓ ସେମାନଙ୍କୁ ପ୍ରଣାମ କଲେ; ସେମାନଙ୍କର ପିତୃଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ଯେଉଁ ପଥରେ ଗମନ କଲେ, ସେମାନେ ତଦନୁସାରେ ନ କରି ସେହି ପଥରୁ ଶୀଘ୍ର ବିମୁଖ ହେଲେ।
Ezra 6:9 in Oriya 9 ପୁଣି, ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ହୋମବଳି ନିମନ୍ତେ ଯିରୂଶାଲମସ୍ଥ ଯାଜକମାନଙ୍କ ବାକ୍ୟାନୁସାରେ ଯୁବା ବୃଷ ଓ ମେଷ ଓ ମେଷଶାବକ, ଗହମ, ଲବଣ, ଦ୍ରାକ୍ଷାରସ ଓ ତୈଳ, ଯାହା ଯାହା ସେମାନଙ୍କର ପ୍ରୟୋଜନ, ତାହାସବୁ ଦିନକୁ ଦିନ ବିନା ବାଧାରେ ସେମାନଙ୍କୁ ଦିଆଯାଉ;
Psalm 73:27 in Oriya 27 କାରଣ ଦେଖ, ତୁମ୍ଭଠାରୁ ଦୂରରେ ଥିବା ଲୋକମାନେ ବିନଷ୍ଟ ହେବେ; ତୁମ୍ଭଙ୍କୁ ଛାଡ଼ି ବ୍ୟଭିଚାର କରିବା ଲୋକ ସମସ୍ତଙ୍କୁ ତୁମ୍ଭେ ଉଚ୍ଛିନ୍ନ କରିଅଛ।
Psalm 106:28 in Oriya 28 ଆହୁରି, ସେମାନେ ବାଲ୍-ପିୟୋର୍ ପ୍ରତି ଆସକ୍ତ ହେଲେ ଓ ମୃତମାନଙ୍କର ବଳି ଭୋଜନ କଲେ।
Jeremiah 3:9 in Oriya 9 ତାହାର ବ୍ୟଭିଚାରର ଅଖ୍ୟାତିରେ ଦେଶ ଅଶୁଚି ହେଲା ଓ ସେ ପଥର ଓ କାଠ ସଙ୍ଗରେ ବ୍ୟଭିଚାର କଲା।
Hosea 4:12 in Oriya 12 ଆମ୍ଭର ଲୋକମାନେ ଆପଣା କାଷ୍ଠଖଣ୍ଡର ନିକଟରେ ମନ୍ତ୍ରଣା ଚାହାଁନ୍ତି ଓ ସେମାନଙ୍କର ଯଷ୍ଟି ସେମାନଙ୍କ ପ୍ରତି (କଥା) ପ୍ରକାଶ କରେ; କାରଣ ବ୍ୟଭିଚାରର ଆତ୍ମା ସେମାନଙ୍କୁ ଭ୍ରାନ୍ତ କରିଅଛି, ପୁଣି ସେମାନେ ପରମେଶ୍ୱରଙ୍କ ଅଧୀନତାରୁ ଯାଇ ବ୍ୟଭିଚାର କରିଅଛନ୍ତି।
Hosea 9:1 in Oriya 1 ହେ ଇସ୍ରାଏଲ, ତୁମ୍ଭେ ଆନନ୍ଦ ସକାଶୁ ନାନା ଗୋଷ୍ଠୀୟମାନଙ୍କ ତୁଲ୍ୟ ଆନନ୍ଦ କର ନାହିଁ; କାରଣ ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ଛାଡ଼ି ବ୍ୟଭିଚାର କରିଅଛ, ତୁମ୍ଭେ ଶସ୍ୟପୂର୍ଣ୍ଣ ପ୍ରତ୍ୟେକ ଖମାରରେ ବେତନ ଭଲ ପାଇଅଛ।
1 Corinthians 8:4 in Oriya 4 ଏଣୁ ଦେବପ୍ରସାଦ ଭୋଜନ ବିଷୟରେ ଆମ୍ଭେମାନେ ଜାଣୁ ଯେ, ଜଗତରେ ଦେବତା ବୋଲି କିଛି ନାହିଁ, ଆଉ ଏକ ଈଶ୍ୱର ବିନା ଦ୍ୱିତୀୟ ନାହିଁ।
1 Corinthians 8:7 in Oriya 7 ତଥାପି ସମସ୍ତଙ୍କର ଏହି ଜ୍ଞାନ ନାହିଁ; କିନ୍ତୁ କେତେକ ଲୋକ ଏପର୍ଯ୍ୟନ୍ତ ଦେବତା ଅଛି ବୋଲି ଭାବି ଦେବପ୍ରସାଦ ଭୋଜନ କରନ୍ତି, ଆଉ ସେମାନଙ୍କର ବିବେକ ଦୁର୍ବଳ ଥିବାରୁ କଳୁଷିତ ହୁଏ।
1 Corinthians 8:10 in Oriya 10 କାରଣ ଜ୍ଞାନୀ ଯେ ତୁମ୍ଭେ, ତୁମ୍ଭକୁ ଯଦି କେହି ପ୍ରତିମାର ମନ୍ଦିରରେ ଭୋଜନରେ ବସିବାର ଦେଖେ, ତେବେ ସେ ଦୁର୍ବଳ ହୋଇଥିଲେ ତା'ର ବିବେକ କ'ଣ ଦେବପ୍ରସାଦ ଭୋଜନ କରିବାକୁ ସାହସିକ ହେବ ନାହିଁ ?
1 Corinthians 10:20 in Oriya 20 ନା, କିନ୍ତୁ ମୁଁ କହୁଅଛି ଯେ, ଯାହା ଯାହା ଅଣଯିହୂଦୀମାନେ ବଳି ରୂପେ ଉତ୍ସର୍ଗ କରନ୍ତି, ସେହି ସବୁ ସେମାନେ ଇଶ୍ବରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ନ କରି ଭୂତମାନଙ୍କ ଉଦ୍ଦେଶ୍ୟରେ କରନ୍ତି। ଆଉ, ତୁମ୍ଭେମାନେ ଯେ ଭୂତମାନଙ୍କ ସହଭାଗୀ ହୁଅ, ଏହା ମୋହର ଇଚ୍ଛା ନୁହେଁ।
1 Corinthians 10:27 in Oriya 27 ଅବିଶ୍ୱାସୀମାନଙ୍କ ମଧ୍ୟରୁ କେହି ଯଦି ତୁମ୍ଭମାନଙ୍କୁ ନିମନ୍ତ୍ରଣ କରେ, ଆଉ ତୁମ୍ଭେମାନେ ଯିବାକୁ ଇଚ୍ଛା କର, ତେବେ ଯାହା କିଛି ତୁମ୍ଭମାନଙ୍କୁ ପରିବେଷଣ କରାଯାଏ, ବିବେକ ସକାଶେ କିଛି ନ ପଚାରି ତାହା ଭୋଜନ କର।
Revelation 2:20 in Oriya 20 ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ଯିଜେବଲ୍ ନାମ୍ନୀ ଯେଉଁ ନାରୀ ଆପଣାକୁ ଭାବବାଦିନୀ ବୋଲି କହି ମୋର ଦାସମାନଙ୍କୁ ବେଶ୍ୟାଗମନ ଓ ଦେବପ୍ରସାଦ ଭୋଜନ କରିବାକୁ ଶିକ୍ଷା ଦେଇ ଭୁଲାଉଅଛି, ତୁମ୍ଭେ ତାହାର ଦୁଷ୍କର୍ମ ସହ୍ୟ କରୁଅଛ।
Revelation 17:1 in Oriya 1 ତତ୍ପରେ ସପ୍ତ ପାତ୍ରଧାରୀ ସପ୍ତ ଦୂତଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ଯେଉଁ ମହା ବେଶ୍ୟା ବହୁ ଜଳରାଶି ନିକଟରେ ଉପବିଷ୍ଟ,