Exodus 13:3 in Oriya 3 ଏଥିଉତ୍ତାରେ ମୋଶା ଲୋକମାନଙ୍କୁ କହିଲେ, “ଏହି ଦିନ ସ୍ମରଣରେ ରଖ, ଯେହେତୁ ଏହି ଦିନରେ ତୁମ୍ଭେମାନେ ଦାସଗୃହ ସ୍ୱରୂପ ମିସରରୁ ବାହାର ହେଲ, ଆଉ ସଦାପ୍ରଭୁ ବାହୁ ବଳ ଦ୍ୱାରା ସେଠାରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ; ଏଥିରେ ତାଡ଼ି ମିଶ୍ରିତ ରୁଟି ଭୋଜନ କରାଯିବ ନାହିଁ।
Other Translations King James Version (KJV) And Moses said unto the people, Remember this day, in which ye came out from Egypt, out of the house of bondage; for by strength of hand the LORD brought you out from this place: there shall no leavened bread be eaten.
American Standard Version (ASV) And Moses said unto the people, Remember this day, in which ye came out from Egypt, out of the house of bondage; for by strength of hand Jehovah brought you out from this place: there shall no leavened bread be eaten.
Bible in Basic English (BBE) And Moses said to the people, Let this day, on which you came out of Egypt, out of your prison-house, be kept for ever in memory; for by the strength of his hand the Lord has taken you out from this place; let no leavened bread be used.
Darby English Bible (DBY) And Moses said to the people, Remember this day, in which ye came out from Egypt, out of the house of bondage; for with a powerful hand hath Jehovah brought you out from this; and nothing leavened shall be eaten.
Webster's Bible (WBT) And Moses said to the people, Remember this day, in which ye came out from Egypt, out of the house of bondage; for by strength of hand the LORD brought you out from this place: there shall no leavened bread be eaten.
World English Bible (WEB) Moses said to the people, "Remember this day, in which you came out from Egypt, out of the house of bondage; for by strength of hand Yahweh brought you out from this place. No leavened bread shall be eaten.
Young's Literal Translation (YLT) And Moses saith unto the people, `Remember this day `in' which ye have gone out from Egypt, from the house of servants, for by strength of hand hath Jehovah brought you out from this, and any thing fermented is not eaten;
Cross Reference Exodus 3:20 in Oriya 20 ତହିଁରେ ଆମ୍ଭେ ଆପଣା ହସ୍ତ ବିସ୍ତାର କରି ଦେଶ ମଧ୍ୟରେ ଯେ ସକଳ ଆଶ୍ଚର୍ଯ୍ୟ କର୍ମ କରିବା; ତଦ୍ଦ୍ୱାରା ମିସରକୁ ଆଘାତ କଲା ଉତ୍ତାରେ ସେ ତୁମ୍ଭମାନଙ୍କୁ ଯିବାକୁ ଦେବ।
Exodus 6:1 in Oriya 1 ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭେ ଫାରୋ ପ୍ରତି ଯାହା କରିବା, ତାହା ତୁମ୍ଭେ ଏବେ ଦେଖିବ; କାରଣ ବାହୁ ବଳ ପ୍ରକାଶିତ ହେଲେ, ସେ ଲୋକମାନଙ୍କୁ ଯିବାକୁ ଦେବ ଓ ବାହୁ ବଳ ପ୍ରକାଶିତ ହେଲେ, ଆପଣା ଦେଶରୁ ସେମାନଙ୍କୁ ତଡ଼ି ଦେବ।”
Exodus 12:8 in Oriya 8 ଆଉ ସେହି ରାତ୍ରିରେ ତାହାର ମାଂସ ଭୋଜନ କରିବେ; ଅଗ୍ନିରେ ଦଗ୍ଧ କରି ତାଡ଼ିଶୂନ୍ୟ ରୁଟି ଓ ପିତା ଶାକ ସହିତ ତାହା ଭୋଜନ କରିବେ।
Exodus 12:15 in Oriya 15 ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୁଟି ଖାଇବ; ବିଶେଷତଃ ପ୍ରଥମ ଦିନ ଆପଣା ଆପଣା ଗୃହରୁ ତାଡ଼ି ଦୂର କରିବ, କାରଣ ଯେଉଁ ଜନ ପ୍ରଥମ ଦିନଠାରୁ ସପ୍ତମ ଦିନ ପର୍ଯ୍ୟନ୍ତ ତାଡ଼ି ମିଶ୍ରିତ ରୁଟି ଖାଇବ, ସେ ପ୍ରାଣୀ ଇସ୍ରାଏଲ ମଧ୍ୟରୁ ଉଚ୍ଛିନ୍ନ ହେବ।
Exodus 12:19 in Oriya 19 ସପ୍ତାହ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଗୃହରେ ଲେଶମାତ୍ର ତାଡ଼ି ନ ରହୁ, କାରଣ ବିଦେଶୀ ଅବା ସ୍ୱଦେଶୀ ଯେଉଁ ଜନ ଏଥିମଧ୍ୟରେ ତାଡ଼ି ମିଶ୍ରିତ ଦ୍ରବ୍ୟ ଖାଇବ, ସେ ପ୍ରାଣୀ ଇସ୍ରାଏଲ-ମଣ୍ଡଳୀରୁ ଉଚ୍ଛିନ୍ନ ହେବ।
Exodus 12:42 in Oriya 42 ମିସର ଦେଶରୁ ସେମାନେ ବାହାର ହେବା ସକାଶୁ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅତ୍ୟନ୍ତ ପାଳନୀୟ ରାତ୍ରି; ତାହା ସଦାପ୍ରଭୁଙ୍କ ରାତ୍ରି ବୋଲି ଇସ୍ରାଏଲ-ସନ୍ତାନମାନଙ୍କର ପୁରୁଷାନୁକ୍ରମେ ବିଶେଷ ପାଳନୀୟ ଅଟଇ।
Exodus 13:14 in Oriya 14 ଆଉ ଭବିଷ୍ୟତ କାଳରେ ତୁମ୍ଭର ପୁତ୍ର ଯଦି ପଚାରିବ, ଏହା କଅଣ ? ତେବେ ତୁମ୍ଭେ କହିବ, ସଦାପ୍ରଭୁ ଯେତେବେଳେ ଆମ୍ଭମାନଙ୍କୁ ଆପଣା ବାହୁ ବଳ ଦ୍ୱାରା ଦାସଗୃହ ସ୍ୱରୂପ ମିସରଠାରୁ ବାହାର କଲେ,
Exodus 20:2 in Oriya 2 “ଯେ ତୁମ୍ଭକୁ ଦାସଗୃହ ସ୍ୱରୂପ ମିସର ଦେଶରୁ ବାହାର କରି ଆଣିଅଛନ୍ତି, ତୁମ୍ଭର ସେହି ସଦାପ୍ରଭୁ ପରମେଶ୍ୱର ଆମ୍ଭେ ଅଟୁ।”
Exodus 20:8 in Oriya 8 ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର।
Exodus 23:15 in Oriya 15 ତାଡ଼ିଶୂନ୍ୟ ରୁଟିର ଉତ୍ସବ ପାଳନ କରିବ; ଆମ୍ଭ ଆଜ୍ଞାନୁସାରେ ଆବୀବ୍ ମାସର ନିରୂପିତ ସମୟରେ ସାତ ଦିନ ତାଡ଼ିଶୂନ୍ୟ ରୁଟି ଭୋଜନ କରିବ, ଯେହେତୁ ତୁମ୍ଭେ ସେହି ସମୟରେ ମିସର ଦେଶରୁ ମୁକ୍ତି ପାଇଅଛ; ପୁଣି, କେହି ରିକ୍ତ ହସ୍ତରେ ଆମ୍ଭ ନିକଟରେ ଉପସ୍ଥିତ ହେବ ନାହିଁ।
Deuteronomy 4:34 in Oriya 34 କିଅବା ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ମିସରରେ ତୁମ୍ଭମାନଙ୍କ ସାକ୍ଷାତରେ ଯେଉଁ ସକଳ କର୍ମ କରିଅଛନ୍ତି, କି ତଦନୁସାରେ ପରୀକ୍ଷାସିଦ୍ଧ ପ୍ରମାଣ ଦ୍ୱାରା, ଚିହ୍ନ ଦ୍ୱାରା, ଆଶ୍ଚର୍ଯ୍ୟ କର୍ମ ଦ୍ୱାରା, ଯୁଦ୍ଧ ଦ୍ୱାରା, ପରାକ୍ରାନ୍ତ ହସ୍ତ ଦ୍ୱାରା, ବିସ୍ତାରିତ ବାହୁ ଦ୍ୱାରା ଓ ଭୟଙ୍କର ମହାକର୍ମ ଦ୍ୱାରା ଅନ୍ୟ ଦେଶୀୟ ଲୋକଙ୍କ ମଧ୍ୟରୁ ଆପଣା ନିମନ୍ତେ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ଆସି ଉପକ୍ରମ କରିଅଛନ୍ତି।
Deuteronomy 5:6 in Oriya 6 ଯେ ତୁମ୍ଭଙ୍କୁ ଦାସ୍ୟଗୃହ ସ୍ୱରୂପ ମିସର ଦେଶରୁ ବାହାର କରି ଆଣିଅଛନ୍ତି, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ।
Deuteronomy 5:15 in Oriya 15 ତୁମ୍ଭେ ସ୍ମରଣ କରିବ ଯେ, ତୁମ୍ଭେ ମିସର ଦେଶରେ ଦାସ ହୋଇଥିଲ, ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ପରାକ୍ରାନ୍ତ ହସ୍ତ ଓ ବିସ୍ତାରିତ ବାହୁ ଦ୍ୱାରା ସେଠାରୁ ତୁମ୍ଭକୁ ବାହାର କରି ଆଣିଲେ; ଏହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବିଶ୍ରାମଦିନ ପାଳନାର୍ଥେ ତୁମ୍ଭକୁ ଆଜ୍ଞା ଦେଇଅଛନ୍ତି।
Deuteronomy 6:12 in Oriya 12 ସେତେବେଳେ ସାବଧାନ, ଯେ ତୁମ୍ଭକୁ ଦାସ୍ୟଗୃହରୂପ ମିସର ଦେଶରୁ ବାହାର କରି ଆଣିଅଛନ୍ତି, ସେହି ସଦାପ୍ରଭୁଙ୍କୁ ପାସୋର ନାହିଁ।
Deuteronomy 8:14 in Oriya 14 ତୁମ୍ଭର ଅନ୍ତଃକରଣ ଅହଙ୍କାରୀ ହେବ, ପୁଣି ଯେ ମିସର ଦେଶରୁ, ଦାସ୍ୟଗୃହରୁ ତୁମ୍ଭକୁ ବାହାର କରି ଆଣିଲେ,
Deuteronomy 11:2 in Oriya 2 ପୁଣି ଆଜିଠାରୁ ଜ୍ଞାନବାନ୍ ହୁଅ କାରଣ ମୁଁ ତୁମ୍ଭମାନଙ୍କ ବାଳକମାନଙ୍କୁ କହୁ ନାହିଁ, ସେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ କୃତ ଶାସ୍ତି ଜାଣି ନାହାନ୍ତି, ତାହାଙ୍କ ମହିମା, ତାହାଙ୍କ ବଳବାନ୍ ହସ୍ତ ଓ ବିସ୍ତାରିତ ବାହୁ,
Deuteronomy 13:5 in Oriya 5 ସେହି ଭବିଷ୍ୟଦ୍ବକ୍ତାର କି ସ୍ୱପ୍ନଦର୍ଶକର ପ୍ରାଣଦଣ୍ଡ ହେବ; କାରଣ ଯେ ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ ଓ ଦାସ୍ୟଗୃହରୁ ତୁମ୍ଭକୁ ମୁକ୍ତ କଲେ, ସେହି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁ ପଥରେ ଗମନ କରିବା ନିମନ୍ତେ ତୁମକୁ ଆଜ୍ଞା ଦେଇଅଛନ୍ତି, ତହିଁରୁ ଭୁଲାଇ ନେଇ ଯିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତିକୂଳରେ ସେ ବିଦ୍ରୋହର କଥା କହିଅଛି। ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତାକୁ ଉଚ୍ଛିନ୍ନ କରିବ।
Deuteronomy 13:10 in Oriya 10 ତାହାର ମରଣ ପର୍ଯ୍ୟନ୍ତ ତାହାକୁ ପ୍ରସ୍ତରାଘାତ କରିବ; ଯେହେତୁ ଯେ ତୁମ୍ଭକୁ ଦାସ୍ୟଗୃହରୂପ ମିସର ଦେଶରୁ ବାହାର କରି ଆଣିଲେ, ସେହି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରୁ ଭୁଲାଇ ନେବା ପାଇଁ ସେ ଚେଷ୍ଟା କଲା।
Deuteronomy 15:15 in Oriya 15 ତୁମ୍ଭେ ସ୍ମରଣ କରିବ ଯେ, ତୁମ୍ଭେ ମିସର ଦେଶରେ ବନ୍ଧାଦାସ ହୋଇଥିଲ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ମୁକ୍ତ କଲେ; ଏନିମନ୍ତେ ମୁଁ ଆଜି ତୁମ୍ଭକୁ ଏହି ଆଜ୍ଞା ଦେଉଅଛି।
Deuteronomy 16:3 in Oriya 3 ତୁମ୍ଭେ ତାହା ସହିତ ତାଡ଼ିଯୁକ୍ତ କିଛି ଭୋଜନ କରିବ ନାହିଁ; ତୁମ୍ଭେ ସାତ ଦିନ ପର୍ଯ୍ୟନ୍ତ ତାହା ସହିତ ତାଡ଼ିଶୂନ୍ୟ, ଅର୍ଥାତ୍, ଦୁଃଖରୂପ ରୁଟି ଭୋଜନ କରିବ; କାରଣ ତୁମ୍ଭେ ତରତର ହୋଇ ମିସରରୁ ବାହାର ହୋଇଥିଲ; ଏଣୁ ତୁମ୍ଭେ ଯାବଜ୍ଜୀବନ ମିସର ଦେଶରୁ ଆପଣା ବାହାରିବାର ଦିନ ସ୍ମରଣ କରିବ।
Deuteronomy 16:12 in Oriya 12 ପୁଣି ତୁମ୍ଭେ ଯେ ମିସରରେ ବନ୍ଧାଦାସ ହୋଇଥିଲ, ତାହା ସ୍ମରଣ କରିବ ଓ ତୁମ୍ଭେ ଏହି ସକଳ ବିଧି ମନୋଯୋଗ କରି ପାଳନ କରିବ।
Deuteronomy 24:18 in Oriya 18 ମାତ୍ର ତୁମ୍ଭେ ଯେ ମିସରରେ ବନ୍ଧାଦାସ ଥିଲ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ସେଠାରୁ ମୁକ୍ତ କରିଅଛନ୍ତି, ଏହା ସ୍ମରଣ କରିବ; ଏହେତୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଉଅଛୁ।
Deuteronomy 24:22 in Oriya 22 ଆଉ ତୁମ୍ଭେ ମିସର ଦେଶରେ ବନ୍ଧାଦାସ ଥିଲ, ଏହା ସ୍ମରଣ କରିବ; ଏହେତୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଉଅଛୁ।
Joshua 24:17 in Oriya 17 ଯେହେତୁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର, ସେ ଆପେ ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିସର ଦେଶର ଦାସଗୃହରୁ ବାହାର କରି ଆଣିଲେ ଓ ଆମ୍ଭମାନଙ୍କ ଦୃଷ୍ଟିଗୋଚରରେ ଏହିସବୁ ମହା ଚିହ୍ନ ପ୍ରକାଶ କଲେ, ପୁଣି ଯେଉଁ ସକଳ ପଥରେ ଓ ଯେ ଯେ ଗୋଷ୍ଠୀ ଦେଇ ଆମ୍ଭେମାନେ ଆସିଅଛୁ, ସେମାନଙ୍କ ମଧ୍ୟରେ ସେ ଆମ୍ଭମାନଙ୍କୁ ରକ୍ଷା କରିଅଛନ୍ତି।
1 Chronicles 16:12 in Oriya 12 ହେ ତାହାଙ୍କ ଦାସ ଇସ୍ରାଏଲର ବଂଶ, ହେ ଯାକୁବର ସନ୍ତାନଗଣ, ତାହାଙ୍କର ମନୋନୀତ ଲୋକ,
Nehemiah 9:10 in Oriya 10 ପୁଣି, ଫାରୋ ଓ ତାହାର ସମସ୍ତ ଦାସ ଓ ତାହାର ଦେଶସ୍ଥ ସମୁଦାୟ ଲୋକଙ୍କ ପ୍ରତି ନାନା ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମ ପ୍ରକାଶ କଲ; କାରଣ ମିସ୍ରୀୟମାନେ ସେମାନଙ୍କ ବିରୁଦ୍ଧରେ ଗର୍ବାଚରଣ କରିବାର ତୁମ୍ଭେ ଜାଣିଲ; ଏଣୁ ତୁମ୍ଭେ ଆଜି ପର୍ଯ୍ୟନ୍ତ ଆପଣା ନାମ ପ୍ରସିଦ୍ଧ କରିଅଛ।
Psalm 105:5 in Oriya 5 ହେ ତାହାଙ୍କ ଦାସ ଅବ୍ରହାମର ବଂଶ, ହେ ତାହାଙ୍କର ମନୋନୀତ ଲୋକେ, ଯାକୁବର ସନ୍ତାନଗଣ,
Matthew 10:12 in Oriya 12 ଆଉ ଗୃହରେ ପ୍ରବେଶ କରିବା ସମୟରେ ତାହାକୁ ଆଶୀର୍ବାଦ କର;
Luke 22:19 in Oriya 19 ପୁଣି, ସେ ରୁଟି ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି; ମୋତେ ସ୍ମରଣ କରିବା ନିମନ୍ତେ ଏହା କର।
1 Corinthians 5:8 in Oriya 8 ଅତଏବ ଆସ, ଆମ୍ଭେମାନେ ପୁରାତନ ଖମୀର କିଅବା ଦୁଷ୍ଟତା ଓ କୁକର୍ମରୂପ ଖମୀର ଦ୍ୱାରା ପର୍ବ ପାଳନ ନ କରି ସରଳତା ଓ ସତ୍ୟରୂପ ଖମୀରଶୂନ୍ୟ ରୁଟି ଦ୍ୱାରା ପର୍ବ ପାଳନ କରୁ।
1 Corinthians 11:24 in Oriya 24 ଏହା ତୁମ୍ଭମାନଙ୍କ ନିମନ୍ତେ ମୋହର ଶରୀର; ମୋତେ ସ୍ମରଣ କରିବା ନିମନ୍ତେ ଏହା କର।
Ephesians 1:19 in Oriya 19 ପୁଣି, ବିଶ୍ୱାସୀ ଯେ ଆମ୍ଭେମାନେ, ତାହାଙ୍କ ଶକ୍ତିର କାର୍ଯ୍ୟସାଧକ ପରାକ୍ରମ ଅନୁସାରେ ଆମ୍ଭମାନଙ୍କ ପ୍ରତି ତାହାଙ୍କ ଶକ୍ତିର ଅତ୍ୟଧିକ ମହତ୍ତ୍ୱ କ'ଣ, ଏହି ସବୁ ଜାଣି ପାର;