Ephesians 5:6 in Oriya 6 କେହି ତୁମ୍ଭମାନଙ୍କୁ ଅସାର କଥାରେ ନ ଭୁଲାଉ, କାରଣ ଏହି ସମସ୍ତ କୁକର୍ମ ହେତୁ ଅନାଜ୍ଞାବହ ସନ୍ତାନମାନଙ୍କ ଉପରେ ଇଶ୍ବରଙ୍କ କ୍ରୋଧ ବର୍ତ୍ତେ।
Other Translations King James Version (KJV) Let no man deceive you with vain words: for because of these things cometh the wrath of God upon the children of disobedience.
American Standard Version (ASV) Let no man deceive you with empty words: for because of these things cometh the wrath of God upon the sons of disobedience.
Bible in Basic English (BBE) Do not be turned from the right way by foolish words; for because of these things the punishment of God comes on those who do not put themselves under him.
Darby English Bible (DBY) Let no one deceive you with vain words, for on account of these things the wrath of God comes upon the sons of disobedience.
World English Bible (WEB) Let no one deceive you with empty words. For because of these things, the wrath of God comes on the children of disobedience.
Young's Literal Translation (YLT) Let no one deceive you with vain words, for because of these things cometh the anger of God upon the sons of the disobedience,
Cross Reference Numbers 32:13 in Oriya 13 ଏହିରୂପେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି, ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମକାରୀ ସମସ୍ତ ବଂଶର ନିଃଶେଷ ନ ହେବା ପର୍ଯ୍ୟନ୍ତ ସେ ସେମାନଙ୍କୁ ଚାଳିଶ ବର୍ଷ ପର୍ଯ୍ୟନ୍ତ ଏ ପ୍ରାନ୍ତରରେ ଭ୍ରମଣ କରାଇଲେ।
Joshua 22:17 in Oriya 17 ପିୟୋର ବିଷୟକ ଯେଉଁ ଅପରାଧ ସକାଶୁ ସଦାପ୍ରଭୁଙ୍କ ମଣ୍ଡଳୀ ମଧ୍ୟରେ ମହାମାରୀ ହେଲେ ହେଁ ତହିଁରୁ ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ଆପଣାମାନଙ୍କୁ ପରିଷ୍କୃତ କରି ପାରି ନାହୁଁ, ଏହା କି ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ନୁହେଁ,
2 Kings 18:20 in Oriya 20 ଯୁଦ୍ଧ କରିବା ପାଇଁ ମନ୍ତ୍ରଣା ଓ ବଳ ଅଛି ବୋଲି ତୁମ୍ଭେ କହୁଅଛ, ମାତ୍ର ତାହା କେବଳ ବୃଥା କଥା। ତୁମ୍ଭେ କାହା ଉପରେ ନିର୍ଭର କରି ମୋହର ବିଦ୍ରୋହୀ ହୋଇଅଛ ?
Psalm 78:31 in Oriya 31 ପରମେଶ୍ୱରଙ୍କ କ୍ରୋଧ ସେମାନଙ୍କ ପ୍ରତିକୂଳରେ ଉଠିଲା ଓ ସେମାନଙ୍କ ହୃଷ୍ଟପୁଷ୍ଟ ଲୋକଙ୍କ ମଧ୍ୟରୁ ବଧ କଲା, ପୁଣି, ଇସ୍ରାଏଲର ଯୁବାଗଣକୁ ସଂହାର କଲା।
Jeremiah 23:14 in Oriya 14 ଯିରୂଶାଲମର ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ହିଁ ଆମ୍ଭେ ରୋମାଞ୍ଚଜନକ ବିଷୟ ଦେଖିଅଛୁ; ସେମାନେ ପରଦାର ଗମନ କରନ୍ତି, ମିଥ୍ୟାଚରଣ କରନ୍ତି ଓ ଦୁଷ୍କର୍ମକାରୀମାନଙ୍କର ହସ୍ତ ଏପରି ସବଳ କରନ୍ତି ଯେ, ସେମାନଙ୍କର କେହି ଆପଣା ଆପଣା ଦୁଷ୍ଟତାରୁ ଫେରନ୍ତି ନାହିଁ; ସେ ସମସ୍ତେ ଆମ୍ଭ ପ୍ରତି ସଦୋମର ତୁଲ୍ୟ ଓ ତହିଁର ନିବାସୀମାନେ ହମୋରାର ସମାନ ଅଟନ୍ତି।”
Jeremiah 29:8 in Oriya 8 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; “ତୁମ୍ଭମାନଙ୍କର ମଧ୍ୟବର୍ତ୍ତୀ ତୁମ୍ଭମାନଙ୍କର ଭବିଷ୍ୟଦ୍ବକ୍ତାମାନେ ଓ ଗଣକମାନେ ତୁମ୍ଭମାନଙ୍କୁ ନ ଭୁଲାଉନ୍ତୁ, ଅଥବା ତୁମ୍ଭେମାନେ ଯେଉଁ ସ୍ୱପ୍ନ ଦର୍ଶନ କର, ତୁମ୍ଭମାନଙ୍କର ସେହିସବୁ ସ୍ୱପ୍ନରେ ମନୋଯୋଗ କର ନାହିଁ।
Jeremiah 29:31 in Oriya 31 ତୁମ୍ଭେ ନିର୍ବାସିତ ସମସ୍ତ ଲୋକ ପ୍ରତି ଏହି କଥା କହି ପଠାଅ, “ନିହିଲାମୀୟ ଶମୟୀୟର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ‘ଆମ୍ଭେ ଶମୟୀୟକୁ ନ ପଠାଇଲେ ହେଁ ସେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିଅଛି ଓ ମିଥ୍ୟା କଥାରେ ତୁମ୍ଭମାନଙ୍କର ବିଶ୍ୱାସ ଜନ୍ମାଇଅଛି,'
Ezekiel 13:10 in Oriya 10 ଶାନ୍ତି ନ ଥିଲେ ହେଁ ସେମାନେ ଶାନ୍ତି ଅଛି ବୋଲି କହି ଆମ୍ଭ ଲୋକମାନଙ୍କୁ ଭୁଲାଇ ଅଛନ୍ତି; ଆଉ, କେହି କାନ୍ଥ ନିର୍ମାଣ କଲେ ଦେଖ, ସେମାନେ ଅମିଶ୍ରିତ ମସଲାରେ ତାହା ଲେପନ କରନ୍ତି,”
Micah 3:5 in Oriya 5 ଯେଉଁ ଭବିଷ୍ୟଦ୍ବକ୍ତାଗଣ ଆମ୍ଭ ଲୋକମାନଙ୍କୁ ଭ୍ରାନ୍ତ କରାନ୍ତି; ଯେଉଁମାନେ ଦାନ୍ତରେ କାମୁଡ଼ୁ କାମୁଡ଼ୁ, ଶାନ୍ତି ଶାନ୍ତି ବୋଲି କହନ୍ତି ଓ କୌଣସି ଲୋକ ସେମାନଙ୍କ ମୁଖରେ କିଛି ନ ଦେଲେ, ତାହା ବିରୁଦ୍ଧରେ ଯେଉଁମାନେ ଯୁଦ୍ଧ ନିରୂପଣ କରନ୍ତି, ସେମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି:
Matthew 24:4 in Oriya 4 ସେଥିରେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ।
Matthew 24:24 in Oriya 24 କାରଣ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ମହା ମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ, ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ।
Mark 13:5 in Oriya 5 ସେଥିରେ ଯୀଶୁ ସେମାନଙ୍କୁ କହିବାକୁ ଲାଗିଲେ, ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ।
Mark 13:22 in Oriya 22 ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ, ତେବେ ମନୋନୀତ ଲୋକଙ୍କୁ ଭ୍ରାନ୍ତ କରିବେ।
Romans 1:18 in Oriya 18 କାରଣ ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି, ସେମାନଙ୍କର ସମସ୍ତ ଅପବିତ୍ରତା ଓ ଅଧର୍ମ ବିରୁଦ୍ଧରେ ସ୍ୱର୍ଗରୁ ଇଶ୍ବରଙ୍କ କ୍ରୋଧ ପ୍ରକାଶିତ ହେଉଅଛି
Galatians 6:7 in Oriya 7 ଭ୍ରାନ୍ତ ନ ହୁଅ; ଈଶ୍ୱର ବିଦୃପର ପାତ୍ର ନୁହଁନ୍ତି; କାରଣ ମନୁଷ୍ୟ ଯାହା ବୁଣେ, ତାହା ହିଁ କାଟିବ।
Ephesians 2:2 in Oriya 2 ଅର୍ଥାତ୍ ଯେଉଁ ଆତ୍ମା ଏବେ ହେଁ ଅନାଜ୍ଞାବହ ସନ୍ତାନମାନଙ୍କ ଠାରେ କାର୍ଯ୍ୟ ସାଧନ କରୁଅଛି, ତାହାର ଇଚ୍ଛାନୁସାରେ ତୁମ୍ଭେମାନେ ମଧ୍ୟ ପୁର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ;
Colossians 2:4 in Oriya 4 କେହି ଯେପରି ତୁମ୍ଭମାନଙ୍କୁ ବାକ୍ଚାତୁରି ଦ୍ୱାରା ନ ଭୁଲାଏ, ସେଥିନିମନ୍ତେ ମୁଁ ଏହା କହୁଅଛି।
Colossians 2:8 in Oriya 8 ସାବଧାନ, କାଳେ କେହି ଖ୍ରୀଷ୍ଟଙ୍କ ଶିକ୍ଷାର ଅସଙ୍ଗତ ମନୁଷ୍ୟର ପରମ୍ପରାଗତ ଓ ଜଗତର ପ୍ରାଥମିକ ଶିକ୍ଷାନୁଯାୟୀ ଦର୍ଶନବିଦ୍ୟା ଓ ନିରର୍ଥକ ପ୍ରତାରଣା ଦ୍ୱାରା ତୁମ୍ଭମାନଙ୍କୁ ବନ୍ଦୀ କରିନିଏ;
Colossians 2:18 in Oriya 18 ପୁଣି, କେହି ନମ୍ରତା ଓ ଦୂତମାନଙ୍କ ପୂଜାରେ ସନ୍ତୋଷ ପାଇ ଦର୍ଶନରେ ଦେଖିଥିବା ବିଷୟଗୁଡ଼ିକ ଅନୁସନ୍ଧାନ କରି ଓ ଆପଣା ସାଂସାରିକ ମନ ଦ୍ୱାରା ବୃଥା ଗର୍ବିତ ହୋଇ ମସ୍ତକ ସ୍ୱରୂପ ଯେ ଖ୍ରୀଷ୍ଟ, ତାହାଙ୍କୁ ନ ଧରି ପୁରସ୍କାରରୁ ତୁମ୍ଭମାନଙ୍କୁ ବଞ୍ଚିତ ନ କରୁ;
Colossians 3:6 in Oriya 6 ଏହି ସବୁ ହେତୁରୁ ଇଶ୍ବରଙ୍କ କ୍ରୋଧ ବର୍ତ୍ତେ
2 Thessalonians 2:3 in Oriya 3 କେହି କୌଣସି ପ୍ରକାରେ ତୁମ୍ଭମାନଙ୍କୁ ପ୍ରତାରିତ ନ କରୁ, କାରଣ ପ୍ରଥମେ ଧର୍ମଚ୍ୟୁତି ଘଟିବ, ଆଉ ବିନାଶର ସନ୍ତାନ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବା ଆବଶ୍ୟକ; ନ ହେଲେ ପ୍ରଭୁଙ୍କ ଦିନ ଉପସ୍ଥିତ ହେବ ନାହିଁ।
2 Thessalonians 2:10 in Oriya 10 କାରଣ ପରିତ୍ରାଣ ପାଇବା ନିମନ୍ତେ ସେମାନେ ସତ୍ୟ ପ୍ରତି ପ୍ରେମ ପାଇନାହାଁନ୍ତି।
Hebrews 3:19 in Oriya 19 ଆମ୍ଭେମାନେ ଦେଖୁ ଯେ, ଅବିଶ୍ୱାସ ହେତୁ ସେମାନେ ବିଶ୍ରାମରେ ପ୍ରବେଶ କରି ପାରିଲେ ନାହିଁ।
1 Peter 2:8 in Oriya 8 ପୁଣି, ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ୱରୂପ ହେଲା; ବାକ୍ୟର ଅନାଜ୍ଞାବହ ହେବାରୁ ସେମାନେ ବାଧା ପାଆନ୍ତି, ଆଉ ଏନିମନ୍ତେ ମଧ୍ୟ ସେମାନେ ନିରୂପିତ ହୋଇଥିଲେ।
1 John 4:1 in Oriya 1 ହେ ପ୍ରିୟମାନେ, ପ୍ରତ୍ୟେକ ଆତ୍ମାଙ୍କୁ ବିଶ୍ୱାସ କର ନାହିଁ, ବରଂ ଆତ୍ମାମାନେ ଈଶ୍ୱରଙ୍କଠାରୁ ଆଗତ କି ନାହିଁ, ଏହା ସେମାନଙ୍କୁ ପରୀକ୍ଷା କରି ଦେଖ, କାରଣ ଜଗତରେ ଅନେକ ଭଣ୍ଡ ଭାବବାଦୀ ବାହାରି ଅଛନ୍ତି।