Ephesians 4:13 in Oriya 13 ଶେଷରେ ଯେପରି ଆମ୍ଭମାନେ ସମସ୍ତେ ବିଶ୍ୱାସରେ ଓ ଇଶ୍ବରଙ୍କ ପୁତ୍ର ବିଷୟକ ଜ୍ଞାନରେ ଏକତା ପ୍ରାପ୍ତ ହେଉ, ଅର୍ଥାତ୍ ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣ ଅନୁସାରେ ପୂର୍ଣ୍ଣ ବୟସ୍କ ପୁରୁଷ ହେଉ,
Other Translations King James Version (KJV) Till we all come in the unity of the faith, and of the knowledge of the Son of God, unto a perfect man, unto the measure of the stature of the fulness of Christ:
American Standard Version (ASV) till we all attain unto the unity of the faith, and of the knowledge of the Son of God, unto a fullgrown man, unto the measure of the stature of the fulness of Christ:
Bible in Basic English (BBE) Till we all come to the harmony of the faith, and of the knowledge of the Son of God, to full growth, to the full measure of Christ:
Darby English Bible (DBY) until we all arrive at the unity of the faith and of the knowledge of the Son of God, at [the] full-grown man, at [the] measure of the stature of the fulness of the Christ;
World English Bible (WEB) until we all attain to the unity of the faith, and of the knowledge of the Son of God, to a full grown man, to the measure of the stature of the fullness of Christ;
Young's Literal Translation (YLT) till we may all come to the unity of the faith and of the recognition of the Son of God, to a perfect man, to a measure of stature of the fulness of the Christ,
Cross Reference Isaiah 53:11 in Oriya 11 ସେ ଆପଣା ପ୍ରାଣବେଦନାର ଫଳ ଦେଖି ତୃପ୍ତ ହେବେ; ଆମ୍ଭର ଧାର୍ମିକ ଦାସ ଆପଣାର ଜ୍ଞାନ ଦ୍ୱାରା ଅନେକଙ୍କୁ ଧାର୍ମିକ କରିବେ ଓ ସେ ସେମାନଙ୍କର ଅପରାଧ ବହିବେ।
Jeremiah 32:38 in Oriya 38 ପୁଣି, ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା;
Ezekiel 37:21 in Oriya 21 ପୁଣି, ତୁମ୍ଭେ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଇସ୍ରାଏଲର ସନ୍ତାନଗଣ ଯେଉଁ ଯେଉଁ ସ୍ଥାନକୁ ଯାଇଅଛନ୍ତି, ସେହି ସ୍ଥାନସ୍ଥ ଗୋଷ୍ଠୀୟମାନଙ୍କ ମଧ୍ୟରୁ ଆମ୍ଭେ ସେମାନଙ୍କୁ ଗ୍ରହଣ କରିବା ଓ ଚତୁର୍ଦ୍ଦିଗରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କର ନିଜ ଦେଶକୁ ଆଣିବା;
Zephaniah 3:9 in Oriya 9 ଯେହେତୁ ଗୋଷ୍ଠୀଗଣ ଯେପରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବେ ଓ ଏକମନରେ ତାହାଙ୍କର ସେବା କରିବେ, ଏଥିପାଇଁ ସେହି ସମୟରେ ଆମ୍ଭେ ସେମାନଙ୍କୁ ଏକ ବିଶୁଦ୍ଧ ଭାଷା ଦେବା।
Zechariah 14:9 in Oriya 9 ଆଉ, ସଦାପ୍ରଭୁ ସମୁଦାୟ ପୃଥିବୀ ଉପରେ ରାଜା ହେବେ; ସେହି ଦିନ ସଦାପ୍ରଭୁ ଅଦ୍ୱିତୀୟ ହେବେ ଓ ତାହାଙ୍କର ନାମ ଅଦ୍ୱିତୀୟ ହେବ।
Matthew 11:27 in Oriya 27 ମୋର ପିତାଙ୍କ କର୍ତ୍ତୃକ ସମସ୍ତ ବିଷୟ ମୋ'ବିଷୟ ମୋଠାରେ ସମର୍ପିତ ହୋଇଅଛି, ଆଉ ପୁତ୍ରଙ୍କୁ କେହି ଜାଣେ ନାହିଁ କେବଳ ପିତା ଜାଣନ୍ତି, ପୁଣି, ପିତାଙ୍କୁ କେହି ଜାଣେ ନାହିଁ, କେବଳ ପୁତ୍ର ଜାଣନ୍ତି ଆଉ ପୁତ୍ର ଯାହା ପାଖରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ।
John 16:3 in Oriya 3 ଆଉ, ସେମାନେ ଏହାସବୁ କରିବେ, କାରଣ ସେମାନେ ପିତାଙ୍କୁ କିମ୍ବା ମୋତେ ଜାଣି ନାହାଁନ୍ତି।
John 17:3 in Oriya 3 ଆଉ, ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ।
John 17:21 in Oriya 21 ଯେପରି ସେମାନେ ସମସ୍ତେ ଏକ ହୁଅନ୍ତି; ହେ ପିତା, ତୁମ୍ଭେ ଯେପ୍ରକାରେ ମୋ'ଠାରେ ଅଛ ଓ ମୁଁ ତୁମ୍ଭଠାରେ ଅଛି, ସେମାନେ ମଧ୍ୟ ସେପ୍ରକାରେ ଆମ୍ଭମାନଙ୍କଠାରେ ରହନ୍ତୁ, ଯେପରି ତୁମ୍ଭେ ମୋତେ ପ୍ରେରଣ କଲ ବୋଲି ଜଗତ ବିଶ୍ୱାସ କରେ।
John 17:25 in Oriya 25 ହେ ଧାର୍ମିକ ପିତା, ଜଗତ ତୁମ୍ଭକୁ ଜାଣି ନାହିଁ, କିନ୍ତୁ ମୁଁ ତୁମ୍ଭକୁ ଜାଣିଅଛି; ଆଉ, ତୁମ୍ଭେ ଯେ ମୋତେ ପ୍ରେରଣ କଲ, ତାହା ଏମାନେ ଜାଣିଅଛନ୍ତି;
Acts 4:32 in Oriya 32 ବିଶ୍ୱାସକାରୀ ଲୋକସମୂୂହ ଏକଚିତ୍ତ ଓ ଏକପ୍ରାଣ ଥିଲେ; ସେମାନଙ୍କ ମଧ୍ୟରୁ କେହିହେଲେ ଆପଣା ସମ୍ପତ୍ତି ମଧ୍ୟରୁ କିଛି ନିଜର ବୋଲି କହୁ ନ ଥିଲେ, କିନ୍ତୁ ସେମାନଙ୍କର ସମସ୍ତ ବିଷୟ ସାଧାରଣ ଥିଲା।
1 Corinthians 1:10 in Oriya 10 ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ଯେପରି ତୁମ୍ଭେମାନେ ସମସ୍ତେ ଏକ କଥା କୁହ, ଆଉ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ନ ହୁଏ, କିନ୍ତୁ ତୁମ୍ଭେମାନେ ଏକ ମନରେ ଓ ଏକ ବିଚାରରେ ସମ୍ମିଳିତ ହୁଅ।
1 Corinthians 14:20 in Oriya 20 ହେ ଭାଇମାନେ, ବୁଦ୍ଧିରେ ବାଳକ ପରି ହୁଅ ନାହିଁ, ବରଂ ମନ୍ଦ ବିଷୟରେ ଶିଶୁ ପରି ହୁଅ, କିନ୍ତୁ ବୁଦ୍ଧିରେ ପୂର୍ଣ୍ଣ- ବୟସ୍କ ହୁଅ।
2 Corinthians 4:6 in Oriya 6 ଯେଣୁ ଅନ୍ଧକାରରୁ ଦୀପ୍ତି ପ୍ରକାଶ ପାଉ ବୋଲି ଆଜ୍ଞା ଦେଇଥିଲେ ଯେଉଁ ଈଶ୍ୱର, ସେ ଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଇଶ୍ବରଙ୍କ ଗୌରବମୟ ଜ୍ଞାନର ଆଲୋକ ଦେଖାଇବା ନିମନ୍ତେ ଆମ୍ଭମାନଙ୍କ ହୃଦୟରେ ଆଲୋକ ପ୍ରକାଶ କରିଅଛନ୍ତି।
Ephesians 1:23 in Oriya 23 ସେହି ମଣ୍ଡଳୀ ତାହାଙ୍କ ଶରୀର ସ୍ୱରୂପ, ଅର୍ଥାତ୍ ଯେ ସମସ୍ତ ବିଷୟକୁ ସର୍ବତୋଭାବେ ପୂର୍ଣ୍ଣ କରନ୍ତି, ତାହାଙ୍କ ପୂର୍ଣ୍ଣତା।
Ephesians 2:15 in Oriya 15 ପୁଣି, ବିଧିବିଧାନଯୁକ୍ତ ଆଜ୍ଞାମୂଳକ ମୋଶାଙ୍କ ବ୍ୟବସ୍ଥାକୁ ଆପଣା ଶରୀରରେ ରହିତ କରିଅଛନ୍ତି, ଯେପରି ସେ ଶାନ୍ତି ସ୍ଥାପନ କରି ଉଭୟକୁ ଆପଣାଠାରେ ଜଣେ ନୂଆ ଲୋକ ସ୍ୱରୂପେ ସୃଷ୍ଟି କରନ୍ତି,
Ephesians 4:3 in Oriya 3 ଶାନ୍ତିରୂପ ବନ୍ଧନରେ ବାନ୍ଧି ହୋଇ ଆତ୍ମାଙ୍କ ଐକ୍ୟ ରକ୍ଷା କରିବା ନିମନ୍ତେ ଯତ୍ନବାନ ହୁଅ।
Ephesians 4:5 in Oriya 5 ଏକ ପ୍ରଭୁ, ଏକ ବିଶ୍ୱାସ, ଏକ ବାପ୍ତିସ୍ମ, ସମସ୍ତଙ୍କ ଏକ ଈଶ୍ୱର ଓ ପିତା;
Ephesians 4:12 in Oriya 12 ଯେପରି ସାଧୁମାନେ ସେବାକାର୍ଯ୍ୟ ନିମନ୍ତେ ସିଦ୍ଧି ଲାଭ କରନ୍ତି ଓ ଖ୍ରୀଷ୍ଟଙ୍କ ଶରୀର ନିଷ୍ଠାପ୍ରାପ୍ତ ହୁଏ,
Philippians 2:1 in Oriya 1 ଅତଏବ, ଯଦି ଖ୍ରୀଷ୍ଟଙ୍କ ସହଭାଗିତାରେ କୌଣସି ଉତ୍ସାହ, କୌଣସି ପ୍ରେମପୂର୍ଣ୍ଣ ସାନ୍ତ୍ୱନା, ଆତ୍ମାଙ୍କ କୌଣସି ସହଭାଗିତା, ପୁଣି, କୌଣସି ପ୍ରେମପୂର୍ଣ୍ଣ କରୁଣା ଓ ଦୟା ଥାଏ,
Philippians 3:8 in Oriya 8 ହଁ, ପ୍ରକୃତରେ ମୁଁ ମୋହର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ; ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟର କ୍ଷତି ସହ୍ୟକଲି, ପୁଣି, ସେହି ସବୁ ଆବର୍ଜନା ସ୍ୱରୂପ ଗଣ୍ୟ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରିପାରେ ଓ ତାହାଙ୍କର ବୋଲି ଜଣାଯାଏ,
Colossians 1:28 in Oriya 28 ତାହାଙ୍କୁ ଆମ୍ଭେମାନେ ପ୍ରଚାର କରୁଅଛୁ, ପୁଣି, ପ୍ରତ୍ୟେକ ଲୋକଙ୍କୁ ଚେତନା ଓ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଦେଉଅଛୁ, ଯେପରି ଆମ୍ଭେମାନେ ପ୍ରତ୍ୟେକ ଲୋକଙ୍କୁ ଖ୍ରୀଷ୍ଟଙ୍କ ସହଭାଗିତାରେ ସିଦ୍ଧ କରି ଉପସ୍ଥାପିତ କରି ପାରୁ;
Colossians 2:2 in Oriya 2 ମୋହର ଉଦ୍ଦେଶ୍ୟ ଏହି, ଯେପରି ସେମାନଙ୍କ ହୃଦୟ ଉତ୍ସାହିତ ହୁଏ, ପୁଣି, ସେମାନେ ଜ୍ଞାନର ପୂର୍ଣ୍ଣ ନିଶ୍ଚୟତାରୂପ ସମସ୍ତ ଧନ ପ୍ରାପ୍ତ ହେବା ନିମନ୍ତେ, ଅର୍ଥାତ୍ ଇଶ୍ବରଙ୍କ ନିଗୂଢ଼ ତତ୍ତ୍ୱ ଯେ ଖ୍ରୀଷ୍ଟ, ତାହାଙ୍କୁ ଜାଣିବା ନିମନ୍ତେ ପରସ୍ପର ପ୍ରେମରେ ସଂଯୁକ୍ତ ହୁଅନ୍ତି।
Hebrews 5:14 in Oriya 14 କିନ୍ତୁ ବୃଦ୍ଧ ଲୋକେ, ଅର୍ଥାତ୍, ଯେଉଁମାନେ ଜ୍ଞାନେନ୍ଦ୍ରିୟଗୁଡ଼ିକର ଅଭ୍ୟାସ ଦ୍ୱାରା ଭଲ ମନ୍ଦ ନିରୂପଣ କରିବାକୁ ସକ୍ଷମ, ସେମାନଙ୍କ ନିମନ୍ତେ ଗୁରୁପାକ ଖାଦ୍ୟ ପ୍ରୟୋଜନ।
2 Peter 1:1 in Oriya 1 ଶିମୋନ ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଦାସ ଓ ପ୍ରେରିତ, ଆମ୍ଭମାନଙ୍କ ଈଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଧାର୍ମିକତା ହେତୁ ଯେଉଁମାନେ ଆମ୍ଭମାନଙ୍କ ସହିତ ସମାନ ଭାବରେ ବହୁମୂଲ୍ୟ ବିଶ୍ୱାସ ପ୍ରାପ୍ତ ହୋଇଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି।
2 Peter 3:18 in Oriya 18 ବରଂ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ବୃଦ୍ଧି ପାଅ। ବର୍ତ୍ତମାନ ଓ ଅନନ୍ତକାଳ ପର୍ଯ୍ୟନ୍ତ ଗୌରବ ତାହାଙ୍କର।
1 John 5:20 in Oriya 20 ଆହୁରି ମଧ୍ୟ ଆମ୍ଭେମାନେ ଜାଣୁ ଯେ, ଇଶ୍ବରଙ୍କ ପୁତ୍ର ଆସିଅଛନ୍ତି ଏବଂ ସତ୍ୟମୟଙ୍କୁ ଜାଣିବା ନିମନ୍ତେ ଆମ୍ଭମାନଙ୍କୁ ଜ୍ଞାନ ଦେଇଅଛନ୍ତି; ପୁଣି, ଆମ୍ଭେମାନେ ସେହି ସତ୍ୟମୟଙ୍କଠାରେ, ଅର୍ଥାତ୍, ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଥାଉ। ସେ ସତ୍ୟ ଈଶ୍ୱର ଓ ଅନନ୍ତ ଜୀବନ ଅଟନ୍ତି।