Ephesians 4:11 in Oriya 11 ସେ କାହା କାହାକୁ ପ୍ରେରିତ, କାହା କାହାକୁ ଭାବବାଦୀ, କାହା କାହାକୁ ସୁସମାଚାର ପ୍ରଚାରକ, ପୁଣି, କାହା କାହାକୁ ପାଳକ ଓ ଶିକ୍ଷକ ରୂପେ ନିଯୁକ୍ତ କରି ଦାନ କରିଅଛନ୍ତି,
Other Translations King James Version (KJV) And he gave some, apostles; and some, prophets; and some, evangelists; and some, pastors and teachers;
American Standard Version (ASV) And he gave some `to be' apostles; and some, prophets; and some, evangelists; and some, pastors and teachers;
Bible in Basic English (BBE) And he gave some as Apostles, and some, prophets; and some, preachers of the good news; and some to give care and teaching;
Darby English Bible (DBY) and *he* has given some apostles, and some prophets, and some evangelists, and some shepherds and teachers,
World English Bible (WEB) He gave some to be apostles; and some, prophets; and some, evangelists; and some, shepherds{The word for "shepherds" (poimenas) can also be correctly translated "pastors."} and teachers;
Young's Literal Translation (YLT) and He gave some `as' apostles, and some `as' prophets, and some `as' proclaimers of good news, and some `as' shepherds and teachers,
Cross Reference 2 Chronicles 15:3 in Oriya 3 ଇସ୍ରାଏଲ ବହୁ କାଳ ପର୍ଯ୍ୟନ୍ତ ସତ୍ୟ ପରମେଶ୍ୱର-ବିହୀନ ଓ ଶିକ୍ଷାଦାୟୀ-ଯାଜକବିହୀନ ଓ ବ୍ୟବସ୍ଥାବିହୀନ ହୋଇଥିଲେ।
Jeremiah 3:15 in Oriya 15 ଆଉ, ଆମ୍ଭେ ଆପଣା ମନ ଅନୁଯାୟୀ ପାଳକଗଣ ତୁମ୍ଭମାନଙ୍କୁ ଦେବା, ସେମାନେ ଜ୍ଞାନ ଓ ବୁଦ୍ଧିରେ ତୁମ୍ଭମାନଙ୍କୁ ଚରାଇବେ।'
Matthew 28:20 in Oriya 20 ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର; ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି।
Acts 13:1 in Oriya 1 ସେତେବେଳେ ଆନ୍ତିୟଖିଆସ୍ଥିତ ମଣ୍ଡଳୀରେ ବର୍ଣ୍ଣବ୍ବା, ଶିମିୟୋନ, ଯାହାଙ୍କୁ ନିଗର ବୋଲି କହନ୍ତି, କୂରୀଣୀୟ ଲୂକୀୟ, ସାମନ୍ତରାଜା ହେରୋଦଙ୍କ ସହପାଳିତ ମନହେମ୍ ଓ ଶାଉଲ, ଏହିପରି ଭାବବାଦୀ ଓ ଶିକ୍ଷକମାନେ ଥିଲେ।
Acts 20:28 in Oriya 28 ତୁମ୍ଭେମାନେ ନିଜ ନିଜ ବିଷୟରେ, ଆଉ ଯେଉଁ ମଣ୍ଡଳୀକୁ ଈଶ୍ୱର ଆପଣା ନିଜ ରକ୍ତରେ କିଣିଛନ୍ତି, ତାହାଙ୍କର ସେହି ମଣ୍ଡଳୀକୁ ପ୍ରତିପାଳନ କରିବା ନିମନ୍ତେ, ପବିତ୍ର ଆତ୍ମା ଯେ ତୁମ୍ଭମାନଙ୍କୁ ସମସ୍ତ ପଲମଧ୍ୟରେ ଅଧ୍ୟକ୍ଷ ସ୍ୱରୂପ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସାବଧାନ ହୋଇଥାଅ।
Acts 21:8 in Oriya 8 ପରଦିନ ଆମ୍ଭେମାନେ କାଇସରିୟାକୁ ପ୍ରସ୍ଥାନ କଲୁ। ଆଉ ସାତ ଜଣଙ୍କ ମଧ୍ୟରେ ଅନ୍ତର୍ଗତ, ସୁସମାଚାର ପ୍ରଚାରକ ଫିଲିପ୍ପଙ୍କ ଗୃହରେ ପ୍ରବେଶ କରି ତାହାଙ୍କ ସାଙ୍ଗରେ ରହିଲୁ।
Romans 10:14 in Oriya 14 ତେବେ ଯାହାଙ୍କୁ ସେମାନେ ବିଶ୍ୱାସ କରି ନାହାଁନ୍ତି, ତାହାଙ୍କ ନିକଟରେ କିପରି ପ୍ରାର୍ଥନା କରିବେ ? ପୁଣି, ଯାହାଙ୍କ କଥା ସେମାନେ ଶୁଣି ନାହାଁନ୍ତି, କିପରି ତାହାଙ୍କଠାରେ ବିଶ୍ୱାସ କରିବେ ? ଆଉ ପ୍ରଚାରକ ବିନା ସେମାନେ କିପରି ଶୁଣିବେ ?
Romans 12:7 in Oriya 7 କିମ୍ବା ତାହା ଯଦି ସେବକ କର୍ମ ହୁଏ, ତାହାହେଲେ ଆସ, ଆମ୍ଭମାନଙ୍କ ସେବକ କର୍ମରେ ନିବିଷ୍ଟ ରହୁ;
1 Corinthians 12:28 in Oriya 28 ପୁଣି, ଈଶ୍ୱର ମଣ୍ଡଳୀରେ ପ୍ରଥମରେ ପ୍ରେରିତ, ଦ୍ୱିତୀୟରେ ଭାବବାଦୀ, ତୃତୀୟରେ ଶିକ୍ଷକ, ଏହିପରି ବିଭିନ୍ନ ବ୍ୟକ୍ତିଙ୍କୁ ନିଯୁକ୍ତ କରିଅଛନ୍ତି; ପରେ ଆଶ୍ଚର୍ଯ୍ୟର କାର୍ଯ୍ୟ, ତତ୍ପରେ ଆରୋଗ୍ୟ କରିବାର ଶକ୍ତି, ପରୋପକାରିତା, ପରିଚାଳନାର କ୍ଷମତା ଓ ବିଭିନ୍ନ ପରଭାଷା ଦାନ କରିଅଛନ୍ତି।
Ephesians 2:20 in Oriya 20 ତୁମ୍ଭେମାନେ ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛ, ଖ୍ରୀଷ୍ଟ ଯୀଶୁ ସ୍ୱୟଂ ସେହି କୋଣର ପ୍ରଧାନ ପ୍ରସ୍ତର;
Ephesians 3:5 in Oriya 5 ସେହି ନିଗୂଢ଼ତତ୍ତ୍ୱ ଏବେ ଆତ୍ମାଙ୍କ ଦ୍ୱାରା ତାହାଙ୍କ ପବିତ୍ର ପ୍ରେରିତ ଓ ଭାବବାଦୀମାନଙ୍କ ନିକଟରେ ଯେପରି ପ୍ରକାଶିତ ହୋଇଅଛି, ପୂର୍ବ କାଳର ମନୁଷ୍ୟ ସନ୍ତାନମାନଙ୍କ ନିକଟରେ ପ୍ରକାଶିତ ହୋଇ ନ ଥିଲା,
Ephesians 4:8 in Oriya 8 ଏଥି ନିମନ୍ତେ ଉକ୍ତ ଅଛି, ସେ ଊର୍ଦ୍ଧ୍ୱକୁ ଆରୋହଣ କରି ବନ୍ଦୀମାନଙ୍କୁ ବନ୍ଦୀ କରି ନେଇଗଲେ, ଆଉ ମନୁଷ୍ୟମାନଙ୍କୁ ନାନା ବରଦାନ ଦେଲେ।
2 Timothy 4:5 in Oriya 5 କିନ୍ତୁ ତୁମ୍ଭେ ସମସ୍ତ ବିଷୟରେ ସଚେତନ ହୁଅ, କ୍ଲେଶ ସହ୍ୟ କର, ସୁସମାଚାର ପ୍ରଚାର କର କାର୍ଯ୍ୟ ସାଧନ କର, ତୁମ୍ଭ ସେବାର କାର୍ଯ୍ୟ ସଫଳ କର।
Hebrews 5:12 in Oriya 12 କାରଣ ଯଦ୍ୟପି ଏତେ ସମୟ ମଧ୍ୟରେ ତୁମ୍ଭମାନଙ୍କର ଶିକ୍ଷକ ହେବା ଉଚିତ୍ ଥିଲା, ତଥାପି ଇଶ୍ବରଙ୍କ ବାକ୍ୟର ପ୍ରାଥମିକ ମୌଳିକ ସୂତ୍ରଗୁଡ଼ିକ କେହି ଯେ ତୁମ୍ଭମାନଙ୍କୁ ଶିକ୍ଷା ଦିଏ, ଏହା ପୁନର୍ବାର ତୁମ୍ଭମାନଙ୍କର ପ୍ରୟୋଜନ ଅଛି; ଗୁରୁପାକ ଖାଦ୍ୟ ପ୍ରୟୋଜନ ନ ହୋଇ ଦୁଗ୍ଧ ତୁମ୍ଭମାନଙ୍କର ପ୍ରୟୋଜନ।
1 Peter 5:1 in Oriya 1 ଅତଏବ, ଜଣେ ସହପ୍ରାଚୀନ ପୁଣି, ଖ୍ରୀଷ୍ଟଙ୍କ ଦୁଃଖଭୋଗର ସାକ୍ଷୀ ଏବଂ ଆଗାମୀ ଗୌରବର ଅଂଶାଧିକାରୀ ଯେ ମୁଁ, ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରାଚୀନମାନଙ୍କୁ ଅନୁରୋଧ କରୁଅଛି,
Jude 1:17 in Oriya 17 କିନ୍ତୁ, ହେ ପ୍ରିୟମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରେରିତମାନେ ପୂର୍ବେ ଯେଉଁ ସବୁ କଥା କହିଅଛନ୍ତି, ସେହି ସବୁ ସ୍ମରଣ କର;
Revelation 18:20 in Oriya 20 ହେ ସ୍ଵର୍ଗ, ହେ ସାଧୁବୃନ୍ଦ, ହେ ପ୍ରେରିତବର୍ଗ, ହେ ଭାବବାଦୀ ସମସ୍ତେ, ତୁମ୍ଭେମାନେ ତାହାର ପତନରେ ଆନନ୍ଦ କର, ଈଶ୍ୱର ତୁମ୍ଭମାନଙ୍କ ସକାଶେ ତାହାଠାରୁ ପ୍ରତିଶୋଧ ନେଇଛନ୍ତି।
Revelation 21:14 in Oriya 14 ସେହି ନଗରୀର ପ୍ରାଚୀରର ଦ୍ୱାଦଶ ଭିତ୍ତିମୂଳ, ସେହି ସବୁ ଉପରେ ମେଷଶାବକଙ୍କ ଦ୍ୱାଦଶ ପ୍ରେରିତଙ୍କ ଦ୍ୱାଦଶ ନାମ ଲିଖିତ ଅଛି।