Ephesians 2:11 in Oriya 11 ଅତଏବ ତୁମ୍ଭେମାନେ ପୁର୍ବରେ ଯେତେବେଳେ ଶରୀର ସମ୍ବନ୍ଧରେ ଅଣଯିହୂଦୀ ଥିଲ ଓ ଶାରୀରିକ ଭାବେ ହସ୍ତକୃତ ସୁନ୍ନତ ଲୋକମାନଙ୍କ ଦ୍ୱାରା ଅସୁନ୍ନତ ବୋଲି ଖ୍ୟାତ ହେଉଥିଲ,
Other Translations King James Version (KJV) Wherefore remember, that ye being in time past Gentiles in the flesh, who are called Uncircumcision by that which is called the Circumcision in the flesh made by hands;
American Standard Version (ASV) Wherefore remember, that once ye, the Gentiles in the flesh, who are called Uncircumcision by that which is called Circumcision, in the flesh, made by hands;
Bible in Basic English (BBE) For this reason keep it in mind that in the past you, the Gentiles in the flesh, who are looked on as being outside the circumcision by those who have circumcision, in the flesh, made by hands;
Darby English Bible (DBY) Wherefore remember that *ye*, once nations in [the] flesh, who [are] called uncircumcision by that called circumcision in [the] flesh done with the hand;
World English Bible (WEB) Therefore remember that once you, the Gentiles in the flesh, who are called "uncircumcision" by that which is called "circumcision," (in the flesh, made by hands);
Young's Literal Translation (YLT) Wherefore, remember, that ye `were' once the nations in the flesh, who are called Uncircumcision by that called Circumcision in the flesh made by hands,
Cross Reference Deuteronomy 5:15 in Oriya 15 ତୁମ୍ଭେ ସ୍ମରଣ କରିବ ଯେ, ତୁମ୍ଭେ ମିସର ଦେଶରେ ଦାସ ହୋଇଥିଲ, ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ପରାକ୍ରାନ୍ତ ହସ୍ତ ଓ ବିସ୍ତାରିତ ବାହୁ ଦ୍ୱାରା ସେଠାରୁ ତୁମ୍ଭକୁ ବାହାର କରି ଆଣିଲେ; ଏହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବିଶ୍ରାମଦିନ ପାଳନାର୍ଥେ ତୁମ୍ଭକୁ ଆଜ୍ଞା ଦେଇଅଛନ୍ତି।
Deuteronomy 8:2 in Oriya 2 ପୁଣି ତୁମ୍ଭେ ତାହାଙ୍କ ଆଜ୍ଞା ପାଳନ କରିବ କି ନାହିଁ, ଏ ବିଷୟରେ ତୁମ୍ଭର ପରୀକ୍ଷା ନେବା ପାଇଁ, ତୁମ୍ଭର ମାନସ ଜାଣିବା ପାଇଁ ଓ ତୁମ୍ଭକୁ ନମ୍ର କରିବା ପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ଚାଳିଶ ବର୍ଷ ପ୍ରାନ୍ତର ମଧ୍ୟରେ ତୁମ୍ଭକୁ ଯେଉଁ ସକଳ ପଥରେ ଗମନ କରାଇଅଛନ୍ତି, ତାହା ସ୍ମରଣ କର।
Deuteronomy 9:7 in Oriya 7 ତୁମ୍ଭେ ଏହି ପ୍ରାନ୍ତର ମଧ୍ୟରେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ କିପରି କ୍ରୁଦ୍ଧ କରାଇଅଛ, ତାହା ସ୍ମରଣ କର, ତୁମ୍ଭେ ତାହା ପାସୋର ନାହିଁ; ତୁମ୍ଭେ ମିସର ଦେଶରୁ ବାହାର ହେବା ଦିନଠାରୁ ଏହି ସ୍ଥାନକୁ ଆସିବା ପର୍ଯ୍ୟନ୍ତ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଚାରୀ ହୋଇଅଛ।
Deuteronomy 15:15 in Oriya 15 ତୁମ୍ଭେ ସ୍ମରଣ କରିବ ଯେ, ତୁମ୍ଭେ ମିସର ଦେଶରେ ବନ୍ଧାଦାସ ହୋଇଥିଲ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ମୁକ୍ତ କଲେ; ଏନିମନ୍ତେ ମୁଁ ଆଜି ତୁମ୍ଭକୁ ଏହି ଆଜ୍ଞା ଦେଉଅଛି।
Deuteronomy 16:12 in Oriya 12 ପୁଣି ତୁମ୍ଭେ ଯେ ମିସରରେ ବନ୍ଧାଦାସ ହୋଇଥିଲ, ତାହା ସ୍ମରଣ କରିବ ଓ ତୁମ୍ଭେ ଏହି ସକଳ ବିଧି ମନୋଯୋଗ କରି ପାଳନ କରିବ।
1 Samuel 17:26 in Oriya 26 ସେତେବେଳେ ଦାଉଦ ଆପଣା ନିକଟରେ ଠିଆ ହୋଇଥିବା ଲୋକମାନଙ୍କୁ ପଚାରିଲେ, ଯେଉଁ ଜନ ଏହି ପଲେଷ୍ଟୀୟକୁ ବଧ କରି ଇସ୍ରାଏଲର ଅପମାନ ଦୂର କରିବ, ତାହା ପ୍ରତି କ'ଣ କରାଯିବ ? କାରଣ, ଏହି ଅସୁନ୍ନତ ପଲେଷ୍ଟୀୟ କିଏ ଯେ, ସେ ଜୀବିତ ପରମେଶ୍ୱରଙ୍କ ସୈନ୍ୟଶ୍ରେଣୀକୁ ତୁଚ୍ଛ କରିବ ?
1 Samuel 17:36 in Oriya 36 ଆପଣଙ୍କ ଦାସ ସିଂହ ଓ ଭାଲୁ ଉଭୟ ବଧ କରିଅଛି; ପୁଣି, ଏହି ଅସୁନ୍ନତ ପଲେଷ୍ଟୀୟ ସେମାନଙ୍କର ଗୋଟିକ ପରି ହେବ, କାରଣ ସେ ଜୀବିତ ପରମେଶ୍ୱରଙ୍କ ସୈନ୍ୟଶ୍ରେଣୀକୁ ତୁଚ୍ଛ କରିଅଛି।
Isaiah 51:1 in Oriya 1 ହେ ଧର୍ମର ଅନୁଗାମୀଗଣ, ହେ ସଦାପ୍ରଭୁଙ୍କ ଅନ୍ୱେଷଣକାରୀଗଣ, ତୁମ୍ଭେମାନେ ଆମ୍ଭର କଥା ଶୁଣ: ତୁମ୍ଭେମାନେ ଯେଉଁ ଶୈଳରୁ କଟା ହୋଇଥିଲ ଓ ଯେଉଁ ଗର୍ତ୍ତର ଛେଦରୁ ଖୋଳା ହୋଇଥିଲ, ତହିଁ ପ୍ରତି ଦୃଷ୍ଟିପାତ କର।
Jeremiah 9:25 in Oriya 25 ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ଯେଉଁ ସମୟରେ ସୁନ୍ନତ ଲୋକମାନଙ୍କୁ ସେମାନଙ୍କର ଅସୁନ୍ନତ ଅନୁସାରେ ଦଣ୍ଡ ଦେବା, ଏପରି ସମୟ ଆସୁଅଛି;
Ezekiel 16:61 in Oriya 61 ସେହି ସମୟରେ ଯେତେବେଳେ ତୁମ୍ଭେ ଆପଣା ଭଗିନୀଗଣକୁ, ତୁମ୍ଭର ବଡ଼ ଓ ସାନ ଭଗିନୀଗଣକୁ ଗ୍ରହଣ କରିବ, ସେତେବେଳେ ତୁମ୍ଭେ ଆପଣା ଆଚାର ବ୍ୟବହାର ସ୍ମରଣ କରି ଲଜ୍ଜିତ ହେବ; ଆଉ, ଆମ୍ଭେ ସେମାନଙ୍କୁ କନ୍ୟା ରୂପେ ତୁମ୍ଭକୁ ଦେବା, ମାତ୍ର ତୁମ୍ଭର ନିୟମାନୁକ୍ରମେ ନୁହେଁ।
Ezekiel 20:43 in Oriya 43 ଆଉ, ଯହିଁରେ ତୁମ୍ଭେମାନେ ଆପଣାମାନଙ୍କୁ ଅଶୁଚି କରିଅଛ, ଆପଣାମାନଙ୍କର ସେହି ଆଚାର ବ୍ୟବହାର ଓ କ୍ରିୟାସକଳ ତୁମ୍ଭେମାନେ ସେଠାରେ ସ୍ମରଣ କରିବ ଓ ଆପଣାମାନଙ୍କର କୃତ ସମସ୍ତ କୁକ୍ରିୟା ସକାଶୁ ଆପଣାମାନଙ୍କୁ ଘୃଣା କରିବ।
Ezekiel 36:31 in Oriya 31 ସେହି ସମୟରେ ତୁମ୍ଭେମାନେ ଆପଣାମାନଙ୍କର ମନ୍ଦ ଆଚରଣ ଓ ଯାହା ଉତ୍ତମ ନ ଥିଲା, ଏପରି କ୍ରିୟାସକଳ ସ୍ମରଣ କରିବ; ଆଉ, ତୁମ୍ଭେମାନେ ଆପଣାମାନଙ୍କର ଅଧର୍ମ ସକାଶୁ ଓ ଆପଣାମାନଙ୍କର ଘୃଣାଯୋଗ୍ୟ କ୍ରିୟା ସକାଶୁ ଆପଣାମାନଙ୍କର ଦୃଷ୍ଟିରେ ଆପେ ଘୃଣାସ୍ପଦ ହେବ।
Romans 2:28 in Oriya 28 କାରଣ ବାହାରେ ଯେ ଯିହୂଦୀ, ସେ ଯିହୂଦୀ ନୁହେଁ, କିଅବା ବାହାର ଶରୀରରେ ଯେ ସୁନ୍ନତ, ତାହା ସୁନ୍ନତ ନୁହେଁ;
1 Corinthians 6:11 in Oriya 11 ଆଉ, ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ଏହି ପ୍ରକାର ଥିଲ; କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭମାନଙ୍କ ଇଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଧୌତ ହୋଇଅଛ, ପବିତ୍ରୀକୃତ ହୋଇଅଛ ଓ ଧାର୍ମିକ ବୋଲି ଗଣିତ ହୋଇଅଛ।
1 Corinthians 12:2 in Oriya 2 ତୁମ୍ଭେମାନେ ଜାଣ ଯେ, ଯେତେବେଳେ ତୁମ୍ଭେମାନେ ଅଣଯିହୂଦୀ ଥିଲ, ସେତେବେଳେ ଯେପରି ପରିଚାଳିତ ହେଉଥିଲ, ସେହିପରି ଭ୍ରାନ୍ତ ଭାବରେ ଚାଳିତ ହୋଇ ମୂକ ପ୍ରତିମାମାନଙ୍କ ଅନୁଗତ ଥିଲ।
Galatians 2:15 in Oriya 15 ଆମ୍ଭେମାନେ ଜନ୍ମରେ ଯିହୂଦୀ, ଅଣଯିହୂଦୀ ପାପୀ ନୋହୁଁ,
Galatians 4:8 in Oriya 8 ମାତ୍ର ପୂର୍ବରେ ତୁମ୍ଭେମାନେ ଈଶ୍ୱରଙ୍କୁ ନ ଜାଣି, ଯେଉଁମାନେ ପ୍ରକୃତରେ ଈଶ୍ୱର ନୁହଁନ୍ତି, ସେମାନଙ୍କର ଦାସ ଥିଲ;
Galatians 6:12 in Oriya 12 ଯେଉଁମାନେ ବାହ୍ୟ କ୍ରିୟାକର୍ମ ଦ୍ୱାରା ସୁଖ୍ୟାତି ପାଇବାକୁ ଇଚ୍ଛା କରନ୍ତି, ସେମାନେ ତୁମ୍ଭମାନଙ୍କୁ ସୁନ୍ନତ ହେବା ପାଇଁ ବାଧ୍ୟ କରନ୍ତି; ଖ୍ରୀଷ୍ଟଙ୍କ କ୍ରୁଶ ହେତୁ ସେମାନେ ଯେପରି ତାଡ଼ନା ଭୋଗ ନ କରନ୍ତି, କେବଳ ସେଥିନିମନ୍ତେ ତାହା କରନ୍ତି।
Ephesians 5:8 in Oriya 8 କାରଣ ତୁମ୍ଭେମାନେ ପୂର୍ବେ ଅନ୍ଧକାର ସ୍ଵରୂପ ଥିଲ, କିନ୍ତୁ ଏବେ ପ୍ରଭୁଙ୍କ ସହଭାଗିତାରେ ଆଲୋକ ସ୍ଵରୂପ ହୋଇଅଛ; ଆଲୋକର ସନ୍ତାନମାନଙ୍କ ପରି ଆଚରଣ କର,
Philippians 3:3 in Oriya 3 କାରଣ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ପ୍ରାପ୍ତ, ଆମ୍ଭେମାନେ ଇଶ୍ବରଙ୍କ ଆତ୍ମାରେ ଉପାସନା କରୁ, ପୁଣି, ବାହ୍ୟିକ ବିଷୟ ଉପରେ ନିର୍ଭର ନ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରୁ।
Colossians 1:21 in Oriya 21 ଆଉ, ପୂର୍ବେ ଦୁଷ୍କର୍ମ କରି ତୁମ୍ଭେମାନେ ଈଶ୍ୱରଙ୍କଠାରୁ ପୃଥକ୍ ଓ ମନରେ ତାହାଙ୍କର ଶତ୍ରୁ ଥିଲ,
Colossians 2:11 in Oriya 11 ଆହୁରି ମଧ୍ୟ ତୁମ୍ଭେମାନେ ଶାରୀରିକ ସ୍ୱଭାବ ତ୍ୟାଗ କରି ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଅହସ୍ତକୃତ ସୁନ୍ନତରେ, ଅର୍ଥାତ୍ ଖ୍ରୀଷ୍ଟୀୟ ସୁନ୍ନତରେ ସୁନ୍ନତ ପ୍ରାପ୍ତ ହୋଇଅଛ;
Colossians 2:13 in Oriya 13 ଅପରାଧରେ ଓ ଶାରୀରିକ ଅସୁନ୍ନତ ଅବସ୍ଥାରେ ମୃତ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମଧ୍ୟ ଈଶ୍ୱର ତାହାଙ୍କ ସହିତ ଜୀବିତ କରିଅଛନ୍ତି, ସେ ତ ଆମ୍ଭମାନଙ୍କର ସମସ୍ତ ଅପରାଧ କ୍ଷମା କରିଅଛନ୍ତି,
Colossians 3:11 in Oriya 11 ଏପରି ସ୍ଥଳେ ଗ୍ରୀକ୍ ଓ ଯିହୂଦୀ, ସୁନ୍ନତି ଓ ଅସୁନ୍ନତି, ବର୍ବର, ସ୍କୁଥୀୟ, ଦାସ, ସ୍ୱାଧୀନ ବ୍ୟକ୍ତି, ଏମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କିନ୍ତୁ ଖ୍ରୀଷ୍ଟ ସବୁରେ ସବୁ ଅଟନ୍ତି, ପୁଣି, ସମସ୍ତଙ୍କଠାରେ ବାସ କରନ୍ତି।