Cross Reference 1 Kings 21:19 in Oriya 19 ଏହେତୁ ତୁମ୍ଭେ ତାହାକୁ କହିବ, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କି ବଧ କରିଅଛ ଓ ଅଧିକାର ମଧ୍ୟ ଆତ୍ମସାତ୍ କରିଅଛ ?” ଆହୁରି ତୁମ୍ଭେ ତାହାକୁ କହିବ, “ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ସ୍ଥାନରେ କୁକ୍କୁରମାନେ ନାବୋତର ରକ୍ତ ଚାଟି ଖାଇଲେ, ସେହି ସ୍ଥାନରେ କୁକୁରମାନେ ତୁମ୍ଭର ରକ୍ତ ମଧ୍ୟ ଚାଟି ଖାଇବେ।”
1 Chronicles 21:15 in Oriya 15 ଏଉତ୍ତାରେ ପରମେଶ୍ୱର ଯିରୂଶାଲମ ବିନାଶ କରିବା ପାଇଁ ସେଠାକୁ ଦୂତ ପଠାଇଲେ; ଆଉ ସେ ବିନାଶ କରିବାକୁ ଉଦ୍ୟତ ହେବା ସମୟରେ ସଦାପ୍ରଭୁ ଦୃଷ୍ଟିପାତ କଲେ ଓ ସେହି ବିପଦ ସକାଶୁ ଦୁଃଖିତ ହୋଇ ସେହି ବିନାଶକ ଦୂତକୁ କହିଲେ, “ଯଥେଷ୍ଟ ହେଲା ! ଏବେ ତୁମ୍ଭ ହସ୍ତ ସଙ୍କୁଚିତ କର।” ତେବେ ସଦାପ୍ରଭୁଙ୍କ ସେହି ଦୂତ ଯିବୂଷୀୟ ଅରଣନର ଶସ୍ୟମର୍ଦ୍ଦନ ସ୍ଥାନ ନିକଟରେ ଠିଆ ହେଲା।
Job 20:19 in Oriya 19 କାରଣ ସେ ଦରିଦ୍ରକୁ ଉପଦ୍ରବ ଓ ତ୍ୟାଗ କରିଅଛି; ସେ ଦୌରାତ୍ମ୍ୟପୂର୍ବକ ଗୃହ ଅପହରଣ କରିଅଛି; ଆଉ ତାହା ନିର୍ମାଣ କରିବ ନାହିଁ।
Job 27:8 in Oriya 8 କାରଣ ଅଧାର୍ମିକ ଲାଭ ପ୍ରାପ୍ତ ହେଲେ ହେଁ, ପରମେଶ୍ୱର ତାହାର ପ୍ରାଣ ହରଣ କଲେ, ତାହାର ପ୍ରତ୍ୟାଶା କଅଣ ?
Psalm 10:17 in Oriya 17 ହେ ସଦାପ୍ରଭୁ, ତୁମ୍ଭେ ନମ୍ର ଲୋକମାନଙ୍କର ବାଞ୍ଛା ଶୁଣିଅଛ; ତୁମ୍ଭେ ସେମାନଙ୍କର ଅନ୍ତଃକରଣ ପ୍ରସ୍ତୁତ କରିବ, ତୁମ୍ଭେ ଶୁଣିବା ପାଇଁ ଆପଣା କର୍ଣ୍ଣ ଡେରିବ;
Psalm 12:5 in Oriya 5 ଦୁଃଖୀଲୋକ ଲୁଟିତ ହେବାରୁ, ଦୀନହୀନ କାତରୋକ୍ତି କରିବାରୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଏବେ ଉଠିବା; ସେମାନେ ଯାହା ପ୍ରତି ଫୁତ୍କାର କରନ୍ତି, ତାହାକୁ ଆମ୍ଭେ ନିରାପଦରେ ରଖିବା।
Psalm 55:9 in Oriya 9 ହେ ପ୍ରଭୁ, ବିନାଶ କର ଓ ସେମାନଙ୍କର ଅନେକ ଜିହ୍ୱା ଜନ୍ମାଅ; କାରଣ ମୁଁ ନଗର ମଧ୍ୟରେ ଦୌରାତ୍ମ୍ୟ ଓ କଳହ ଦେଖିଅଛି।
Psalm 58:10 in Oriya 10 ଧାର୍ମିକ ଲୋକ ପ୍ରତିଫଳ ଦେଖି ଆନନ୍ଦ କରିବ; ସେ ଦୁଷ୍ଟମାନଙ୍କ ରକ୍ତରେ ଆପଣା ପାଦ ଧୋଇବ।
Psalm 82:1 in Oriya 1 ଆସଫର ଗୀତ। ପରମେଶ୍ୱର ପରମେଶ୍ୱରଙ୍କ ମଣ୍ଡଳୀ ମଧ୍ୟରେ ଠିଆ ହୁଅନ୍ତି; ସେ ବିଚାରକର୍ତ୍ତାମାନଙ୍କ ମଧ୍ୟରେ ବିଚାର କରନ୍ତି।
Psalm 83:18 in Oriya 18 ତହିଁରେ ସଦାପ୍ରଭୁ ନାମରେ ଖ୍ୟାତ ଯେ ତୁମ୍ଭେ, କେବଳ ତୁମ୍ଭେ ଯେ ସମୁଦାୟ ଭୂମଣ୍ଡଳରେ ସର୍ବୋପରିସ୍ଥ ଅଟ, ଏହା ସେମାନେ ଜାଣି ପାରିବେ।
Psalm 95:3 in Oriya 3 କାରଣ ସଦାପ୍ରଭୁ ମହାନ ପରମେଶ୍ୱର ଓ ସକଳ ଦେବତା ଉପରେ ମହାନ ରାଜା ଅଟନ୍ତି।
Psalm 140:11 in Oriya 11 ଦୁର୍ମୁଖ ଲୋକ ପୃଥିବୀରେ ସ୍ଥିର ହେବ ନାହିଁ; ଉପଦ୍ରବୀକୁ ନିପାତ କରିବା ପାଇଁ ଅମଙ୍ଗଳ ମୃଗୟା କରିବ।
Proverbs 8:17 in Oriya 17 ଯେଉଁମାନେ ମୋତେ ପ୍ରେମ କରନ୍ତି, ମୁଁ ସେମାନଙ୍କୁ ପ୍ରେମ କରେ, ପୁଣି ଯେଉଁମାନେ ଯତ୍ନରେ ମୋହର ଅନ୍ୱେଷଣ କରନ୍ତି, ସେମାନେ ମୋତେ ପାଇବେ।
Ecclesiastes 3:16 in Oriya 16 ଆହୁରି, ମୁଁ ସୂର୍ଯ୍ୟ ତଳେ ବିଚାର ସ୍ଥାନରେ ଦେଖିଲି, ସେଠାରେ ଦୁଷ୍ଟତା ଅଛି, ପୁଣି ଧର୍ମସ୍ଥାନରେ ଦେଖିଲି, ସେଠାରେ ହେଁ ଦୁଷ୍ଟତା ଅଛି।
Ecclesiastes 4:1 in Oriya 1 ଏଥିଉତ୍ତାରେ ମୁଁ ଫେରି ସୂର୍ଯ୍ୟ ତଳେ କୃତ ଅତ୍ୟାଚାର ସବୁ ଦେଖିଲି; ଆଉ ଦେଖ, ଅତ୍ୟାଚାରପ୍ରାପ୍ତ ଲୋକମାନଙ୍କର ଅଶ୍ରୁପାତ ହୁଏ, ଓ ସେମାନଙ୍କର ସାନ୍ତ୍ୱନାକାରୀ କେହି ନାହିଁ; ପୁଣି, ସେମାନଙ୍କ ଉପଦ୍ରବକାରୀମାନଙ୍କ ପକ୍ଷରେ ପରାକ୍ରମ ଅଛି, ମାତ୍ର ଉପଦ୍ରବପ୍ରାପ୍ତ ଲୋକମାନଙ୍କର ସାନ୍ତ୍ୱନାକାରୀ କେହି ନାହିଁ।
Isaiah 3:15 in Oriya 15 ତୁମ୍ଭେମାନେ ଯେ ଆମ୍ଭ ଲୋକମାନଙ୍କୁ ଦଳି ପକାଉଅଛ ଓ ଦରିଦ୍ରମାନଙ୍କ ମୁଖ ଘଷି ପକାଉଅଛ, ଏଥିରେ ତୁମ୍ଭମାନଙ୍କ ଅଭିପ୍ରାୟ କ'ଣ ? ପ୍ରଭୁ, ବାହିନୀଗଣର ସଦାପ୍ରଭୁ ଏହି କଥା କହନ୍ତି।
Isaiah 5:7 in Oriya 7 ଯେହେତୁ ଇସ୍ରାଏଲ ବଂଶ ସୈନ୍ୟାଧିପତି ସଦାପ୍ରଭୁଙ୍କର ଦ୍ରାକ୍ଷାକ୍ଷେତ୍ର ଓ ଯିହୁଦାର ଲୋକେ ତାହାଙ୍କର ମନୋରମ ଚାରା; ସେ ନ୍ୟାୟ ଅପେକ୍ଷା କଲେ, ମାତ୍ର ଦେଖ, ଉପଦ୍ରବ; ଧାର୍ମିକତା ଅପେକ୍ଷା କଲେ, ମାତ୍ର ଦେଖ, କ୍ରନ୍ଦନ।
Isaiah 10:5 in Oriya 5 ହାୟ ଅଶୂର ! ସେ ଆମ୍ଭର କ୍ରୋଧରୂପ ଦଣ୍ଡ, ତାହାର ହସ୍ତରେ ଆମ୍ଭର କୋପରୂପ ଯଷ୍ଟି ଅଛି।
Isaiah 10:12 in Oriya 12 ଏହେତୁ ଏପରି ଘଟିବ ଯେ, ପ୍ରଭୁ ସିୟୋନ ପର୍ବତରେ ଓ ଯିରୂଶାଲମରେ ଆପଣାର ସମସ୍ତ କାର୍ଯ୍ୟ ସାଧନ କଲା ଉତ୍ତାରେ ଆମ୍ଭେ ଅଶୂର-ରାଜର ଅହଙ୍କାରମୟ ଚିତ୍ତରୂପ ଫଳର ଓ ତାହାର ଉଚ୍ଚ ଦୃଷ୍ଟିରୂପ ଆଡ଼ମ୍ବରର ପ୍ରତିଫଳ ଦେବା।
Isaiah 37:36 in Oriya 36 ଏଥିଉତ୍ତାରେ ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀୟମାନଙ୍କ ଛାଉଣିରେ ଏକ ଲକ୍ଷ ପଞ୍ଚାଶୀ ସହସ୍ର ଲୋକ ସଂହାର କଲେ; ପୁଣି, ଲୋକମାନେ ଅତି ପ୍ରଭାତରେ ଉଠନ୍ତେ, ଦେଖ, ସମସ୍ତେ ମୃତ ଶବ।
Isaiah 46:10 in Oriya 10 ଆମ୍ଭେ ଶେଷ ବିଷୟ ଆଦିଠାରୁ ପ୍ରକାଶ କରୁ, ପୁଣି ଯାହା ସାଧିତ ହୋଇ ନାହିଁ, ତାହା ପ୍ରାଚୀନ କାଳରୁ ଜଣାଉ, ଆଉ କହୁ, “ଆମ୍ଭର ମନ୍ତ୍ରଣା ସ୍ଥିର ହେବ ଓ ଆମ୍ଭେ ଆପଣାର ସକଳ ମନସ୍କାମନା ସିଦ୍ଧ କରିବା,”
Isaiah 57:15 in Oriya 15 କାରଣ ଯେ ଅନନ୍ତ କାଳନିବାସୀ, ଯାହାଙ୍କର ନାମ ପବିତ୍ର, ସେହି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କହନ୍ତି; “ଆମ୍ଭେ ଉର୍ଦ୍ଧ୍ୱ ଓ ପବିତ୍ର ସ୍ଥାନରେ ବାସ କରୁ, ମଧ୍ୟ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନମ୍ରମନା ଲୋକର ସଙ୍ଗରେ ହେଁ ବାସ କରୁ।
Isaiah 59:13 in Oriya 13 ତାହା ଅପରାଧ ଓ ସଦାପ୍ରଭୁଙ୍କୁ ଅସ୍ୱୀକାର କରିବା ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପଶ୍ଚାଦ୍ଗମନରୁ ବିମୁଖ ହେବା, ଉପଦ୍ରବ ଓ ରାଜଦ୍ରୋହର କଥା କହିବା, ମିଥ୍ୟା କଥା ଧାରଣ କରି ଅନ୍ତଃକରଣରୁ ବାହାର କରିବାର ଅଟେ।
Jeremiah 22:17 in Oriya 17 ମାତ୍ର ତୁମ୍ଭର ଚକ୍ଷୁ ଓ ତୁମ୍ଭର ଅନ୍ତଃକରଣ, ଆପଣାର ଲୋଭ, ନିର୍ଦ୍ଦୋଷର ରକ୍ତପାତ, ଉପଦ୍ରବ ଓ ଦୌରାତ୍ମ୍ୟ କରିବା ଛଡ଼ା ଆଉ କାହିଁରେ ନାହିଁ।
Ezekiel 22:6 in Oriya 6 ଦେଖ, ଇସ୍ରାଏଲର ଅଧିପତିଗଣ ପ୍ରତ୍ୟେକେ ଆପଣା ଆପଣା ପରାକ୍ରମ ଅନୁସାରେ ରକ୍ତପାତ କରିବା ନିମନ୍ତେ ତୁମ୍ଭ ମଧ୍ୟରେ ରହିଅଛନ୍ତି।
Amos 5:12 in Oriya 12 କାରଣ ତୁମ୍ଭମାନଙ୍କର ଅପରାଧ କିପରି ବହୁବିଧ ଓ ତୁମ୍ଭମାନଙ୍କର ପାପସକଳ କିପରି ପ୍ରବଳ, ଏହା ଆମ୍ଭେ ଜାଣୁ; ତୁମ୍ଭେମାନେ ଧାର୍ମିକକୁ କ୍ଲେଶ ଦେଉଅଛ, ଲାଞ୍ଚ ନେଉଅଛ ଓ ନଗର ଦ୍ୱାରରେ ଦୀନହୀନମାନଙ୍କ ପ୍ରତି ଅନ୍ୟାୟ କରୁଅଛ।
Amos 6:2 in Oriya 2 ତୁମ୍ଭେମାନେ କଲନେକୁ ଯାଇ ଦେଖ ଓ ସେସ୍ଥାନରୁ ତୁମ୍ଭେମାନେ ବଡ଼ ହମାତକୁ ଯାଅ; ତହିଁ ଉତ୍ତାରେ ପଲେଷ୍ଟୀୟମାନଙ୍କର ଗାଥ୍ ନଗରକୁ ଯାଅ; ସେହି ସବୁ କି ଏହି (ଦୁଇ) ରାଜ୍ୟ ଅପେକ୍ଷା ଉତ୍ତମ ? ଅବା ସେମାନଙ୍କର ସୀମା କି ତୁମ୍ଭମାନଙ୍କର ସୀମା ଅପେକ୍ଷା ବଡ଼ ?
Amos 6:12 in Oriya 12 ଅଶ୍ୱଗଣ କି ଶୈଳ ଉପରେ ଦୌଡ଼ିବେ ? କେହି ବଳଦ ନେଇ କି ସେଠାରେ ଚାଷ କରିବ ? ତୁମ୍ଭେମାନେ ନ୍ୟାୟ ବିଚାରକୁ ବିଷରେ ଓ ଧାର୍ମିକତାର ଫଳକୁ ତିକ୍ତ ଫଳରେ ପରିଣତ କରିଅଛ;
Amos 8:4 in Oriya 4 ହେ ଦୀନହୀନମାନଙ୍କୁ ଗ୍ରାସ କରିବାକୁ ଉଦ୍ୟତ ଓ ଦରିଦ୍ରମାନଙ୍କୁ ଲୋପ କରାଇବା ଲୋକମାନେ, ତୁମ୍ଭେମାନେ ଏହା ଶୁଣ।
Micah 2:1 in Oriya 1 ଯେଉଁମାନେ ଆପଣା ଆପଣା ଶଯ୍ୟାରେ ଅଧର୍ମ କଳ୍ପନା କରନ୍ତି ଓ କୁକର୍ମ ସ୍ଥିର କରନ୍ତି, ସେମାନେ ସନ୍ତାପର ପାତ୍ର ! ପ୍ରଭାତ ହେବାମାତ୍ର ସେମାନେ ତାହା ସାଧନ କରନ୍ତି, କାରଣ ତାହା ସେମାନଙ୍କ ହସ୍ତର କ୍ଷମତାଧୀନ।
Micah 2:9 in Oriya 9 ଆମ୍ଭ ଲୋକମାନଙ୍କର ନାରୀଗଣକୁ ସେମାନଙ୍କର ସୁଖଜନକ ଗୃହରୁ ତୁମ୍ଭେମାନେ ଦୂର କରି ଦେଉଅଛ; ସେମାନଙ୍କର ସନ୍ତାନଗଣଠାରୁ ତୁମ୍ଭେମାନେ ଆମ୍ଭର (ଦତ୍ତ) ଗୌରବ ଚିରକାଳର ନିମନ୍ତେ ହରଣ କରି ନେଉଅଛ।
Micah 3:1 in Oriya 1 ପୁଣି, ମୁଁ କହିଲି, ହେ ଯାକୁବର ପ୍ରଧାନବର୍ଗ ଓ ହେ ଇସ୍ରାଏଲ-ବଂଶର ଶାସନକର୍ତ୍ତାଗଣ, ମୁଁ ନିବେଦନ କରେ, ତୁମ୍ଭେମାନେ ଶୁଣ: ନ୍ୟାୟବିଚାର ଜ୍ଞାତ ହେବାର କି ତୁମ୍ଭମାନଙ୍କର ଉଚିତ୍ ନୁହେଁ ?
Micah 3:9 in Oriya 9 ହେ ଯାକୁବ ବଂଶର ପ୍ରଧାନବର୍ଗ ଓ ଇସ୍ରାଏଲ ବଂଶର ଶାସନକର୍ତ୍ତାଗଣ, ମୁଁ ନିବେଦନ କରେ, ତୁମ୍ଭେମାନେ ଏହା ଶୁଣ, ତୁମ୍ଭେମାନେ ନ୍ୟାୟ ବିଚାର ଘୃଣା କରୁଅଛ ଓ ଅପକ୍ଷପାତ ବିଚାରସବୁ ଅନ୍ୟଥା କରୁଅଛ।
Micah 6:10 in Oriya 10 ଦୁଷ୍ଟର ଗୃହରେ କି ଏବେ ହେଁ ଦୁଷ୍ଟତାର ଭଣ୍ଡାର ଓ ଘୃଣାଯୋଗ୍ୟ ସାନ ଐଫା ଅଛି ?
Habakkuk 1:2 in Oriya 2 ହେ ସଦାପ୍ରଭୁ, ମୁଁ କେତେ କାଳ ଆର୍ତ୍ତନାଦ କରିବି, ଆଉ ତୁମ୍ଭେ ଶୁଣିବ ନାହିଁ ? ମୁଁ ଦୌରାତ୍ମ୍ୟ ବିଷୟରେ ତୁମ୍ଭ ନିକଟରେ ଆର୍ତ୍ତନାଦ କରୁଅଛି ଓ ତୁମ୍ଭେ ଉଦ୍ଧାର କରିବ ନାହିଁ।
Habakkuk 1:12 in Oriya 12 ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୋର ଧର୍ମସ୍ୱରୂପ, ତୁମ୍ଭେ କି ଅନାଦି କାଳଠାରୁ ନୁହଁ ? ଆମ୍ଭେମାନେ ବିନଷ୍ଟ ନୋହିବା। ହେ ସଦାପ୍ରଭୁ, ତୁମ୍ଭେ ଶାସନାର୍ଥେ ତାହାକୁ ନିରୂପଣ କରିଅଛ, ପୁଣି ହେ ଶୈଳସ୍ୱରୂପ, ତୁମ୍ଭେ ଶାସ୍ତି ନିମନ୍ତେ ତାହାକୁ ସ୍ଥାପନ କରିଅଛ।
Zechariah 7:9 in Oriya 9 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହିଅଛନ୍ତି, “ଯଥାର୍ଥ ବିଚାର କର, ପ୍ରତ୍ୟେକ ଲୋକ, ଆପଣା ଭ୍ରାତା ପ୍ରତି ଦୟା ଓ କରୁଣା ପ୍ରକାଶ କର।
Zechariah 8:6 in Oriya 6 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଏହି ଅବଶିଷ୍ଟାଂଶ ଲୋକମାନଙ୍କର ଦୃଷ୍ଟିରେ ସେହି ସମୟରେ ତାହା ଅସମ୍ଭବ ହେଲେ, ହେଁ ଆମ୍ଭ ଦୃଷ୍ଟିରେ କି ତାହା ଅସମ୍ଭବ ହେବ ? ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି।
Malachi 3:5 in Oriya 5 “ପୁଣି, ଆମ୍ଭେ ବିଚାର କରିବା ପାଇଁ ତୁମ୍ଭମାନଙ୍କ ନିକଟକୁ ଆସିବା ଆଉ, ତାନ୍ତ୍ରିକ ଓ ବ୍ୟଭିଚାରୀ ଓ ମିଥ୍ୟା ଶପଥକାରୀମାନଙ୍କ ବିରୁଦ୍ଧରେ ଓ ଯେଉଁମାନେ ବେତନଜୀବୀର ବେତନ ବିଷୟରେ, ବିଧବା ଓ ପିତୃହୀନ ପ୍ରତି ଅତ୍ୟାଚାର କରନ୍ତି, ଆଉ ବିଦେଶୀର ପ୍ରତି ଅନ୍ୟାୟ କରନ୍ତି ଓ ଆମ୍ଭଙ୍କୁ ଭୟ ନ କରନ୍ତି, ସେମାନଙ୍କ ବିରୁଦ୍ଧରେ ଆମ୍ଭେ ଶୀଘ୍ର ସାକ୍ଷୀ ହେବା,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
Matthew 13:41 in Oriya 41 ମନୁଷ୍ୟପୁତ୍ର ଆପଣା ଦୂତମାନଙ୍କୁ ପଠାଇବେ, ଆଉ ସେମାନେ ତାହାଙ୍କ ରାଜ୍ୟରୁ ସମସ୍ତ ବିଘ୍ନଜନକ ବିଷୟ ଓ ଅଧର୍ମାଚାରୀମାନଙ୍କୁ ସଂଗ୍ରହ କରିବେ,
Luke 1:32 in Oriya 32 ସେ ମହାନ ହେବେ ଓ ମହାନ ଇଶ୍ବରଙ୍କ ପୁତ୍ର ବୋଲି ଖ୍ୟାତ ହେବେ; ପ୍ରଭୁ ଈଶ୍ୱର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ,
Luke 1:35 in Oriya 35 ଦୂତ ତାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ମହାନ ଇଶ୍ବରଙ୍କ ଶକ୍ତି ତୁମ୍ଭକୁ ଆବୋରିବ, ଏଣୁ ଯେ ଜାତ ହେବେ, ସେ ପବିତ୍ର ଓ ଇଶ୍ବରଙ୍କ ପୁତ୍ର ବୋଲି ଖ୍ୟାତ ହେବେ।
Luke 1:76 in Oriya 76 ଆଉ ହେ ଶିଶୁ(ଯୋହନ), ତୁ ମଧ୍ୟ ପରାତ୍ପରଙ୍କ ଭାବବାଦୀ ବୋଲି ଖ୍ୟାତ ହେବୁ;
Acts 4:27 in Oriya 27 କାରଣ ତୁମ୍ଭର ଯେଉଁ ପବିତ୍ର ଦାସ ଯୀଶୁଙ୍କୁ ତୁମ୍ଭେ ଅଭିଷିକ୍ତ କଲ, ପ୍ରକୃତରେ ତାହାଙ୍କ ବିରୁଦ୍ଧରେ ହେରୋଦ ଏବଂ ପନ୍ତିୟ ପୀଲାତ ଉଭୟ ଅଣଯିହୂଦୀ ଓ ଇସ୍ରାଏଲ ଲୋକମାନଙ୍କ ସହିତ ଏହି ନଗରରେ,
Acts 12:7 in Oriya 7 ଆଉ ଦେଖ, ପ୍ରଭୁଙ୍କର ଜଣେ ଦୂତ ଉପସ୍ଥିତ ହେଲେ, ପୁଣି, କୋଠରୀଟି ଆଲୋକମୟ ହେଲା, ଆଉ ସେ ପିତରଙ୍କ କକ୍ଷଦେଶରେ ଆଘାତ କରି ତାହାଙ୍କୁ ଉଠାଇ କହିଲେ, ଶୀଘ୍ର ଉଠ। ସେଥିରେ ତାହାଙ୍କ ହାତରୁ ଶିକୁଳି ଖସିପଡ଼ିଲା।
Acts 12:23 in Oriya 23 ତତ୍କ୍ଷଣାତ୍ ପ୍ରଭୁଙ୍କର ଜଣେ ଦୂତ ତାଙ୍କୁ ଆଘାତ କଲେ, କାରଣ ସେ ଈଶ୍ୱରଙ୍କୁ ଗୌରବ ଦେଲେ ନାହିଁ, ଆଉ ତାଙ୍କୁ ପୋକ ଖାଇବା ଦ୍ୱାରା ସେ ମଲେ।
Romans 11:33 in Oriya 33 ଆହା ! ଇଶ୍ବରଙ୍କ ବୁଦ୍ଧି ଓ ଜ୍ଞାନରୂପ ନିଧି କେଡ଼େ ଗଭୀର ! ତାହାଙ୍କର ବିଚାରସବୁ କିପରି ବୋଧର ଅଗମ୍ୟ ଓ ତାହାଙ୍କ ପଥସବୁ କିପରି ରହସ୍ୟାବୃତ !
James 2:13 in Oriya 13 କାରଣ ଯେ ଦୟା କରେ ନାହିଁ, ସେ ନିର୍ଦୟ ରୂପେ ବିଚାରିତ ହେବ, ଦୟା ବିଚାର ଉପରେ ଜୟଧ୍ୱନି କରେ।
James 5:2 in Oriya 2 ତୁମ୍ଭମାନଙ୍କର ସମ୍ପତ୍ତି କ୍ଷୟ ପାଇଲାଣି, ତୁମ୍ଭମାନଙ୍କର ବସ୍ତ୍ର ପୋକ ଖାଇଲାଣି,
1 Peter 4:12 in Oriya 12 ହେ ପ୍ରିୟମାନେ, ତୁମ୍ଭମାନଙ୍କ ପରୀକ୍ଷା ନିମନ୍ତେ ଯେଉଁ ଦୁଃଖଭୋଗରୂପ ଅଗ୍ନି ଉପସ୍ଥିତ ହୋଇଅଛି, ତାହା ଅଦ୍ଭୁତ ଘଟଣା ବୋଲି ମନେ କରି ଆଶ୍ଚର୍ଯ୍ୟ ଜ୍ଞାନ କର ନାହିଁ;
1 John 3:13 in Oriya 13 ହେ ଭାଇମାନେ, ଜଗତ ତୁମ୍ଭମାନଙ୍କୁ ଘୃଣା କଲେ, ଆଶ୍ଚର୍ଯ୍ୟ ଜ୍ଞାନ କର ନାହିଁ।
Revelation 17:6 in Oriya 6 ମୁଁ ସେହି ସ୍ତ୍ରୀଲୋକକୁ ସାଧୂମାନଙ୍କ ଓ ଯୀଶୁଙ୍କ ସାକ୍ଷୀମାନଙ୍କ ରକ୍ତପାନରେ ମତ୍ତ ହେବାର ଦେଖିଲି। ତାହାକୁ ଦେଖି ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେଲି।