Deuteronomy 5:29 in Oriya 29 ଆହା, ଯେପରି ସେମାନଙ୍କର ଓ ସେମାନଙ୍କ ସନ୍ତାନଗଣର ଅନନ୍ତକାଳସ୍ଥାୟୀ ମଙ୍ଗଳ ହୁଏ, ଏଥିପାଇଁ ସର୍ବଦା ଆମ୍ଭଙ୍କୁ ଭୟ କରିବାକୁ ଓ ଆମ୍ଭ ଆଜ୍ଞାସବୁ ପାଳନ କରିବାକୁ ଯେବେ ସେମାନଙ୍କର ଏପରି ହୃଦୟ ହୁଅନ୍ତା !
Other Translations King James Version (KJV) O that there were such an heart in them, that they would fear me, and keep all my commandments always, that it might be well with them, and with their children for ever!
American Standard Version (ASV) Oh that there were such a heart in them, that they would fear me, and keep all my commandments always, that it might be well with them, and with their children for ever!
Bible in Basic English (BBE) If only they had such a heart in them at all times, so that they might go in fear of me and keep my orders and that it might be well for them and for their children for ever!
Darby English Bible (DBY) Oh that there were such a heart in them, that they would fear me, and keep all my commandments continually, that it might be well with them and with their sons for ever!
Webster's Bible (WBT) O that there were such a heart in them, that they would fear me, and keep all my commandments always, that it might be well with them, and with their children for ever!
World English Bible (WEB) Oh that there were such a heart in them, that they would fear me, and keep all my commandments always, that it might be well with them, and with their children forever!
Young's Literal Translation (YLT) O that their heart had been thus to them, to fear Me, and to keep My commands all the days, that it may be well with them, and with their sons -- to the age!
Cross Reference Deuteronomy 4:40 in Oriya 40 ପୁଣି ଯେପରି ତୁମ୍ଭର ମଙ୍ଗଳ ଓ ତୁମ୍ଭ ଉତ୍ତାରେ ତୁମ୍ଭ ସନ୍ତାନଗଣର ମଙ୍ଗଳ ହୁଏ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସଦାକାଳ ନିମନ୍ତେ ତୁମ୍ଭକୁ ଯେଉଁ ଭୂମି ଦିଅନ୍ତି, ତହିଁ ଉପରେ ଯେପରି ତୁମ୍ଭର ଦୀର୍ଘ ପରମାୟୁ ହୁଏ, ଏଥିପାଇଁ ମୁଁ ତାହାଙ୍କର ଯେଉଁ ଯେଉଁ ବିଧି ଓ ଆଜ୍ଞା ଆଜି ତୁମ୍ଭକୁ ଆଦେଶ କରୁଅଛି, ତାହା ପାଳନ କର।
Deuteronomy 5:16 in Oriya 16 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଜ୍ଞାନୁସାରେ ତୁମ୍ଭେ ଆପଣା ପିତାଙ୍କୁ ଓ ଆପଣା ମାତାଙ୍କୁ ସମାଦର କର; ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ଓ ମଙ୍ଗଳ ହେବ।
Deuteronomy 6:3 in Oriya 3 ଏହେତୁ ହେ ଇସ୍ରାଏଲ, ଶୁଣ ଓ ତାହା ପାଳନ କରିବାକୁ ମନୋଯୋଗ କର; ତହିଁରେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭକୁ ଯେରୂପ ପ୍ରତିଜ୍ଞା କରିଅଛନ୍ତି, ତଦନୁସାରେ ଦୁଗ୍ଧମଧୁପ୍ରବାହୀ ଦେଶରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେମାନେ ଅତିଶୟ ବର୍ଦ୍ଧିଷ୍ଣୁ ହେବ।
Deuteronomy 6:18 in Oriya 18 ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ନ୍ୟାୟ ଓ ଉତ୍ତମ, ତୁମ୍ଭେ ତାହା କରିବ; ତହିଁରେ ତୁମ୍ଭର ମଙ୍ଗଳ ହେବ ଓ ସଦାପ୍ରଭୁ ଆପଣା ବାକ୍ୟାନୁସାରେ ତୁମ୍ଭ ସମ୍ମୁଖରୁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ଦୂର କରିବା ପାଇଁ,
Deuteronomy 11:1 in Oriya 1 ଏହେତୁ ତୁମ୍ଭେ ସବୁବେଳେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କରିବ ଓ ତାହାଙ୍କ ରକ୍ଷଣୀୟ ଓ ବିଧି ଓ ଶାସନ ଓ ଆଜ୍ଞାସକଳ ପାଳନ କରିବ।
Deuteronomy 12:25 in Oriya 25 ତୁମ୍ଭେ ତାହା ଭୋଜନ କରିବ ନାହିଁ ତହିଁରେ ତୁମ୍ଭେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ, ତୁମ୍ଭର ଓ ତୁମ୍ଭ ଉତ୍ତାରେ ତୁମ୍ଭ ସନ୍ତାନଗଣର ମଙ୍ଗଳ ହେବ।
Deuteronomy 12:28 in Oriya 28 ମୁଁ ତୁମ୍ଭକୁ ଏହି ଯେଉଁ ସକଳ କଥା ଆଜ୍ଞା ଦେଉଅଛି, ତାହା ମନୋଯୋଗ କରି ଶୁଣ, ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦୃଷ୍ଟିରେ ଯାହା ଉତ୍ତମ ଓ ଯଥାର୍ଥ, ତାହା କଲେ ତୁମ୍ଭର ଓ ତୁମ୍ଭ ଉତ୍ତାରେ ତୁମ୍ଭ ସନ୍ତାନଗଣର ଯୁଗାନୁକ୍ରମେ ମଙ୍ଗଳ ହେବ।
Deuteronomy 19:13 in Oriya 13 ତୁମ୍ଭର ଚକ୍ଷୁ ତାହାକୁ ଦୟା କରିବ ନାହିଁ, ମାତ୍ର ତୁମ୍ଭେ ଇସ୍ରାଏଲ ମଧ୍ୟରୁ ନିର୍ଦ୍ଦୋଷ ରକ୍ତପାତର ଅପରାଧ ଦୂର କରିବ, ତହିଁରେ ତୁମ୍ଭର ମଙ୍ଗଳ ହେବ।
Deuteronomy 22:7 in Oriya 7 ତୁମ୍ଭେ କୌଣସିମତେ ପକ୍ଷିଣୀକୁ ଛାଡ଼ି ଦେବ, ମାତ୍ର ତୁମ୍ଭେ ଆପଣା ନିମନ୍ତେ ଛୁଆମାନଙ୍କୁ ନେଇ ପାର, ତହିଁରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେ ଆପଣା ଦିନ ବଢ଼ାଇ ପାରିବ।
Deuteronomy 32:29 in Oriya 29 ଆହା, ସେମାନେ ଯେବେ ଜ୍ଞାନବାନ୍ ହୁଅନ୍ତେ, ସେମାନେ ଏକଥା ବୁଝନ୍ତେ, ସେମାନେ ଯେବେ ଆପଣାମାନଙ୍କ ଶେଷାବସ୍ଥା ବିବେଚନା କରନ୍ତେ।
Ruth 3:1 in Oriya 1 ଏଥି ଉତ୍ତାରେ ତାହାର ଶାଶୁ ନୟମୀ ତାହାକୁ କହିଲା, “ଆହେ ମୋହର କନ୍ୟା, ଯେଉଁଥିରେ ତୁମ୍ଭର ମଙ୍ଗଳ ହେବ, ଏପରି ଆଶ୍ରୟସ୍ଥାନ ମୁଁ କି ତୁମ୍ଭ ପାଇଁ ଚେଷ୍ଟା କରିବି ନାହିଁ ?
Psalm 19:11 in Oriya 11 ଆହୁରି, ତଦ୍ଦ୍ୱାରା ତୁମ୍ଭ ଦାସ ଚେତନା ପାଏ; ତହିଁର ପ୍ରତିପାଳନରେ ମହାଫଳ ଥାଏ।
Psalm 81:13 in Oriya 13 ଆହା, ଯଦି ଆମ୍ଭ ଲୋକେ ଆମ୍ଭର କଥା ଶୁଣନ୍ତେ ! ଯଦି ଇସ୍ରାଏଲ ଆମ୍ଭ ପଥରେ ଚାଲନ୍ତା !
Psalm 106:3 in Oriya 3 ଯେଉଁମାନେ ନ୍ୟାୟ ରକ୍ଷା କରନ୍ତି, ସେମାନେ ଧନ୍ୟ ଓ ଯେ ସବୁବେଳେ ଧର୍ମାଚରଣ କରେ, ସେ ଧନ୍ୟ।
Psalm 119:1 in Oriya 1 ଆଲେଫ୍। ଯେଉଁମାନେ ଆଚରଣରେ ସିଦ୍ଧ, ଯେଉଁମାନେ ସଦାପ୍ରଭୁଙ୍କ ବ୍ୟବସ୍ଥାନୁସାରେ ଚାଲନ୍ତି, ସେମାନେ ଧନ୍ୟ।
Isaiah 3:10 in Oriya 10 ତୁମ୍ଭେମାନେ ଧାର୍ମିକର ବିଷୟରେ କୁହ ଯେ, ତାହାର ମଙ୍ଗଳ ହେବ, ଯେହେତୁ ସେମାନେ ଆପଣା ଆପଣା କର୍ମର ଫଳ ଭୁଞ୍ଜିବେ।
Isaiah 48:18 in Oriya 18 ଆଃ, ତୁମ୍ଭେ ଯଦି ଆମ୍ଭ ଆଜ୍ଞାରେ ମନୋଯୋଗ କରିଥା'ନ୍ତ ! ତେବେ ତୁମ୍ଭର ଶାନ୍ତି ନଦୀ ତୁଲ୍ୟ ଓ ତୁମ୍ଭର ଧାର୍ମିକତା ସମୁଦ୍ରର ତରଙ୍ଗ ତୁଲ୍ୟ ହୋଇଥା'ନ୍ତା;
Jeremiah 22:14 in Oriya 14 ଯେ କହେ, ଆମ୍ଭେ ଆପଣା ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ କୋଠରୀମାନ ନିର୍ମାଣ କରିବା ଓ ଯେ ଆପଣା ପାଇଁ ଝରକା କାଟେ, ଆଉ ଏରସ କାଷ୍ଠରେ ଗୃହର ଭିତର ଛାତ କରେ ଓ ରକ୍ତବର୍ଣ୍ଣର ରଙ୍ଗ ଲେପନ କରେ, ସେ ସନ୍ତାପର ପାତ୍ର !
Jeremiah 44:4 in Oriya 4 ତଥାପି ଆମ୍ଭେ ଅତି ପ୍ରଭାତରେ ଉଠି ଆମ୍ଭର ସମସ୍ତ ଦାସ ଭବିଷ୍ୟଦ୍ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇ କହିଲୁ, ‘ଆଃ, ଏହି ଘୃଣାଯୋଗ୍ୟ କାର୍ଯ୍ୟ ତୁମ୍ଭେମାନେ କର ନାହିଁ, ଆମ୍ଭେ ତାହା ଘୃଣା କରୁ।'
Ezekiel 33:31 in Oriya 31 ପୁଣି, ସେମାନେ ଲୋକମାନଙ୍କ ପରି ତୁମ୍ଭ ନିକଟକୁ ଆସନ୍ତି ଓ ଆମ୍ଭ ଲୋକଙ୍କ ପରି ତୁମ୍ଭ ସମ୍ମୁଖରେ ବସନ୍ତି ଓ ତୁମ୍ଭ କଥା ଶୁଣନ୍ତି, ମାତ୍ର ତାହା ପାଳନ କରନ୍ତି ନାହିଁ; କାରଣ ସେମାନେ ମୁଖରେ ବହୁତ ପ୍ରେମ ଦେଖାନ୍ତି, ମାତ୍ର ସେମାନଙ୍କର ଅନ୍ତଃକରଣ ସେମାନଙ୍କର ଲାଭର ଅନୁଗାମୀ ହୁଏ।
Matthew 23:37 in Oriya 37 ଗୋ ଯିରୂଶାଲମ, ଗୋ ଯିରୂଶାଲମ, ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତାରାଘାତକାରିଣୀ, କୁକ୍କୁଟୀ ଯେପରି ପକ୍ଷତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ।
Luke 11:28 in Oriya 28 ମାତ୍ର ସେ କହିଲେ, ନା, ବରଂ ଯେଉଁମାନେ ଇଶ୍ବରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେହିମାନେ ଧନ୍ୟ।
Luke 19:42 in Oriya 42 ତୁ, ହଁ, ତୁ ଯଦି ଆଜି ଶାନ୍ତିର ବିଷୟଗୁଡ଼ିକ ଜାଣିଥାଆନ୍ତୁ ! ମାତ୍ର ଏବେ ସେଗୁଡ଼ିକ ତୋ ଦୃଷ୍ଟିରୁ ଗୁପ୍ତ ହୋଇ ରହିଅଛି।
John 15:14 in Oriya 14 ମୁଁ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି, ତାହା ଯଦି ପାଳନ କର, ତେବେ ତୁମ୍ଭେମାନେ ମୋହର ବନ୍ଧୁ।
2 Corinthians 5:20 in Oriya 20 ଅତଏବ, ଈଶ୍ୱର ଆମ୍ଭମାନଙ୍କ ଦ୍ୱାରା ଆହ୍ୱାନ କରୁଥିବାରୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ପକ୍ଷରେ ରାଜଦୂତର କର୍ମ କରୁଅଛୁ; ଖ୍ରୀଷ୍ଟଙ୍କ ପକ୍ଷରୁ ଆମ୍ଭେମାନେ ନିବେଦନ କରୁଅଛୁ, ତୁମ୍ଭେମାନେ ଇଶ୍ବରଙ୍କ ସହିତ ସମ୍ମିଳିତ ହୁଅ।
2 Corinthians 6:1 in Oriya 1 ଆହୁରି ମଧ୍ୟ ଇଶ୍ବରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମ୍ଭମାନଙ୍କଠାରେ ବୃଥା ନ ହୁଏ, ଏଥିପାଇଁ ତାହାଙ୍କ ସହିତ ଏକତ୍ର କର୍ମ କରୁ କରୁ ଆମ୍ଭେମାନେ ନିବେଦନ କରୁଅଛୁ।
Ephesians 6:3 in Oriya 3 ଯେପରି ତୁମ୍ଭର ମଙ୍ଗଳ ହେବ, ଆଉ ତୁମ୍ଭେ ପୃଥିବୀରେ ଦୀର୍ଘାୟୁ ବଞ୍ଚିବ।
Hebrews 12:25 in Oriya 25 ସାବଧାନ, ଯେ ବାକ୍ୟ କହୁଅଛନ୍ତି, ତାହାଙ୍କୁ ଅଗ୍ରାହ୍ୟ ନ କର, କାରଣ ଯେ ପୃଥିବୀରେ ଆଦେଶ ଦେଲେ, ତାହାଙ୍କୁ ଅଗ୍ରାହ୍ୟ କରିବାରୁ ସେମାନେ ଯଦି ରକ୍ଷା ପାଇଲେ ନାହିଁ, ତେବେ ଯେ ସ୍ୱର୍ଗରୁ ଆଦେଶ ଦେଉଅଛନ୍ତି, ତାହାଙ୍କଠାରୁ ବିମୁଖ ହେଲେ ଆମ୍ଭେମାନେ ଯେ ରକ୍ଷା ପାଇବା ନାହିଁ, ଏହା କେତେ ଅଧିକ ସୁନିଶ୍ଚିତ !
James 1:25 in Oriya 25 କିନ୍ତୁ ଯେ ସିଦ୍ଧ, ଅର୍ଥାତ୍, ସ୍ୱାଧୀନତାର ମୋଶାଙ୍କ ବ୍ୟବସ୍ଥା ପ୍ରତି ନିରୀକ୍ଷଣ କରି ସେଥିରେ ନିବିଷ୍ଟ ଥାଏ, ପୁଣି, ବିସ୍ମରଣକାରୀ ଶ୍ରୋତାମାତ୍ର ନ ହୋଇ ବରଂ କାର୍ଯ୍ୟକାରୀ ହୁଏ, ସେ ଆପଣା କାର୍ଯ୍ୟରେ ଧନ୍ୟ।
Revelation 22:14 in Oriya 14 ଜୀବନ ବୃକ୍ଷର ଅଧିକାରୀ ହେବା ନିମନ୍ତେ ଓ ଦ୍ୱାର ଦେଇ ନଗରୀରେ ପ୍ରବେଶ କରିବା ନିମନ୍ତେ ଯେଉଁମାନେ ଆପଣା ଆପଣା ବସ୍ତ୍ର ଧୌତ କରନ୍ତି, ସେମାନେ ଧନ୍ୟ।