Deuteronomy 33:10 in Oriya 10 ସେମାନେ ଯାକୁବକୁ ତୁମ୍ଭର ଶାସନ ଓ ଇସ୍ରାଏଲକୁ ତୁମ୍ଭର ବ୍ୟବସ୍ଥା ଶିକ୍ଷା ଦେବେ। ସେମାନେ ତୁମ୍ଭ ସମ୍ମୁଖରେ ଧୂପ ଓ ତୁମ୍ଭ ବେଦି ଉପରେ ହୋମବଳି ରଖିବେ।
Other Translations King James Version (KJV) They shall teach Jacob thy judgments, and Israel thy law: they shall put incense before thee, and whole burnt sacrifice upon thine altar.
American Standard Version (ASV) They shall teach Jacob thine ordinances, And Israel thy law: They shall put incense before thee, And whole burnt-offering upon thine altar.
Bible in Basic English (BBE) They will be the teachers of your decisions to Jacob and of your law to Israel: the burning of perfumes before you will be their right, and the ordering of burned offerings on your altar.
Darby English Bible (DBY) They shall teach Jacob thine ordinances, And Israel thy law: They shall put incense before thy nostrils, And whole burnt-offering upon thine altar.
Webster's Bible (WBT) They shall teach Jacob thy judgments, and Israel thy law; they shall put incense before thee, and whole burnt sacrifice upon thy altar.
World English Bible (WEB) They shall teach Jacob your ordinances, Israel your law: They shall put incense before you, Whole burnt offering on your altar.
Young's Literal Translation (YLT) They teach Thy judgments to Jacob, And Thy law to Israel; They put perfume in Thy nose, And whole burnt-offering on Thine altar.
Cross Reference Exodus 30:7 in Oriya 7 ହାରୋଣ ତହିଁ ଉପରେ ସୁଗନ୍ଧି ଧୂପ ଜ୍ୱଳାଇବ, ସେ ପ୍ରତି ପ୍ରଭାତରେ ପ୍ରଦୀପ ପରିଷ୍କାର କରିବା ସମୟରେ ସେହି ଧୂପ ଜ୍ୱଳାଇବ।
Leviticus 1:9 in Oriya 9 ମାତ୍ର ସେ ତାହାର ଅନ୍ତ ଓ ପାଦ ଜଳରେ ଧୌତ କରିବ; ତହୁଁ ଯାଜକ ବେଦି ଉପରେ ତାହାସବୁ ଦଗ୍ଧ କରିବ, ତାହା ହୋମବଳି, ଅର୍ଥାତ୍, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।
Leviticus 1:13 in Oriya 13 ମାତ୍ର ସେ ତାହାର ଅନ୍ତ ଓ ପାଦ ଜଳରେ ଧୌତ କରିବ; ତହୁଁ ଯାଜକ ସେହି ସମସ୍ତ ଉତ୍ସର୍ଗ କରି ବେଦି ଉପରେ ଦଗ୍ଧ କରିବ, ତାହା ହୋମବଳି, ଅର୍ଥାତ୍, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ।
Leviticus 1:17 in Oriya 17 ଆଉ, ପକ୍ଷମୂଳ ଚିରିବ, ମାତ୍ର ଦ୍ୱିଖଣ୍ଡ କରିବ ନାହିଁ; ପୁଣି ଯାଜକ ବେଦି ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ଦଗ୍ଧ କରିବ, ତହିଁରେ ତାହା ହୋମବଳି, ଅର୍ଥାତ୍, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।
Leviticus 9:12 in Oriya 12 ଏଥିଉତ୍ତାରେ ହାରୋଣ ହୋମାର୍ଥକ ବଳି ବଧ କଲେ; ପୁଣି ତାହାଙ୍କର ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣନ୍ତେ, ସେ ବେଦି ଉପରେ ଚାରିଆଡ଼େ ତାହା ସେଚନ କଲେ।
Leviticus 10:11 in Oriya 11 ପୁଣି ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଇସ୍ରାଏଲ ସନ୍ତାନଗଣକୁ ଯେଉଁ ସକଳ ବିଧି ଦେଇଅଛନ୍ତି, ତାହା ସେମାନଙ୍କୁ ଶିକ୍ଷା ଦେଇ ପାରିବ।”
Numbers 16:40 in Oriya 40 ମୋଶାଙ୍କ ଦ୍ୱାରା ସଦାପ୍ରଭୁ ଯେରୂପ କହିଥିଲେ, ତଦନୁସାରେ ଇସ୍ରାଏଲ-ସନ୍ତାନଗଣର ସ୍ମରଣାର୍ଥେ, ଅର୍ଥାତ୍, ହାରୋଣ ବଂଶ ଭିନ୍ନ ଅନ୍ୟ ବଂଶୀୟ କୌଣସି ମନୁଷ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଜାଳିବା ପାଇଁ ଯେପରି ନିକଟକୁ ନ ଯାଏ; ପୁଣି, କୋରହ ଓ ତାହାର ଦଳସ୍ଥ ଲୋକମାନଙ୍କ ପରି ନ ହୁଏ; ଏଥିପାଇଁ ଲୋକେ ଯଜ୍ଞବେଦିର ମଣ୍ଡଣି ନିମନ୍ତେ ତାହାସବୁ ପିଟିଲେ।
Numbers 16:46 in Oriya 46 ତହୁଁ ମୋଶା ହାରୋଣଙ୍କୁ କହିଲେ, “ତୁମ୍ଭେ ଆପଣା ଅଙ୍ଗାରଧାନୀ ନେଇ ତହିଁ ମଧ୍ୟରେ ଯଜ୍ଞବେଦିରୁ ଅଗ୍ନି ଦିଅ, ପୁଣି, ତହିଁ ଉପରେ ଧୂପ ଥୋଇ ଶୀଘ୍ର ମଣ୍ଡଳୀ ନିକଟକୁ ଯାଇ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କର; କାରଣ ସଦାପ୍ରଭୁଙ୍କଠାରୁ କ୍ରୋଧ ନିର୍ଗତ ହୋଇଅଛି; ମହାମାରୀ ଆରମ୍ଭ ହେଲାଣି।”
Deuteronomy 17:9 in Oriya 9 ପୁଣି ତୁମ୍ଭେ ଲେବୀୟ ଯାଜକମାନଙ୍କ ନିକଟକୁ ଓ ସେହି ସମୟର ବିଚାରକର୍ତ୍ତାଙ୍କ ନିକଟକୁ ଯିବ; ଆଉ ତୁମ୍ଭେ ବୁଝିବ; ତହିଁରେ ସେମାନେ ତୁମ୍ଭକୁ ବିଚାରର ନିଷ୍ପତ୍ତି ଜଣାଇବେ;
Deuteronomy 24:8 in Oriya 8 କୁଷ୍ଠ ରୋଗର ଘା' ବିଷୟରେ ସାବଧାନ ହୁଅ, ଲେବୀୟ ଯାଜକମାନେ ତୁମ୍ଭକୁ ଯେଉଁ ସକଳ ଶିକ୍ଷା ଦିଅନ୍ତି, ତଦନୁସାରେ କରିବା ପାଇଁ ଯତ୍ନପୂର୍ବକ ମନୋଯୋଗ କର। ଆମ୍ଭେ ସେମାନଙ୍କୁ ଯେରୂପ ଆଜ୍ଞା ଦେଇଅଛୁ, ସେରୂପ କରିବାକୁ ତୁମ୍ଭେମାନେ ମନୋଯୋଗ କରିବ।
Deuteronomy 31:9 in Oriya 9 ଏଥିଉତ୍ତାରେ ମୋଶା ଏହି ବ୍ୟବସ୍ଥା ଲେଖି ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହକ ଲେବୀୟ ଯାଜକମାନଙ୍କୁ ଓ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗଙ୍କଠାରେ ସମର୍ପଣ କଲେ।
1 Samuel 2:28 in Oriya 28 ଓ ଆମ୍ଭେ କି ଆମ୍ଭ ବେଦି ଉପରକୁ ଯିବାକୁ ଓ ଧୂପ ଜ୍ୱଳାଇବାକୁ ଓ ଆମ୍ଭ ସମ୍ମୁଖରେ ଏଫୋଦ ପରିଧାନ କରିବାକୁ ସମଗ୍ର ଇସ୍ରାଏଲ ଗୋଷ୍ଠୀ ମଧ୍ୟରୁ ତାହାକୁ ଯାଜକ ହେବା ପାଇଁ ମନୋନୀତ କରି ନାହୁଁ ? ଆହୁରି, ଆମ୍ଭେ କି ଇସ୍ରାଏଲ ସନ୍ତାନଗଣର ଅଗ୍ନିକୃତ ସମସ୍ତ ଉପହାର ତୁମ୍ଭ ପିତୃଗୃହକୁ ଦେଇ ନାହୁଁ ?
2 Chronicles 17:8 in Oriya 8 ଆଉ ସେମାନଙ୍କ ସଙ୍ଗେ ଲେବୀୟମାନଙ୍କୁ, ଅର୍ଥାତ୍, ଶମୟୀୟ, ନଥନୀୟ, ସବଦୀୟ, ଅସାହେଲ, ଶମୀରାମୋତ୍, ଯିହୋନାଥନ୍, ଅଦୋନୀୟ, ଟୋବୀୟ ଓ ଟୋବଦୋନୀୟ, ଏହି ଲେବୀୟମାନଙ୍କୁ ଓ ସେମାନଙ୍କ ସଙ୍ଗେ ଇଲୀଶାମା ଓ ଯିହୋରାମ୍ ଯାଜକକୁ ପଠାଇଲେ।
2 Chronicles 26:18 in Oriya 18 ପୁଣି, ସେମାନେ ଉଷୀୟ ରାଜାଙ୍କୁ ନିବାରଣ କରି ତାଙ୍କୁ କହିଲେ, ହେ ଉଷୀୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ପାଇଁ ଆପଣଙ୍କର ଅଧିକାର ନାହିଁ, ମାତ୍ର ହାରୋଣଙ୍କର ସନ୍ତାନ ଯେଉଁ ଯାଜକମାନେ ଧୂପ ଜ୍ୱଳାଇବା ପାଇଁ ପବିତ୍ରୀକୃତ ହୋଇଅଛନ୍ତି, ସେମାନଙ୍କର ଅଧିକାର ଅଟେ; ପବିତ୍ର ସ୍ଥାନରୁ ବାହାରି ଯାଉନ୍ତୁ; ଆପଣ ସତ୍ୟ ଲଙ୍ଘନ କରିଅଛନ୍ତି; ଏହା ସଦାପ୍ରଭୁ ପରମେଶ୍ୱରଙ୍କଠାରୁ ଆପଣଙ୍କ ଗୌରବାର୍ଥେ ହେବ ନାହିଁ।
2 Chronicles 30:22 in Oriya 22 ଆଉ, ଯେଉଁ ସକଳ ଲେବୀୟ ଲୋକ ସଦାପ୍ରଭୁଙ୍କ ସେବାକାର୍ଯ୍ୟରେ ସୁଦକ୍ଷ ଥିଲେ, ସେମାନଙ୍କୁ ହିଜକିୟ ଚିତ୍ତ ପ୍ରବୋଧକ କଥା କହିଲେ। ତହୁଁ ସେମାନେ ପର୍ବର ସାତ ଦିନସାରା ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ଭୋଜନ କଲେ ଓ ସଦାପ୍ରଭୁ ସେମାନଙ୍କ ପୈତୃକ ପରମେଶ୍ୱରଙ୍କ ନିକଟରେ ସ୍ୱୀକାର କଲେ।
Nehemiah 8:1 in Oriya 1 ପୁଣି, ସମସ୍ତ ଲୋକ ଏକ ଉଦ୍ଦେଶ୍ୟରେ ଜଳଦ୍ୱାର ସମ୍ମୁଖସ୍ଥ ଛକରେ ଏକତ୍ରିତ ହେଲେ; ଆଉ, ସଦାପ୍ରଭୁ ଇସ୍ରାଏଲକୁ ମୋଶାଙ୍କର ଯେଉଁ ବ୍ୟବସ୍ଥା-ପୁସ୍ତକ ଆଜ୍ଞା କରିଥିଲେ, ତାହା ଆଣିବା ପାଇଁ ସେମାନେ ଏଜ୍ରା ଅଧ୍ୟାପକକୁ କହିଲେ।
Nehemiah 8:13 in Oriya 13 ପୁଣି, ଦ୍ୱିତୀୟ ଦିନ ସମଗ୍ର ଲୋକଙ୍କର ପିତୃବଂଶୀୟ ପ୍ରଧାନବର୍ଗ, ଯାଜକମାନେ ଓ ଲେବୀୟମାନେ ବ୍ୟବସ୍ଥାର ବାକ୍ୟ ବିବେଚନା କରିବା ନିମନ୍ତେ ଅଧ୍ୟାପକ ଏଜ୍ରା ନିକଟରେ ଏକତ୍ରିତ ହେଲେ।
Nehemiah 8:18 in Oriya 18 ଆହୁରି, ଏଜ୍ରା ପ୍ରଥମ ଦିନଠାରୁ ଶେଷ ଦିନ ପର୍ଯ୍ୟନ୍ତ ପ୍ରତି ଦିନ ପରମେଶ୍ୱରଙ୍କ ବ୍ୟବସ୍ଥା ପୁସ୍ତକରୁ ପାଠ କଲେ। ପୁଣି, ଲୋକମାନେ ସାତ ଦିନ ପର୍ଯ୍ୟନ୍ତ ପର୍ବ ପାଳନ କଲେ; ଆଉ, ବ୍ୟବସ୍ଥାନୁସାରେ ଅଷ୍ଟମ ଦିନ ମହାସଭା ହେଲା।
Psalm 51:19 in Oriya 19 ତେବେ ତୁମ୍ଭେ ଧର୍ମବଳି, ହୋମବଳି ଓ ପୂର୍ଣ୍ଣ ଆହୁତିରେ ସନ୍ତୁଷ୍ଟ ହେବ; ତହୁଁ ଲୋକମାନେ ତୁମ୍ଭ ବେଦି ଉପରେ ବୃଷମାନ ଉତ୍ସର୍ଗ କରିବେ।
Ezekiel 43:27 in Oriya 27 ପୁଣି, ସେମାନେ ସେସକଳ ଦିନ ସମାପ୍ତ କଲା ଉତ୍ତାରେ ଅଷ୍ଟମ ଦିନଠାରୁ ଯାଜକମାନେ ଯଜ୍ଞବେଦି ଉପରେ ତୁମ୍ଭମାନଙ୍କର ହୋମାର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ, ତହିଁରେ ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
Ezekiel 44:23 in Oriya 23 ପୁଣି, ସେମାନେ ଆମ୍ଭ ଲୋକମାନଙ୍କୁ ପବିତ୍ର ଓ ସାମାନ୍ୟର, ଆଉ, ଅଶୁଚି ଓ ଶୁଚିର ପ୍ରଭେଦ ଶିଖାଇବେ।
Hosea 4:6 in Oriya 6 ଆମ୍ଭର ଲୋକମାନେ ଜ୍ଞାନର ଅଭାବ ସକାଶୁ ବିନଷ୍ଟ ହୋଇଅଛନ୍ତି; କାରଣ ତୁମ୍ଭେ ଜ୍ଞାନ ଅଗ୍ରାହ୍ୟ କରିଅଛ, ଆମ୍ଭେ ମଧ୍ୟ ତୁମ୍ଭକୁ ଅଗ୍ରାହ୍ୟ କରିବା, ତହିଁରେ ତୁମ୍ଭେ ଆମ୍ଭର ଯାଜକ ହେବ ନାହିଁ; ତୁମ୍ଭେ ଆପଣା ପରମେଶ୍ୱରଙ୍କ ବ୍ୟବସ୍ଥା ପାସୋରିବାରୁ ଆମ୍ଭେ ମଧ୍ୟ ତୁମ୍ଭ ସନ୍ତାନଗଣକୁ ପାସୋରି ଯିବା।
Malachi 2:6 in Oriya 6 ତାହାର ମୁଖରେ ସତ୍ୟର ବ୍ୟବସ୍ଥା ଥିଲା, ତାହାର ଓଷ୍ଠାଧରରେ ଅନ୍ୟାୟ ଦେଖା ଗଲା ନାହିଁ; ସେ ଶାନ୍ତିରେ ଓ ସରଳତାରେ ଆମ୍ଭ ସଙ୍ଗେ ଗମନାଗମନ କଲା ଓ ଅନେକଙ୍କୁ ଅଧର୍ମରୁ ଫେରାଇଲା।
Matthew 23:2 in Oriya 2 ଶାସ୍ତ୍ରୀ ଓ ଫାରୂଶୀମାନେ ମୋଶାଙ୍କ ବ୍ୟବସ୍ଥାକୁ ବ୍ୟାଖ୍ୟା କରିବାର ଅଧିକାର ପାଇଅଛନ୍ତି।
Luke 1:9 in Oriya 9 ଯାଜକୀୟ କାର୍ଯ୍ୟର ରୀତି ଅନୁଯାୟୀ ଗୁଲିବାଣ୍ଟ ଦ୍ୱାରା ତାହାଙ୍କୁ ପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରି ଧୂପ ଦେବାକୁ ପଡ଼ିଲା,
John 21:15 in Oriya 15 ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ଶିମୋନ ପିତରଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କ'ଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ ? ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ସେ ତାଙ୍କୁ କହିଲେ, ମୋହର ମେଷଶାବକମାନଙ୍କୁ ଚରାଅ।
Hebrews 7:25 in Oriya 25 ଅତଏବ, ତାହାଙ୍କ ଦ୍ୱାରା ଯେଉଁମାନେ ଇଶ୍ବରଙ୍କ ନିକଟବର୍ତ୍ତୀ ହୁଅନ୍ତି, ସେମାନଙ୍କୁ ସେ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ଦେବାକୁ ସକ୍ଷମ ଅଟନ୍ତି, ଯେଣୁ ସେମାନଙ୍କ ନିମନ୍ତେ ନିବେଦନ କରିବା ପାଇଁ ସେ ନିତ୍ୟ ଜୀବିତ।
Hebrews 9:24 in Oriya 24 କାରଣ ପ୍ରକୃତ ବିଷୟର ପ୍ରତିରୂପ ଯେ ହସ୍ତକୃତ ମହାପବିତ୍ର ସ୍ଥାନ, ସେଥିରେ ଖ୍ରୀଷ୍ଟ ପ୍ରବେଶ ନ କରି ବରଂ ଆମ୍ଭମାନଙ୍କ ନିମନ୍ତେ ଏବେ ଇଶ୍ବରଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ସ୍ୱର୍ଗରେ ପ୍ରବେଶ କରିଅଛନ୍ତି।
Revelation 8:3 in Oriya 3 ସେଥିରେ ଆଉ ଜଣେ ଦୂତ ଆସି ବେଦି ନିକଟରେ ଠିଆ ହେଲେ, ତାହାଙ୍କ ହସ୍ତରେ ସୁବର୍ଣ୍ଣ ଧୂପଦାନୀ (ସୁଗନ୍ଧିତ ଧୂପ ପାତ୍ର) ଥିଲା, ପୁଣି, ସିଂହାସନ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦି ଉପରେ ସମସ୍ତ ସାଧୁମାନଙ୍କ ପ୍ରାର୍ଥନା ସହିତ ଅର୍ପଣ କରିବା ନିମନ୍ତେ ତାହାଙ୍କୁ ପ୍ରଚୁର ଧୂପ ଦିଆଗଲା।