Deuteronomy 26:17 in Oriya 17 ତୁମ୍ଭେ ଆଜି ସ୍ୱୀକାର କରିଅଛ ଯେ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ହେବେ ଓ ତୁମ୍ଭେ ତାହାଙ୍କ ପଥରେ ଚାଲିବ ଓ ତାହାଙ୍କ ବିଧି, ଆଜ୍ଞା ଓ ଶାସନ ମାନିବ ଓ ତାହାଙ୍କ ରବରେ କର୍ଣ୍ଣପାତ କରିବ।
Other Translations King James Version (KJV) Thou hast avouched the LORD this day to be thy God, and to walk in his ways, and to keep his statutes, and his commandments, and his judgments, and to hearken unto his voice:
American Standard Version (ASV) Thou hast avouched Jehovah this day to be thy God, and that thou wouldest walk in his ways, and keep his statutes, and his commandments, and his ordinances, and hearken unto his voice:
Bible in Basic English (BBE) Today you have given witness that the Lord is your God, and that you will go in his ways and keep his laws and his orders and his decisions and give ear to his voice:
Darby English Bible (DBY) Thou hast this day accepted Jehovah to be thy God, and to walk in his ways, and keep his statutes, and his commandments, and his ordinances, and to hearken unto his voice;
Webster's Bible (WBT) Thou hast avouched the LORD this day to be thy God, and to walk in his ways, and to keep his statutes, and his commandments, and his judgments, and to hearken to his voice:
World English Bible (WEB) You have declared Yahweh this day to be your God, and that you would walk in his ways, and keep his statutes, and his commandments, and his ordinances, and listen to his voice:
Young's Literal Translation (YLT) Jehovah thou hast caused to promise to-day to become thy God, and to walk in His ways, and to keep His statutes, and His commands, and His judgments, and to hearken to His voice.
Cross Reference Exodus 15:2 in Oriya 2 ସଦାପ୍ରଭୁ ଆମ୍ଭର ବଳ ଓ ଗାନ, ପୁଣି, ସେ ଆମ୍ଭର ପରିତ୍ରାଣ ହୋଇଅଛନ୍ତି; ସେ ଆମ୍ଭର ପରମେଶ୍ୱର, ଆମ୍ଭେ ତାହାଙ୍କର ପ୍ରଶଂସା କରିବା; ସେ ଆମ୍ଭର ପୈତୃକ ପରମେଶ୍ୱର, ଆମ୍ଭେ ତାହାଙ୍କର ଗୁଣାନୁବାଦ କରିବା।
Exodus 20:19 in Oriya 19 ଆଉ ସେମାନେ ମୋଶାଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ସଙ୍ଗେ କଥା କୁହ, ଆମ୍ଭେମାନେ ଶୁଣିବୁ; ମାତ୍ର ପରମେଶ୍ୱର ଆମ୍ଭମାନଙ୍କ ସଙ୍ଗେ କଥା ନ କହନ୍ତୁ, ନୋହିଲେ ଆମ୍ଭେମାନେ ମରିଯିବୁ।”
Exodus 24:7 in Oriya 7 ପୁଣି, ନିୟମ-ପୁସ୍ତକ ନେଇ ଲୋକମାନଙ୍କ କର୍ଣ୍ଣ-ଗୋଚରରେ ପାଠ କଲେ; ତହିଁରେ ସେମାନେ କହିଲେ, “ସଦାପ୍ରଭୁ ଯାହା ଯାହା କହିଅଛନ୍ତି, ତାହା ସବୁ ଆମ୍ଭେମାନେ ପାଳନ କରିବା ଓ ଆଜ୍ଞାବହ ହେବା।”
Deuteronomy 5:2 in Oriya 2 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ହୋରେବରେ ଆମ୍ଭମାନଙ୍କ ସହିତ ଗୋଟିଏ ନିୟମ କଲେ।
Deuteronomy 10:12 in Oriya 12 ଏବେ ହେ ଇସ୍ରାଏଲ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ଭୟ କରିବାର, ତାହାଙ୍କ ସକଳ ପଥରେ ଗମନ କରିବାର ଓ ତାହାଙ୍କୁ ପ୍ରେମ କରିବାର, ପୁଣି ଆପଣାର ସମସ୍ତ ଅନ୍ତଃକରଣ ଓ ଆପଣାର ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସେବା କରିବାର,
Deuteronomy 13:4 in Oriya 4 ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ପଶ୍ଚାଦ୍ଗମନ କରିବ, ତାହାଙ୍କୁ ଭୟ କରିବ, ତାହାଙ୍କ ଆଜ୍ଞାସବୁ ପାଳନ କରିବ, ତାହାଙ୍କ ରବରେ ଅବଧାନ କରିବ ଓ ତାହାଙ୍କ ସେବା କରିବ, ଆଉ ତାହାଙ୍କଠାରେ ଆସକ୍ତ ହେବ।
Deuteronomy 13:18 in Oriya 18 ପୁଣି ମୁଁ ଆଜି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ତୁମ୍ଭକୁ କହୁଅଛି, ତୁମ୍ଭେ ଯେବେ ତାହାଙ୍କ ରବରେ ଅବଧାନ କରି ସେହି ସକଳ ଆଜ୍ଞା ପାଳନ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ତାହା କରିବ, ତେବେ ସେ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଶପଥ କରିଅଛନ୍ତି, ତଦନୁସାରେ ତୁମ୍ଭ ପ୍ରତି କୃପା କରି ତୁମ୍ଭକୁ ବୃଦ୍ଧି କରିବେ।
Deuteronomy 15:5 in Oriya 5 ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାର କରିବା ପାଇଁ ତୁମ୍ଭକୁ ଯେଉଁ ଦେଶ ଦେଇଅଛନ୍ତି, ସେଠାରେ ସେ ନିଶ୍ଚୟ ତୁମ୍ଭକୁ ଆଶୀର୍ବାଦ କରିବେ।
Deuteronomy 30:16 in Oriya 16 ଆଜି ମୁଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବାକୁ, ତାହାଙ୍କ ପଥରେ ଚାଲିବାକୁ ଓ ତାହାଙ୍କ ଆଜ୍ଞା, ବିଧି ଓ ଶାସନ ପାଳିବାକୁ ତୁମ୍ଭକୁ ଯେଉଁ ଆଜ୍ଞା ଦେଉଅଛି, ତାହା କଲେ ତୁମ୍ଭେ ବଞ୍ଚିବ ଓ ବର୍ଦ୍ଧିଷ୍ଣୁ ହେବ, ପୁଣି, ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଆଶୀର୍ବାଦ କରିବେ।
Joshua 22:5 in Oriya 5 ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ଓ ତାହାଙ୍କର ସମସ୍ତ ପଥରେ ଗମନ କରିବାକୁ ଓ ତାହାଙ୍କ ଆଜ୍ଞା ପାଳନ କରିବାକୁ ଓ ତାହାଙ୍କଠାରେ ଆସକ୍ତ ରହିବାକୁ ଓ ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ତାହାଙ୍କୁ ସେବା କରିବାକୁ ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଓ ବ୍ୟବସ୍ଥା ଦେଇଅଛନ୍ତି, ତାହାସବୁ ପାଳନ କରିବାକୁ ଅତିଶୟ ଯତ୍ନବାନ୍ ହୁଅ।”
1 Kings 2:3 in Oriya 3 ତୁମ୍ଭେ ଯାହା ଯାହା କରିବ ଓ ଯେକୌଣସି ସ୍ଥାନକୁ ଯିବ, ସେହିସବୁରେ ଯେପରି କୁଶଳପ୍ରାପ୍ତ ହୁଅ, ଏଥିପାଇଁ ମୋଶାଙ୍କ ବ୍ୟବସ୍ଥାଲିଖିତ ବାକ୍ୟାନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ବିଧି ଓ ଆଜ୍ଞା ଓ ଶାସନ ଓ ପ୍ରମାଣବାକ୍ୟ ପାଳନ କରି ତାହାଙ୍କ ପଥରେ ଚାଲ ଓ ତାହାଙ୍କର ରକ୍ଷଣୀୟ ରକ୍ଷା କର;
2 Chronicles 34:31 in Oriya 31 ପୁଣି, ରାଜା ଆପଣା ସ୍ଥାନରେ ଠିଆ ହୋଇ ସଦାପ୍ରଭୁଙ୍କର ଅନୁଗାମୀ ହେବାକୁ ଓ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କର ଆଜ୍ଞା ଓ ସାକ୍ଷ୍ୟ- କଥା ଓ ବିଧି ପାଳନ କରି ଏହି ପୁସ୍ତକ-ଲିଖିତ ନିୟମ ବାକ୍ୟ ସଫଳ କରିବାକୁ ସଦାପ୍ରଭୁଙ୍କ ସାକ୍ଷାତରେ ନିୟମ କଲେ।
Psalm 147:19 in Oriya 19 ସେ ଯାକୁବ ପ୍ରତି ଆପଣା ବାକ୍ୟ, ଇସ୍ରାଏଲ ପ୍ରତି ଆପଣା ବିଧି ଓ ଶାସନ ପ୍ରକାଶ କରନ୍ତି।
Isaiah 12:2 in Oriya 2 ଦେଖ, ପରମେଶ୍ୱର ଆମ୍ଭର ପରିତ୍ରାଣ; ଆମ୍ଭେ ବିଶ୍ୱାସ କରିବା ଓ ଭୀତ ହେବା ନାହିଁ; କାରଣ ଯିହୋବା ସଦାପ୍ରଭୁ ଆମ୍ଭର ବଳ ଓ ଗାନ; ପୁଣି, ସେ ଆମ୍ଭର ପରିତ୍ରାଣ ହୋଇଅଛନ୍ତି।”
Isaiah 44:5 in Oriya 5 ଏକ ଜଣ କହିବ, ଆମ୍ଭେ ସଦାପ୍ରଭୁଙ୍କର; ଅନ୍ୟ ଜଣ ଯାକୁବ ନାମରେ ଆପଣାକୁ ଖ୍ୟାତ କରିବ; ଆଉ, ଜଣେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱହସ୍ତରେ ସ୍ୱାକ୍ଷର କରିବ ଓ ଇସ୍ରାଏଲୀୟ କୁଳ ନାମରେ ଆପଣାକୁ ପ୍ରସିଦ୍ଧ କରିବ।”
Zechariah 13:9 in Oriya 9 ଆଉ, ସେହି ତୃତୀୟାଂଶକୁ ଆମ୍ଭେ ଅଗ୍ନି ମଧ୍ୟଦେଇ ଆଣିବା ଓ ରୂପା ଯେପରି ପରିଷ୍କୃତ ହୁଏ, ତଦ୍ରୂପ ସେମାନଙ୍କୁ ପରିଷ୍କାର କରିବା, ଆଉ ସୁନା ଯେପରି ପରୀକ୍ଷିତ ହୁଏ, ସେପରି ସେମାନଙ୍କୁ ପରୀକ୍ଷା କରିବା। ସେମାନେ ଆମ୍ଭ ନାମରେ ପ୍ରାର୍ଥନା କରିବେ ଓ ଆମ୍ଭେ ସେମାନଙ୍କର ପ୍ରାର୍ଥନା ଶୁଣିବା। ଆମ୍ଭେ କହିବା, ‘ଏମାନେ ଆମ୍ଭର ଲୋକ' ଆଉ, ସେମାନେ କହିବେ, ‘ସଦାପ୍ରଭୁ ଆମ୍ଭର ପରମେଶ୍ୱର ଅଟନ୍ତି।'”
Acts 27:23 in Oriya 23 ଯେଣୁ ମୁଁ ଯେଉଁ ଈଶ୍ୱରଙ୍କର ଲୋକ, ପୁଣି, ଯାହାଙ୍କର ମଧ୍ୟ ମୁଁ ସେବା କରେ, ତାହାଙ୍କର ଜଣେ ଦୂତ ଏହି ରାତ୍ରିରେ ମୋ ପାଖରେ ଠିଆ ହୋଇ କହିଲେ,
Romans 6:13 in Oriya 13 କିମ୍ବା ଆପଣା ଆପଣାର ଅଙ୍ଗପ୍ରତ୍ୟଙ୍ଗକୁ ଅଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ପାପ ନିକଟରେ ସମର୍ପଣ କର ନାହିଁ, କିନ୍ତୁ ମୃତମାନଙ୍କ ମଧ୍ୟରୁ ଜୀବିତ ହେଲା ପରି ଆପଣା ଆପଣାକୁ ଇଶ୍ବରଙ୍କ ନିକଟରେ ସମର୍ପଣ କର, ପୁଣି, ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ଇଶ୍ବରଙ୍କ ନିକଟରେ ସମର୍ପଣ କର।
1 Corinthians 6:19 in Oriya 19 ଅବା ତୁମ୍ଭମାନଙ୍କ ଶରୀର ଯେ ଈଶ୍ୱରଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କ'ଣ ଜାଣ ନାହିଁ ? ଆଉ, ତୁମ୍ଭେମାନେ ନିଜେ ନିଜର ନୁହଁ;
2 Corinthians 8:5 in Oriya 5 ଏଥିରେ ସେମାନେ ଯେ କେବଳ ଆମ୍ଭମାନଙ୍କ ଆଶାନୁସାରେ କଲେ, ତାହା ନୁହେଁ, ମାତ୍ର ଇଶ୍ବରଙ୍କ ଇଚ୍ଛା ଦ୍ୱାରା ଚାଳିତ ହୋଇ ପ୍ରଥମେ ଆପଣା ଆପଣାକୁ ପ୍ରଭୁଙ୍କ ନିକଟରେ ଏବଂ ଆମ୍ଭମାନଙ୍କ ନିକଟରେ ସମର୍ପଣ କଲେ।