Daniel 6:22 in Oriya 22 ମୋର ପରମେଶ୍ୱର ଆପଣା ଦୂତ ପଠାଇ ସିଂହମାନଙ୍କ ମୁଖ ବନ୍ଦ କରିଅଛନ୍ତି ଓ ସେମାନେ ମୋର କ୍ଷତି କରି ନାହାନ୍ତି; କାରଣ ତାହାଙ୍କ ଛାମୁରେ ମୋର ନିର୍ଦ୍ଦୋଷତା ଦେଖାଗଲା; ପୁଣି, ହେ ମହାରାଜ, ମୁଁ ଆପଣଙ୍କ ସାକ୍ଷାତରେ ହିଁ କୌଣସି କ୍ଷତି କରି ନାହିଁ।
Other Translations King James Version (KJV) My God hath sent his angel, and hath shut the lions' mouths, that they have not hurt me: forasmuch as before him innocency was found in me; and also before thee, O king, have I done no hurt.
American Standard Version (ASV) My God hath sent his angel, and hath shut the lions' mouths, and they have not hurt me; forasmuch as before him innocency was found in me; and also before thee, O king, have I done no hurt.
Bible in Basic English (BBE) Then Daniel said to the king, O King, have life for ever.
Darby English Bible (DBY) My God hath sent his angel, and hath shut the lions' mouths, that they have not hurt me; forasmuch as before him innocence was found in me; and also before thee, O king, have I done no hurt.
World English Bible (WEB) My God has sent his angel, and has shut the lions' mouths, and they have not hurt me; because as before him innocence was found in me; and also before you, O king, have I done no hurt.
Young's Literal Translation (YLT) my God hath sent His messenger, and hath shut the lions' mouths, and they have not injured me: because that before Him purity hath been found in me; and also before thee, O king, injury I have not done.'
Cross Reference Genesis 40:15 in Oriya 15 କାରଣ ଏବ୍ରୀୟମାନଙ୍କ ଦେଶରୁ ଲୋକମାନେ ମୋତେ ନିତାନ୍ତ ଚୋରି କରି ଆଣିଅଛନ୍ତି; ପୁଣି, ଏହି ସ୍ଥାନରେ ମଧ୍ୟ ମୁଁ କିଛି କରି ନାହିଁ, ତଥାପି ସେମାନେ ମୋତେ ଏହି କାରାକୂପରେ ବନ୍ଦ କରିଅଛନ୍ତି।
Numbers 20:16 in Oriya 16 ସେହି ସମୟରେ ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କ୍ରନ୍ଦନ କରନ୍ତେ, ସେ ଆମ୍ଭମାନଙ୍କ ରବ ଶୁଣିଲେ, ପୁଣି, ଏକ ଦୂତ ପଠାଇ ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ; ଆଉ ଦେଖ, ଏବେ ଆମ୍ଭେମାନେ ତୁମ୍ଭ ଦେଶର ପ୍ରାନ୍ତସ୍ଥିତ କାଦେଶ ନଗରରେ ଅଛୁ;
1 Samuel 17:37 in Oriya 37 ଆହୁରି ଦାଉଦ କହିଲେ, ଯେଉଁ ସଦାପ୍ରଭୁ ସିଂହ ହାତରୁ ଓ ଭାଲୁ ହାତରୁ ମୋତେ ରକ୍ଷା କରିଅଛନ୍ତି; ସେ ଏହି ପଲେଷ୍ଟୀୟ ହାତରୁ ମୋତେ ରକ୍ଷା କରିବେ। ଏଥିରେ ଶାଉଲ ଦାଉଦଙ୍କୁ କହିଲେ, ଯାଅ, ସଦାପ୍ରଭୁ ତୁମ୍ଭର ସଙ୍ଗୀ ହେବେ।
1 Samuel 24:9 in Oriya 9 ଆଉ ଦାଉଦ ଶାଉଲଙ୍କୁ କହିଲେ, ଦେଖନ୍ତୁ, ଦାଉଦ ଆପଣଙ୍କର ଅନିଷ୍ଟ ଚାହୁଁଅଛି, ଲୋକମାନଙ୍କର ଏପରି କଥା ଆପଣ କାହିଁକି ଶୁଣୁଅଛନ୍ତି ?
1 Samuel 26:18 in Oriya 18 ଆହୁରି ସେ କହିଲେ, ମୋର ପ୍ରଭୁ ଆପଣା ଦାସ ପଛେ ପଛେ କାହିଁକି ଗୋଡ଼ାଇଅଛନ୍ତି ? ମୁଁ କଅଣ କରିଅଛି ? ଅବା ମୋ' ହାତରେ କେଉଁ ମନ୍ଦତା ଅଛି ?
2 Samuel 22:7 in Oriya 7 ମୋହର ସଙ୍କଟ ବେଳେ ମୁଁ ସଦାପ୍ରଭୁଙ୍କୁ ଡାକିଲି, ହଁ, ମୁଁ ଆପଣା ପରମେଶ୍ୱରଙ୍କୁ ଡାକିଲି; ତହୁଁ ସେ ଆପଣା ମନ୍ଦିରରେ ଥାଇ ମୋହର ରବ ଶୁଣିଲେ ଓ ମୋହର ଆର୍ତ୍ତନାଦ ତାହାଙ୍କ କର୍ଣ୍ଣରେ ଉପସ୍ଥିତ ହେଲା।
2 Chronicles 32:21 in Oriya 21 ତହିଁରେ ସଦାପ୍ରଭୁ ଏକ ଦୂତ ପ୍ରେରଣ କରି ଅଶୂର ରାଜାର ଛାଉଣି ମଧ୍ୟରେ ମହାବିକ୍ରମଶାଳୀ ଲୋକ ସମସ୍ତଙ୍କୁ, ଆଉ ପ୍ରଧାନ ଓ ସେନାପତିମାନଙ୍କୁ ଉଚ୍ଛିନ୍ନ କଲେ। ତହିଁରେ ସେ ଲଜ୍ଜିତମୁଖ ହୋଇ ଆପଣା ଦେଶକୁ ଫେରିଗଲା। ତହିଁ ଉତ୍ତାରେ ସେ ଆପଣା ଦେବ-ମନ୍ଦିରକୁ ଆସନ୍ତେ, ତାହାର କେତେକ ଔରସଜାତ ସେଠାରେ ତାହାକୁ ଖଡ଼୍ଗରେ ବଧ କଲେ।
Psalm 7:1 in Oriya 1 ଦାଉଦଙ୍କର ଶିଗାୟୋନ, ଏହି ଗୀତ ସେ ବିନ୍ୟାମୀନୀୟ କୂଶର କଥା ବିଷୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିଥିଲେ। ହେ ସଦାପ୍ରଭୁ ମୋ' ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନେଉଅଛି; ମୋ' ପଛେ ଗୋଡ଼ାଇବା ସମସ୍ତ ଲୋକଠାରୁ ମୋତେ ରକ୍ଷା କର ଓ ଉଦ୍ଧାର କର,
Psalm 18:19 in Oriya 19 ମଧ୍ୟ ସେ ମୋତେ ବାହାର କରି ପ୍ରଶସ୍ତ ସ୍ଥାନକୁ ଆଣିଲେ; ସେ ମୋ'ଠାରେ ସନ୍ତୁଷ୍ଟ ହେବାରୁ ମୋତେ ଉଦ୍ଧାର କଲେ।
Psalm 26:6 in Oriya 6 ହେ ସଦାପ୍ରଭୁ, ଯେପରି ମୁଁ ଧନ୍ୟବାଦ-ସ୍ୱର ଶୁଣାଇବି ଓ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟାସକଳ ବର୍ଣ୍ଣନା କରିବି,
Psalm 31:14 in Oriya 14 ମାତ୍ର ହେ ସଦାପ୍ରଭୁ, ମୁଁ ତୁମ୍ଭଠାରେ ଶରଣ ନିଏ; ମୁଁ କହିଲି, “ତୁମ୍ଭେ ମୋହର ପରମେଶ୍ୱର।”
Psalm 34:7 in Oriya 7 ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ତାହାଙ୍କର ଦୂତ ସେମାନଙ୍କ ଚାରିଆଡ଼େ ଛାଉଣି କରି ସେମାନଙ୍କୁ ଉଦ୍ଧାର କରନ୍ତି।
Psalm 38:21 in Oriya 21 ହେ ସଦାପ୍ରଭୁ, ମୋତେ ପରିତ୍ୟାଗ କର ନାହିଁ; ହେ ମୋହର ପରମେଶ୍ୱର, ମୋ'ଠାରୁ ଦୂରବର୍ତ୍ତୀ ହୁଅ ନାହିଁ।
Psalm 84:11 in Oriya 11 କାରଣ ସଦାପ୍ରଭୁ ପରମେଶ୍ୱର ସୂର୍ଯ୍ୟ ଓ ଢାଲ ଅଟନ୍ତି; ସଦାପ୍ରଭୁ ଅନୁଗ୍ରହ ଓ ଗୌରବ ଦେବେ; ସେ ସରଳାଚାରୀମାନଙ୍କଠାରୁ କୌଣସି ମଙ୍ଗଳ ବିଷୟ ଅଟକାଇବେ ନାହିଁ।
Psalm 91:11 in Oriya 11 କାରଣ ସେ ତୁମ୍ଭର ସବୁ ଗତିରେ ତୁମ୍ଭକୁ ରକ୍ଷା କରିବା ପାଇଁ ଆପଣା ଦୂତଗଣକୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ।
Psalm 118:28 in Oriya 28 ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି; ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭର ପ୍ରତିଷ୍ଠା କରିବି।
Isaiah 3:10 in Oriya 10 ତୁମ୍ଭେମାନେ ଧାର୍ମିକର ବିଷୟରେ କୁହ ଯେ, ତାହାର ମଙ୍ଗଳ ହେବ, ଯେହେତୁ ସେମାନେ ଆପଣା ଆପଣା କର୍ମର ଫଳ ଭୁଞ୍ଜିବେ।
Isaiah 63:9 in Oriya 9 ସେମାନଙ୍କର ସବୁ ଦୁଃଖରେ ସେ ଦୁଃଖିତ ହେଲେ ଓ ତାହାଙ୍କର ଶ୍ରୀମୁଖ ସ୍ୱରୂପ ଦୂତ ସେମାନଙ୍କୁ ପରିତ୍ରାଣ କଲେ; ସେ ଆପଣା ପ୍ରେମ ଓ ଆପଣା ଦୟାରେ ସେମାନଙ୍କୁ ମୁକ୍ତ କଲେ ଓ ପୁରାତନ କାଳର ସମସ୍ତ ଦିନ ସେମାନଙ୍କୁ ବହନ କଲେ।
Daniel 3:28 in Oriya 28 ନବୂଖଦ୍ନିତ୍ସର କହିଲା, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ୱର ଧନ୍ୟ, ଯେହେତୁ ସେ ଆପଣା ଦୂତ ପଠାଇଲେ ଓ ତାହାଙ୍କର ଯେଉଁ ଦାସମାନେ ତାହାଙ୍କଠାରେ ବିଶ୍ୱାସ କଲେ ଓ ଆପଣାମାନଙ୍କର ପରମେଶ୍ୱର ବ୍ୟତୀତ ଯେପରି ଅନ୍ୟ କୌଣସି ଦେବତାକୁ ସେବା କିମ୍ବା ପ୍ରଣାମ ନ କରିବେ, ଏଥିପାଇଁ ରାଜାର ବାକ୍ୟ ଅନ୍ୟଥା କରି ଆପଣା ଆପଣା ଶରୀର ସମର୍ପଣ କଲେ, ସେ ସେମାନଙ୍କୁ ଉଦ୍ଧାର କଲେ।
Daniel 6:20 in Oriya 20 ପୁଣି, ସେ ଗର୍ତ୍ତ ନିକଟରେ ଦାନିୟେଲଙ୍କ ପାଖରେ ଉପସ୍ଥିତ ହୋଇ ବିଳାପ ସ୍ୱରରେ ଡାକିଲା; ରାଜା ଦାନିୟେଲଙ୍କୁ କହିଲା, ହେ ଜୀବିତ ପରମେଶ୍ୱରଙ୍କ ସେବକ ଦାନିୟେଲ, ତୁମ୍ଭେ ନିତ୍ୟ ନିତ୍ୟ ଯାହାଙ୍କର ସେବା କରୁଅଛ, ତୁମ୍ଭର ସେହି ପରମେଶ୍ୱର ସିଂହମାନଙ୍କଠାରୁ ତୁମ୍ଭଙ୍କୁ ଉଦ୍ଧାର କରିବାକୁ କି ସମର୍ଥ ଅଟନ୍ତି ?
Daniel 6:23 in Oriya 23 ତହିଁରେ ରାଜା ଅତିଶୟ ଆନନ୍ଦିତ ହୋଇ ଦାନିୟେଲଙ୍କୁ ଗର୍ତ୍ତରୁ ଉଠାଇ ଆଣିବାକୁ ଆଜ୍ଞା ଦେଲା। ତହୁଁ ଦାନିୟେଲ ଗର୍ତ୍ତରୁ ଉଠାଗଲେ ଓ ତାଙ୍କ ଶରୀରରେ କୌଣସି ପ୍ରକାର କ୍ଷତ ଦେଖା ନ ଗଲା, କାରଣ ସେ ଆପଣା ପରମେଶ୍ୱରଙ୍କଠାରେ ବିଶ୍ୱାସ କରିଥିଲେ।
Micah 7:7 in Oriya 7 ମାତ୍ର ମୁଁ ସଦାପ୍ରଭୁଙ୍କ ପ୍ରତି ଦୃଷ୍ଟି ରଖିବି; ମୋ' ପରିତ୍ରାଣର ପରମେଶ୍ୱରଙ୍କ ପାଇଁ ମୁଁ ଅପେକ୍ଷା କରିବି; ମୋ' ପରମେଶ୍ୱର ମୋର କଥା ଶୁଣିବେ।
Matthew 27:46 in Oriya 46 ଆଉ ପ୍ରାୟ ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, ଏଲୀ, ଏଲୀ, ଲାମା ସବକ୍ଥାନୀ ? ଅର୍ଥାତ୍, ହେ ମୋହର ଈଶ୍ୱର, ହେ ମୋହର ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ ?
John 20:17 in Oriya 17 ଯୀଶୁ ତାଙ୍କୁ କହିଲେ, ମୋତେ ଧରି ରଖ ନାହିଁ, କାରଣ ମୁଁ ଏପର୍ଯ୍ୟନ୍ତ ପିତାଙ୍କ ନିକଟକୁ ଆରୋହଣ କରି ନାହିଁ; କିନ୍ତୁ ମୋର ଭାଇମାନଙ୍କ ନିକଟକୁ ଯାଇ ସେମାନଙ୍କୁ କୁହ, ମୁଁ ମୋହର ପିତା ଓ ତୁମ୍ଭମାନଙ୍କର ପିତା, ମୋହର ଈଶ୍ୱର ଓ ତୁମ୍ଭମାନଙ୍କର ଇଶ୍ବରଙ୍କ ନିକଟକୁ ଆରୋହଣ କରୁଅଛି।
Acts 12:11 in Oriya 11 ସେତେବେଳେ ପିତର ସଚେତନ ହୋଇ କହିଲେ, ପ୍ରଭୁ ଯେ ଆପଣା ଦୂତଙ୍କୁ ପଠାଇ ହେରୋଦଙ୍କ ହସ୍ତରୁ ଓ ଯିହୂଦୀ ଲୋକମାନଙ୍କ ସମସ୍ତ ଆକାଂକ୍ଷାରୁ ମୋତେ ଉଦ୍ଧାର କରିଅଛନ୍ତି, ଏହା ମୁଁ ଏବେ ନିଶ୍ଚୟ ଜାଣିଲି।
Acts 24:16 in Oriya 16 ଏ ହେତୁରୁ ମୁଁ ମଧ୍ୟ ନିଜେ ସର୍ବଦା ଇଶ୍ବରଙ୍କ ଓ ମନୁଷ୍ୟର ପ୍ରତି ନିର୍ଦ୍ଦୋଷ ବିବେକ ରକ୍ଷା କରିବାକୁ ଯତ୍ନ କରୁଥାଏ।
Acts 25:8 in Oriya 8 ସେଥିରେ ପାଉଲ ଆପଣା ପକ୍ଷ ସମର୍ଥନ କରି କହିଲେ, ଯିହୂଦୀମାନଙ୍କ ମୋଶାଙ୍କ ବ୍ୟବସ୍ଥା କି ମନ୍ଦିର କି କାଇସରଙ୍କ ବିରୁଦ୍ଧରେ ମୁଁ କୌଣସି ଅପରାଧ କରି ନାହିଁ।
Acts 27:23 in Oriya 23 ଯେଣୁ ମୁଁ ଯେଉଁ ଈଶ୍ୱରଙ୍କର ଲୋକ, ପୁଣି, ଯାହାଙ୍କର ମଧ୍ୟ ମୁଁ ସେବା କରେ, ତାହାଙ୍କର ଜଣେ ଦୂତ ଏହି ରାତ୍ରିରେ ମୋ ପାଖରେ ଠିଆ ହୋଇ କହିଲେ,
2 Corinthians 1:12 in Oriya 12 ଜଗତରେ, ବିଶେଷତଃ ତୁମ୍ଭମାନଙ୍କ ପ୍ରତି, ଆମ୍ଭେମାନେ ସାଂସାରିକ ଜ୍ଞାନରେ ଆଚରଣ ନ କରି ବରଂ ଇଶ୍ବରଙ୍କ ଅନୁଗ୍ରହରେ, ତାହାଙ୍କ ପବିତ୍ର ଓ ସରଳ ଭାବଅନୁସାରେ ଆଚରଣ କରିଥିଲୁ ବୋଲି ଆମ୍ଭମାନଙ୍କର ବିବେକ ଯେ ସାକ୍ଷ୍ୟ ଦେଉଅଛି, ଏହା ଆମ୍ଭମାନଙ୍କ ଦର୍ପର ବିଷୟ।
2 Timothy 4:17 in Oriya 17 କିନ୍ତୁ ପ୍ରଭୁ ମୋହର ସପକ୍ଷ ହୋଇ ମୋତେ ବଳବାନ୍ କଲେ, ପୁଣି, ମୁଁ ସିଂହ ମୁଖରୁ ରକ୍ଷା ପାଇଲି, ଯେପରି ମୋ ଦ୍ୱାରା ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାରିତ ହୋଇ ପାରେ ଓ ଅଣଯିହୂଦୀ ସମସ୍ତେ ତାହା ଶୁଣି ପାରନ୍ତି;
Hebrews 11:33 in Oriya 33 ବିଶ୍ୱାସ ଦ୍ୱାରା ସେମାନେ ରାଜ୍ୟଗୁଡ଼ିକ ଜୟ କଲେ, ଧର୍ମ ସାଧନ କଲେ, ପ୍ରତିଜ୍ଞାର ଫଳପ୍ରାପ୍ତ ହେଲେ, ସିଂହମାନଙ୍କ ମୁଖ ବନ୍ଦ କଲେ,
1 John 3:19 in Oriya 19 ତାହା କଲେ, ଆମ୍ଭେମାନେ ଯେ ସତ୍ୟର ସନ୍ତାନ, ଏହା ଜାଣିବା,