Daniel 11:45 in Oriya 45 ପୁଣି, ସେ ସମୁଦ୍ର ଓ ରମ୍ୟ ପବିତ୍ର ପର୍ବତର ମଧ୍ୟରେ ଆପଣା ରାଜକୀୟ ତମ୍ବୁ ସ୍ଥାପନ କରିବ; ତଥାପି ତାହାର ଅନ୍ତିମ କାଳ ଉପସ୍ଥିତ ହେବ, ଆଉ କେହି ତାହାର ସାହାଯ୍ୟ କରିବ ନାହିଁ।
Other Translations King James Version (KJV) And he shall plant the tabernacles of his palace between the seas in the glorious holy mountain; yet he shall come to his end, and none shall help him.
American Standard Version (ASV) And he shall plant the tents of his palace between the sea and the glorious holy mountain; yet he shall come to his end, and none shall help him.
Bible in Basic English (BBE) He will put the tents of his great house between the sea and the beautiful holy mountain: but he will come to his end with no helper.
Darby English Bible (DBY) And he shall plant the tents of his palace between the sea and the mountain of holy beauty; and he shall come to his end, and there shall be none to help him.
World English Bible (WEB) He shall plant the tents of his palace between the sea and the glorious holy mountain; yet he shall come to his end, and none shall help him.
Young's Literal Translation (YLT) and he planteth the tents of his palace between the seas and the holy desirable mountain, and hath come unto his end, and there is no helper to him.
Cross Reference Psalm 48:2 in Oriya 2 ଉତ୍ତର ଦିଗସ୍ଥ ସିୟୋନ ପର୍ବତ ଉଚ୍ଚତାରେ ମନୋହର, ସମଗ୍ର ପୃଥିବୀର ଆନନ୍ଦଜନକ, ମହାରାଜଙ୍କର ନଗର।
Isaiah 2:2 in Oriya 2 ଶେଷ କାଳରେ ଏରୂପ ଘଟିବ, ସଦାପ୍ରଭୁଙ୍କ ଗୃହର ପର୍ବତ, ପର୍ବତଗଣର ଶିଖର ଉପରେ ସ୍ଥାପିତ ହେବ ଓ ଉପପର୍ବତଗଣ ଅପେକ୍ଷା ଉଚ୍ଚୀକୃତ ହେବ; ଆଉ, ସମୁଦାୟ ଗୋଷ୍ଠୀ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ।
Isaiah 14:13 in Oriya 13 ପୁଣି, ତୁମ୍ଭେ ମନେ ମନେ କହିଥିଲ, ଆମ୍ଭେ ସ୍ୱର୍ଗାରୋହଣ କରିବା, ଆମ୍ଭେ ପରମେଶ୍ୱରଙ୍କ ନକ୍ଷତ୍ରଗଣର ଉର୍ଦ୍ଧ୍ୱରେ ଆପଣା ସିଂହାସନ ଉଚ୍ଚୀକୃତ କରିବା; ଆମ୍ଭେ ଉତ୍ତର ଦିଗର ପ୍ରାନ୍ତସ୍ଥିତ ସମାଗମ ପର୍ବତରେ ଉପବିଷ୍ଟ ହେବା;
Ezekiel 38:22 in Oriya 22 ପୁଣି, ଆମ୍ଭେ ମହାମାରୀ ଓ ରକ୍ତ ଦ୍ୱାରା ତାହା ବିରୁଦ୍ଧରେ ପ୍ରତିବାଦ କରିବା; ଆଉ, ଆମ୍ଭେ ତାହା ଉପରେ ଓ ତାହାର ସୈନ୍ୟଦଳର ଉପରେ ଓ ତାହାର ସଙ୍ଗୀ ଅନେକ ଗୋଷ୍ଠୀର ଉପରେ ପ୍ଳାବନକାରୀ ବୃଷ୍ଟି, ବୃହତ୍ ବୃହତ୍ ଶିଳା, ଅଗ୍ନି ଓ ଗନ୍ଧକ ବର୍ଷାଇବା।
Ezekiel 39:2 in Oriya 2 ପୁଣି, ଆମ୍ଭେ ତୁମ୍ଭକୁ ବୁଲାଇବା ଓ ତୁମ୍ଭକୁ କଢ଼ାଇ ନେବା, ଆଉ ଉତ୍ତର ଦିଗର ପ୍ରାନ୍ତ ଭାଗରୁ ତୁମ୍ଭକୁ ଅଣାଇବା; ଆଉ, ଆମ୍ଭେ ଇସ୍ରାଏଲର ପର୍ବତସମୂହର ଉପରକୁ ତୁମ୍ଭକୁ ଆଣିବା;
Daniel 2:35 in Oriya 35 ଏଥିରେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ଓ ସୁନା ଏକ ସଙ୍ଗରେ ଖଣ୍ଡ ଖଣ୍ଡ ହୋଇ ଭଙ୍ଗା ଗଲା, ଆଉ ଗ୍ରୀଷ୍ମକାଳୀନ ଖଳାର ତୁଷ ପରି ହେଲା; ଆଉ, ବାୟୁ ସେସବୁକୁ ଉଡ଼ାଇ ନେଇଗଲା ଓ ସେସବୁର ପାଇଁ ଆଉ ସ୍ଥାନ ମିଳିଲା ନାହିଁ; ପୁଣି, ସେହି ପ୍ରତିମାକୁ ଆଘାତ କଲା ଯେଉଁ ପ୍ରସ୍ତର, ତାହା ବଢ଼ି ଏକ ମହାପର୍ବତ ହେଲା, ଆଉ ସମୁଦାୟ ପୃଥିବୀକୁ ପରିପୂର୍ଣ୍ଣ କଲା।
Daniel 7:26 in Oriya 26 ମାତ୍ର ବିଚାର-ସଭା ବସିବ ଓ ସେମାନେ ଶେଷ ପର୍ଯ୍ୟନ୍ତ ତାହାର କର୍ତ୍ତୃତ୍ୱର କ୍ଷୟ ଓ ବିନାଶ କରିବା ପାଇଁ ତାହାଠାରୁ ତାହା ନେବେ।
Daniel 8:25 in Oriya 25 ପୁଣି, ଆପଣା କୌଶଳ ଦ୍ୱାରା ତାହାର ହସ୍ତରେ ଛଳ ସଫଳ ହେବ ଓ ସେ ଆପଣା ଅନ୍ତଃକରଣରେ ନିଜକୁ ବଡ଼ାଇ କରିବ ଓ ସେମାନଙ୍କ ନିରାପଦ କାଳରେ ଅନେକଙ୍କୁ ବିନାଶ କରିବ; ଆହୁରି, ସେ ଅଧିପତିଗଣର ଅଧିପତିଙ୍କ ପ୍ରତିକୂଳରେ ଠିଆ ହେବ; ମାତ୍ର ସେ ବିନା ହସ୍ତରେ ଭଗ୍ନ ହେବ।
Daniel 11:16 in Oriya 16 ମାତ୍ର ଯେ ତାହାର ବିରୁଦ୍ଧରେ ଆସିବ, ସେ ସ୍ଵେଚ୍ଛାନୁସାରେ କାର୍ଯ୍ୟ କରିବ ଓ ତାହା ସାକ୍ଷାତରେ କେହି ଠିଆ ହେବ ନାହିଁ; ଆଉ, ସେ ରମ୍ୟ (ଇସ୍ରାଏଲ) ଦେଶରେ ଠିଆ ହେବ ଓ ତାହାର ହସ୍ତରେ ବିନାଶ ରହିବ।
Daniel 11:41 in Oriya 41 ସେ ମଧ୍ୟ ରମ୍ୟ (ଇସ୍ରାଏଲ) ଦେଶରେ ପ୍ରବେଶ କରିବ, ତହିଁରେ ଅନେକ ଦେଶ ପରାସ୍ତ ହେବ; ମାତ୍ର ଇଦୋମ ଓ ମୋୟାବ ଓ ଅମ୍ମୋନ-ସନ୍ତାନଗଣର ଶ୍ରେଷ୍ଠାଂଶ ତାହାର ହସ୍ତରୁ ରକ୍ଷା ପାଇବେ।
Joel 2:20 in Oriya 20 ମାତ୍ର ଆମ୍ଭେ ତୁମ୍ଭମାନଙ୍କ ନିକଟରୁ ଉତ୍ତର ଦେଶୀୟ ସୈନ୍ୟଦଳକୁ ଦୂର କରିବା, ପୁଣି ସେମାନଙ୍କୁ ଶୁଷ୍କ ଓ ଧ୍ୱଂସିତ ଦେଶକୁ ତଡ଼ି ଦେଇ ସେମାନଙ୍କର ଅଗ୍ରଭାଗ ପୂର୍ବ ସମୁଦ୍ର ଆଡ଼େ, ଆଉ ସେମାନଙ୍କର ପଶ୍ଚାଦ୍ଭାଗ ପଶ୍ଚିମ ସମୁଦ୍ର ଆଡ଼େ ତଡ଼ି ଦେବା; ତହିଁରେ ସେମାନଙ୍କର ଦୁର୍ଗନ୍ଧ ଉଠିବ ଓ କୁବାସ ନିର୍ଗତ ହେବ, କାରଣ ସେ ମହତ୍ କର୍ମମାନ କରିଅଛନ୍ତି।”
Micah 4:2 in Oriya 2 ପୁଣି, ଅନେକ ଗୋଷ୍ଠୀ ଯାଉ ଯାଉ କହିବେ, ତୁମ୍ଭେମାନେ ଆସ, ସଦାପ୍ରଭୁଙ୍କ ପର୍ବତକୁ, ଯାକୁବର ପରମେଶ୍ୱରଙ୍କ ଗୃହକୁ ଆମ୍ଭେମାନେ ଯାଉ; ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା। କାରଣ ସିୟୋନଠାରୁ ବ୍ୟବସ୍ଥା ଓ ଯିରୂଶାଲମଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ।
Zechariah 14:8 in Oriya 8 ପୁଣି, ସେହି ଦିନ ଯିରୂଶାଲମରୁ ଅମୃତ ଜଳ ନିର୍ଗତ ହେବ; ତହିଁର ଅର୍ଦ୍ଧେକ ପୂର୍ବ ସମୁଦ୍ର ଆଡ଼େ ଓ ଅର୍ଦ୍ଧେକ ପଶ୍ଚିମ ସମୁଦ୍ର ଆଡ଼େ ଯିବ; ଗ୍ରୀଷ୍ମକାଳରେ ଓ ଶୀତକାଳରେ ତାହା ରହିବ।
2 Thessalonians 2:4 in Oriya 4 ଏ ସେହି ଅଧର୍ମ ପୁରୁଷ ଯେ ପୂଜିତ କିମ୍ବା ଇଶ୍ବରଙ୍କ ବିରୋଧ କରେ ଏବଂ ସମସ୍ତଙ୍କଠାରୁ ନିଜକୁ ଅଧିକ ପ୍ରଶଂସା କରେ, ଏପରିକି ଇଶ୍ବରଙ୍କ ମନ୍ଦିରରେ ବସି ସେ ଆପଣାକୁ ଈଶ୍ୱର ବୋଲି ଦେଖାଏ।
2 Thessalonians 2:8 in Oriya 8 ସେତେବେଳେ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବ, ତାହାକୁ ପ୍ରଭୁ ଯୀଶୁ ଆପଣା ମୁଖର ନିଶ୍ୱାସ ଦ୍ୱାରା ସଂହାର କରିବେ ଓ ଆପଣା ଆଗମନର ପ୍ରକାଶ ଦ୍ୱାରା ବିନାଶ କରିବେ।
Revelation 13:10 in Oriya 10 କେହି ଯଦି ବନ୍ଦୀ କରିନିଏ, ତାହାହେଲେ ସେ ବନ୍ଦୀ ହୋଇଯିବ; କେହି ଯଦି ଖଡ଼୍ଗ ଦ୍ୱାରା ବଧ କରେ, ତାହାହେଲେ ତାହାକୁ ନିଶ୍ଚୟ ଖଡ଼୍ଗ ଦ୍ୱାରା ବଧ କରାଯିବ। ଏହି ସ୍ଥଳରେ ସାଧୁମାନଙ୍କର ଧୖେର୍ଯ୍ୟ ଓ ବିଶ୍ୱାସ ଆବଶ୍ୟକ।
Revelation 14:14 in Oriya 14 ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଶୁଭ୍ରବର୍ଣ୍ଣ ଖଣ୍ଡେ ମେଘ, ତହିଁ ଉପରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ଉପବିଷ୍ଟ, ତାହାଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ଓ ହସ୍ତରେ ତୀକ୍ଷ୍ଣ ଦାଆ।
Revelation 19:19 in Oriya 19 ପରେ ମୁଁ ପଶୁକୁ ଏବଂ ପୃଥିବୀର ରାଜାମାନଙ୍କୁ ଓ ସେମାନଙ୍କର ସୈନ୍ୟବାହିନୀକୁ ସେହି ଅଶ୍ୱାରୋହୀ ଓ ତାହାଙ୍କ ସୈନ୍ୟବାହିନୀଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ଏକତ୍ର ହୋଇଥିବାର ଦେଖିଲି।
Revelation 20:2 in Oriya 2 ସେ ସେହି ସର୍ପ, ସେହି ପୁରାତନ ନାଗ, ଅର୍ଥାତ୍ ଦିଆବଳ ଓ ଶୟତାନକୁ ଧରି ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ବାନ୍ଧି ପକାଇଲେ,
Revelation 20:9 in Oriya 9 ସେମାନେ ପୃଥିବୀର ପ୍ରଶସ୍ତ ସ୍ଥାନରେ ବିସ୍ତାରିତ ହୋଇ ସାଧୁମାନଙ୍କ ଶିବିର ଓ ପ୍ରିୟତମା ନଗରୀକୁ ବେଷ୍ଟନ କଲେ। ସେତେବେଳେ ସ୍ୱର୍ଗରୁ ଅଗ୍ନି ପଡ଼ି ସେମାନଙ୍କୁ ଗ୍ରାସ କଲା।