Amos 8:2 in Oriya 2 ପୁଣି, ସେ କହିଲେ, “ହେ ଆମୋଷ, ତୁମ୍ଭେ କଅଣ ଦେଖୁଅଛ ?” ତହିଁରେ ମୁଁ କହିଲି, “ଏକ ଡାଲା ଗ୍ରୀଷ୍ମକାଳୀନ ଫଳ।” ତେବେ ସଦାପ୍ରଭୁ ମୋତେ କହିଲେ, “ଆମ୍ଭର ଲୋକ ଇସ୍ରାଏଲର ଅନ୍ତିମ କାଳ ଉପସ୍ଥିତ ହୋଇଅଛି; ଆମ୍ଭେ ପୁନର୍ବାର ସେମାନଙ୍କୁ ଆଉ ଛାଡ଼ି ଯିବା ନାହିଁ।
Other Translations King James Version (KJV) And he said, Amos, what seest thou? And I said, A basket of summer fruit. Then said the LORD unto me, The end is come upon my people of Israel; I will not again pass by them any more.
American Standard Version (ASV) And he said, Amos, what seest thou? And I said, A basket of summer fruit. Then said Jehovah unto me, The end is come upon my people Israel; I will not again pass by them any more.
Bible in Basic English (BBE) And he said, Amos, what do you see? And I said, A basket of summer fruit. Then the Lord said to me, The end has come to my people Israel; never again will my eyes be shut to their sin.
Darby English Bible (DBY) And he said, Amos, what seest thou? And I said, A basket of summer-fruit. And Jehovah said unto me, The end is come upon my people Israel: I will not again pass by them any more.
World English Bible (WEB) He said, "Amos, what do you see?" I said, "A basket of summer fruit." Then Yahweh said to me, "The end has come on my people Israel. I will not again pass by them any more.
Young's Literal Translation (YLT) And He saith, `What art thou seeing, Amos?' and I say, `A basket of summer-fruit.' And Jehovah saith unto me: `The end hath come unto My people Israel, I do not add any more to pass over to it.
Cross Reference Deuteronomy 26:1 in Oriya 1 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଦେଶ ଦେବେ, ତୁମ୍ଭେ ସେହି ଦେଶରେ ଉପସ୍ଥିତ ହୋଇ ତାହା ଅଧିକାର କରି ବାସ କଲେ;
2 Samuel 16:1 in Oriya 1 ଏଥିଉତ୍ତାରେ ଦାଉଦ ଉଠାଣି ଶୃଙ୍ଗ ପାର ହୋଇ ଅଳ୍ପ ବାଟ ଅଗ୍ରସର ହେଲା ଉତ୍ତାରେ ଦେଖ, ମଫୀବୋଶତର ଦାସ ସୀବଃ ସଜ୍ଜିତ ଦୁଇ ଗର୍ଦ୍ଦଭ ସଙ୍ଗେ ନେଇ ତାଙ୍କୁ ଭେଟିଲା, ସେହି ଗର୍ଦ୍ଦଭମାନଙ୍କ ଉପରେ ଦୁଇ ଶହ ରୁଟି, ଶହେ ପେନ୍ଥା ଦ୍ରାକ୍ଷାଫଳ ଓ ଶହେ ଗ୍ରୀଷ୍ମକାଳୀନ ଫଳ ଓ ଏକ କୁମ୍ପା (ବୋତୋଲ୍) ଦ୍ରାକ୍ଷାରସ ଥିଲା।
Isaiah 28:4 in Oriya 4 ଆଉ, ଫଳଶାଳୀ ଉପତ୍ୟକାର ମସ୍ତକରେ ସ୍ଥିତ ତାହାର ସୁନ୍ଦର ଭୂଷଣର ମ୍ଳାନପ୍ରାୟ ପୁଷ୍ପ, ଗ୍ରୀଷ୍ମକାଳ ପୂର୍ବରେ ଆଦ୍ୟ ପକ୍ୱ ଡିମ୍ୱିରି ଫଳ ତୁଲ୍ୟ ହେବ; ଯାହା କେହି ଦେଖିବା ମାତ୍ର ଲକ୍ଷ୍ୟ କରେ ଓ ହସ୍ତରେ ଧରିବା ମାତ୍ର ଗ୍ରାସ କରେ।
Jeremiah 1:11 in Oriya 11 ଆହୁରି, ସଦାପ୍ରଭୁଙ୍କର ଏହି ବାକ୍ୟ ମୋ' ନିକଟରେ ଉପସ୍ଥିତ ହେଲା, ଯଥା, “ହେ ଯିରିମୀୟ, ତୁମ୍ଭେ କଅଣ ଦେଖୁଅଛ ?” ତହିଁରେ ମୁଁ କହିଲି, “ମୁଁ ବାଦାମ ବୃକ୍ଷର ଏକ ଦଣ୍ଡ ଦେଖୁଅଛି।”
Jeremiah 5:31 in Oriya 31 ଭବିଷ୍ୟଦ୍ବକ୍ତାମାନେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି ଓ ସେମାନଙ୍କ ଦ୍ୱାରା ଯାଜକମାନେ କର୍ତ୍ତୃତ୍ୱ କରନ୍ତି; ପୁଣି, ଆମ୍ଭର ଲୋକମାନେ ଏପରି ହେବାର ଭଲ ପାଆନ୍ତି; ମାତ୍ର ତହିଁର ଶେଷରେ ତୁମ୍ଭେମାନେ କଅଣ କରିବ ?
Jeremiah 24:1 in Oriya 1 ବାବିଲର ରାଜା ନବୂଖଦ୍ନିତ୍ସର, ଯିହୋୟାକୀମ୍ର ପୁତ୍ର, ଯିହୁଦାର ରାଜା ଯିହୋୟାଖୀନ୍କୁ ଓ ଯିହୁଦାର ଅଧିପତିମାନଙ୍କୁ, ଶିଳ୍ପକର ଓ କର୍ମକାରକମାନଙ୍କ ସହିତ ଯିରୂଶାଲମରୁ ବନ୍ଦୀ କରି ବାବିଲକୁ ନେଇ ଗଲା ଉତ୍ତାରେ ସଦାପ୍ରଭୁ ମୋତେ ଏକ ଦର୍ଶନ ଦେଖାଇଲେ, ଆଉ ଦେଖ, ସଦାପ୍ରଭୁଙ୍କର ମନ୍ଦିର ସମ୍ମୁଖରେ ଦୁଇ ଡାଲା ଡିମ୍ୱିରି ଫଳ ରଖାଯାଇଅଛି।
Jeremiah 40:10 in Oriya 10 ଦେଖ, ଯେଉଁ କଲ୍ଦୀୟମାନେ ଆମ୍ଭମାନଙ୍କ ନିକଟକୁ ଆସିବେ, ସେମାନଙ୍କ ସମ୍ମୁଖରେ ଠିଆ ହେବା ପାଇଁ ଆମ୍ଭେ ମିସ୍ପାରେ ବାସ କରିବା; ମାତ୍ର ତୁମ୍ଭେମାନେ ଦ୍ରାକ୍ଷାରସ, ଗ୍ରୀଷ୍ମକାଳୀନ ଫଳ ଓ ତୈଳ ସଞ୍ଚୟ କରି ଆପଣା ଆପଣା ପାତ୍ରରେ ରଖ, ଆଉ ତୁମ୍ଭମାନଙ୍କର ଯେସକଳ ନଗର ତୁମ୍ଭେମାନେ ହସ୍ତଗତ କରିଅଛ, ତହିଁରେ ବାସ କର।”
Lamentations 4:18 in Oriya 18 ସେମାନେ ଆମ୍ଭମାନଙ୍କର ପାଦବିକ୍ଷେପ ଛକି ରହିଅଛନ୍ତି, ଆମ୍ଭେମାନେ ଆପଣା ଦାଣ୍ଡରେ ବୁଲି ନ ପାରୁ; ଆମ୍ଭମାନଙ୍କର ଶେଷ ନିକଟ, ଆମ୍ଭମାନଙ୍କର ଆୟୁ ସମ୍ପୂର୍ଣ୍ଣ ହେଲା; କାରଣ ଆମ୍ଭମାନଙ୍କର ଶେଷ କାଳ ଉପସ୍ଥିତ;
Ezekiel 3:7 in Oriya 7 ମାତ୍ର ଇସ୍ରାଏଲ ବଂଶ ତୁମ୍ଭ କଥା ଶୁଣିବେ ନାହିଁ; କାରଣ ସେମାନେ ଆମ୍ଭ କଥା ଶୁଣିବେ ନାହିଁ; ସମୁଦାୟ ଇସ୍ରାଏଲ ବଂଶ ଶକ୍ତଗ୍ରୀବ ଓ କଠିନ ଚିତ୍ତ ଅଟନ୍ତି।
Ezekiel 3:10 in Oriya 10 ଆହୁରି, ସେ ମୋତେ କହିଲେ, “ହେ ମନୁଷ୍ୟ ସନ୍ତାନ, ଆମ୍ଭେ ତୁମ୍ଭକୁ ଯାହା ଯାହା କହିବା, ଆମ୍ଭର ସେହିସବୁ କଥା ତୁମ୍ଭେ ଆପଣା ଅନ୍ତଃକରଣରେ ଗ୍ରହଣ କର ଓ ଆପଣା କର୍ଣ୍ଣରେ ଶ୍ରବଣ କର।
Ezekiel 7:2 in Oriya 2 ହେ ମନୁଷ୍ୟ ସନ୍ତାନ, ପ୍ରଭୁ, ସଦାପ୍ରଭୁ ଇସ୍ରାଏଲ ଦେଶ ପ୍ରତି କହନ୍ତି; ଅନ୍ତିମ କାଳ, ଦେଶର ଚାରି କୋଣରେ ଅନ୍ତିମ କାଳ ଉପସ୍ଥିତ ହୋଇଅଛି।
Ezekiel 7:6 in Oriya 6 ଅନ୍ତିମ କାଳ ଉପସ୍ଥିତ, ସେହି ଅନ୍ତିମ କାଳ ଉପସ୍ଥିତ, ତାହା ତୁମ୍ଭ ବିରୁଦ୍ଧରେ ଜାଗି ଉଠୁଅଛି; ଦେଖ, ତାହା ଆସୁଅଛି।
Ezekiel 8:6 in Oriya 6 ଆଉ, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ସେମାନେ ଯାହା କରୁଅଛନ୍ତି, ତାହା କି ତୁମ୍ଭେ ଦେଖୁଅଛ, ଆମ୍ଭେ ଯେପରି ଆପଣା ଧର୍ମଧାମରୁ ଦୂରକୁ ଯିବା, ଏଥିପାଇଁ ଇସ୍ରାଏଲ ବଂଶ ଏଠାରେ ମହା ମହା ଘୃଣାଯୋଗ୍ୟ କର୍ମ କରୁଅଛନ୍ତି। ମାତ୍ର ଏଥିଉତ୍ତାରେ ତୁମ୍ଭେ ପୁନର୍ବାର ଅନ୍ୟ ମହା ଘୃଣାଯୋଗ୍ୟ କର୍ମମାନ ଦେଖିବ।”
Ezekiel 8:12 in Oriya 12 ତେବେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଇସ୍ରାଏଲ ବଂଶର ପ୍ରାଚୀନବର୍ଗ ପ୍ରତ୍ୟେକେ ଆପଣା ଆପଣା ପ୍ରତିମାଗୃହରେ ଅନ୍ଧକାରରେ ଯାହା କରୁଅଛନ୍ତି, ତାହା କି ତୁମ୍ଭେ ଦେଖିଲ ? କାରଣ ସେମାନେ କହନ୍ତି, ସଦାପ୍ରଭୁ ଆମ୍ଭମାନଙ୍କୁ ଦେଖନ୍ତି ନାହିଁ; ସଦାପ୍ରଭୁ ପୃଥିବୀକୁ ତ୍ୟାଗ କରିଅଛନ୍ତି।”
Ezekiel 8:17 in Oriya 17 ତହିଁରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ଏହା ଦେଖିଲ ? ଏହି ସ୍ଥାନରେ ଯିହୂଦା-ବଂଶ ଯେଉଁ ଘୃଣାଯୋଗ୍ୟ କର୍ମମାନ କରୁଅଛନ୍ତି, ତାହା କି ସେମାନଙ୍କ ପକ୍ଷୀରେ ଲଘୁ ବିଷୟ ? କାରଣ ସେମାନେ ଦେଶକୁ ଦୌରାତ୍ମ୍ୟରେ ପରିପୂର୍ଣ୍ଣ କରିଅଛନ୍ତି ଓ ଆମ୍ଭକୁ କ୍ରୋଧାନ୍ୱିତ କରିବା ପାଇଁ ପୁନର୍ବାର ଫେରିଅଛନ୍ତି; ଆଉ ଦେଖ, ସେମାନେ ଆପଣା ଆପଣା ନାସିକାଗ୍ରରେ ଶାଖା ରଖନ୍ତି।
Ezekiel 12:23 in Oriya 23 ଏହେତୁ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ଆମ୍ଭେ ଏହି ପ୍ରବାଦ ଲୋପ କରିବା ଓ ଇସ୍ରାଏଲ ମଧ୍ୟରେ ଲୋକମାନେ ପ୍ରବାଦ ରୂପେ ଆଉ ତାହା ବ୍ୟବହାର କରିବେ ନାହିଁ; ମାତ୍ର ସେମାନଙ୍କୁ କୁହ, ସମୟ ଓ ପ୍ରତ୍ୟେକ ଦର୍ଶନର ସଫଳତା ସନ୍ନିକଟ।”
Ezekiel 29:8 in Oriya 8 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଖଡ଼୍ଗ ଆଣିବା ଓ ତୁମ୍ଭ ମଧ୍ୟରୁ ମନୁଷ୍ୟ ଓ ପଶୁ ଉଚ୍ଛିନ୍ନ କରିବା।
Amos 7:8 in Oriya 8 ପୁଣି, ସଦାପ୍ରଭୁ ମୋତେ ପଚାରିଲେ, “ହେ ଆମୋଷ, ତୁମ୍ଭେ କଅଣ ଦେଖୁଅଛ ?” ତହିଁରେ ମୁଁ କହିଲି, “ଗୋଟିଏ ଓଳମ।” ତେବେ ପ୍ରଭୁ କହିଲେ, “ଦେଖ, ଆମ୍ଭେ ଆପଣା ଲୋକ ଇସ୍ରାଏଲ ମଧ୍ୟରେ ଓଳମ ପକାଇବା; ଆମ୍ଭେ ପୁନର୍ବାର ଆଉ ସେମାନଙ୍କୁ ଛାଡ଼ି ଯିବା ନାହିଁ;
Micah 7:1 in Oriya 1 ହାୟ, ମୁଁ ସନ୍ତାପର ପାତ୍ର ! କାରଣ ଗ୍ରୀଷ୍ମକାଳୀନ ଫଳ ତୋଳିଲା ଉତ୍ତାରେ ଦ୍ରାକ୍ଷାଫଳ ସଂଗ୍ରହ କରିବାର ଯେପରି, ମୁଁ ସେହିପରି ହୋଇଅଛି; ଭୋଜନର ପାଇଁ ଗୋଟିଏ ଦ୍ରାକ୍ଷାପେଣ୍ଡା ନାହିଁ; ମୋର ପ୍ରାଣ ପ୍ରଥମ ପକ୍ୱ ଡିମିରି ଫଳ ଲାଳସା କରେ।
Zechariah 1:18 in Oriya 18 ଏଥି ଉତ୍ତାରେ ମୁଁ ଚକ୍ଷୁ ଖୋଲି ଅନାଇଲି, ଆଉ ଚାରି ଶୃଙ୍ଗ ଦେଖଲି।
Zechariah 5:2 in Oriya 2 ପୁଣି, ଦୂତ ମୋତେ କହିଲେ, “ତୁମ୍ଭେ କଅଣ ଦେଖୁଅଛ ?” ତହିଁରେ ମୁଁ ଉତ୍ତର କଲି, “ମୁଁ ଉଡ଼ନ୍ତା ନଳାକାର ଏକ ପୁସ୍ତକ ଦେଖୁଅଛି ତହିଁର ଲମ୍ବା କୋଡ଼ିଏ ହାତ ଓ ଓସାର ଦଶ ହାତ।”
Zechariah 5:5 in Oriya 5 ଏଉତ୍ତାରେ ମୋ' ସଙ୍ଗେ ଯେଉଁ ଦୂତ କଥା କହୁଥିଲେ, ସେ ବାହାରେ ଆସି ମୋତେ କହିଲେ, “ଏବେ ତୁମ୍ଭେ ଉର୍ଦ୍ଧ୍ୱକୁ ଦୃଷ୍ଟି କର, ଏହି ଯାହା ଅାସୁଅଛି, ତାହା କଅଣ ?”