Amos 4:6 in Oriya 6 “ଆଉ, ଆମ୍ଭେ ତୁମ୍ଭମାନଙ୍କର ସମୁଦାୟ ନଗରରେ ଦନ୍ତ ପଂକ୍ତିର ନିର୍ମଳତା ଓ ତୁମ୍ଭମାନଙ୍କର ସମୁଦାୟ ବାସସ୍ଥାନରେ ଅନ୍ନାଭାବ ତୁମ୍ଭମାନଙ୍କୁ ଦେଇଅଛୁ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।” ଏହା ସଦାପ୍ରଭୁ କହନ୍ତି।
Other Translations King James Version (KJV) And I also have given you cleanness of teeth in all your cities, and want of bread in all your places: yet have ye not returned unto me, saith the LORD.
American Standard Version (ASV) And I also have given you cleanness of teeth in all your cities, and want of bread in all your places; yet have ye not returned unto me, saith Jehovah.
Bible in Basic English (BBE) But in all your towns I have kept food from your teeth, and in all your places there has been need of bread: and still you have not come back to me, says the Lord.
Darby English Bible (DBY) And I also have given you cleanness of teeth in all your cities, and want of bread in all your places; yet ye have not returned unto me, saith Jehovah.
World English Bible (WEB) "I also have given you cleanness of teeth in all your cities, And lack of bread in every town; Yet you haven't returned to me," says Yahweh.
Young's Literal Translation (YLT) And I also -- I have given to you cleanness of teeth in all your cities, And lack of bread in all your places, And ye have not turned back unto Me, an affirmation of Jehovah.
Cross Reference Leviticus 26:26 in Oriya 26 ଆମ୍ଭେ ତୁମ୍ଭମାନଙ୍କର ଅନ୍ନରୂପ ଯଷ୍ଟି ଭାଙ୍ଗିଲେ ଦଶ ଜଣ ସ୍ତ୍ରୀ ଗୋଟିଏ ଚୁଲ୍ଲୀରେ ତୁମ୍ଭମାନଙ୍କର ରୁଟି ରନ୍ଧନ କରିବେ ଓ ପୁନର୍ବାର ତୌଲି ତୁମ୍ଭମାନଙ୍କୁ ରୁଟି ଦେବେ, ଆଉ ତୁମ୍ଭେମାନେ ତାହା ଭୋଜନ କରିବ, ମାତ୍ର ତୃପ୍ତ ହେବ ନାହିଁ।
Deuteronomy 28:38 in Oriya 38 ତୁମ୍ଭେ କ୍ଷେତ୍ରକୁ ବହୁତ ବିହନ ବହି ନେବ, ମାତ୍ର ଅଳ୍ପ ସଂଗ୍ରହ କରିବ; କାରଣ ପଙ୍ଗପାଳ ତାହା ଖାଇ ପକାଇବ।
1 Kings 17:1 in Oriya 1 ଏଥିଉତ୍ତାରେ ଗିଲୀୟଦର ପ୍ରବାସୀ ତିସ୍ବୀୟ ଏଲୀୟ ଆହାବଙ୍କୁ କହିଲେ, “ମୁଁ ଯାହାଙ୍କ ସାକ୍ଷାତରେ ଛିଡ଼ା ହେଉଅଛି, ସେହି ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଏହି କେତେକ ବର୍ଷ କାକର କି ବୃଷ୍ଟି ପଡ଼ିବ ନାହିଁ, କେବଳ ମୋ' ବାକ୍ୟାନୁସାରେ ହେବ।”
1 Kings 18:2 in Oriya 2 ଏଥିରେ ଏଲୀୟ ଆହାବଙ୍କୁ ଦେଖା ଦେବା ପାଇଁ ଗମନ କଲେ। ସେହି ସମୟରେ ଶମରୀୟାରେ ପ୍ରବଳ ଦୁର୍ଭିକ୍ଷ ହୋଇଥିଲା।
2 Kings 4:38 in Oriya 38 ଏଥିଉତ୍ତାରେ ଇଲୀଶାୟ ପୁନର୍ବାର ଗିଲ୍ଗଲ୍କୁ ଆସିଲେ; ସେସମୟରେ ଦେଶରେ ଦୁର୍ଭିକ୍ଷ ଥିଲା; ପୁଣି ଭବିଷ୍ୟଦ୍ବକ୍ତାଗଣଙ୍କ ପୁତ୍ରମାନେ ତାଙ୍କ ସମ୍ମୁଖରେ ବସୁଥିବା ସମୟରେ ସେ ଆପଣା ଦାସକୁ କହିଲେ, “ଏକ ବଡ଼ ହଣ୍ଡା ବସାଇ ଭବିଷ୍ୟଦ୍ବକ୍ତାଗଣଙ୍କ ପୁତ୍ରମାନଙ୍କ ନିମନ୍ତେ ଖାଦ୍ୟ ରନ୍ଧନ କର।”
2 Kings 6:25 in Oriya 25 ତହିଁରେ ଶମରୀୟାରେ ମହାଦୁର୍ଭିକ୍ଷ ହେଲା; ଆଉ ଦେଖ, ଏକ ଗର୍ଦ୍ଦଭର ମୁଣ୍ଡ ଅଶୀ ରୌପ୍ୟ ମୁଦ୍ରାରେ ଓ କପୋତ ମଳର ଏକ କାବ୍ର ଚତୁର୍ଥାଂଶ ପାଞ୍ଚ ରୌପ୍ୟ ମୁଦ୍ରାରେ ବିକ୍ରୟ ହେବା ପର୍ଯ୍ୟନ୍ତ ସେମାନେ ତାହା ଅବରୋଧ କଲେ।
2 Kings 8:1 in Oriya 1 ଇଲୀଶାୟ ଯେଉଁ ସ୍ତ୍ରୀର ମୃତ ପୁତ୍ରକୁ ପୁନର୍ଜୀବିତ କରିଥିଲେ, ସେହି ସ୍ତ୍ରୀକୁ କହିଥିଲେ, “ଉଠ, ତୁମ୍ଭେ ଓ ତୁମ୍ଭ ପରିବାର ଯାଇ ଯେଉଁଠାରେ ପ୍ରବାସ କରିପାର, ସେଠାରେ ପ୍ରବାସ କର; କାରଣ ସଦାପ୍ରଭୁ ଦୁର୍ଭିକ୍ଷ ଆଜ୍ଞା କରିଅଛନ୍ତି; ଆଉ ତାହା ମଧ୍ୟ ସାତ ବର୍ଷ ପର୍ଯ୍ୟନ୍ତ ଦେଶରେ ରହିବ।”
2 Chronicles 28:22 in Oriya 22 ପୁଣି, ସେହି ଆହସ୍ ରାଜା ଆପଣାର କ୍ଳେଶ ସମୟରେ ସଦାପ୍ରଭୁଙ୍କ ବିରୁଦ୍ଧରେ ଆହୁରି ସତ୍ୟଲଙ୍ଘନ କଲେ।
Isaiah 3:1 in Oriya 1 ଦେଖ, ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ଯିରୂଶାଲମ ଓ ଯିହୁଦାଠାରୁ ଯଷ୍ଟି ଓ ଯଷ୍ଟିକା, ଅର୍ଥାତ୍, ଅନ୍ନ ସ୍ୱରୂପ ସମସ୍ତ ଯଷ୍ଟି ଓ ଜଳ ସ୍ୱରୂପ ସମସ୍ତ ଯଷ୍ଟିକା ଦୂର କରୁଅଛନ୍ତି;
Isaiah 9:13 in Oriya 13 ତଥାପି ଲୋକମାନଙ୍କୁ ଯେ ପ୍ରହାର କରିଅଛନ୍ତି, ତାହାଙ୍କ ନିକଟକୁ ସେମାନେ ଫେରି ନାହାନ୍ତି, କିଅବା ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଅନ୍ଵେଷଣ କରି ନାହାନ୍ତି।
Isaiah 26:11 in Oriya 11 ହେ ସଦାପ୍ରଭୁ, ତୁମ୍ଭର ହସ୍ତ ଉତ୍ଥିତ ହୋଇଅଛି, ତଥାପି ସେମାନେ ଦେଖନ୍ତି ନାହିଁ, ମାତ୍ର ଲୋକମାନଙ୍କ ପକ୍ଷରେ ତୁମ୍ଭର ଉଦ୍ଯୋଗ ଦେଖି ସେମାନେ ଲଜ୍ଜିତ ହେବେ; ହଁ, ଅଗ୍ନି ତୁମ୍ଭ ବିପକ୍ଷଗଣକୁ ଗ୍ରାସ କରିବ।
Jeremiah 5:3 in Oriya 3 ହେ ସଦାପ୍ରଭୁ, ତୁମ୍ଭର ଚକ୍ଷୁ କ'ଣ ସତ୍ୟତା ପ୍ରତି ଦୃଷ୍ଟି ନ କରେ ? ତୁମ୍ଭେ ସେମାନଙ୍କୁ ପ୍ରହାର କରିଅଛ, ମାତ୍ର ସେମାନେ ଦୁଃଖିତ ହେଲେ ନାହିଁ; ତୁମ୍ଭେ ସେମାନଙ୍କୁ ଜୀର୍ଣ୍ଣ କରିଅଛ, ମାତ୍ର ସେମାନେ ଶାସ୍ତି ଗ୍ରହଣ କରିବାକୁ ଅସ୍ୱୀକାର କରିଅଛନ୍ତି; ସେମାନେ ଆପଣା ଆପଣା ମୁଖ ପାଷାଣ ଅପେକ୍ଷା କଠିନ କରିଅଛନ୍ତି; ସେମାନେ ଫେରି ଆସିବାକୁ ଅସ୍ୱୀକାର କରିଅଛନ୍ତି।
Jeremiah 8:5 in Oriya 5 ତେବେ ଯିରୂଶାଲମସ୍ଥ ଏହି ଲୋକମାନେ ଚିରକାଳ ବିପଥଗମନରେ କାହିଁକି ବିପଥଗାମୀ ହୋଇଅଛନ୍ତି ? ସେମାନେ ପ୍ରବଞ୍ଚନା ଦୃଢ଼ ରୂପେ ଧରନ୍ତି, ସେମାନେ ଫେରିବାକୁ ଅସମ୍ମତ।
Ezekiel 16:27 in Oriya 27 ଏହେତୁ ଦେଖ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ତୁମ୍ଭର ଦୈନିକ ଖାଦ୍ୟ ଊଣା କରିଅଛୁ ଓ ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ତୁମ୍ଭ ଭ୍ରଷ୍ଟାଚରଣରେ ଲଜ୍ଜିତ ଅଟନ୍ତି, ସେହି ପଲେଷ୍ଟୀୟ କନ୍ୟାମାନଙ୍କ ଇଚ୍ଛାରେ ତୁମ୍ଭକୁ ସମର୍ପଣ କଲୁ।
Hosea 5:15 in Oriya 15 ସେମାନେ ଆପଣା ଆପଣା ଅପରାଧ ସ୍ୱୀକାର କରି ଆମ୍ଭର ମୁଖ ଅନ୍ଵେଷଣ ନ କରିବା ପର୍ଯ୍ୟନ୍ତ ଆମ୍ଭେ ଫେରି ଆପଣା ସ୍ଥାନକୁ ଯିବା; ସେମାନେ ଆପଣାମାନଙ୍କର ଦୁଃଖ ସମୟରେ ଆନ୍ତରିକ ଭାବରେ ଆମ୍ଭର ଅନ୍ଵେଷଣ କରିବେ।
Hosea 7:14 in Oriya 14 ପୁଣି, ସେମାନେ ଅନ୍ତଃକରଣ ସହିତ ଆମ୍ଭ ନିକଟରେ କ୍ରନ୍ଦନ କରି ନାହାନ୍ତି; ମାତ୍ର ସେମାନେ ଆପଣା ଶଯ୍ୟାରେ ହାହାକାର କରନ୍ତି; ସେମାନେ ଶସ୍ୟ ଓ ଦ୍ରାକ୍ଷାରସ ନିମନ୍ତେ ଆପଣାମାନଙ୍କୁ ଏକତ୍ର କରନ୍ତି, ସେମାନେ ଆମ୍ଭ ବିରୁଦ୍ଧରେ ବିଦ୍ରୋହାଚରଣ କରନ୍ତି।
Joel 2:12 in Oriya 12 ତଥାପି ସଦାପ୍ରଭୁ କହନ୍ତି, “ଏବେ ହେଁ ତୁମ୍ଭେମାନେ ଉପବାସ, ରୋଦନ ଓ ବିଳାପ କରି ଆପଣାମାନଙ୍କର ସର୍ବାନ୍ତଃକରଣ ସହିତ ଆମ୍ଭ ନିକଟକୁ ଫେରି ଆସ।”
Amos 4:8 in Oriya 8 ତହିଁ ସକାଶୁ ଦୁଇ, ତିନି ନଗରସ୍ଥ ଲୋକମାନେ ଜଳ ପାନ କରିବା ନିମନ୍ତେ ବୁଲି ବୁଲି ଅନ୍ୟ ଏକ ନଗରକୁ ଗଲେ, ମାତ୍ର ତୃପ୍ତ ହେଲେ ନାହିଁ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।” ଏହା ସଦାପ୍ରଭୁ କହନ୍ତି।
Haggai 2:17 in Oriya 17 ଆମ୍ଭେ ଶସ୍ୟର ଶୋଷ ଓ ମ୍ଳାନି ଓ ଶିଳାବୃଷ୍ଟି ଦ୍ୱାରା ତୁମ୍ଭମାନଙ୍କ ହସ୍ତର ଯାବତୀୟ କାର୍ଯ୍ୟରେ ତୁମ୍ଭମାନଙ୍କୁ ଆଘାତ କଲୁ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରିଲ ନାହିଁ, ଏହା ସଦାପ୍ରଭୁ କହନ୍ତି।
Zechariah 1:3 in Oriya 3 ଏଥିପାଇଁ ତୁମ୍ଭେ ଏହି ଲୋକମାନଙ୍କୁ କୁହ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଆମ୍ଭ ପ୍ରତି ଫେର,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। “ତହିଁରେ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଫେରିବା,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
Revelation 2:21 in Oriya 21 ଆମ୍ଭେ ତାହାକୁ ମନପରିବର୍ତ୍ତନ କରିବାକୁ ସମୟ ଦେଲେ ହେଁ ସେ ଆପଣା ବେଶ୍ୟାବୃତ୍ତିରୁ ମନପରିବର୍ତ୍ତନ କରିବାକୁ ଇଚ୍ଛୁକ ହେଉ ନାହିଁ।
Revelation 9:20 in Oriya 20 ଯେଉଁ ଅବଶିଷ୍ଟ ମନୁଷ୍ୟମାନେ ଏହି ସମସ୍ତ କ୍ଲେଶ ଦ୍ୱାରା ବଧ କରାଯାଇ ନ ଥିଲେ, ସେମାନେ ଆପଣା ଆପଣା ହସ୍ତକୃତ କର୍ମରୁ ମନପରିବର୍ତ୍ତନ କଲେ ନାହିଁ, ଅର୍ଥାତ୍ ଭୂତମାନଙ୍କ ପୂଜା, ପୁଣି, ଦର୍ଶନ, ଶ୍ରବଣ ଓ ଗମନ କରିବାକୁ ଅସମର୍ଥ ସୁବର୍ଣ୍ଣ, ରୌପ୍ୟ, ପିତ୍ତଳ, ପ୍ରସ୍ତର ଓ କାଠରେ ତିଆରି ପ୍ରତିମାର ପୂଜା ପରିତ୍ୟାଗ କଲେ ନାହିଁ,
Revelation 16:10 in Oriya 10 ପଞ୍ଚମ ଦୂତ ଆପଣା ପାତ୍ର ସେହି ପଶୁର ସିଂହାସନ ଉପରେ ଢାଳିଲେ; ତହୁଁ ତାହାର ରାଜ୍ୟ ଅନ୍ଧକାରମୟ ହେଲା, ଆଉ ଲୋକମାନେ ବେଦନା ହେତୁ ଆପଣା ଆପଣା ଜିହ୍ୱା କାମୁଡ଼ିବାକୁ ଲାଗିଲେ;