Amos 4:1 in Oriya 1 ହେ ଶମରୀୟାର ପର୍ବତବାସିନୀ ବାଶନର ଗାଭୀସବୁ, ତୁମ୍ଭେମାନେ ଏହି ବାକ୍ୟ ଶୁଣ, ତୁମ୍ଭେମାନେ ଦରିଦ୍ରଗଣ ପ୍ରତି ଉପଦ୍ରବ କରୁଅଛ, ଦୀନହୀନମାନଙ୍କୁ ଦଳି ପକାଉଅଛ, ତୁମ୍ଭେମାନେ ଆପଣା ଆପଣା କର୍ତ୍ତାକୁ କହୁଅଛ, “ଆଣ, ଆମ୍ଭେମାନେ ପାନ କରିବା।”
Other Translations King James Version (KJV) Hear this word, ye kine of Bashan, that are in the mountain of Samaria, which oppress the poor, which crush the needy, which say to their masters, Bring, and let us drink.
American Standard Version (ASV) Hear this word, ye kine of Bashan, that are in the mountain of Samaria, that oppress the poor, that crush the needy, that say unto their lords, Bring, and let us drink.
Bible in Basic English (BBE) Give ear to this word, you cows of Bashan, who are in the hill of Samaria, by whom the poor are kept down, and those in need are crushed; who say to their lords, Get out the wine and give us drink.
Darby English Bible (DBY) Hear this word, ye kine of Bashan, that are in the mountain of Samaria, that oppress the poor, that crush the needy, that say to their lords, Bring, and let us drink:
World English Bible (WEB) Listen to this word, you cows of Bashan, who are on the mountain of Samaria, who oppress the poor, who crush the needy, who tell their lords, "Bring, and let us drink."
Young's Literal Translation (YLT) Hear this word, ye kine of Bashan, Who `are' in the mountain of Samaria, Who are oppressing the poor, Who are bruising the needy, Who are saying to their lords: `Bring in, and we do drink.'
Cross Reference Exodus 22:21 in Oriya 21 ତୁମ୍ଭେ ବିଦେଶୀ ପ୍ରତି ଅନ୍ୟାୟ ଓ ତାହା ପ୍ରତି ଉପଦ୍ରବ କରିବ ନାହିଁ, ଯେହେତୁ ତୁମ୍ଭେମାନେ ମିସର ଦେଶରେ ବିଦେଶୀ ଥିଲ।
Deuteronomy 15:9 in Oriya 9 ସପ୍ତମ ବର୍ଷ, ଋଣକ୍ଷମାର ବର୍ଷ ନିକଟବର୍ତ୍ତୀ, ଏହା କହି ଯେପରି ତୁମ୍ଭ ହୃଦୟରେ ପାପାଧମ ଚିନ୍ତା ନ ହୁଏ ଓ ତୁମ୍ଭ ଦରିଦ୍ର ଭାଇ ପ୍ରତି ତୁମ୍ଭର କୁଦୃଷ୍ଟି ହେବା ହେତୁରୁ ତୁମ୍ଭେ ତାହାକୁ କିଛି ନ ଦିଅ, ଏ ବିଷୟରେ ସାବଧାନ ହୁଅ; କାରଣ ସେ ତୁମ୍ଭ ପ୍ରତିକୂଳରେ ସଦାପ୍ରଭୁଙ୍କୁ ଡାକ ପକାଇଲେ, ତୁମ୍ଭର ପାପ ହେବ।
Deuteronomy 28:33 in Oriya 33 ତୁମ୍ଭର ଅଜ୍ଞାତ ଏକ ଗୋଷ୍ଠୀ ତୁମ୍ଭ ଭୂମିର ଓ ତୁମ୍ଭ ସକଳ ପରିଶ୍ରମର ଫଳ ଭୋଗ କରିବ; ପୁଣି ତୁମ୍ଭେ ସର୍ବଦା କେବଳ ଉପଦ୍ରବଗ୍ରସ୍ତ ଓ କ୍ଲେଶପ୍ରାପ୍ତ ହେବ।
Deuteronomy 32:14 in Oriya 14 ତୁମ୍ଭେ ଗୋଦଧି, ଛାଗର ଦୁଗ୍ଧ ସହିତ ମେଷର ମେଦ, ବାଶନ ଦେଶୀୟ ମେଷ ଓ ଛାଗର ମାଂସ ସହିତ ଉତ୍ତମ ଗହମର ସାର (ଖାଇଲ), ପୁଣି ତୁମ୍ଭେ ଦ୍ରାକ୍ଷାର ରକ୍ତବର୍ଣ୍ଣ ରସ ପାନ କଲ।
1 Kings 16:24 in Oriya 24 ପୁଣି, ସେ ଦୁଇ ତାଳନ୍ତ ରୂପାରେ ଶେମରଠାରୁ ଶମିରୋଣ୍ ପର୍ବତ କ୍ରୟ କଲେ ଓ ସେହି ପର୍ବତ ଉପରେ ଏକ ନଗର ନିର୍ମାଣ କରି ସେହି ପର୍ବତର ଅଧିକାରୀ ଶେମରର ନାମାନୁସାରେ ଆପଣା ନିର୍ମିତ ନଗରର ନାମ ଶମରୀୟା ରଖିଲେ।
Job 20:19 in Oriya 19 କାରଣ ସେ ଦରିଦ୍ରକୁ ଉପଦ୍ରବ ଓ ତ୍ୟାଗ କରିଅଛି; ସେ ଦୌରାତ୍ମ୍ୟପୂର୍ବକ ଗୃହ ଅପହରଣ କରିଅଛି; ଆଉ ତାହା ନିର୍ମାଣ କରିବ ନାହିଁ।
Psalm 12:5 in Oriya 5 ଦୁଃଖୀଲୋକ ଲୁଟିତ ହେବାରୁ, ଦୀନହୀନ କାତରୋକ୍ତି କରିବାରୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଏବେ ଉଠିବା; ସେମାନେ ଯାହା ପ୍ରତି ଫୁତ୍କାର କରନ୍ତି, ତାହାକୁ ଆମ୍ଭେ ନିରାପଦରେ ରଖିବା।
Psalm 22:12 in Oriya 12 ଅନେକ ବୃଷ ମୋତେ ବେଷ୍ଟନ କରିଅଛନ୍ତି; ବାଶନ ଦେଶର ବଳବାନ୍ ବୃଷଗଣ ମୋତେ ଘେରିଅଛନ୍ତି।
Psalm 140:12 in Oriya 12 ସଦାପ୍ରଭୁ ଦୁଃଖୀର ବିବାଦ ଓ ଦୀନହୀନର ବିଚାର ନିଷ୍ପନ୍ନ କରିବେ, ଏହା ମୁଁ ଜାଣେ।
Proverbs 22:22 in Oriya 22 ଦୀନହୀନକୁ ଦୀନହୀନ ଜାଣି ତାହାର ଦ୍ରବ୍ୟ ହରଣ କର ନାହିଁ, ପୁଣି, ନଗର-ଦ୍ୱାରରେ ଦୁଃଖୀ ପ୍ରତି ଉପଦ୍ରବ କର ନାହିଁ।
Proverbs 23:10 in Oriya 10 ପୁରାତନ ସୀମା ଘୁଞ୍ଚାଅ ନାହିଁ, ପୁଣି, ପିତୃହୀନର କ୍ଷେତ୍ରରେ ପ୍ରବେଶ କର ନାହିଁ।
Ecclesiastes 4:1 in Oriya 1 ଏଥିଉତ୍ତାରେ ମୁଁ ଫେରି ସୂର୍ଯ୍ୟ ତଳେ କୃତ ଅତ୍ୟାଚାର ସବୁ ଦେଖିଲି; ଆଉ ଦେଖ, ଅତ୍ୟାଚାରପ୍ରାପ୍ତ ଲୋକମାନଙ୍କର ଅଶ୍ରୁପାତ ହୁଏ, ଓ ସେମାନଙ୍କର ସାନ୍ତ୍ୱନାକାରୀ କେହି ନାହିଁ; ପୁଣି, ସେମାନଙ୍କ ଉପଦ୍ରବକାରୀମାନଙ୍କ ପକ୍ଷରେ ପରାକ୍ରମ ଅଛି, ମାତ୍ର ଉପଦ୍ରବପ୍ରାପ୍ତ ଲୋକମାନଙ୍କର ସାନ୍ତ୍ୱନାକାରୀ କେହି ନାହିଁ।
Ecclesiastes 5:8 in Oriya 8 ଯେବେ ତୁମ୍ଭେ କୌଣସି ପ୍ରଦେଶରେ ଦରିଦ୍ର ପ୍ରତି ଉପଦ୍ରବ, ଅତ୍ୟାଚାରପୂର୍ବକ ବିଚାର ଓ ନ୍ୟାୟ ଅନ୍ୟଥା ହେବାର ଦେଖ, ତେବେ ସେ ବିଷୟରେ ଚମତ୍କୃତ ହୁଅ ନାହିଁ; କାରଣ ଉଚ୍ଚ ଅପେକ୍ଷା ଜଣେ ଉଚ୍ଚତର ଦେଖନ୍ତି; ପୁଣି, ସେମାନଙ୍କ ଅପେକ୍ଷା ଉଚ୍ଚତର ଅଛନ୍ତି।
Isaiah 1:17 in Oriya 17 ସୁକ୍ରିୟା କରିବାକୁ ଶିଖ; ନ୍ୟାୟବିଚାର ଚେଷ୍ଟା କର, ଉପଦ୍ରବଗ୍ରସ୍ତମାନଙ୍କର ସାହାଯ୍ୟ କର, ପିତୃହୀନମାନଙ୍କର ନ୍ୟାୟ ବିଚାର କର, ବିଧବାମାନଙ୍କ ପକ୍ଷରେ ପ୍ରତିବାଦ କର।”
Isaiah 5:8 in Oriya 8 ଦେଶରେ ଯେପରି ଆଉ ସ୍ଥାନ ନ ଥିବ ଓ ତୁମ୍ଭେମାନେ ଯେପରି ତହିଁ ମଧ୍ୟରେ ଏକାକୀ ବାସ କରିବ, ଏଥିପାଇଁ ଗୃହକୁ ଗୃହ, କ୍ଷେତ୍ରକୁ କ୍ଷେତ୍ର ଲଗାଉଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ସନ୍ତାପର ପାତ୍ର !
Isaiah 58:6 in Oriya 6 ଦୁଷ୍ଟତାରୂପ ବନ୍ଧନ ଫିଟାଇ ଦେବାର, ଯୁଆଳିର ବନ୍ଧନ ମୁକ୍ତ କରିବାର ଓ ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତ କରି ଛାଡ଼ି ଦେବାର, ପୁଣି ପ୍ରତ୍ୟେକ ଯୁଆଳି ଭଗ୍ନ କରିବାର,
Jeremiah 5:26 in Oriya 26 କାରଣ ଆମ୍ଭ ଲୋକମାନଙ୍କ ମଧ୍ୟରେ ଦୁଷ୍ଟ ଲୋକ ଦେଖା ଯାଆନ୍ତି; ସେମାନେ ବ୍ୟାଧ ତୁଲ୍ୟ ଛକି ବସି ଜଗନ୍ତି; ସେମାନେ ଫାନ୍ଦ ପାତି ମନୁଷ୍ୟ ଧରନ୍ତି।
Jeremiah 6:6 in Oriya 6 କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହିଅଛନ୍ତି, “ତୁମ୍ଭେମାନେ ବୃକ୍ଷ କାଟି ଯିରୂଶାଲମର ପ୍ରତିକୂଳରେ ବନ୍ଧ ବାନ୍ଧ; ସେହି ନଗର ପ୍ରତିଫଳ ପାଇବାର ଯୋଗ୍ୟ; ତାହାର ଭିତର ସମ୍ପୂର୍ଣ୍ଣ ଉପଦ୍ରବମୟ।
Jeremiah 7:6 in Oriya 6 ଯଦି ତୁମ୍ଭେମାନେ ବିଦେଶୀ, ପିତୃହୀନ ଓ ବିଧବା ପ୍ରତି ଉପଦ୍ରବ ନ କର ଓ ଏହି ସ୍ଥାନରେ ନିର୍ଦ୍ଦୋଷର ରକ୍ତପାତ ନ କର, କିଅବା ଆପଣା ଆପଣାର କ୍ଷତି ନିମନ୍ତେ ଅନ୍ୟ ଦେବଗଣର ପଶ୍ଚାଦ୍ଗାମୀ ନ ହୁଅ;
Jeremiah 50:11 in Oriya 11 “ହେ ଆମ୍ଭର ଅଧିକାର ଅପହରଣକାରୀମାନେ, ତୁମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁଅଛ, ତୁମ୍ଭେମାନେ ଶସ୍ୟମର୍ଦ୍ଦନକାରିଣୀ ଗାଭୀ ପରି କୁଦା ମାରୁଅଛ ଓ ବଳବାନ ଅଶ୍ୱ ପରି ନାସା ଶବ୍ଦ କରୁଅଛ;
Jeremiah 50:27 in Oriya 27 ତାହାର ବୃଷସବୁକୁ ବଧ କର; ସେସବୁ ବଧ ସ୍ଥାନକୁ ଯାଉନ୍ତୁ; ସେମାନେ ସନ୍ତାପର ପାତ୍ର ! କାରଣ ସେମାନଙ୍କର ଦିନ, ସେମାନଙ୍କ ପ୍ରତିଫଳର ସମୟ ଉପସ୍ଥିତ ହେଲା।
Jeremiah 51:34 in Oriya 34 ‘ବାବିଲର ରାଜା ନବୂଖଦ୍ନିତ୍ସର ମୋତେ ଗ୍ରାସ କରିଅଛି, ସେ ମୋତେ ଚୂର୍ଣ୍ଣ କରିଅଛି, ସେ ମୋତେ ଶୂନ୍ୟପାତ୍ର ସ୍ୱରୂପ କରିଅଛି, ସେ ନାଗସର୍ପ ପରି ମୋତେ ଗ୍ରାସ କରିଅଛି, ମୋହର ସୁଖାଦ୍ୟ ଦ୍ରବ୍ୟରେ ସେ ଉଦର ପୂର୍ଣ୍ଣ କରିଅଛି, ସେ ମୋତେ ଦୂର କରି ଦେଇଅଛି।'
Ezekiel 22:7 in Oriya 7 ତୁମ୍ଭ ମଧ୍ୟରେ ଲୋକମାନେ ପିତାମାତାଙ୍କୁ ଅବଜ୍ଞା କରିଅଛନ୍ତି; ତୁମ୍ଭ ମଧ୍ୟରେ ଲୋକମାନେ ବିଦେଶୀ ପ୍ରତି ଉପଦ୍ରବ କରିଅଛନ୍ତି; ତୁମ୍ଭ ମଧ୍ୟରେ ଲୋକମାନେ ପିତୃହୀନ ଓ ବିଧବା ପ୍ରତି ଅନ୍ୟାୟ କରିଅଛନ୍ତି।
Ezekiel 22:12 in Oriya 12 ତୁମ୍ଭ ମଧ୍ୟରେ ଲୋକମାନେ ରକ୍ତପାତ କରିବା ପାଇଁ ଲାଞ୍ଚ ନେଇ ଅଛନ୍ତି; ତୁମ୍ଭେ ସୁଧ ଓ ବୃଦ୍ଧି ଗ୍ରହଣ କରିଅଛ, ଆଉ ତୁମ୍ଭେ ଲୋଭରେ ଉପଦ୍ରବ କରି ଆପଣା ପ୍ରତିବାସୀଠାରୁ ଲାଭ ନେଇଅଛ,” ପୁଣି, ଆମ୍ଭକୁ ପାସୋରିଅଛ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
Ezekiel 22:27 in Oriya 27 ତାହାର ଅଧିପତିମାନେ ଅନ୍ୟାୟ ଲାଭର ଚେଷ୍ଟାରେ ରକ୍ତପାତ ଓ ପ୍ରାଣୀମାନଙ୍କୁ ବିନାଶ କରିବା ପାଇଁ ମୃଗୟା ବିଦାରିବାକୁ ଉତ୍ସୁକ, କେନ୍ଦୁଆଗଣ ପରି ତହିଁ ମଧ୍ୟରେ ଅଛନ୍ତି।
Ezekiel 22:29 in Oriya 29 ଦେଶସ୍ଥ ଲୋକମାନେ ଉପଦ୍ରବ କରିଅଛନ୍ତି ଓ ପରର ଦ୍ରବ୍ୟ ବଳପୂର୍ବକ ଅପହରଣ କରିଅଛନ୍ତି; ହଁ, ସେମାନେ ଦରିଦ୍ର ଓ ଦୀନହୀନକୁ କ୍ଳେଶ ଦେଇଅଛନ୍ତି ଓ ବିଦେଶୀ ପ୍ରତି ଅନ୍ୟାୟପୂର୍ବକ ଉପଦ୍ରବ କରିଅଛନ୍ତି।
Ezekiel 39:18 in Oriya 18 ତୁମ୍ଭେମାନେ ବୀରମାନଙ୍କର ମାଂସ ଖାଇବ ଓ ଭୂପତିମାନଙ୍କର ରକ୍ତ ପିଇବ, ସେମାନେ ସମସ୍ତେ ବାଶନ ଦେଶୀୟ ହୃଷ୍ଟପୁଷ୍ଟ ମେଷ, ମେଷବତ୍ସ, ଛାଗ ଓ ବୃଷ ସ୍ୱରୂପ ଅଟନ୍ତି।
Joel 3:3 in Oriya 3 ପୁଣି, ସେମାନେ ଆମ୍ଭ ଲୋକମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିଅଛନ୍ତି ଓ ଏକ ବେଶ୍ୟା ପାଇଁ ଏକ ବାଳକ ଦେଇଅଛନ୍ତି ଓ ପାନ କରିବା ନିମନ୍ତେ ଦ୍ରାକ୍ଷାରସ ପାଇଁ ବାଳିକା ବିକ୍ରୟ କରିଅଛନ୍ତି।
Amos 2:6 in Oriya 6 ସଦାପ୍ରଭୁ ଏହି କଥା କହନ୍ତି, “ଇସ୍ରାଏଲର ତିନି, ହଁ, ଚାରି ଅପରାଧ ସକାଶୁ ଆମ୍ଭେ ତହିଁର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେମାନେ ରୂପା ପାଇଁ ଧାର୍ମିକକୁ ଓ ଏକ ଯୋଡ଼ା ପାଦୁକା ପାଇଁ ଦୀନହୀନକୁ ବିକ୍ରୟ କରିଅଛନ୍ତି;
Amos 3:9 in Oriya 9 ତୁମ୍ଭେମାନେ ଅସ୍ଦୋଦସ୍ଥ ସକଳ ଅଟ୍ଟାଳିକାରେ ଓ ମିସର ଦେଶସ୍ଥ ସକଳ ଅଟ୍ଟାଳିକାରେ ଘୋଷଣା କରି କୁହ, “ତୁମ୍ଭେମାନେ ଶମରୀୟାର ପର୍ବତଗଣ ଉପରେ ଏକତ୍ର ହୁଅ, ଆଉ ତହିଁ ମଧ୍ୟରେ କି ମହା କୋଳାହଳ ଓ କି ଉପଦ୍ରବମାନ ହେଉଅଛି, ଏହା ଦେଖ।”
Amos 5:11 in Oriya 11 ତୁମ୍ଭେମାନେ ଦରିଦ୍ରକୁ ପଦ ତଳେ ଦଳୁଅଛ ଓ ବଳପୂର୍ବକ ତାହାଠାରୁ ଗହମ ନେଉଅଛ; ଏଥିପାଇଁ ତୁମ୍ଭେମାନେ କଟା ପାଷାଣର ଗୃହ ନିର୍ମାଣ କରିଅଛ ସତ୍ୟ, ମାତ୍ର ତୁମ୍ଭେମାନେ ତହିଁରେ ବାସ କରିବ ନାହିଁ; ତୁମ୍ଭେମାନେ ରମ୍ୟ ଦ୍ରାକ୍ଷାକ୍ଷେତ୍ର ରୋପଣ କରିଅଛ, ମାତ୍ର ତୁମ୍ଭେମାନେ ତହିଁର ଦ୍ରାକ୍ଷାରସ ପାନ କରିବ ନାହିଁ;
Amos 6:1 in Oriya 1 ନାନା ପ୍ରଧାନ ଗୋଷ୍ଠୀ ମଧ୍ୟରେ ପ୍ରସିଦ୍ଧ, ଯେଉଁମାନଙ୍କ ନିକଟକୁ ଇସ୍ରାଏଲ ବଂଶ ଆସନ୍ତି, ଏପରି ଯେ ସିୟୋନସ୍ଥ ସୁଖରେ ଥିବା ଲୋକମାନେ ଓ ଶମରୀୟା ପର୍ବତସ୍ଥ ନିରାପଦରେ ଥିବା ଲୋକମାନେ, ସେମାନେ ସନ୍ତାପର ପାତ୍ର !
Amos 8:4 in Oriya 4 ହେ ଦୀନହୀନମାନଙ୍କୁ ଗ୍ରାସ କରିବାକୁ ଉଦ୍ୟତ ଓ ଦରିଦ୍ରମାନଙ୍କୁ ଲୋପ କରାଇବା ଲୋକମାନେ, ତୁମ୍ଭେମାନେ ଏହା ଶୁଣ।
Micah 2:1 in Oriya 1 ଯେଉଁମାନେ ଆପଣା ଆପଣା ଶଯ୍ୟାରେ ଅଧର୍ମ କଳ୍ପନା କରନ୍ତି ଓ କୁକର୍ମ ସ୍ଥିର କରନ୍ତି, ସେମାନେ ସନ୍ତାପର ପାତ୍ର ! ପ୍ରଭାତ ହେବାମାତ୍ର ସେମାନେ ତାହା ସାଧନ କରନ୍ତି, କାରଣ ତାହା ସେମାନଙ୍କ ହସ୍ତର କ୍ଷମତାଧୀନ।
Micah 3:1 in Oriya 1 ପୁଣି, ମୁଁ କହିଲି, ହେ ଯାକୁବର ପ୍ରଧାନବର୍ଗ ଓ ହେ ଇସ୍ରାଏଲ-ବଂଶର ଶାସନକର୍ତ୍ତାଗଣ, ମୁଁ ନିବେଦନ କରେ, ତୁମ୍ଭେମାନେ ଶୁଣ: ନ୍ୟାୟବିଚାର ଜ୍ଞାତ ହେବାର କି ତୁମ୍ଭମାନଙ୍କର ଉଚିତ୍ ନୁହେଁ ?
Zechariah 7:10 in Oriya 10 ପୁଣି ବିଧବା, ପିତୃହୀନ, ବିଦେଶୀ ଓ ଦରିଦ୍ରର ପ୍ରତି ଉପଦ୍ରବ କର ନାହିଁ; ଆଉ, ତୁମ୍ଭମାନଙ୍କ ମଧ୍ୟରୁ କେହି ମନେ ମନେ ଆପଣା ଭ୍ରାତାର ଅନିଷ୍ଟ ଚିନ୍ତା ନ କରୁ।”
Malachi 3:5 in Oriya 5 “ପୁଣି, ଆମ୍ଭେ ବିଚାର କରିବା ପାଇଁ ତୁମ୍ଭମାନଙ୍କ ନିକଟକୁ ଆସିବା ଆଉ, ତାନ୍ତ୍ରିକ ଓ ବ୍ୟଭିଚାରୀ ଓ ମିଥ୍ୟା ଶପଥକାରୀମାନଙ୍କ ବିରୁଦ୍ଧରେ ଓ ଯେଉଁମାନେ ବେତନଜୀବୀର ବେତନ ବିଷୟରେ, ବିଧବା ଓ ପିତୃହୀନ ପ୍ରତି ଅତ୍ୟାଚାର କରନ୍ତି, ଆଉ ବିଦେଶୀର ପ୍ରତି ଅନ୍ୟାୟ କରନ୍ତି ଓ ଆମ୍ଭଙ୍କୁ ଭୟ ନ କରନ୍ତି, ସେମାନଙ୍କ ବିରୁଦ୍ଧରେ ଆମ୍ଭେ ଶୀଘ୍ର ସାକ୍ଷୀ ହେବା,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
James 5:1 in Oriya 1 ଏବେ ଦେଖ, ହେ ଧନୀମାନେ, ତୁମ୍ଭମାନଙ୍କର ଆସନ୍ନ ଦୁର୍ଦ୍ଦଶା ନିମନ୍ତେ କ୍ରନ୍ଦନ ଓ ହାହାକାର କର।