Acts 9:6 in Oriya 6 କିନ୍ତୁ ଉଠ, ନଗରରେ ପ୍ରବେଶ କର, ଆଉ ତୁମ୍ଭକୁ କ'ଣ କରିବାକୁ ହେବ, ତାହା କୁହାଯିବ।
Other Translations King James Version (KJV) And he trembling and astonished said, Lord, what wilt thou have me to do? And the Lord said unto him, Arise, and go into the city, and it shall be told thee what thou must do.
American Standard Version (ASV) but rise, and enter into the city, and it shall be told thee what thou must do.
Bible in Basic English (BBE) But get up, and go into the town, and it will be made clear to you what you have to do.
Darby English Bible (DBY) But rise up and enter into the city, and it shall be told thee what thou must do.
World English Bible (WEB) But{TR omits "But" } rise up, and enter into the city, and you will be told what you must do."
Young's Literal Translation (YLT) trembling also, and astonished, he said, `Lord, what dost thou wish me to do?' and the Lord `said' unto him, `Arise, and enter into the city, and it shall be told thee what it behoveth thee to do.'
Cross Reference 1 Samuel 28:5 in Oriya 5 ମାତ୍ର ଶାଉଲ ପଲେଷ୍ଟୀୟମାନଙ୍କ ସୈନ୍ୟସାମନ୍ତ ଦେଖି ଭୀତ ହେଲେ ଓ ତାଙ୍କର ହୃଦୟ ଅତ୍ୟନ୍ତ କମ୍ପିତ ହେଲା।
Psalm 25:8 in Oriya 8 ସଦାପ୍ରଭୁ ମଙ୍ଗଳମୟ ଓ ସରଳ ଅଟନ୍ତି; ଏହେତୁ ସେ ପାପୀମାନଙ୍କୁ ପଥ ବିଷୟରେ ଶିକ୍ଷା ଦେବେ।
Psalm 25:12 in Oriya 12 ସଦାପ୍ରଭୁଙ୍କୁ ଭୟ କରିବା ଲୋକ କିଏ ? ସେ ତାହାକୁ ତାହାର ଇଷ୍ଟ ପଥରେ ଶିକ୍ଷା ଦେବେ।
Psalm 94:12 in Oriya 12 ହେ ସଦାପ୍ରଭୁ, ଦୁଷ୍ଟ ନିମନ୍ତେ ଗର୍ତ୍ତ ଖୋଳା ହେବା ପର୍ଯ୍ୟନ୍ତ ବିପଦ କାଳରୁ ବିଶ୍ରାମ ଦେବା ନିମନ୍ତେ,
Isaiah 57:18 in Oriya 18 ଆମ୍ଭେ ତାହାର ଗତି ଦେଖିଅଛୁ ଓ ତାହାକୁ ସୁସ୍ଥ କରିବା; ମଧ୍ୟ ଆମ୍ଭେ ତାହାକୁ ପଥ କଢ଼ାଇବା, ପୁଣି ତାହାକୁ ଓ ତାହାର ଶୋକାକୁଳ ଲୋକମାନଙ୍କୁ ପୁନର୍ବାର ସାନ୍ତ୍ୱନା ଦେବା।
Isaiah 66:2 in Oriya 2 କାରଣ ଆମ୍ଭର ହସ୍ତ ଏହିସବୁ ନିର୍ମାଣ କରିଅଛି, ଆଉ ତହିଁ ସକାଶୁ ଏହିସବୁ ଉତ୍ପନ୍ନ ହେଲା,” ଏହା ସଦାପ୍ରଭୁ କହନ୍ତି; “ମାତ୍ର ଏହି ଲୋକ ପ୍ରତି, ଅର୍ଥାତ୍, ଯେଉଁ ଲୋକ ଦୁଃଖୀ, ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ୟରେ କମ୍ପମାନ ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟିପାତ କରିବା।
Ezekiel 16:6 in Oriya 6 ଏଥିଉତ୍ତାରେ ଆମ୍ଭେ ଯେତେବେଳେ ତୁମ୍ଭ ନିକଟ ଦେଇ ଗଲୁ ଓ ତୁମ୍ଭକୁ ରକ୍ତରେ ଛଟପଟ ହେବାର ଦେଖିଲୁ, ସେତେବେଳେ ଆମ୍ଭେ ତୁମ୍ଭକୁ କହିଲୁ, ତୁମ୍ଭେ ନିଜ ରକ୍ତରେ (ଲିପ୍ତ) ଥିଲେ ହେଁ ଜୀବିତ ହୁଅ; ହଁ, ତୁମ୍ଭେ ନିଜ ରକ୍ତରେ (ଲିପ୍ତ) ଥିଲେ ହେଁ ଜୀବିତ ହୁଅ; ଏହି କଥା ଆମ୍ଭେ ତୁମ୍ଭକୁ କହିଲୁ।
Habakkuk 3:16 in Oriya 16 ମୁଁ ଶୁଣିଲି ଓ ମୋ' ଉଦର କମ୍ପିଲା, ସେହି ରବରେ ମୋର ଓଷ୍ଠାଧର ଥର ଥର ହେଲା; ମୋ' ଅସ୍ଥିସକଳରେ ପଚାଭାବ ପ୍ରବେଶ କଲା ଓ ମୁଁ ସ୍ୱସ୍ଥାନରେ କମ୍ପିତ ହେଲି; ତହିଁରେ ଯେଉଁମାନେ ସୈନ୍ୟଦଳ ଘେନି ତାହାକୁ ଆକ୍ରମଣ କରିବାକୁ ଆସିବେ, ସେହି ଲୋକମାନଙ୍କ ବିରୁଦ୍ଧରେ ଯେତେବେଳେ ଦିନ ଆସିବ, ସେତେବେଳେ ସେହି ସଙ୍କଟ ଦିନରେ ମୋତେ ବିଶ୍ରାମ କରିବାକୁ ହେବ।
Matthew 19:30 in Oriya 30 କିନ୍ତୁ ପ୍ରଥମେ ଥିବା ଅନେକ ଲୋକ ଶେଷରେ ପଡ଼ିବେ ଓ ଶେଷରେ ଥିବା ଅନେକ ଲୋକ ପ୍ରଥମ ହେବେ।
Luke 3:10 in Oriya 10 ଏଥିରେ ଲୋକସମୂହ ତାହାଙ୍କୁ ପଚାରିବାକୁ ଲାଗିଲେ, ତାହାହେଲେ ଆମ୍ଭେମାନେ କ'ଣ କରିବା ?
Acts 2:37 in Oriya 37 ଏହି କଥା ଶୁଣି ସେମାନଙ୍କର ହୃଦୟ ବିଦୀର୍ଣ୍ଣ ହୋଇଗଲା, ପୁଣି, ସେମାନେ ପିତର ଓ ଅବଶିଷ୍ଟ ପ୍ରେରିତମାନଙ୍କୁ କହିଲେ,ଭାଇମାନେ, ଆମ୍ଭେମାନେ କ'ଣ କରିବା ?
Acts 9:15 in Oriya 15 କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, ଯାଅ; କାରଣ ସେ ଅଣଯିହୂଦୀ, ରାଜା ଓ ଇସ୍ରାଏଲର ସନ୍ତାନମାନଙ୍କ ସମ୍ମୁଖରେ ଆମ୍ଭର ନାମ ବହନ କରିବା ନିମନ୍ତେ ଆମ୍ଭର ଜଣେ ମନୋନୀତ ପାତ୍ର ଅଟେ;
Acts 10:6 in Oriya 6 ସେ ଶିମୋନ ନାମକ ଜଣେ ଚର୍ମକାରଙ୍କ ଅତିଥିସ୍ୱରୂପେ ବାସ କରୁଅଛନ୍ତି, ତାହାଙ୍କ ଘର ସମୁଦ୍ରକୂଳରେ।
Acts 10:22 in Oriya 22 ସେମାନେ କହିଲେ, କର୍ଣ୍ଣିଲୀୟ ନାମକ ଜଣେ ଶତସେନାପତି, ଯେ ଧାର୍ମିକ ବ୍ୟକ୍ତି ଓ ଈଶ୍ୱରଙ୍କୁ ଭୟ କରନ୍ତି, ପୁଣି, ସମସ୍ତ ଯିହୂଦୀ ଜାତିଙ୍କ ନିକଟରେ ସୁଖ୍ୟାତି ପ୍ରାପ୍ତ, ସେ ନିଜ ଗୃହକୁ ଆପଣଙ୍କୁ ଡକାଇପଠାଇ ଆପଣଙ୍କଠାରୁ କଥା ଶୁଣିବା ନିମନ୍ତେ ପବିତ୍ର ଦୂତଙ୍କ ଦ୍ୱାରା ପ୍ରତ୍ୟାଦେଶ ପାଇଅଛନ୍ତି।
Acts 10:32 in Oriya 32 ଅତଏବ ଯାଫୋକୁ ଲୋକ ପଠାଇ ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ପାଖକୁ ଡକାଇ ଆଣ, ସେ ସମୁଦ୍ରକୂଳରେ ଶିମୋନ ଚର୍ମକାରଙ୍କ ଗୃହରେ ଅତିଥି ରୂପେ ବାସ କରୁଅଛନ୍ତି।
Acts 11:13 in Oriya 13 ସେ କିପରି ଜଣେ ଦୂତଙ୍କର ଦର୍ଶନ ପାଇଥିଲେ, ତାହା ଆମ୍ଭମାନଙ୍କୁ ଜଣାଇଲେ, ସେହି ଦୂତ କିପରି ତାହାଙ୍କ ଗୃହରେ ଠିଆ ହୋଇ କହିଲେ, ଯାଫୋକୁ ଲୋକ ପଠାଇ ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ଡକାଇ ଆଣ;
Acts 16:29 in Oriya 29 ସେଥିରେ ସେ ଦୀପ ଆଣିବାକୁ କହି ଡେଇଁପଡ଼ି ଭୟରେ ଥରି ଥରି ପାଉଲ ଓ ଶୀଲାଙ୍କର ସମ୍ମୁଖରେ ପଡ଼ିଗଲେ,
Acts 22:10 in Oriya 10 ସେଥିରେ ମୁଁ କହିଲି, ପ୍ରଭୁ ମୁଁ କ'ଣ କରିବି ? ପୁଣି, ପ୍ରଭୁ ମୋତେ କହିଲେ, ଉଠ, ଦମ୍ମେସକକୁ ଯାଅ, ଆଉ ଯେ ସମସ୍ତ କର୍ମ ସାଧନ କରିବା ନିମନ୍ତେ ତୁମ୍ଭ ପାଇଁ ନିରୁପିତ ଅଛି, ସେ ସବୁ ତୁମ୍ଭକୁ ସେଠାରେ କୁହାଯିବ।
Acts 24:25 in Oriya 25 କିନ୍ତୁ ସେ ଧାର୍ମିକତା, ଆତ୍ମସଂଯମ ଓ ଆଗାମୀ ବିଚାର ବିଷୟରେ କଥା କହିବା ସମୟରେ ଫେଲୀକ୍ସ୍ ଭୟର ସହିତ ଉତ୍ତର ଦେଲେ, ବର୍ତ୍ତମାନ ତୁମ୍ଭେ ଯାଅ, ସୁବିଧା ସମୟ ପାଇଲେ ଆମ୍ଭେ ତୁମ୍ଭକୁ ଡକାଇବା।
Acts 26:16 in Oriya 16 କିନ୍ତୁ ଉଠ, ପାଦରେ ଭରା ଦେଇ ଠିଆ ହୁଅ, କାରଣ ଆମ୍ଭେ ତୁମ୍ଭକୁ ଆମ୍ଭର ସେବକ, ଆଉ ତୁମ୍ଭେ ଆମ୍ଭର ଯେଉଁ ଯେଉଁ ଦର୍ଶନ ପାଇଅଛ ଓ ପାଇବ, ସେହି ସମସ୍ତ ବିଷୟର ସାକ୍ଷୀସ୍ୱରୂପେ ମନୋନୀତ କରିବା ଉଦ୍ଦେଶ୍ୟରେ ତୁମ୍ଭକୁ ଦର୍ଶନ ଦେଇଅଛୁ।
Romans 5:20 in Oriya 20 ଏହାଛଡ଼ା ମୋଶାଙ୍କ ବ୍ୟବସ୍ଥା ମଧ୍ୟ ପ୍ରବେଶ କଲା, ଯେପରି ଅପରାଧ ଅଧିକ ହୁଏ; କିନ୍ତୁ ଯେଉଁଠାରେ ପାପ ଅଧିକ ହେଲା, ସେହିଠାରେ ଅନୁଗ୍ରହ ଆହୁରି ଅତି ଅଧିକ ହେଲା,
Romans 7:9 in Oriya 9 ଆଉ, ମୁଁ ଏକ ସମୟରେ ମୋଶାଙ୍କ ବ୍ୟବସ୍ଥା ବିନା ଜୀବିତ ଥିଲି, କିନ୍ତୁ ଆଜ୍ଞା ଆସନ୍ତେ ପାପ ଜୀବିତ ହେଲା, ପୁଣି, ମୁଁ ମୃତ ହେଲି;
Romans 9:15 in Oriya 15 କାରଣ ସେ ମୋଶାଙ୍କୁ କହନ୍ତି, ଯାହା ଉପରେ ଆମ୍ଭର ଦୟା ଅଛି, ତାହାକୁ ଆମ୍ଭେ ଦୟା କରିବା, ଆଉ ଯାହା ଉପରେ ଆମ୍ଭର କୃପା ଅଛି, ତାହାକୁ ଆମ୍ଭେ କୃପା କରିବା।
Romans 10:3 in Oriya 3 ଯେଣୁ ଈଶ୍ୱରଦତ୍ତ ଧାର୍ମିକତା ବିଷୟରେ ଅଜ୍ଞ ହୋଇ ଓ ଆପଣା ଆପଣା ଧାର୍ମିକତା ସ୍ଥାପନ କରିବାକୁ ଚେଷ୍ଟା କରି ସେମାନେ ଈଶ୍ୱରଦତ୍ତ ଧାର୍ମିକତାର ବଶୀଭୂତ ହୋଇ ନାହାଁନ୍ତି।
Romans 10:20 in Oriya 20 ତାହା ପରେ ଯିଶାଇୟ ସାହସରେ କହନ୍ତି, “ଯେଉଁମାନେ ଆମ୍ଭର ଅନ୍ୱେଷଣ କରୁ ନ ଥିଲେ, ସେମାନେ ଆମ୍ଭକୁ ପ୍ରାପ୍ତ ହେଲେ; ଯେଉଁମାନେ ଆମ୍ଭ ବିଷୟ ପଚାରୁ ନ ଥିଲେ, ସେମାନଙ୍କ ନିକଟରେ ଆମ୍ଭେ ପ୍ରକାଶିତ ହେଲୁ।'
Galatians 1:15 in Oriya 15 କିନ୍ତୁ ଯେ ମୋହର ମାତାଙ୍କ ଉଦରରୁ ମୋତେ ପୃଥକ୍ କରିଥିଲେ ଓ ଆପଣା ଅନୁଗ୍ରହରେ ମୋତେ ଆହ୍ୱାନ କଲେ,
Philippians 2:12 in Oriya 12 ଅତଏବ, ହେ ମୋହର ପ୍ରିୟମାନେ, ଯେପରି ତୁମ୍ଭେମାନେ ସର୍ବଦା ଆଜ୍ଞାବହ ହୋଇଅଛ, କେବଳ ମୋହର ଉପସ୍ଥିତିରେ କଲାପରି ନୁହେଁ, କିନ୍ତୁ ବର୍ତ୍ତମାନ ମୋହର ଅନୁପସ୍ଥିତିରେ ଆହୁରି ଅଧିକ ରୂପେ ଭୟ ଓ କମ୍ପ ସହ ଆପଣା ଆପଣା ପରିତ୍ରାଣ ସାଧନ କର,
1 Timothy 1:14 in Oriya 14 ଆଉ, ଆମ୍ଭମାନଙ୍କ ପ୍ରଭୁଙ୍କ ଅନୁଗ୍ରହ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ବିଶ୍ୱାସ ଓ ପ୍ରେମ ସହକାରେ ମୋ ପ୍ରତି ଅତି ପ୍ରଚୁର ହେଲା।
James 4:6 in Oriya 6 କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି; ଏଣୁ ଶାସ୍ତ୍ରରେ ଉକ୍ତ ଅଛି, “ଈଶ୍ୱର ଅହଙ୍କାରୀମାନଙ୍କୁ ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି।”