Acts 3:17 in Oriya 17 ଆଉ ଏବେ, ହେ ଭାଇମାନେ, ଆପଣମାନଙ୍କ ଅଧ୍ୟକ୍ଷମାନେ ଯେପରି, ଆପଣମାନେ ମଧ୍ୟ ସେପରି ଅଜ୍ଞାନତା ହେତୁ ଏହା କରିଅଛନ୍ତି ବୋଲି ମୁଁ ଜାଣେ।
Other Translations King James Version (KJV) And now, brethren, I wot that through ignorance ye did it, as did also your rulers.
American Standard Version (ASV) And now, brethren, I know that in ignorance ye did it, as did also your rulers.
Bible in Basic English (BBE) And now, my brothers, I am conscious that you did this, as did your rulers, without knowledge.
Darby English Bible (DBY) And now, brethren, I know that ye did it in ignorance, as also your rulers;
World English Bible (WEB) "Now, brothers{The word for "brothers" here may be also correctly translated "brothers and sisters" or "siblings."}, I know that you did this in ignorance, as did also your rulers.
Young's Literal Translation (YLT) `And now, brethren, I have known that through ignorance ye did `it', as also your rulers;
Cross Reference Genesis 21:26 in Oriya 26 ତହିଁରେ ଅବିମେଲକ କହିଲେ, “ଏ କର୍ମ କିଏ କଲା, ତାହା ଆମ୍ଭେ ଜାଣି ନାହୁଁ; ପୁଣି, ତୁମ୍ଭେ ହିଁ ଆମ୍ଭକୁ ଜଣାଇ ନାହଁ; ଆମ୍ଭେ କେବଳ ଆଜି ଏ କଥା ଶୁଣିଲୁ।”
Genesis 39:8 in Oriya 8 ମାତ୍ର ଯୋଷେଫ ଅସ୍ୱୀକାର କରି ଆପଣା ପ୍ରଭୁର ଭାର୍ଯ୍ୟାକୁ କହିଲେ, “ଦେଖ, ଏ ଗୃହରେ ଯାହା ଅଛି ମୋ' ପ୍ରଭୁ ତହିଁର ତତ୍ତ୍ୱ ନିଅନ୍ତି ନାହିଁ, ସେ ମୋ' ହସ୍ତରେ ଆପଣାର ସର୍ବସ୍ୱ ସମର୍ପଣ କରିଅଛନ୍ତି।
Genesis 44:15 in Oriya 15 ତେବେ ଯୋଷେଫ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏ କିପରି କାର୍ଯ୍ୟ କଲ ? ଆମ୍ଭ ପରି ଲୋକ ଯେ ଅବଶ୍ୟ ଗଣକତା କରି ପାରିବ, ଏହା କି ତୁମ୍ଭେମାନେ ଜାଣ ନାହିଁ ?”
Exodus 32:1 in Oriya 1 ଏଥିଉତ୍ତାରେ ମୋଶାଙ୍କର ପର୍ବତରୁ ଓହ୍ଲାଇବାର ବିଳମ୍ବ ଦେଖି ଲୋକମାନେ ହାରୋଣଙ୍କ ନିକଟରେ ଏକତ୍ର ହୋଇ ତାଙ୍କୁ କହିଲେ, “ଉଠ, ଆମ୍ଭମାନଙ୍କର ଅଗ୍ରଗାମୀ ହେବା ପାଇଁ ଆମ୍ଭମାନଙ୍କ ନିମନ୍ତେ ଦେବତା ନିର୍ମାଣ କର, ଯେହେତୁ ଯେଉଁ ବ୍ୟକ୍ତି ମିସର ଦେଶରୁ ଆମ୍ଭମାନଙ୍କୁ ବାହାର କରି ଆଣିଲେ, ସେହି ମୋଶାଙ୍କ ପ୍ରତି କଅଣ ଘଟିଅଛି, ତାହା ଆମ୍ଭେମାନେ ଜାଣୁ ନାହୁଁ।”
Numbers 15:24 in Oriya 24 ଯଦି ତାହା ମଣ୍ଡଳୀର ଅଗୋଚରରେ ଭ୍ରାନ୍ତିରେ ହୋଇଥାଏ, ତେବେ ସମସ୍ତ ମଣ୍ଡଳୀ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଏକ ଗୋବତ୍ସ ଓ ବିଧିମତେ ତାହା ସହିତ ତହିଁର ଭକ୍ଷ୍ୟ-ନୈବେଦ୍ୟ ଓ ତହିଁର ପେୟ-ନୈବେଦ୍ୟ ଓ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଉତ୍ସର୍ଗ କରିବେ।
Numbers 22:6 in Oriya 6 ଏହେତୁ ଆମ୍ଭେ ନିବେଦନ କରୁଅଛୁ, ତୁମ୍ଭେ ଆସି ଆମ୍ଭ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ; କାରଣ ସେମାନେ ଆମ୍ଭ ପ୍ରତି ଅତି ବଳବାନ୍; ହୋଇପାରେ, ଆମ୍ଭେ ସେମାନଙ୍କୁ ପରାଜୟ କରି ଦେଶରୁ ଦୂର କରି ପାରିବା; ଯେହେତୁ ଆମ୍ଭେ ଜାଣୁ, ତୁମ୍ଭେ ଯାହାକୁ ଆଶୀର୍ବାଦ କର, ସେ ଆଶୀର୍ବାଦ ପାଏ, ପୁଣି, ତୁମ୍ଭେ ଯାହାକୁ ଅଭିଶାପ ଦିଅ, ସେ ଅଭିଶାପଗ୍ରସ୍ତ ହୁଏ।
Luke 23:34 in Oriya 34 ସେତେବେଳେ ଯୀଶୁ କହିଲେ, ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କ'ଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ। ଆଉ ସେମାନେ ତାହାଙ୍କ ବସ୍ତ୍ରସବୁ ଭାଗ କରିବା ନିମନ୍ତେ ଗୁଲିବାଣ୍ଟ କଲେ।
John 7:26 in Oriya 26 ପୁଣି, ଦେଖ, ସେ ପ୍ରକାଶରେ କଥା କହୁଅଛି, ଆଉ ସେମାନେ ତାହାକୁ କିଛି କରୁ ନାହାଁନ୍ତି। ଏ ଯେ ଖ୍ରୀଷ୍ଟ, ଏହା କ'ଣ ନେତାମାନେ ସତେ ଜାଣି ସାରିଲେଣି ?
John 7:52 in Oriya 52 ସେମାନେ ତାହାଙ୍କୁ ଉତ୍ତର ଦେଲେ, ତୁମ୍ଭେ ମଧ୍ୟ କ'ଣ ଜଣେ ଗାଲିଲୀୟ ଲୋକ ? ଗାଲିଲୀରୁ କୌଣସି ଭାବବାଦୀ ଉତ୍ପନ୍ନ ହୁଅନ୍ତି ନାହିଁ, ଏହା ଅନୁସନ୍ଧାନ କରି ଦେଖ।
John 16:3 in Oriya 3 ଆଉ, ସେମାନେ ଏହାସବୁ କରିବେ, କାରଣ ସେମାନେ ପିତାଙ୍କୁ କିମ୍ବା ମୋତେ ଜାଣି ନାହାଁନ୍ତି।
Acts 7:40 in Oriya 40 ଆମ୍ଭମାନଙ୍କ ଆଗେ ଆଗେ ଯିବା ନିମନ୍ତେ ଆମ୍ଭମାନଙ୍କ ପାଇଁ ଦେବତାମାନଙ୍କୁ ନିର୍ମାଣ କର, କାରଣ ଏହି ଯେଉଁ ମୋଶା ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ତାହାଙ୍କ ପ୍ରତି କଅଣ ଘଟିଅଛି, ତାହା ଆମ୍ଭେମାନେ ଜାଣୁ ନାହୁଁ।
Acts 13:27 in Oriya 27 କାରଣ ଯିରୂଶାଲମ ନିବାସୀମାନେ ଆଉ ସେମାନଙ୍କର ଅଧ୍ୟକ୍ଷଗଣ ତାହାଙ୍କୁ ପୁଣି, ପ୍ରତି ବିଶ୍ରାମବାରରେ ପାଠ କରାଯାଉଥିବା ଭାବବାଦୀମାନଙ୍କର ବାକ୍ୟସବୁକୁ ନ ଜାଣିବାରୁ ତାହାଙ୍କୁ ଦୋଷୀ କରି ସେ ସମସ୍ତ ସଫଳ କଲେ,
Acts 26:9 in Oriya 9 ନାଜରିତୀୟ ଯୀଶୁଙ୍କ ନାମ ବିରୁଦ୍ଧରେ ମୋହର ଅନେକ କାର୍ଯ୍ୟ କରିବା ଯେ କର୍ତ୍ତବ୍ୟ ଏହା ମୁଁ ନିଜେ ମନେ କରିଥିଲି।
Romans 11:2 in Oriya 2 ଈଶ୍ୱର ଆପଣାର ଯେଉଁ ଲୋକମାନଙ୍କୁ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ପରିତ୍ୟାଗ କରି ନାହାଁନ୍ତି ଏଲୀୟଙ୍କ ବିବରଣରେ ଶାସ୍ତ୍ର କ'ଣ କହେ, ତାହା କି ତୁମ୍ଭେମାନେ ଜାଣ ନାହିଁ ? ସେ କିପରି ଇସ୍ରାଏଲ ବିରୁଦ୍ଧରେ ଈଶ୍ୱରଙ୍କଠାରେ ନିବେଦନ କରନ୍ତି,
1 Corinthians 2:8 in Oriya 8 ଏହି ଯୁଗର ନେତାମାନଙ୍କ ମଧ୍ୟରେ କେହି ତାହା ଜାଣି ନାହାଁନ୍ତି, କାରଣ ସେମାନେ ତାହା ଜାଣିଥିଲେ ଗୌରବମୟ ପ୍ରଭୁଙ୍କୁ କ୍ରୁଶରେ ହତ କରି ନ ଥାଆନ୍ତେ;
2 Corinthians 3:14 in Oriya 14 କିନ୍ତୁ ସେମାନଙ୍କର ଜ୍ଞାନଚକ୍ଷୁ ଜଡ଼ୀଭୂତ ହୋଇଅଛି, କାରଣ ଆଜି ପର୍ଯ୍ୟନ୍ତ ପୁରାତନ ନିୟମ ପାଠ ସମୟରେ ସେହି ଆବରଣ ପୂର୍ବ ପରି ରହିଅଛି, ଆଉ ଖ୍ରୀଷ୍ଟଙ୍କଠାରେ ସେହି ଆବରଣର ଯେ ଲୋପ ହେଉଅଛି, ଏହା ପ୍ରକାଶ ପାଉ ନାହିଁ।
Philippians 1:22 in Oriya 22 କିନ୍ତୁ ଶରୀରରେ ଜୀବନଧାରଣ ଯଦି ମୋ' ପକ୍ଷରେ ଫଳପ୍ରଦ କାର୍ଯ୍ୟ ସାଧନ ହୁଏ, ତେବେ ମୁଁ କ'ଣ ପସନ୍ଦ କରିବି, ତାହା ଜାଣେ ନାହିଁ।
1 Timothy 1:13 in Oriya 13 ଯଦ୍ୟପି ମୁଁ ପୂର୍ବେ ନିନ୍ଦକ, ତାଡ଼ନାକାରୀ ଓ ଅତ୍ୟାଚାରୀ ଥିଲି; କିନ୍ତୁ ମୁଁ ଅବିଶ୍ୱାସ ହେତୁ ଅଜ୍ଞାନ ପଣରେ ତାହା କରିଥିଲି ବୋଲି ଦୟା ପାଇଲି;