Acts 27:1 in Oriya 1 ଯେତେବେଳେ ଆମ୍ଭମାନଙ୍କର ଜାହାଜରେ ଚଢ଼ି ଇତାଲିଆକୁ ଯିବା ନିମନ୍ତେ ସ୍ଥିର ହୋଇଥିଲା, ସେତେବେଳେ ପାଉଲ ଓ ଅନ୍ୟ କେତେକ ବନ୍ଦୀ ରାଜକୀୟ ସୈନ୍ୟଦଳର ଯୂଲିଅ ନାମକ ଜଣେ ଶତସେନାପତିଙ୍କ ହସ୍ତରେ ସମର୍ପିତ ହେଲେ।
Other Translations King James Version (KJV) And when it was determined that we should sail into Italy, they delivered Paul and certain other prisoners unto one named Julius, a centurion of Augustus' band.
American Standard Version (ASV) And when it was determined that we should sail for Italy, they delivered Paul and certain other prisoners to a centurion named Julius, of the Augustan band.
Bible in Basic English (BBE) And when the decision had been made that we were to go by sea to Italy, they gave Paul and certain other prisoners into the care of a captain named Julius, of the Augustan band.
Darby English Bible (DBY) But when it had been determined that we should sail to Italy, they delivered up Paul and certain other prisoners to a centurion, by name Julius, of Augustus' company.
World English Bible (WEB) When it was determined that we should sail for Italy, they delivered Paul and certain other prisoners to a centurion named Julius, of the Augustan band.
Young's Literal Translation (YLT) And when our sailing to Italy was determined, they were delivering up both Paul and certain others, prisoners, to a centurion, by name Julius, of the band of Sebastus,
Cross Reference Genesis 50:20 in Oriya 20 ତୁମ୍ଭେମାନେ ମୋ' ବିରୁଦ୍ଧରେ ମନ୍ଦ କଳ୍ପନା କରିଥିଲ ପ୍ରମାଣ, ମାତ୍ର ପରମେଶ୍ୱର ତାହା ମଙ୍ଗଳର କଳ୍ପନା କଲେ; ଏବେ ଯେପରି ଦେଖୁଅଛ, ସେପରି ଅନେକ ଲୋକଙ୍କର ପ୍ରାଣରକ୍ଷା କରିବାକୁ ତାହାଙ୍କର ଅଭିପ୍ରାୟ ଥିଲା।
Psalm 33:11 in Oriya 11 ସଦାପ୍ରଭୁଙ୍କ ମନ୍ତ୍ରଣା ଅନନ୍ତକାଳସ୍ଥାୟୀ; ତାହାଙ୍କ ଚିତ୍ତର ସଙ୍କଳ୍ପସବୁ ପୁରୁଷାନୁକ୍ରମେ ଥାଏ।
Psalm 76:10 in Oriya 10 ମନୁଷ୍ୟର କ୍ରୋଧ ନିତାନ୍ତ ତୁମ୍ଭର ପ୍ରଶଂସା କରିବ; ତୁମ୍ଭେ କ୍ରୋଧର ଅବଶେଷ ଦ୍ୱାରା ଆପଣା କଟିବନ୍ଧନ କରିବ।
Proverbs 19:21 in Oriya 21 ମନୁଷ୍ୟର ମନରେ ନାନା ସଙ୍କଳ୍ପ ଥାଏ, ମାତ୍ର ସଦାପ୍ରଭୁଙ୍କ ମନ୍ତ୍ରଣା ସ୍ଥିର ହେବ।
Lamentations 3:27 in Oriya 27 ଯୌବନ କାଳରେ ଯୁଆଳି ବହିବା ମନୁଷ୍ୟ ନିମନ୍ତେ ମଙ୍ଗଳ ଅଟେ।
Daniel 4:35 in Oriya 35 ପୁଣି, ପୃଥିବୀନିବାସୀ ସମସ୍ତେ ଅବସ୍ତୁ ତୁଲ୍ୟ ଗଣିତ; ଆଉ ସେ ସ୍ୱର୍ଗୀୟ ସୈନ୍ୟଗଣ ମଧ୍ୟରେ ଓ ପୃଥିବୀର ନିବାସୀଗଣର ମଧ୍ୟରେ ଆପଣା ଇଚ୍ଛାନୁସାରେ କାର୍ଯ୍ୟ କରନ୍ତି; ଆଉ, କେହି ତାହାଙ୍କର ହସ୍ତ ସ୍ଥଗିତ କରି ନ ପାରେ ଓ ତୁମ୍ଭେ କ'ଣ କରୁଅଛ ଏହା ତାହାଙ୍କୁ କହି ନ ପାରେ।
Matthew 8:5 in Oriya 5 ଯୀଶୁ କଫର୍ନାହୂମରେ ପ୍ରବେଶ କରନ୍ତେ ଜଣେ ଶତସେନାପତି ତାହାଙ୍କ ପାଖକୁ ଆସି ବିନତି କରି କହିଲେ,
Matthew 27:54 in Oriya 54 ଶତସେନାପତି ଓ ତାହାଙ୍କ ସାଙ୍ଗରେ ଯେଉଁମାନେ ଯୀଶୁଙ୍କୁ ଜଗିଥିଲେ, ସେମାନେ ଭୂମିକମ୍ପାଦି ଘଟଣା ଦେଖି ଅତ୍ୟନ୍ତ ଭୀତ ହୋଇ ରହିଲେ, ସତ୍ୟ, ଏ ଇଶ୍ବରଙ୍କ ପୁତ୍ର ଥିଲେ।
Luke 7:2 in Oriya 2 ସେ ସମୟରେ ଜଣେ ଶତସେନାପତିଙ୍କର ଦାସ ଅସୁସ୍ଥ ହୋଇ ମଲା ଭଳି ହୋଇଥିଲା, ସେ ତାହାଙ୍କର ପ୍ରିୟପାତ୍ର ଥିଲେ।
Luke 23:47 in Oriya 47 ଶତସେନାପତି ଏହି ଘଟଣା ଦେଖି ଇଶ୍ବରଙ୍କ ଗୌରବ କରି କହିଲେ, ନିଶ୍ଚୟ ଏ ବ୍ୟକ୍ତି ଧାର୍ମିକ ଥିଲେ।
Acts 10:1 in Oriya 1 କାଇସରିୟା ନଗରରେ କର୍ଣ୍ଣିଲୀୟ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଇତାଲିକ ନାମକ ସୈନ୍ୟଦଳର ଜଣେ ଶତସେନାପତି ଥିଲେ;
Acts 10:22 in Oriya 22 ସେମାନେ କହିଲେ, କର୍ଣ୍ଣିଲୀୟ ନାମକ ଜଣେ ଶତସେନାପତି, ଯେ ଧାର୍ମିକ ବ୍ୟକ୍ତି ଓ ଈଶ୍ୱରଙ୍କୁ ଭୟ କରନ୍ତି, ପୁଣି, ସମସ୍ତ ଯିହୂଦୀ ଜାତିଙ୍କ ନିକଟରେ ସୁଖ୍ୟାତି ପ୍ରାପ୍ତ, ସେ ନିଜ ଗୃହକୁ ଆପଣଙ୍କୁ ଡକାଇପଠାଇ ଆପଣଙ୍କଠାରୁ କଥା ଶୁଣିବା ନିମନ୍ତେ ପବିତ୍ର ଦୂତଙ୍କ ଦ୍ୱାରା ପ୍ରତ୍ୟାଦେଶ ପାଇଅଛନ୍ତି।
Acts 16:10 in Oriya 10 ସେ ଏହି ଦର୍ଶନ ପାଇଲା ପରେ ଆମ୍ଭେମାନେ ତତ୍କ୍ଷଣାତ୍ ମାକିଦନିଆକୁ ଯିବା ପାଇଁ ଚେଷ୍ଟା କଲୁ, କାରଣ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ ଈଶ୍ୱର ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି ବୋଲି ଆମ୍ଭେମାନେ ବୁଝିଲୁ।
Acts 18:2 in Oriya 2 ଆଉ, ସେ ଆକ୍ୱିଲା ନାମକ ଜଣେ ଯିହୂଦୀଙ୍କ ଦେଖାପାଇଲେ, ପନ୍ତ ତାହାଙ୍କ ଜନ୍ମସ୍ଥାନ; ସେ ଅଳ୍ପ ଦିନ ହେଲା ଆପଣା ସ୍ତ୍ରୀ ପ୍ରୀସ୍କିଲ୍ଲା ସହିତ ଇତାଲିଆରୁ ଆସିଥିଲେ, କାରଣ କ୍ଲାଉଦିଅ ସମସ୍ତ ଯିହୂଦୀଙ୍କୁ ରୋମରୁ ବାହାରିଯିବାକୁ ଆଜ୍ଞା ଦେଇଥିଲେ। ସେ ସେମାନଙ୍କ ସହିତ ସାକ୍ଷାତ୍ କରିବାକୁ ଗଲେ,
Acts 19:21 in Oriya 21 ଏହି ସମସ୍ତ ବିଷୟ ଶେଷ ହେଲା ଉତ୍ତାରେ ପାଉଲ ମାକିଦନିଆ ଓ ଆଖାୟା ଦେଇ ଯିରୂଶାଲମକୁ ଯିବାକୁ ମନରେ ସ୍ଥିର କରି କହିଲେ, ସେଠାକୁ ଗଲା ଉତ୍ତାରେ ମୋତେ ରୋମକୁ ମଧ୍ୟ ଯିବାକୁ ହେବ।
Acts 21:32 in Oriya 32 ଏଥିରେ ସେ ସେହିକ୍ଷଣି ସୈନ୍ୟ ଓ ଶତସେନାପତିମାନଙ୍କୁ ନେଇ ସେମାନଙ୍କ ନିକଟକୁ ଦୌଡ଼ିଗଲେ। ସେମାନେ ସହସ୍ର ସେନାପତି ଓ ସୈନ୍ୟମାନଙ୍କୁ ଦେଖି ପାଉଲଙ୍କୁ ପ୍ରହାର କରିବା ବନ୍ଦ କଲେ।
Acts 22:26 in Oriya 26 ସେହି ଶତସେନାପତି ଏହା ଶୁଣି ସହସ୍ର ସେନାପତିଙ୍କ ନିକଟକୁ ଯାଇ ତାହାଙ୍କୁ ସେହି କଥା ଜଣାଇ କହିଲେ, ଆପଣ କ'ଣ କରିବାକୁ ଯାଉଅଛନ୍ତି ?
Acts 23:11 in Oriya 11 ପରରାତ୍ରରେ ପ୍ରଭୁ ତାହାଙ୍କ ପାଖରେ ଠିଆ ହୋଇ କହିଲେ, ସାହସ ଧର, କାରଣ ତୁମ୍ଭେ ଯେପରି ଯିରୂଶାଲମରେ ଆମ୍ଭ ବିଷୟରେ ସାକ୍ଷ୍ୟ ଦେଇଅଛ, ସେହିପରି ତୁମ୍ଭକୁ ରୋମରେ ମଧ୍ୟ ସାକ୍ଷ୍ୟ ଦେବାକୁ ହେବ।
Acts 23:17 in Oriya 17 ସେଥିରେ ପାଉଲ ଜଣେ ଶତ ସେନାପତିଙ୍କୁ ଡାକି କହିଲେ, ଏହି ଯୁବାଙ୍କୁ ସହସ୍ର ସେନାପତିଙ୍କ ନିକଟକୁ ନେଇ ଯାଆନ୍ତୁ, କାରଣ ତାହାଙ୍କୁ ଜଣାଇବା ନିମନ୍ତେ ଏହାର କିଛି କଥା ଅଛି।
Acts 24:23 in Oriya 23 ପୁଣି, ସେ ଶତସେନାପତିଙ୍କି ତାଙ୍କର କୌଣସି ଆତ୍ମୀୟ ସ୍ୱଜନଙ୍କୁ ତାହାଙ୍କର ସେବା କରିବା ପାଇଁ ବାରଣ ନ କରିବାକୁ, ପୁଣି, ତାଙ୍କୁ ବନ୍ଦୀରୂପେ ରକ୍ଷା କରି ତାଙ୍କ ପ୍ରତି କୋମଳ ବ୍ୟବହାର କରିବାକୁ ଆଦେଶ ଦେଲେ।
Acts 25:12 in Oriya 12 ସେଥିରେ ଫେଷ୍ଟସ୍ ମନ୍ତ୍ରୀମଣ୍ଡଳ ସହିତ ପରାମର୍ଶ କରି ଉତ୍ତର ଦେଲେ, ତୁମ୍ଭେ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିଅଛ, ତୁମ୍ଭେ କାଇସରଙ୍କ ନିକଟକୁ ଯିବ।
Acts 25:25 in Oriya 25 କିନ୍ତୁ ସେ ମୃତ୍ୟୁ ଯୋଗ୍ୟ କୌଣସି କର୍ମ କରି ନାହିଁ ବୋଲି ମୁଁ ବୁଝିଲି, ଆଉ ସେ ନିଜେ ସମ୍ରାଟଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିବାରୁ ମୁଁ ତାଙ୍କୁ ପଠାଇବା ନିମନ୍ତେ ସ୍ଥିର କଲି।
Acts 27:6 in Oriya 6 ସେଠାରେ ଶତସେନାପତି ଇତାଲିଆକୁ ଯାଉଥିବା ଗୋଟିଏ ଆଲେକଜାଣ୍ଡ୍ରୀୟ ଜାହାଜ ପାଇ ସେଥିରେ ଆମ୍ଭମାନଙ୍କୁ ଚଢ଼ାଇଦେଲେ।
Acts 27:11 in Oriya 11 କିନ୍ତୁ ଶତସେନାପତି ପାଉଲଙ୍କ କଥା ଅପେକ୍ଷା ଜାହାଜର ଚାଳକ ଓ ଅଧିକାରୀଙ୍କ କଥାରେ ଅଧିକ ମନୋଯୋଗ କଲେ।
Acts 27:43 in Oriya 43 କିନ୍ତୁ ଶତସେନାପତି ପାଉଲଙ୍କୁ ରକ୍ଷା କରିବା ଇଚ୍ଛାରେ ସେମାନଙ୍କ ସଙ୍କଳ୍ପରୁ ସେମାନଙ୍କୁ କ୍ଷାନ୍ତ କରି ଆଜ୍ଞା ଦେଲେ ଯେ, ଯେଉଁମାନେ ପହଁରି ଜାଣନ୍ତି, ସେମାନେ ସମୁଦ୍ରରେ ଡେଇଁପଡ଼ିିି ପ୍ରଥମେ ସ୍ଥଳକୁ ଯାଆନ୍ତୁ,
Acts 28:16 in Oriya 16 ଆଉ ଆମ୍ଭେମାନେ ରୋମରେ ପ୍ରବେଶ କରନ୍ତେ, ପାଉଲଙ୍କୁ ନିଜ ପ୍ରହରୀ ସୈନ୍ୟ ସହିତ ସ୍ୱତନ୍ତ୍ର ବାସ କରିବା ନିମନ୍ତେ ଅନୁମତି ଦିଆଗଲା।
Romans 15:22 in Oriya 22 ଏହି କାରଣରୁ ମଧ୍ୟ ମୁଁ ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ଅନେକ ଥର ବାଧା ପାଇ ଆସୁଅଛି;
Hebrews 13:24 in Oriya 24 ତୁମ୍ଭମାନଙ୍କର ସମସ୍ତ ନେତା ଓ ସାଧୁସମସ୍ତଙ୍କୁ ନମସ୍କାର ଜଣାଅ। ଯେଉଁମାନେ ଇତାଲିଆରୁ ଆସିଅଛନ୍ତି, ସେମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।