Acts 22:14 in Oriya 14 ପୁଣି, ସେ କହିଲେ, ଆମ୍ଭମାନଙ୍କର ପିତୃପୁରୁଷଙ୍କର ଈଶ୍ୱର ତାହାଙ୍କ ଇଚ୍ଛା ଜାଣିବା ପାଇଁ ଓ ସେହି ଧାର୍ମିକ ବ୍ୟକ୍ତିଙ୍କୁ ଦେଖିବା ପାଇଁ ପୁଣି, ତାହାଙ୍କ ମୁଖରୁ ବାଣୀ ଶୁଣିବା ପାଇଁ ମନୋନୀତ କରିଅଛନ୍ତି,
Other Translations King James Version (KJV) And he said, The God of our fathers hath chosen thee, that thou shouldest know his will, and see that Just One, and shouldest hear the voice of his mouth.
American Standard Version (ASV) And he said, The God of our fathers hath appointed thee to know his will, and to see the Righteous One, and to hear a voice from his mouth.
Bible in Basic English (BBE) And he said, You have been marked out by the God of our fathers to have knowledge of his purpose, and to see the Upright One and to give ear to the words of his mouth.
Darby English Bible (DBY) And he said, The God of our fathers has chosen thee beforehand to know his will, and to see the just one, and to hear a voice out of his mouth;
World English Bible (WEB) He said, 'The God of our fathers has appointed you to know his will, and to see the Righteous One, and to hear a voice from his mouth.
Young's Literal Translation (YLT) and he said, The God of our fathers did choose thee beforehand to know His will, and to see the Righteous One, and to hear a voice out of his mouth,
Cross Reference Exodus 3:13 in Oriya 13 ଏଥିଉତ୍ତାରେ ମୋଶା ପରମେଶ୍ୱରଙ୍କୁ କହିଲେ, “ଦେଖ, ମୁଁ ଯେତେବେଳେ ଇସ୍ରାଏଲର ସନ୍ତାନମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିବି, କି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ୱର ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି; ପୁଣି, ସେମାନେ ପଚାରିବେ, ତାହାଙ୍କର ନାମ କଅଣ ? ସେତେବେଳେ ମୁଁ କି ଉତ୍ତର ଦେବି ?”
Exodus 15:2 in Oriya 2 ସଦାପ୍ରଭୁ ଆମ୍ଭର ବଳ ଓ ଗାନ, ପୁଣି, ସେ ଆମ୍ଭର ପରିତ୍ରାଣ ହୋଇଅଛନ୍ତି; ସେ ଆମ୍ଭର ପରମେଶ୍ୱର, ଆମ୍ଭେ ତାହାଙ୍କର ପ୍ରଶଂସା କରିବା; ସେ ଆମ୍ଭର ପୈତୃକ ପରମେଶ୍ୱର, ଆମ୍ଭେ ତାହାଙ୍କର ଗୁଣାନୁବାଦ କରିବା।
2 Kings 21:22 in Oriya 22 ଆହୁରି ସେ ସଦାପ୍ରଭୁ ତାଙ୍କର ପିତୃଗଣର ପରମେଶ୍ୱରଙ୍କୁ ତ୍ୟାଗ କଲେ ଓ ସଦାପ୍ରଭୁଙ୍କ ପଥରେ ଚାଲିଲେ ନାହିଁ।
1 Chronicles 12:17 in Oriya 17 ତହିଁରେ ଦାଉଦ ସେମାନଙ୍କୁ ଭେଟିବା ପାଇଁ ଯାଇ ଉତ୍ତର କରି କହିଲେ, ଯଦି ତୁମ୍ଭେମାନେ ନିର୍ବିରୋଧ ଭାବରେ ମୋହର ସାହାଯ୍ୟ କରିବା ପାଇଁ ମୋ' ନିକଟକୁ ଆସିଥାଅ, ତେବେ ମୋହର ଅନ୍ତଃକରଣ ତୁମ୍ଭମାନଙ୍କଠାରେ ସଂଯୁକ୍ତ ହେବ; ମାତ୍ର ମୋ' ହସ୍ତରେ କୌଣସି ଦୌରାତ୍ମ୍ୟ ନ ଥିଲେ ହେଁ ଯଦି ତୁମ୍ଭେମାନେ ମୋ' ଶତ୍ରୁମାନଙ୍କ ହସ୍ତରେ ମୋତେ ସମର୍ପଣ କରିବାକୁ ଆସିଥାଅ, ତେବେ ଆମ୍ଭମାନଙ୍କ ପିତୃଗଣର ପରମେଶ୍ୱର ତାହା ଦେଖନ୍ତୁ ଓ ଅନୁଯୋଗ କରନ୍ତୁ।
1 Chronicles 29:18 in Oriya 18 ହେ ସଦାପ୍ରଭୁ, ଆମ୍ଭମାନଙ୍କ ପୂର୍ବପୁରୁଷ ଅବ୍ରହାମର, ଇସ୍ହାକର ଓ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଆପଣା ଲୋକମାନଙ୍କ ହୃଦୟସ୍ଥ ଚିନ୍ତାର କଳ୍ପନାରେ ଏହା ସଦାକାଳ ରଖ ଓ ତୁମ୍ଭ ପ୍ରତି ସେମାନଙ୍କ ହୃଦୟ ପ୍ରସ୍ତୁତ କର;
2 Chronicles 28:25 in Oriya 25 ଆହୁରି, ସେ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ପାଇଁ ଯିହୁଦାର ପ୍ରତ୍ୟେକ ନଗରରେ ଉଚ୍ଚସ୍ଥଳୀ ନିର୍ମାଣ କଲେ ଓ ସଦାପ୍ରଭୁ ତାଙ୍କର ପିତୃଗଣଙ୍କର ପରମେଶ୍ୱରଙ୍କୁ ବିରକ୍ତ କଲେ।
2 Chronicles 30:19 in Oriya 19 ଯେକେହି ପରମେଶ୍ୱରଙ୍କର, ସଦାପ୍ରଭୁ ଆପଣା ପୈତୃକ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଅନ୍ତଃକରଣ ନିବିଷ୍ଟ କରେ, ସେ ଧର୍ମଧାମର ଶୌଚବିଧି ଅନୁସାରେ ଶୁଚି ନୋହିଲେ ହେଁ ମଙ୍ଗଳମୟ ସଦାପ୍ରଭୁ ତାହାକୁ କ୍ଷମା କରନ୍ତୁ।
Ezra 7:27 in Oriya 27 ଯେଉଁ ସଦାପ୍ରଭୁ ଆମ୍ଭମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ଯିରୂଶାଲମସ୍ଥିତ ଗୃହ ଶୋଭାନ୍ୱିତ କରିବାକୁ ରାଜାର ଅନ୍ତଃକରଣକୁ ଏରୂପ ଉଦ୍ଦୀପିତ କରିଅଛନ୍ତି,
Jeremiah 1:5 in Oriya 5 “ଉଦର ମଧ୍ୟରେ ତୁମ୍ଭକୁ ଗଢ଼ିବା ପୂର୍ବରୁ ଆମ୍ଭେ ତୁମ୍ଭକୁ ଜାଣିଲୁ, ପୁଣି ଭୂମିଷ୍ଠ ହେବା ପୂର୍ବରୁ ଆମ୍ଭେ ତୁମ୍ଭକୁ ପବିତ୍ର କଲୁ; ଆମ୍ଭେ ତୁମ୍ଭକୁ ନାନା ଦେଶୀୟମାନଙ୍କ ନିକଟରେ ଭବିଷ୍ୟଦ୍ବକ୍ତା କରି ନିଯୁକ୍ତ କରିଅଛୁ।”
Daniel 2:23 in Oriya 23 ହେ ମୋର ପିତୃପୁରୁଷଗଣର ପରମେଶ୍ୱର, ମୁଁ ତୁମ୍ଭର ଧନ୍ୟବାଦ ଓ ପ୍ରଶଂସା କରୁଅଛି, ତୁମ୍ଭେ ମୋତେ ଜ୍ଞାନ ଓ ସାମର୍ଥ୍ୟ ଦେଇଅଛ ଓ ତୁମ୍ଭ ନିକଟରେ ଆମ୍ଭମାନଙ୍କର ନିବେଦନର ବିଷୟ ଏବେ ମୋତେ ଜଣାଇଅଛ; କାରଣ ତୁମ୍ଭେ ରାଜାର କଥା ଆମ୍ଭମାନଙ୍କୁ ଜଣାଇଅଛ।
John 15:16 in Oriya 16 ତୁମ୍ଭେମାନେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରିଅଛି, ଆଉ ତୁମ୍ଭେମାନେ ଯେପରି ଯାଇ ଫଳ ଉତ୍ପନ୍ନ କର ଓ ତୁମ୍ଭମାନଙ୍କର ଫଳ ସ୍ଥାୟୀ ହୁଏ, ଏଥି ନିମନ୍ତେ ତୁମ୍ଭମାନଙ୍କୁ ନିଯୁକ୍ତ କରିଅଛି। ସେଥିରେ ତୁମ୍ଭେମାନେ ମୋ' ନାମରେ ପିତାଙ୍କୁ ଯାହା କିଛି ମାଗିବ, ସେ ତାହା ତୁମ୍ଭମାନଙ୍କୁ ଦେବେ;
Acts 3:13 in Oriya 13 ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ଈଶ୍ୱର, ଆମ୍ଭମାନଙ୍କ ପିତୃପୁରୁଷଙ୍କ ଈଶ୍ୱର, ଆପଣା ଦାସ ଯୀଶୁଙ୍କୁ ଗୌରବାନ୍ୱିିତ କରିଅଛନ୍ତି; ସେହି ଯୀଶୁଙ୍କୁ ଆପଣମାନେ ସମର୍ପଣ କଲେ, ପୁଣି, ଯେତେବେଳେ ପୀଲାତ ତାହାଙ୍କୁ ମୁକ୍ତ କରିବାକୁ ମନସ୍ଥ କରିଥିଲେ, ସେତେବେଳେ ତାହାଙ୍କୁ ଆପଣମାନେ ତାହାଙ୍କ ସାକ୍ଷାତରେ ଅସ୍ୱୀକାର କଲେ।
Acts 5:30 in Oriya 30 ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ଟଙ୍ଗାଇ ବଧ କରିଥିଲେ, ଆମ୍ଭମାନଙ୍କ ପିତୃପୁରୁଷଙ୍କ ଈଶ୍ୱର ତାହାଙ୍କୁ ଉଠାଇଅଛନ୍ତି।
Acts 7:52 in Oriya 52 ଭାବବାଦୀମାନଙ୍କ ମଧ୍ୟରୁ କାହାକୁ ଆପଣମାନଙ୍କର ପିତୃପୁରୁଷମାନେ ତାଡ଼ନା କରି ନ ଥିଲେ? ଯେଉଁମାନେ ସେହି ଧାର୍ମିକ ବ୍ୟକ୍ତିଙ୍କ ଆଗମନ ବିଷୟରେ ପୂର୍ବରୁ ଜଣାଇଥିଲେ, ସେମାନଙ୍କୁ ସେମାନେ ବଧ କଲେ; ଏବେ ଆପଣମାନେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରି ବଧ କରିଅଛନ୍ତି;
Acts 9:15 in Oriya 15 କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, ଯାଅ; କାରଣ ସେ ଅଣଯିହୂଦୀ, ରାଜା ଓ ଇସ୍ରାଏଲର ସନ୍ତାନମାନଙ୍କ ସମ୍ମୁଖରେ ଆମ୍ଭର ନାମ ବହନ କରିବା ନିମନ୍ତେ ଆମ୍ଭର ଜଣେ ମନୋନୀତ ପାତ୍ର ଅଟେ;
Acts 9:17 in Oriya 17 ସେଥିରେ ହନନୀୟ ପ୍ରସ୍ଥାନ କରି ସେହି ଗୃହରେ ପ୍ରବେଶ କଲେ, ପୁଣି, ତାହାଙ୍କ ଉପରେ ହସ୍ତାର୍ପଣ କରି କହିଲେ, ଶାଉଲ ଭାଇ, ପ୍ରଭୁ, ଅର୍ଥାତ୍, ଯେଉଁ ଯୀଶୁ ତୁମ୍ଭର ଆସୁଥିବା ପଥରେ ତୁମ୍ଭକୁ ଦର୍ଶନ ଦେଲେ, ତୁମ୍ଭେ ଯେପରି ଦୃଷ୍ଟିପ୍ରାପ୍ତ ହୁଅ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୁଅ,ଏଥି ନିମନ୍ତେ ସେ ମୋତେ ପ୍ରେରଣ କରିଅଛନ୍ତି।
Acts 13:17 in Oriya 17 ଏହି ଇସ୍ରାଏଲ ଜାତିର ଈଶ୍ୱର ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ ମନୋନୀତ କଲେ, ଆଉ ସେମାନେ ମିସର ଦେଶରେ ପ୍ରବାସ କରୁଥିବା ସମୟରେ ସେମାନଙ୍କୁ ଉନ୍ନତ କଲେ, ପୁଣି, ପରାକ୍ରମୀ ବାହୁ ଦ୍ୱାରା ସେଠାରୁ ସେମାନଙ୍କୁ କଢ଼ାଇ ଆଣିଲେ।
Acts 22:18 in Oriya 18 ସେ ମୋତେ କହିଲେ, ବିଳମ୍ବ ନ କରି ଶୀଘ୍ର ଯିରୂଶାଲମରୁ ବାହାରିଯାଅ, କାରଣ ସେମାନେ ଆମ୍ଭ ବିଷୟରେ ତୁମ୍ଭର ସାକ୍ଷ୍ୟ ଗ୍ରହଣ କରିବେ ନାହିଁ।
Acts 24:14 in Oriya 14 କିନ୍ତୁ ଏମାନେ ଯାହାକୁ ଗୋଟିଏ ବିଧର୍ମଦଳ ବୋଲି କହନ୍ତି, ମୁଁ ସେହି ମାର୍ଗ ଅନୁସାରେ ଆମ୍ଭମାନଙ୍କ ପିତୃପୁରୁଷଙ୍କ ଈଶ୍ୱରଙ୍କର ଉପାସନା କରିଥାଏ; ଯାହା ଯାହା ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ ଓ ଯାହା ଯାହା ଭାବବାଦୀଶାସ୍ତ୍ରରେ ଲିଖିତ ଅଛି, ସେହି ସବୁ ମୁଁ ବିଶ୍ୱାସ କରେ;
Acts 26:16 in Oriya 16 କିନ୍ତୁ ଉଠ, ପାଦରେ ଭରା ଦେଇ ଠିଆ ହୁଅ, କାରଣ ଆମ୍ଭେ ତୁମ୍ଭକୁ ଆମ୍ଭର ସେବକ, ଆଉ ତୁମ୍ଭେ ଆମ୍ଭର ଯେଉଁ ଯେଉଁ ଦର୍ଶନ ପାଇଅଛ ଓ ପାଇବ, ସେହି ସମସ୍ତ ବିଷୟର ସାକ୍ଷୀସ୍ୱରୂପେ ମନୋନୀତ କରିବା ଉଦ୍ଦେଶ୍ୟରେ ତୁମ୍ଭକୁ ଦର୍ଶନ ଦେଇଅଛୁ।
Romans 1:1 in Oriya 1 ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ଦାସ ଓ ଆହୂତ ଜଣେ ପ୍ରେରିତ, ପୁଣି, ଈଶ୍ୱର ଆପଣା ପୁତ୍ର ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧରେ ନିଜର ଯେଉଁ ସୁସମାଚାର ଧର୍ମଶାସ୍ତ୍ରରେ ଆପଣା ଭାବବାଦୀମାନଙ୍କ ଦ୍ୱାରା ପୂର୍ବରେ ପ୍ରତିଜ୍ଞା କରିଥିଲେ, ସେହି ସୁସମାଚାର ନିମନ୍ତେ ପୃଥକୀକୃତ,
1 Corinthians 9:1 in Oriya 1 ମୁଁ କ'ଣ ସ୍ୱାଧୀନ ନୁହେଁ ? ମୁଁ କ'ଣ ଜଣେ ପ୍ରେରିତ ନୁହେଁ ? ମୁଁ କ'ଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଦର୍ଶନ କରି ନାହିଁ ? ତୁମ୍ଭେମାନେ କ'ଣ ପ୍ରଭୁଙ୍କଠାରେ ମୋହର କୃତ କର୍ମ ନୁହଁ ?
1 Corinthians 11:23 in Oriya 23 କାରଣ ମୁଁ ପ୍ରଭୁଙ୍କଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଅଛି, ତାହା ଏହି, ଶତ୍ରୁ ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୁଟି ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ,
1 Corinthians 15:3 in Oriya 3 କାରଣ ଯେଉଁ ଯେଉଁ ଶିକ୍ଷା ମୁଁ ପାଇଥିଲି, ସେଥିମଧ୍ୟରୁ ଏହି ପ୍ରଧାନ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି ଯଥା, ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ,
1 Corinthians 15:8 in Oriya 8 ଅବଶେଷରେ ଅକାଳଜାତ ପରି ଜଣେ ଯେ ମୁଁ, ସେ ମୋତେ ମଧ୍ୟ ଦର୍ଶନ ଦେଲେ।
2 Corinthians 5:21 in Oriya 21 ଯାହାଙ୍କଠାରେ ପାପର ଲେଶମାତ୍ର ନ ଥିଲା,ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଈଶ୍ୱରଙ୍କର ଧାର୍ମିକତାସ୍ୱରୂପ ହେଉ।
Galatians 1:12 in Oriya 12 ଯେଣୁ ମୁଁ ତାହା ମନୁଷ୍ୟଠାରୁ ପାଇ ନାହିଁ କିଅବା ଶିକ୍ଷା କରି ନାହିଁ, କିନ୍ତୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତ୍ୟାଦେଶ ଦ୍ୱାରା ପାଇଅଛି।
Galatians 1:15 in Oriya 15 କିନ୍ତୁ ଯେ ମୋହର ମାତାଙ୍କ ଉଦରରୁ ମୋତେ ପୃଥକ୍ କରିଥିଲେ ଓ ଆପଣା ଅନୁଗ୍ରହରେ ମୋତେ ଆହ୍ୱାନ କଲେ,
2 Timothy 1:1 in Oriya 1 ପାଉଲ,ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଜୀବନ ସମ୍ବନ୍ଧୀୟ ପ୍ରତିଜ୍ଞା ଅନୁସାରେ ଇଶ୍ବରଙ୍କ ଇଚ୍ଛା ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ,
Titus 1:1 in Oriya 1 ପାଉଲ, ଇଶ୍ବରଙ୍କ ଦାସ ଓ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ, ବିଶ୍ଵାସର ସହଭାଗିତା ଅନୁସାରେ ଯଥାର୍ଥ ପୁତ୍ର ତୀତସଙ୍କ ନିକଟକୁ,
1 Peter 2:22 in Oriya 22 ସେ କୌଣସି ପାପ କଲେ ନାହିଁ, କିଅବା ତାହାଙ୍କ ମୁଖରେ କୌଣସି ଛଳକଥା ନ ଥିଲା।
1 John 2:1 in Oriya 1 ହେ ମୋହର ପ୍ରିୟମାନେ, ତୁମ୍ଭେମାନେ ଯେପରି ପାପ ନ କର, ଏଥି ନିମନ୍ତେ ମୁଁ ଏହି ସବୁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି। କିନ୍ତୁ କେହି ଯଦି ପାପ କରେ, ତାହାହେଲେ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ଜଣେ ସପକ୍ଷବାଦୀ ଅଛନ୍ତି, ସେ ଧାର୍ମିକ ଯୀଶୁ ଖ୍ରୀଷ୍ଟ।