Acts 15:17 in Oriya 17 ଯେପରି ଅବଶିଷ୍ଟ ଲୋକେ ଓ ଯେ ସମସ୍ତ ଅଣଯିହୂଦୀ ଆମ୍ଭ ନାମରେ ଖ୍ୟାତ, ସେମାନେ ପ୍ରଭୁଙ୍କୁ ଅନ୍ୱେଷଣ କରନ୍ତି, ସର୍ବ ସାଧନକର୍ତ୍ତା ପ୍ରଭୁ ଏହା କହନ୍ତି।
Other Translations King James Version (KJV) That the residue of men might seek after the Lord, and all the Gentiles, upon whom my name is called, saith the Lord, who doeth all these things.
American Standard Version (ASV) That the residue of men may seek after the Lord, And all the Gentiles, upon whom my name is called,
Bible in Basic English (BBE) So that the rest of men may make search for the Lord, and all the Gentiles on whom my name is named,
Darby English Bible (DBY) so that the residue of men may seek out the Lord, and all the nations on whom my name is invoked, saith [the] Lord, who does these things
World English Bible (WEB) That the rest of men may seek after the Lord; All the Gentiles who are called by my name, Says the Lord, who does all these things.
Young's Literal Translation (YLT) that the residue of men may seek after the Lord, and all the nations, upon whom My name hath been called, saith the Lord, who is doing all these things.
Cross Reference Genesis 22:18 in Oriya 18 ପୁଣି, ପୃଥିବୀସ୍ଥ ସମସ୍ତ ଜାତି ତୁମ୍ଭର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ; ଯେହେତୁ ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରିଅଛ।”
Genesis 48:16 in Oriya 16 ଯେଉଁ ଦୂତ ସମସ୍ତ ଆପଦରୁ ମୋତେ ମୁକ୍ତ କରିଅଛନ୍ତି, ସେ ଏହି ବାଳକମାନଙ୍କୁ ଆଶୀର୍ବାଦ କରନ୍ତୁ; ଏମାନେ ମୋ' ନାମରେ ଓ ମୋହର ପୂର୍ବପୁରୁଷ ଅବ୍ରହାମ ଓ ଇସ୍ହାକଙ୍କ ନାମରେ ବିଖ୍ୟାତ ହେଉନ୍ତୁ, ପୁଣି, ଏମାନେ ଦେଶ ମଧ୍ୟରେ ବୃଦ୍ଧି ପାଇ ଲୋକସମୂହ ହେଉନ୍ତୁ।”
Genesis 49:10 in Oriya 10 ଶୀଲୋର ଆଗମନ ପର୍ଯ୍ୟନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତାହାର ଚରଣଦ୍ୱୟ ମଧ୍ୟରୁ ବିଚାରକର୍ତ୍ତାର ଯଷ୍ଟି ଯିବ ନାହିଁ; ତାହାଙ୍କ ନିକଟରେ ଲୋକମାନେ ଅଧୀନତା ସ୍ୱୀକାର କରିବେ।
Numbers 6:27 in Oriya 27 ଏହିରୂପେ ସେମାନେ ଇସ୍ରାଏଲ-ସନ୍ତାନଗଣ ଉପରେ ଆମ୍ଭର ନାମ ରଖିବେ; ତହିଁରେ ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା।
Numbers 24:23 in Oriya 23 ଏଉତ୍ତାରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, “ହାୟ ହାୟ, ଯେତେବେଳେ ପରମେଶ୍ୱର ଏହା କରିବେ, ସେତେବେଳେ କିଏ ବଞ୍ଚିବ ?”
Psalm 22:26 in Oriya 26 ନମ୍ର ଲୋକମାନେ ଭୋଜନ କରି ପରିତୃପ୍ତ ହେବେ; ସଦାପ୍ରଭୁଙ୍କ ଅନ୍ୱେଷଣକାରୀଗଣ ତାହାଙ୍କୁ ପ୍ରଶଂସା କରିବେ; ତୁମ୍ଭମାନଙ୍କ ଅନ୍ତଃକରଣ ନିତ୍ୟଜୀବୀ ହେଉ।
Psalm 67:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଗାନାର୍ଥକ ଗୀତ। ପରମେଶ୍ୱର ଆମ୍ଭମାନଙ୍କୁ ଦୟା କରନ୍ତୁ ଓ ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଓ ଆମ୍ଭମାନଙ୍କ ପ୍ରତି ଆପଣା ମୁଖ ପ୍ରସନ୍ନ କରନ୍ତୁ। ସେଲା
Psalm 72:17 in Oriya 17 ତାହାଙ୍କ ନାମ ଅନନ୍ତକାଳ ରହିବ; ଯେପର୍ଯ୍ୟନ୍ତ ସୂର୍ଯ୍ୟ ଥାଏ, ସେପର୍ଯ୍ୟନ୍ତ ତାହାଙ୍କ ନାମ ସତେଜ ରହିବ; ଆଉ, ମନୁଷ୍ୟମାନେ ତାହାଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ; ସବୁ ଗୋଷ୍ଠୀୟ ଲୋକେ ତାହାଙ୍କୁ ଧନ୍ୟ କହିବେ।
Isaiah 2:2 in Oriya 2 ଶେଷ କାଳରେ ଏରୂପ ଘଟିବ, ସଦାପ୍ରଭୁଙ୍କ ଗୃହର ପର୍ବତ, ପର୍ବତଗଣର ଶିଖର ଉପରେ ସ୍ଥାପିତ ହେବ ଓ ଉପପର୍ବତଗଣ ଅପେକ୍ଷା ଉଚ୍ଚୀକୃତ ହେବ; ଆଉ, ସମୁଦାୟ ଗୋଷ୍ଠୀ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ।
Isaiah 11:10 in Oriya 10 ଆଉ, ସେହି ଦିନରେ ଗୋଷ୍ଠୀଗଣର ଧ୍ୱଜା ରୂପେ ସ୍ଥାପିତ ଯେ ଯିଶୟର ମୂଳ, ନାନା ଦେଶୀୟମାନେ ତାହାଙ୍କର ଅନ୍ଵେଷଣ କରିବେ; ଆଉ, ତାହାଙ୍କର ବିଶ୍ରାମ ସ୍ଥାନ ଗୌରବାନ୍ୱିତ ହେବ।
Isaiah 19:23 in Oriya 23 ସେହି ଦିନ ମିସରଠାରୁ ଅଶୂରକୁ ଏକ ରାଜପଥ ପଡ଼ିବ, ତହିଁରେ ଅଶୂରୀୟମାନେ ମିସରକୁ ଓ ମିସରୀୟମାନେ ଅଶୂରକୁ ଯାତାୟତ କରିବେ; ପୁଣି, ମିସରୀୟମାନେ ଅଶୂରୀୟମାନଙ୍କ ସଙ୍ଗେ ଆରାଧନା କରିବେ।
Isaiah 24:15 in Oriya 15 ଏହେତୁ ତୁମ୍ଭେମାନେ ପୂର୍ବଦେଶରେ ସଦାପ୍ରଭୁଙ୍କର, ଅର୍ଥାତ୍, ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ନାମର ଗୌରବ ସମୁଦ୍ରର ଦ୍ୱୀପସମୂହରେ ପ୍ରକାଶ କର।
Isaiah 43:7 in Oriya 7 ଆମ୍ଭ ନାମରେ ଖ୍ୟାତ ଓ ଯାହାକୁ ଆମ୍ଭେ ଆପଣା ଗୌରବାର୍ଥେ ସୃଷ୍ଟି କରିଅଛୁ, ଏପରି ପ୍ରତ୍ୟେକ ଲୋକକୁ ଆଣ; ଆମ୍ଭେ ତାହାକୁ ଗଢ଼ିଅଛୁ; ହଁ, ଆମ୍ଭେ ତାହାକୁ ନିର୍ମାଣ କରିଅଛୁ।
Isaiah 45:7 in Oriya 7 ଆମ୍ଭେ ଦୀପ୍ତି ନିର୍ମାଣ କରୁ ଓ ଆମ୍ଭେ ଅନ୍ଧକାର ସୃଷ୍ଟି କରୁ; ଆମ୍ଭେ ଶାନ୍ତି ରଚନା କରୁ, ଅନିଷ୍ଟ ସୃଷ୍ଟି କରୁ; ଆମ୍ଭେ ସଦାପ୍ରଭୁ ଏହାସବୁ ସାଧନ କରୁ।
Isaiah 49:6 in Oriya 6 ଏଣୁ ସେ କହନ୍ତି, “ତୁମ୍ଭେ ଯେ ଯାକୁବର ଗୋଷ୍ଠୀବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇସ୍ରାଏଲର ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସେବକ ହେବ, ଏହା ଅତି କ୍ଷୁଦ୍ର ବିଷୟ; ତୁମ୍ଭେ ପୃଥିବୀର ସୀମା ପର୍ଯ୍ୟନ୍ତ ଯେପରି ଆମ୍ଭର କୃତ ପରିତ୍ରାଣ ସ୍ୱରୂପ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟ ଦେଶୀୟମାନଙ୍କର ଦୀପ୍ତି ସ୍ୱରୂପ ମଧ୍ୟ କରିବା।”
Isaiah 65:1 in Oriya 1 “ଯେଉଁମାନେ ଆମ୍ଭ ବିଷୟ ପଚାରିଲେ ନାହିଁ, ସେମାନଙ୍କ ଦ୍ୱାରା ଆମ୍ଭେ ଅନ୍ୱେଷିତ ହେଉଅଛୁ; ଯେଉଁମାନେ ଆମ୍ଭର ଅନ୍ୱେଷଣ କଲେ ନାହିଁ, ସେମାନେ ଆମ୍ଭକୁ ପ୍ରାପ୍ତ ହେଉଅଛନ୍ତି; ଯେଉଁ ଦେଶୀୟ ଲୋକେ ଆମ୍ଭ ନାମରେ ଖ୍ୟାତ ହୋଇ ନ ଥିଲେ, ସେମାନଙ୍କୁ, ଆମ୍ଭକୁ ଦେଖ, ଆମ୍ଭକୁ ଦେଖ ବୋଲି ଆମ୍ଭେ କହିଲୁ।
Isaiah 66:18 in Oriya 18 “କାରଣ ଆମ୍ଭେ ସେମାନଙ୍କର କ୍ରିୟା ଓ କଳ୍ପନାସବୁ ଜାଣୁ; ସର୍ବଦେଶୀୟ ଓ ଭାଷାବାଦୀ ଲୋକଙ୍କୁ ଆମ୍ଭର ସଂଗ୍ରହ କରିବାର ସମୟ ଆସୁଅଛି ଓ ସେମାନେ ଆସି ଆମ୍ଭର ମହିମା ଦେଖିବେ।
Jeremiah 14:9 in Oriya 9 ତୁମ୍ଭେ କାହିଁକି ବିସ୍ମିତ ମନୁଷ୍ୟ ତୁଲ୍ୟ, ଉଦ୍ଧାର କରିବାକୁ ଅସମର୍ଥ ବୀର ତୁଲ୍ୟ ହେବ; ତଥାପି ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ମଧ୍ୟରେ ଅଛ ଓ ଆମ୍ଭେମାନେ ତୁମ୍ଭ ନାମରେ ଖ୍ୟାତ ଅଟୁ। ଆମ୍ଭମାନଙ୍କୁ ପରିତ୍ୟାଗ କର ନାହିଁ।
Jeremiah 16:19 in Oriya 19 ହେ ମୋର ବଳ, ମୋର ଦୃଢ଼ ଦୁର୍ଗ ଓ ବିପଦ ସମୟରେ ମୋର ଆଶ୍ରୟସ୍ୱରୂପ ସଦାପ୍ରଭୁ, ପୃଥିବୀର ପ୍ରାନ୍ତସକଳରୁ ନାନା ଦେଶୀୟମାନେ ତୁମ୍ଭ ନିକଟକୁ ଆସି କହିବେ, “ଆମ୍ଭମାନଙ୍କର ପୂର୍ବପୁରୁଷମାନେ କେବଳ ମିଥ୍ୟା, ଅର୍ଥାତ୍, ଅସାର ଓ ନିଷ୍ଫଳ ବସ୍ତୁ ଅଧିକାର କରିଅଛନ୍ତି।”
Daniel 4:35 in Oriya 35 ପୁଣି, ପୃଥିବୀନିବାସୀ ସମସ୍ତେ ଅବସ୍ତୁ ତୁଲ୍ୟ ଗଣିତ; ଆଉ ସେ ସ୍ୱର୍ଗୀୟ ସୈନ୍ୟଗଣ ମଧ୍ୟରେ ଓ ପୃଥିବୀର ନିବାସୀଗଣର ମଧ୍ୟରେ ଆପଣା ଇଚ୍ଛାନୁସାରେ କାର୍ଯ୍ୟ କରନ୍ତି; ଆଉ, କେହି ତାହାଙ୍କର ହସ୍ତ ସ୍ଥଗିତ କରି ନ ପାରେ ଓ ତୁମ୍ଭେ କ'ଣ କରୁଅଛ ଏହା ତାହାଙ୍କୁ କହି ନ ପାରେ।
Daniel 9:19 in Oriya 19 ହେ ପ୍ରଭୁ, ଶୁଣ; ହେ ପ୍ରଭୁ, କ୍ଷମା କର; ହେ ପ୍ରଭୁ, ମନୋଯୋଗ କରି କର୍ମ କର; ବିଳମ୍ବ ନ କର; ହେ ମୋ'ର ପରମେଶ୍ୱର, ନିଜ ସକାଶେ କର୍ମ କର, କାରଣ ତୁମ୍ଭର ନଗର ଓ ତୁମ୍ଭର ଲୋକମାନେ ତୁମ୍ଭ ନାମରେ ଖ୍ୟାତ ଅଟନ୍ତି।
Hosea 2:23 in Oriya 23 ପୁଣି, ଆମ୍ଭେ ଆପଣା ପାଇଁ ତାହାକୁ ଦେଶରେ ରୋପଣ କରିବା; ତହିଁରେ ଯେ ଦୟା ପାଇ ନ ଥିଲା, ତାହା ପ୍ରତି ଆମ୍ଭେ ଦୟା କରିବା; ଆଉ, ଯେଉଁମାନେ ଆମ୍ଭର ଲୋକ ନ ଥିଲେ, ସେମାନଙ୍କୁ ଆମ୍ଭେ କହିବା, ‘ତୁମ୍ଭେ ଆମ୍ଭର ଲୋକ' ଓ ସେମାନେ କହିବେ, ‘ତୁମ୍ଭେ ଆମ୍ଭର ପରମେଶ୍ୱର।'”
Joel 2:32 in Oriya 32 ପୁଣି, ଯେକେହି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ, ସେ ଉଦ୍ଧାର ପାଇବ; କାରଣ ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ସିୟୋନ ପର୍ବତରେ ଓ ଯିରୂଶାଲମରେ ରକ୍ଷାପ୍ରାପ୍ତ ଲୋକମାନେ ରହିବେ, ପୁଣି ଯେଉଁମାନଙ୍କୁ ସଦାପ୍ରଭୁ ଆହ୍ୱାନ କରିବେ, ସେମାନେ ଅବଶିଷ୍ଟାଂଶର ମଧ୍ୟରେ ରହିବେ।”
Amos 9:12 in Oriya 12 ତହିଁରେ ସେମାନେ ଆମ୍ଭ ନାମରେ ଖ୍ୟାତ ଇଦୋମର ଅବଶିଷ୍ଟାଂଶକୁ ଓ ଯାବତୀୟ ଗୋଷ୍ଠୀକୁ ଅଧିକାର କରିବେ।” ଏହି କର୍ମର ସାଧନକର୍ତ୍ତା ସଦାପ୍ରଭୁ ଏହା କହନ୍ତି।
Micah 4:1 in Oriya 1 ମାତ୍ର ଶେଷ କାଳରେ ଏରୂପ ଘଟିବ, ସଦାପ୍ରଭୁଙ୍କ ଗୃହର ପର୍ବତ, ପର୍ବତଗଣର ଶିଖର ଉପରେ ସ୍ଥାପିତ ହେବ ଓ ଉପପର୍ବତଗଣ ଅପେକ୍ଷା ଉଚ୍ଚୀକୃତ ହେବ; ଆଉ, ଗୋଷ୍ଠୀଗଣ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ।
Micah 5:7 in Oriya 7 ଆଉ, ସଦାପ୍ରଭୁଙ୍କ ନିକଟରୁ ଆଗତ ଯେଉଁ ଶିଶିର ଓ ତୃଣ ଉପରେ ପତିତ ଯେଉଁ ବୃଷ୍ଟି ମନୁଷ୍ୟ ପାଇଁ ବିଳମ୍ବ ନ କରେ, କିଅବା ମନୁଷ୍ୟ-ସନ୍ତାନଗଣର ଅପେକ୍ଷା ନ କରେ, ତାହାର ତୂଲ୍ୟ ଯାକୁବର ଅବଶିଷ୍ଟାଂଶ ଅନେକ ଗୋଷ୍ଠୀ ମଧ୍ୟରେ ରହିବେ।
Zechariah 2:11 in Oriya 11 “ପୁଣି, ସେଦିନ ଅନେକ ଗୋଷ୍ଠୀ ସଦାପ୍ରଭୁଙ୍କ ପ୍ରତି ଆସକ୍ତ ହେବେ ଓ ମୋର ଲୋକ ହେବେ; ଆଉ,” ମୁଁ ତୁମ୍ଭ ମଧ୍ୟରେ ବାସ କରିବି, ତହିଁରେ ସୈନ୍ୟାଧିପତି ସଦାପ୍ରଭୁ ଯେ ତୁମ୍ଭ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେ ଜାଣିବ।
Zechariah 8:20 in Oriya 20 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ନାନାଗୋଷ୍ଠୀ ଓ ଅନେକ ନଗରର ନିବାସୀମାନେ ଆସିବେ।
Malachi 1:11 in Oriya 11 କାରଣ ସୂର୍ଯ୍ୟର ଉଦୟଠାରୁ ତହିଁର ଅସ୍ତ ହେବା ପର୍ଯ୍ୟନ୍ତ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ନାମ ମହତ୍ ଅଟେ ଓ ପ୍ରତ୍ୟେକ ସ୍ଥାନରେ ଆମ୍ଭ ନାମ ଉଦ୍ଦେଶ୍ୟରେ ଧୂପ ଓ ପବିତ୍ର ନୈବେଦ୍ୟ ଉତ୍ସର୍ଗ କରାଯାଉଅଛି; କାରଣ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ନାମ ମହତ୍ ଅଟେ।”