Acts 13:41 in Oriya 41 “ହେ ଅବଜ୍ଞାକାରୀମାନେ, ତୁମ୍ଭେମାନେ ଦେଖି ପୁଣି, ଚମତ୍କୃତ ହୋଇ ବିନଷ୍ଟ ହୁଅ; ଯେଣୁ ଆମ୍ଭେ ତୁମ୍ଭମାନଙ୍କ ସମୟରେ ଗୋଟିଏ କାର୍ଯ୍ୟ ସାଧନ କରୁଅଛୁ, ଯଦି କେହି ସେହି କାର୍ଯ୍ୟ ତୁମ୍ଭମାନଙ୍କ ନିକଟରେ ବର୍ଣ୍ଣନା କରେ, ତେବେ ତୁମ୍ଭେମାନେ କୌଣସି ପ୍ରକାରେ ତାହା ବିଶ୍ୱାସ କରିବ ନାହିଁ।”
Other Translations King James Version (KJV) Behold, ye despisers, and wonder, and perish: for I work a work in your days, a work which ye shall in no wise believe, though a man declare it unto you.
American Standard Version (ASV) Behold, ye despisers, and wonder, and perish; For I work a work in your days, A work which ye shall in no wise believe, if one declare it unto you.
Bible in Basic English (BBE) See, you doubters, have wonder and come to your end; for I will do a thing in your days to which you will not give belief, even if it is made clear to you.
Darby English Bible (DBY) Behold, ye despisers, and wonder and perish; for *I* work a work in your days, a work which ye will in no wise believe if one declare it to you.
World English Bible (WEB) 'Behold, you scoffers, and wonder, and perish; For I work a work in your days, A work which you will in no way believe, if one declares it to you.'"
Young's Literal Translation (YLT) See, ye despisers, and wonder, and perish, because a work I -- I do work in your days, a work in which ye may not believe, though any one may declare `it' to you.'
Cross Reference Proverbs 1:24 in Oriya 24 ଯେହେତୁ ମୁଁ ଡାକିଲି, ପୁଣି, ତୁମ୍ଭେମାନେ ମନା କଲ; ମୁଁ ହସ୍ତ ବିସ୍ତାର କଲି, କେହି ମାନ୍ୟ କଲା ନାହିଁ;
Proverbs 5:12 in Oriya 12 ଆଉ କହିବ, ମୁଁ ଉପଦେଶ କିପରି ଘୃଣା କଲି ! ପୁଣି, ମୋହର ମନ ଅନୁଯୋଗକୁ କିପରି ତୁଚ୍ଛ କଲା !
Isaiah 5:24 in Oriya 24 ଏଥିନିମନ୍ତେ ଅଗ୍ନିର ଜିହ୍ୱା ଯେପରି ନଡ଼ା ଗ୍ରାସ କରେ ଓ ଶୁଷ୍କ ତୃଣ ଯେପରି ଅଗ୍ନି ଶିଖାରେ ଭସ୍ମସାତ୍ ହୁଏ, ସେହିପରି ସେମାନଙ୍କର ମୂଳ ସଢ଼ିଯିବ ଓ ସେମାନଙ୍କର ପୁଷ୍ପ ଧୂଳି ପରି ଉଡ଼ିଯିବ; କାରଣ ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କର ବ୍ୟବସ୍ଥା ଅଗ୍ରାହ୍ୟ କରିଅଛନ୍ତି ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ବାକ୍ୟ ଅଗ୍ରାହ୍ୟ କରିଅଛନ୍ତି।
Isaiah 28:14 in Oriya 14 ଏହେତୁ ହେ ଯିରୂଶାଲମସ୍ଥ ଲୋକମାନଙ୍କର ଶାସନକାରୀ ନିନ୍ଦକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;
Isaiah 65:15 in Oriya 15 ପୁଣି, ତୁମ୍ଭେମାନେ ଆମ୍ଭ ମନୋନୀତ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କର ନାମ ଶାପାସ୍ପଦ ରୂପେ ରଖିଯିବ ଓ ପ୍ରଭୁ, ସଦାପ୍ରଭୁ ତୁମ୍ଭକୁ ବଧ କରିବେ; ଆଉ, ସେ ଆପଣା ଦାସମାନଙ୍କୁ ଅନ୍ୟ ନାମରେ ଖ୍ୟାତ କରିବେ;
Daniel 9:26 in Oriya 26 ପୁଣି, ତିନି କୋଡ଼ି ଦୁଇ ସପ୍ତାହ ଉତ୍ତାରେ ଅଭିଷିକ୍ତ ବ୍ୟକ୍ତି ଉଚ୍ଛିନ୍ନ ହେବେ ଓ ସେ ଅକିଞ୍ଚନ ହେବେ; ଆଉ, ଆଗାମୀ ଅଧିପତିର ଲୋକମାନେ ନଗର ଓ ଧର୍ମଧାମ ନଷ୍ଟ କରିବେ ଓ ପ୍ଳାବନ ଦ୍ୱାରା ତାହାର ଶେଷ ହେବ, ପୁଣି ଶେଷ ପର୍ଯ୍ୟନ୍ତ ହିଁ ଯୁଦ୍ଧ ହେବ; ନାନା ଉଚ୍ଛିନ୍ନତା ନିରୂପିତ ହୋଇଅଛି।
Habakkuk 1:5 in Oriya 5 ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ଦେଖି ମନୋଯୋଗ କର ଓ ଅତିଶୟ ଚମତ୍କୃତ ହୁଅ; କାରଣ ତୁମ୍ଭମାନଙ୍କ ସମୟରେ ଆମ୍ଭେ ଏକ କର୍ମ କରୁଅଛୁ, ସେ ବିଷୟ ତୁମ୍ଭମାନଙ୍କୁ କୁହା ଗଲେ ହେଁ ତୁମ୍ଭେମାନେ ତାହା ବିଶ୍ୱାସ କରିବ ନାହିଁ।
Matthew 8:10 in Oriya 10 ଯୀଶୁ ଏହା ଶୁଣି ଚମତ୍କୃତ ହୋଇ ପଛରେ ଆସୁଥିବା ଲୋକଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ମଧ୍ୟରେ କାହାରିଠାରେ ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ।
Matthew 21:41 in Oriya 41 ସେମାନେ ତାହାଙ୍କୁ କହିଲେ, ସେ ସେହି ଦୁଷ୍ଟମାନଙ୍କୁ ନିଷ୍ଠୁରଭାବରେ ବିନାଶ କରିବେ ଓ ଯେଉଁ ଅନ୍ୟ କୃଷକମାନେ ତାହାଙ୍କୁ ଠିକ୍ ସମୟରେ ଫଳ ଯୋଗାଇବେ, ସେମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଭାଗରେ ଦେବେ।
Matthew 22:7 in Oriya 7 କିନ୍ତୁ ରାଜା ରାଗିଯାଇ ଆପଣା ସୈନ୍ୟମାନଙ୍କୁ ପଠାଇ ସେହି ହତ୍ୟାକାରୀମାନଙ୍କୁ ବିନାଶ କଲେ ଏବଂ ସେମାନଙ୍କ ନଗର ଭସ୍ମସାତ୍ କଲେ।
Matthew 23:34 in Oriya 34 ଏଣୁ ଦେଖ, ମୁଁ ତୁମ୍ଭମାନଙ୍କ ନିକଟକୁ ଭାବବାଦୀ, ଜ୍ଞାନୀ ଓ ଶାସ୍ତ୍ରୀମାନଙ୍କୁ ପଠାଉଅଛି; ସେମାନଙ୍କ ମଧ୍ୟରୁ କାହା କାହାକୁ ତୁମ୍ଭେମାନେ ହତ୍ୟା କରିବ ଓ କ୍ରୁଶରେ ବଧ କରିବ, ଆଉ କାହା କାହାକୁ ତୁମ୍ଭମାନଙ୍କ ସମାଜଗୃହରେ କୋରଡ଼ା ମାରିବ ଓ ନଗରକୁନଗର ତାଡ଼ନା କରିବ,
Luke 16:14 in Oriya 14 ଏହି ସବୁ କଥା ଶୁଣି ଧନଲୋଭୀ ଫାରୂଶୀମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ।
Luke 19:42 in Oriya 42 ତୁ, ହଁ, ତୁ ଯଦି ଆଜି ଶାନ୍ତିର ବିଷୟଗୁଡ଼ିକ ଜାଣିଥାଆନ୍ତୁ ! ମାତ୍ର ଏବେ ସେଗୁଡ଼ିକ ତୋ ଦୃଷ୍ଟିରୁ ଗୁପ୍ତ ହୋଇ ରହିଅଛି।
Luke 21:20 in Oriya 20 କିନ୍ତୁ ତୁମ୍ଭେମାନେ ଯେତେବେଳେ ଯିରୂଶାଲମକୁ ସୈନ୍ୟସାମନ୍ତ ଘେରିଥିବା ଦେଖିବ, ସେତେବେଳେ ତାହା ଧ୍ୱଂସ ହେବା ଯେ ସନ୍ନିକଟ, ଏହା ଜାଣ।
Luke 23:35 in Oriya 35 ପୁଣି, ଲୋକମାନେ ଠିଆ ହୋଇ ଦେଖୁଥିଲେ। ଆଉ ଅଧ୍ୟକ୍ଷମାନେ ମଧ୍ୟ ତାହାଙ୍କୁ ବିଦୃପ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା; ସେ ଯଦି ଇଶ୍ବରଙ୍କ ମନୋନୀତ ଖ୍ରୀଷ୍ଟ, ତେବେ ନିଜକୁ ରକ୍ଷା କରୁ।
Acts 3:23 in Oriya 23 କିନ୍ତୁ ଏପରି ଘଟିବ ଯେ, ଯେଉଁ ପ୍ରାଣୀ ସେହି ଭାବବାଦୀଙ୍କର କଥା ଶୁଣିବ ନାହିଁ, ସେ ଲୋକମାନଙ୍କ ମଧ୍ୟରେ ବିନଷ୍ଟ ହେବ।
Acts 6:14 in Oriya 14 କାରଣ ନାଜରିତୀୟ ସେହି ଯୀଶୁ ଏହି ସ୍ଥାନ ଧ୍ୱଂସ କରିବେ, ଆଉ ମୋଶା ଆମ୍ଭମାନଙ୍କୁ ଯେଉଁ ଯେଉଁ ରୀତିନୀତି ଦେଇଅଛନ୍ତି, ସେହି ସବୁ ପରିବର୍ତ୍ତନ କରିବେ ବୋଲି ସେ କହୁଥିବା ଆମ୍ଭେମାନେ ଶୁଣିଅଛୁ।
Acts 13:47 in Oriya 47 କାରଣ ପ୍ରଭୁ ଆମ୍ଭମାନଙ୍କୁ ଏହି ପ୍ରକାର ଆଜ୍ଞା ଦେଇଅଛନ୍ତି, “ଆମ୍ଭେ ତୁମ୍ଭକୁ ଅଣଯିହୂଦୀମାନଙ୍କ ନିମନ୍ତେ ଆଲୋକସ୍ୱରୂପେ ସ୍ଥାପନ କରିଅଛୁ, ଯେପରି ତୁମ୍ଭେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପରିତ୍ରାଣ ଆଣିବ।”
Acts 22:21 in Oriya 21 ସେଥିରେ ସେ ମୋତେ କହିଲେ, ଯାଅ, କାରଣ ଆମ୍ଭେ ତୁମ୍ଭକୁ ଦୂରକୁ ଅଣଯିହୂଦୀମାନଙ୍କ ନିକଟକୁ ପଠାଇବୁ।
Romans 11:7 in Oriya 7 ତେବେ କ'ଣ ? ଇସ୍ରାଏଲ ଯାହା ଖୋଜୁଅଛି, ତାହା ପାଇ ନାହିଁ; କିନ୍ତୁ ନିର୍ବାଚିତମାନେ ତାହା ପାଇଅଛନ୍ତି, ଆଉ ଅବଶିଷ୍ଟମାନେ ଜଡ଼ କରାଗଲେ;
Ephesians 3:3 in Oriya 3 ଅର୍ଥାତ୍ ପ୍ରତ୍ୟାଦେଶ ଦ୍ୱାରା ସେହି ନିଗୂଢ଼ତତ୍ତ୍ୱ ମୋତେ ଜ୍ଞାତ କରାଗଲା, ଯେପରି ମୁଁ ପୂର୍ବେ ସକ୍ଷିପ୍ତ ଭାବରେ ଲେଖିଅଛି।
Colossians 1:26 in Oriya 26 ସେହି ନିଗୂଢ଼ତତ୍ତ୍ୱ ପୂର୍ବଯୁଗ ଓ ପୂର୍ବପୁରୁଷମାନଙ୍କଠାରୁ ଗୁପ୍ତ ହୋଇ ରହିଥିଲା, କିନ୍ତୁ ଏବେ ତାହାଙ୍କ ସାଧୁମାନଙ୍କ ନିକଟରେ ପ୍ରକାଶିତ ହୋଇଅଛି।
1 Thessalonians 2:16 in Oriya 16 କାରଣ ଅଣଯିହୂଦୀମାନଙ୍କ ପରିତ୍ରାଣ ନିମନ୍ତେ ସେମାନଙ୍କ ନିକଟରେ ପ୍ରଚାର କରିବାକୁ ସେମାନେ ସର୍ବଦା ଆମ୍ଭମାନଙ୍କୁ ବାଧା ଦିଅନ୍ତି, ପୁଣି, ସେମାନେ ପାପରେ ଆପଣା ଆପଣାକୁ ପରିପୂର୍ଣ୍ଣ କରୁଥାନ୍ତି; ସେମାନଙ୍କ ଉପରେ କ୍ରୋଧ ସମ୍ପୂର୍ଣ୍ଣ ରୂପେ ବର୍ତ୍ତିଲାଣି।
Hebrews 10:28 in Oriya 28 କେହି ମୋଶାଙ୍କ ବ୍ୟବସ୍ଥାକୁ ଅମାନ୍ୟ କଲେ, ସେ ଦୟା ପ୍ରାପ୍ତ ନ ହୋଇ ଦୁଇ କିମ୍ବା ତିନି ଜଣ ସାକ୍ଷୀଙ୍କ ପ୍ରମାଣରେ ହତ ହୁଏ;
1 Peter 4:17 in Oriya 17 କାରଣ ଇଶ୍ବରଙ୍କ ଗୃହଠାରୁ ଆରମ୍ଭ କରି ବିଚାର କରିବା ସମୟ ଉପସ୍ଥିତ; ଆଉ ଯଦି ପ୍ରଥମରେ ଆମ୍ଭମାନଙ୍କଠାରୁ ଆରମ୍ଭ ହୁଏ, ତେବେ ଯେଉଁମାନେ ଇଶ୍ବରଙ୍କ ସୁସମାଚାରର ଅନାଜ୍ଞାବହ, ସେମାନଙ୍କର ଶେଷ ଦଶା ଅବା କ'ଣ ନ ହେବ !