2 Thessalonians 2:10 in Oriya 10 କାରଣ ପରିତ୍ରାଣ ପାଇବା ନିମନ୍ତେ ସେମାନେ ସତ୍ୟ ପ୍ରତି ପ୍ରେମ ପାଇନାହାଁନ୍ତି।
Other Translations King James Version (KJV) And with all deceivableness of unrighteousness in them that perish; because they received not the love of the truth, that they might be saved.
American Standard Version (ASV) and with all deceit of unrighteousness for them that perish; because they received not the love of the truth, that they might be saved.
Bible in Basic English (BBE) And with every deceit of wrongdoing among those whose fate is destruction; because they were quite without that love of the true faith by which they might have salvation.
Darby English Bible (DBY) and in all deceit of unrighteousness to them that perish, because they have not received the love of the truth that they might be saved.
World English Bible (WEB) and with all deception of wickedness for those who are being lost, because they didn't receive the love of the truth, that they might be saved.
Young's Literal Translation (YLT) and in all deceitfulness of the unrighteousness in those perishing, because the love of the truth they did not receive for their being saved,
Cross Reference Proverbs 1:7 in Oriya 7 ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ; ମାତ୍ର ନିର୍ବୋଧ ଲୋକେ ଜ୍ଞାନ ଓ ଉପଦେଶ ତୁଚ୍ଛ ବୋଧ କରନ୍ତି।
Proverbs 2:1 in Oriya 1 ହେ ମୋହର ପୁତ୍ର, ତୁମ୍ଭେ ଯଦି ମୋ' କଥା ଗ୍ରହଣ କର ଓ ମୋ' ଆଜ୍ଞାସବୁ ମନରେ ରଖ;
Proverbs 4:5 in Oriya 5 ଜ୍ଞାନ ଅର୍ଜ୍ଜନ କର, ସୁବିବେଚନା ଲାଭ କର, ତାହା ଭୁଲ ନାହିଁ; ପୁଣି, ମୋ' ମୁଖର ବାକ୍ୟରୁ ବିମୁଖ ହୁଅ ନାହିଁ।
Proverbs 8:17 in Oriya 17 ଯେଉଁମାନେ ମୋତେ ପ୍ରେମ କରନ୍ତି, ମୁଁ ସେମାନଙ୍କୁ ପ୍ରେମ କରେ, ପୁଣି ଯେଉଁମାନେ ଯତ୍ନରେ ମୋହର ଅନ୍ୱେଷଣ କରନ୍ତି, ସେମାନେ ମୋତେ ପାଇବେ।
Matthew 13:11 in Oriya 11 ସେ ଉତ୍ତର ଦେଲେ, କାରଣ ସ୍ୱର୍ଗରାଜ୍ୟର ନିଗୂଢ଼ ତତ୍ତ୍ୱସମୂହ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେମାନଙ୍କୁ ଦିଆଯାଇ ନାହିଁ।
John 3:17 in Oriya 17 ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ।
John 3:19 in Oriya 19 ଆଉ, ସେହି ବିଚାର ଏହି, ଜଗତରେ ଜ୍ୟୋତିଃ ପ୍ରକାଶିତ ହୋଇଅଛି, ଆଉ ଲୋକମାନେ ଜ୍ୟୋତିଃ ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ, ଯେଣୁ ସେମାନଙ୍କର କର୍ମସବୁ ମନ୍ଦ।
John 5:34 in Oriya 34 କିନ୍ତୁ ମୁଁ ମନୁଷ୍ୟଠାରୁ ସାକ୍ଷ୍ୟ ଗ୍ରହଣ କରେ ନାହିଁ, ବରଂ ତୁମ୍ଭେମାନେ ଯେପରି ପରିତ୍ରାଣ ପ୍ରାପ୍ତ ହୁଅ, ସେଥିପାଇଁ ଏହି ସବୁ କହୁଅଛି।
John 8:45 in Oriya 45 କିନ୍ତୁ ମୁଁ ସତ୍ୟ କହିଥିବାରୁ ତୁମ୍ଭେମାନେ ମୋତେ ବିଶ୍ୱାସ କରୁ ନାହଁ।
Romans 2:7 in Oriya 7 ଯେଉଁମାନେ ଧୈର୍ଯ୍ୟ ସହିତ ଉତ୍ତମ କର୍ମ କରି ଗୌରବ, ସମ୍ମାନ ଓ ଅମରତା ଅନ୍ୱେଷଣ କରନ୍ତି, ସେମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବେ,
Romans 6:17 in Oriya 17 କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ ଯେ, ତୁମ୍ଭେମାନେ, ଯେଉଁମାନେ କି ପୂର୍ବରେ ପାପର ଦାସ ଥିଲ, ଏବେ ଯେଉଁ ଶିକ୍ଷାର ଆଦର୍ଶ ନିକଟରେ ସମର୍ପିତ ହୋଇଅଛ, ହୃଦୟ ସହ ସେଥିର ଆଜ୍ଞାବହ ହୋଇଅଛ,
Romans 10:1 in Oriya 1 ହେ ଭାଇମାନେ, ସେମାନେ ଯେପରି ପରିତ୍ରାଣ ପାଆନ୍ତି, ଏହା ମୋହର ହୃଦୟର ବାଞ୍ଛା ଏବଂ ସେମାନଙ୍କ ନିମନ୍ତେ ଇଶ୍ବରଙ୍କ ଛାମୁରେ ମୋହର ପ୍ରାର୍ଥନା।
Romans 16:18 in Oriya 18 କାରଣ ଏହିପରି ଲୋକେ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟଙ୍କର ଦାସ ନୁହଁନ୍ତି, କିନ୍ତୁ ଆପଣା ଆପଣା ଉଦରର ଦାସ ଅଟନ୍ତି, ପୁଣି, ମିଷ୍ଟବାକ୍ୟ ଓ ଚାଟୁଭାଷାରେ ସରଳ ହୃଦୟ ଲୋକଙ୍କର ମନ ଭୁଲାନ୍ତି।
1 Corinthians 1:18 in Oriya 18 କାରଣ ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କ୍ରୁଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମ୍ଭମାନଙ୍କ ପ୍ରତି ତାହା ଇଶ୍ବରଙ୍କ ଶକ୍ତି ଅଟେ।
1 Corinthians 16:22 in Oriya 22 ଯଦି କେହି ପ୍ରଭୁଙ୍କୁ ପ୍ରେମ ନ କରେ, ତେବେ ସେ ଶାପଗ୍ରସ୍ତ ହେଉ।
2 Corinthians 2:15 in Oriya 15 କାରଣ ପରିତ୍ରାଣ ପାଉଥିବା ଓ ବିନାଶ ହେଉଥିବା ଲୋକମାନଙ୍କ ମଧ୍ୟରେ ଆମ୍ଭେମାନେ ଇଶ୍ବରଙ୍କ ଦୃଷ୍ଟିରେ ଖ୍ରୀଷ୍ଟଙ୍କର ସୁଗନ୍ଧ ସ୍ୱରୂପ,
2 Corinthians 2:17 in Oriya 17 ସେହି ଅନେକ ଲୋକ ଯେପରି ଇଶ୍ବରଙ୍କ ବାକ୍ୟବିକୃତ କରନ୍ତି, ଆମ୍ଭେମାନେ ତ ସେମାନଙ୍କ ପରି କରୁ ନାହୁଁ, କିନ୍ତୁ ସରଳ ଭାବରେ ଇଶ୍ବରଙ୍କ ଆଦେଶକ୍ରମେ ତାହାଙ୍କ ସାକ୍ଷାତରେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଥାଇ କଥା କହୁଅଛୁ।
2 Corinthians 4:2 in Oriya 2 ମାତ୍ର ଆମ୍ଭେମାନେ ଲଜ୍ଜାଜନକ ଗୁପ୍ତ ବିଷୟସବୁ ପରିତ୍ୟାଗ କରିଅଛୁ; ଏଣୁ ଆମ୍ଭେମାନେ ଧୁର୍ତ୍ତତାରେ ଆଚରଣ କରୁ ନାହୁଁ ଅବା ଇଶ୍ବରଙ୍କ ବାକ୍ୟ ଛଳରେ ବ୍ୟବହାରକରୁ ନାହୁଁ, କିନ୍ତୁ ସତ୍ୟ ପ୍ରକାଶ ଦ୍ୱାରା ଇଶ୍ବରଙ୍କ ସାକ୍ଷାତରେ ପ୍ରତ୍ୟେକ ମନୁଷ୍ୟର ବିବେକ ନିକଟରେ ଆପଣା ଆପଣାକୁ ଯୋଗ୍ୟ ଦେଖାଉଅଛୁ।
2 Corinthians 11:13 in Oriya 13 କାରଣ ଏହିପରି ଲୋକେ ଭଣ୍ଡ ପ୍ରେରିତ ଓ ଶଠ କାର୍ଯ୍ୟକାରୀ, ସେମାନେ ଖ୍ରୀଷ୍ଟଙ୍କ ପ୍ରେରିତମାନଙ୍କ ବେଶ ଧାରଣ କରନ୍ତି।
2 Corinthians 11:15 in Oriya 15 ଅତଏବ, ଯଦି ତାହାର ସେବକମାନେ ମଧ୍ୟ ଧାର୍ମିକତାର ସେବକମାନଙ୍କ ବେଶ ଧାରଣ କରନ୍ତି, ତେବେ ତାହା ବଡ଼ ବିଷୟ ନୁହେଁ; ସେମାନଙ୍କ ଶେଷ ଦଶା ସେମାନଙ୍କ କର୍ମ ଅନୁସାରେ ଘଟିବ।
Ephesians 4:14 in Oriya 14 ଯେପରି ଆମ୍ଭେମାନେ ଆଉ ଶିଶୁ ପରି ନ ହୋଇ ମନୁଷ୍ୟମାନଙ୍କ ପ୍ରତାରଣା ଓ ଭ୍ରାନ୍ତି ଯୁକ୍ତ କଳ୍ପନା ଅନୁସାରେ ଧୃର୍ତ୍ତତା ଦ୍ୱାରା ବିଭିନ୍ନ ଶିକ୍ଷା ରୂପ ବାୟୁରେ ଇତଃସ୍ତତଃ ଚାଳିତ ନ ହେଉ,
1 Thessalonians 2:16 in Oriya 16 କାରଣ ଅଣଯିହୂଦୀମାନଙ୍କ ପରିତ୍ରାଣ ନିମନ୍ତେ ସେମାନଙ୍କ ନିକଟରେ ପ୍ରଚାର କରିବାକୁ ସେମାନେ ସର୍ବଦା ଆମ୍ଭମାନଙ୍କୁ ବାଧା ଦିଅନ୍ତି, ପୁଣି, ସେମାନେ ପାପରେ ଆପଣା ଆପଣାକୁ ପରିପୂର୍ଣ୍ଣ କରୁଥାନ୍ତି; ସେମାନଙ୍କ ଉପରେ କ୍ରୋଧ ସମ୍ପୂର୍ଣ୍ଣ ରୂପେ ବର୍ତ୍ତିଲାଣି।
1 Timothy 2:4 in Oriya 4 ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ବିଷୟରେ ଜ୍ଞାନ ପାଇ ପାରନ୍ତି, ଏହା ସେ ଇଚ୍ଛା କରନ୍ତି।
Hebrews 3:13 in Oriya 13 କିନ୍ତୁ କାଳେ ପାପର ପ୍ରବଞ୍ଚନା ଦ୍ୱାରା ତୁମ୍ଭମାନଙ୍କ ମଧ୍ୟରୁ କେହି କଠିନମନା ହୁଏ, ଏଥି ନିମନ୍ତେ ଆଜି ସୁଯୋଗ ଥାଉ ଥାଉ ପ୍ରତିଦିନ ପରସ୍ପରକୁ ଉତ୍ସାହ ଦିଅ;
James 1:16 in Oriya 16 ହେ ମୋହର ପ୍ରିୟ ଭାଇମାନେ, ଭ୍ରାନ୍ତ ହୁଅ ନାହିଁ।
2 Peter 2:12 in Oriya 12 କିନ୍ତୁ ଏମାନେ ଅଜ୍ଞାନ ପଶୁ ତୁଲ୍ୟ ସ୍ୱଭାବାନୁସାରେ ଧୃତ ଓ ବିନଷ୍ଟ ହେବା ନିମନ୍ତେ ଜାତ ହୋଇ, ଯେଉଁ ଯେଉଁ ବିଷୟ ଅଜ୍ଞାତ, ସେହି ସେହି ବିଷୟର ନିନ୍ଦା କରି ସେଗୁଡ଼ାକର ବିନାଶରେ ନିଜେ ବିନଷ୍ଟ ହେବେ,
2 Peter 2:18 in Oriya 18 କାରଣ ସେମାନେ ନିରର୍ଥକ ଅହଂକାରର କଥା କହି ଭ୍ରାନ୍ତ ଆଚରଣକାରୀମାନଙ୍କଠାରୁ ପ୍ରାୟ ଉଦ୍ଧାର ପାଉଥିବା ଲୋକମାନଙ୍କୁ ଶାରୀରିକ ସୁଖାଭିଳାଷରେ କାମୁକତା ଦ୍ୱାରା ପ୍ରଲୋଭିତ କରନ୍ତି;