2 Thessalonians 1:4 in Oriya 4 ଏପରିକି ତୁମ୍ଭେମାନେ ଯେଉଁ ସମସ୍ତ ତାଡ଼ନା ଓ କଷ୍ଟ ଭୋଗୁଅଛ, ସେଥିମଧ୍ୟରେ ତୁମ୍ଭମାନଙ୍କର ସହିଷ୍ଣୁତା ଓ ବିଶ୍ୱାସ ନିମନ୍ତେ ଆମ୍ଭେମାନେ ନିଜେ ଇଶ୍ବରଙ୍କ ମଣ୍ଡଳୀସମୂହରେ ତୁମ୍ଭମାନଙ୍କ ବିଷୟରେ ଗର୍ବ କରିଥାଉ।
Other Translations King James Version (KJV) So that we ourselves glory in you in the churches of God for your patience and faith in all your persecutions and tribulations that ye endure:
American Standard Version (ASV) so that we ourselves glory in you in the churches of God for your patience and faith in all your persecutions and in the afflictions which ye endure;
Bible in Basic English (BBE) So that we ourselves take pride in you in the churches of God for your untroubled mind and your faith in all the troubles and sorrows which you are going through;
Darby English Bible (DBY) so that we ourselves make our boast in you in the assemblies of God for your endurance and faith in all your persecutions and tribulations, which ye are sustaining;
World English Bible (WEB) so that we ourselves boast about you in the assemblies of God for your patience and faith in all your persecutions and in the afflictions which you endure.
Young's Literal Translation (YLT) so that we ourselves do glory in you in the assemblies of God, for your endurance and faith in all your persecutions and tribulations that ye bear;
Cross Reference Romans 2:7 in Oriya 7 ଯେଉଁମାନେ ଧୈର୍ଯ୍ୟ ସହିତ ଉତ୍ତମ କର୍ମ କରି ଗୌରବ, ସମ୍ମାନ ଓ ଅମରତା ଅନ୍ୱେଷଣ କରନ୍ତି, ସେମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବେ,
Romans 5:3 in Oriya 3 କେବଳ ତାହା ନୁହେଁ, ସମସ୍ତ କ୍ଳେଶରେ ମଧ୍ୟ ଦର୍ପ କରୁଅଛୁ, ଯେଣୁ କ୍ଳେଶରୁ ଧୈର୍ଯ୍ୟ, ଧୈର୍ଯ୍ୟରୁ ଅନୁଭୂତି,
Romans 8:25 in Oriya 25 କିନ୍ତୁ ଆମ୍ଭେମାନେ ଯାହା ଦେଖୁ ନାହୁଁ, ଯଦି ତାହା ନିମନ୍ତେ ଭରସା କରୁ, ତାହାହେଲେ ଧୈର୍ଯ୍ୟ ସହକାରେ ତାହାର ଅପେକ୍ଷାରେ ଥାଉ।
Romans 12:12 in Oriya 12 ଭରସାରେ ଆନନ୍ଦ କର; କ୍ଳେଶରେ ସହିଷ୍ଣୁ ହୁଅ, ପ୍ରାର୍ଥନାରେ ଏକାଗ୍ର ଭାବରେ ନିବିଷ୍ଟ ଥାଅ;
1 Corinthians 7:17 in Oriya 17 କେବଳ ପ୍ରଭୁ ଯାହାକୁ ଯେପରି ଦାନ ବିତରଣ କରିଅଛନ୍ତି, ଈଶ୍ୱର ପ୍ରତ୍ୟେକକୁ ଯେଉଁ ଅବସ୍ଥାରେ ଆହ୍ୱାନ କରିଅଛନ୍ତି, ସେ ସେହିପରି ଆଚରଣ କରୁ। ମୁଁ ସମସ୍ତ ମଣ୍ଡଳୀରେ ଏହି ପ୍ରକାର ଆଦେଶ ଦିଏ।
2 Corinthians 7:14 in Oriya 14 ଯେଣୁ ଯଦି କୌଣସି ବିଷୟରେ ତୀତସଙ୍କ ନିକଟରେ ତୁମ୍ଭମାନଙ୍କ ସମ୍ବନ୍ଧରେ ମୁଁ ଦର୍ପ କରିଅଛି, ତେବେ ଲଜ୍ଜିତ ହୋଇ ନାହିଁ, ବରଂ ଯେପରି ଆମ୍ଭେମାନେ ସମସ୍ତ ବିଷୟରେ ତୁମ୍ଭମାନଙ୍କୁ ସତ୍ୟ କହିଥିଲୁ, ସେହିପରି ତୀତସଙ୍କ ସମ୍ମୁଖରେ ଆମ୍ଭମାନଙ୍କ ଦର୍ପ ମଧ୍ୟ ସତ୍ୟ ବୋଲି ଜଣାଯାଇଅଛି।
2 Corinthians 9:2 in Oriya 2 କାରଣ ମୁଁ ତୁମ୍ଭମାନଙ୍କର ଆଗ୍ରହ ଜାଣେ, ଆଉ ସେ ସମ୍ବନ୍ଧରେ ମାକିଦନିଆ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କ ବିଷୟରେ ମୁଁ ଦର୍ପ କରେ ଯେ, ଆଖାୟା ଗତ ବର୍ଷରୁ ପ୍ରସ୍ତୁତ ହେଲାଣି, ପୁଣି, ତୁମ୍ଭମାନଙ୍କ ଉଦ୍ଯୋଗ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଉତ୍ସାହିତ କରିଅଛି।
2 Corinthians 9:4 in Oriya 4 କାଳେ ମାକିଦନିଆର କୌଣସି ଲୋକ ଯେବେ ମୋ' ସାଙ୍ଗରେ ଆସି ତୁମ୍ଭମାନଙ୍କୁ ଅପ୍ରସ୍ତୁତ ଦେଖନ୍ତି, ତେବେ(ତୁମ୍ଭମାନଙ୍କ କଥା ତେଣେ ଥାଉ) ଆମ୍ଭେମାନେ ଏହି ଦୃଢ଼ ବିଶ୍ୱାସ ବିଷୟରେ ଲଜ୍ଜିତ ହେବା।
1 Thessalonians 1:3 in Oriya 3 ଆମ୍ଭମାନଙ୍କ ପ୍ରାର୍ଥନାରେ ତୁମ୍ଭମାନଙ୍କ ନାମ ଉଲ୍ଲେଖପୂର୍ବକ ସମସ୍ତଙ୍କ ନିମନ୍ତେ ସର୍ବଦା ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛୁ;
1 Thessalonians 2:14 in Oriya 14 କାରଣ, ହେ ଭାଇମାନେ, ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଯିହୂଦା ଦେଶସ୍ଥ ମଣ୍ଡଳୀସମୁହର ଅନୁକାରୀ ହୋଇଅଛ, ଯେଣୁ ସେମାନେ ଯିହୂଦୀମାନଙ୍କ ଦ୍ୱାରା ଯେଉଁ ଦୁଃଖଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ସ୍ୱଜାତୀୟମାନଙ୍କ ଦ୍ୱାରା ସେହି ସବୁ ଦୁଃଖଭୋଗ କରୁଅଛ।
1 Thessalonians 2:19 in Oriya 19 କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଆଗମନ ସମୟରେ ତାହାଙ୍କ ଛାମୁରେ ଆମ୍ଭମାନଙ୍କ ଭରସା, ଆନନ୍ଦ କି ଦର୍ପର ମୁକୁଟ କ'ଣ ? ତାହା କି ତୁମ୍ଭେମାନେ ନୁହଁ?
1 Thessalonians 3:2 in Oriya 2 ପୁଣି, ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଉତ୍ସାହ ଦେବାକୁ ଓ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ, ଖ୍ରୀଷ୍ଟଙ୍କ ସୁସମାଚାର କାର୍ଯ୍ୟରେ ଇଶ୍ବରଙ୍କ ସହକାର୍ଯ୍ୟକାରୀ ଆମ୍ଭମାନଙ୍କ ଭାଇ ତୀମଥିଙ୍କୁ ପଠାଇଲୁ,
2 Thessalonians 3:5 in Oriya 5 ଆଉ ପ୍ରଭୁ ତୁମ୍ଭମାନଙ୍କ ହୃଦୟକୁ ଇଶ୍ବରଙ୍କ ପ୍ରେମ ଓ ଖ୍ରୀଷ୍ଟଙ୍କ ସହିଷ୍ଣୁତା ରୂପ ପଥରେ କଢାଉନ୍ତୁ।
Hebrews 6:15 in Oriya 15 ଆଉ ଏହି ପ୍ରକାରେ ଦୀର୍ଘସହିଷ୍ଣୁୁ ହୋଇ ଅବ୍ରହାମ ପ୍ରତିଜ୍ଞାର ଫଳପ୍ରାପ୍ତ ହୋଇଥିଲେ।
Hebrews 10:36 in Oriya 36 ଯେଣୁ ତୁମ୍ଭେମାନେ ଯେପରି ଇଶ୍ବରଙ୍କ ଇଚ୍ଛା ସାଧନ କରି ପ୍ରତିଜ୍ଞାର ଫଳପ୍ରାପ୍ତ ହୋଇ ପାର, ଏଥି ନିମନ୍ତେ ତୁମ୍ଭମାନଙ୍କର ଧୈର୍ଯ୍ୟଶୀଳ ହେବା ପ୍ରୟୋଜନ।
Hebrews 12:1 in Oriya 1 ଅତଏବ, ଏଡ଼େ ବୃହତ୍ ମେଘ ତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ, ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ।
James 1:3 in Oriya 3 ସେତେବେଳେ ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେ କର; ପରୀକ୍ଷାସିଦ୍ଧ ବିଶ୍ୱାସ ଯେ ସହିଷ୍ଣୁତା ଉତ୍ପନ୍ନ କରେ, ଏହା ତ ଜାଣିଅଛ।
James 5:7 in Oriya 7 ଅତଏବ, ହେ ଭାଇମାନେ, ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରୁହ। ଦେଖ, କୃଷକ କ୍ଷେତ୍ରର ବହୁମୂଲ୍ୟ ଫଳ ପାଇବା ନିମନ୍ତେ ଧୈର୍ଯ୍ୟ ଧରି ଆଦ୍ୟ ଓ ଶେଷ ବୃଷ୍ଟି ନ ହେବା ପର୍ଯ୍ୟନ୍ତ ଅପେକ୍ଷାରେ ରହେ।
James 5:11 in Oriya 11 ଦେଖ, ଯେଉଁମାନେ ସହିଷ୍ଣୁ ହୋଇ ରହିଥିଲେ, ଆମ୍ଭେମାନେ ସେମାନଙ୍କୁ ଧନ୍ୟ ବୋଲି କହିଥାଉ। ତୁମ୍ଭେମାନେ ଆୟୁବଙ୍କ ସହିଷ୍ଣୁତା ବିଷୟରେ ଶୁଣିଅଛ, ପୁଣି, ପ୍ରଭୁଙ୍କ ଶେଷ କାର୍ଯ୍ୟ ଦେଖି ଜାଣିଅଛ ଯେ, ସେ ଦୟାରେ ପରିପୂର୍ଣ୍ଣ ଓ କୃପାବାନ ଅଟନ୍ତି।
2 Peter 1:6 in Oriya 6 ଜ୍ଞାନ ସହିତ ସଂଯମ, ସଂଯମ ସହିତ ଧୈର୍ଯ୍ୟ, ଧୈର୍ଯ୍ୟ ସହିତ ଧର୍ମପରାୟଣତା,
Revelation 14:12 in Oriya 12 ଏଠାରେ ସାଧୁମାନଙ୍କର, ଅର୍ଥାତ୍ ଯେଉଁମାନେ ଇଶ୍ବରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ୱାସ ରଖନ୍ତି, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ।