2 Samuel 24:14 in Oriya 14 ତହିଁରେ ଦାଉଦ ଗାଦ୍କୁ କହିଲେ, “ମୁଁ ବଡ଼ ଅକଳରେ ପଡ଼ିଲି, ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ହସ୍ତରେ ପଡ଼ୁ; କାରଣ ତାହାଙ୍କ ଦୟା ପ୍ରଚୁର; ମାତ୍ର ମୁଁ ମନୁଷ୍ୟ ହସ୍ତରେ ନ ପଡ଼େ।”
Other Translations King James Version (KJV) And David said unto Gad, I am in a great strait: let us fall now into the hand of the LORD; for his mercies are great: and let me not fall into the hand of man.
American Standard Version (ASV) And David said unto Gad, I am in a great strait: let us fall now into the hand of Jehovah; for his mercies are great; and let me not fall into the hand of man.
Bible in Basic English (BBE) And David said to Gad, This is a hard decision for me to make: let us come into the hands of the Lord, for great are his mercies: let me not come into the hands of men.
Darby English Bible (DBY) And David said to Gad, I am in a great strait: let us fall, I pray thee, into the hand of Jehovah; for his mercies are great; but let me not fall into the hand of man.
Webster's Bible (WBT) And David said to Gad, I am in a great strait: let us fall now into the hand of the LORD; for his mercies are great: and let me not fall into the hand of man.
World English Bible (WEB) David said to Gad, I am in a great strait: let us fall now into the hand of Yahweh; for his mercies are great; and let me not fall into the hand of man.
Young's Literal Translation (YLT) And David saith unto Gad, `I have great distress, let us fall, I pray thee, into the hand of Jehovah, for many `are' His mercies, and into the hand of man let me not fall.'
Cross Reference Exodus 34:6 in Oriya 6 ଆଉ ସଦାପ୍ରଭୁ ତାଙ୍କ ସମ୍ମୁଖ ଦେଇ ଗମନ କରି ଏହା ଘୋଷଣା କଲେ, “ସଦାପ୍ରଭୁ, ସଦାପ୍ରଭୁ ପରମେଶ୍ୱର ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ;
1 Samuel 13:6 in Oriya 6 ଏଣୁ ଇସ୍ରାଏଲ ଲୋକମାନେ ଆପଣାମାନଙ୍କୁ ବିପଦଗ୍ରସ୍ତ ଦେଖିଲେ; (କାରଣ ଲୋକମାନେ ବଡ଼ କଷ୍ଟ ଭୋଗ କଲେ), ଏହେତୁ ଲୋକମାନେ ଗୁମ୍ଫାରେ ଓ କଣ୍ଟାବଣରେ ଓ ଶୈଳରେ ଓ ଦୁର୍ଗମ ସ୍ଥାନରେ ଓ ଗାତରେ ଆପଣାମାନଙ୍କୁ ଲୁଚାଇଲେ।
2 Kings 6:15 in Oriya 15 ଏଥିରେ ପରମେଶ୍ୱରଙ୍କ ଲୋକଙ୍କ ସେବକ ପ୍ରଭାତରେ ଉଠି ବାହାରକୁ ଯାଆନ୍ତେ, ଦେଖ, ଏକ ସୈନ୍ୟଦଳ ଅଶ୍ୱ ଓ ରଥ ସହିତ ନଗରର ଚତୁର୍ଦ୍ଦିଗ ବେଷ୍ଟନ କରିଅଛନ୍ତି। ତହୁଁ ତାଙ୍କର ଦାସ ତାଙ୍କୁ କହିଲା, “ହାୟ, ମୋହର ପ୍ରଭୁ ! ଆମ୍ଭେମାନେ କଅଣ କରିବା ?”
2 Kings 13:3 in Oriya 3 ଏଥିରେ ସଦାପ୍ରଭୁଙ୍କ କ୍ରୋଧ ଇସ୍ରାଏଲ ବିରୁଦ୍ଧରେ ପ୍ରଜ୍ୱଳିତ ହୁଅନ୍ତେ; ସେ ଅରାମର ରାଜା ହସାୟେଲ ହସ୍ତରେ ଓ ହସାୟେଲର ପୁତ୍ର ବିନ୍ହଦଦ୍ ହସ୍ତରେ ସେମାନଙ୍କୁ ନିତ୍ୟ ସମର୍ପଣ କଲେ।
1 Chronicles 21:13 in Oriya 13 ତହିଁରେ ଦାଉଦ ଗାଦ୍କୁ କହିଲେ, “ମୁଁ ବଡ଼ ଅସୁବିଧାରେ ପଡ଼ିଲି; ମୁଁ ସଦାପ୍ରଭୁଙ୍କ ହସ୍ତରେ ପଡ଼େ, କାରଣ, ତାହାଙ୍କର ଦୟା ଅତି ପ୍ରଚୁର; ମାତ୍ର, ମୁଁ ମନୁଷ୍ୟ ହସ୍ତରେ ନ ପଡ଼େ।”
2 Chronicles 28:5 in Oriya 5 ଏହେତୁ ସଦାପ୍ରଭୁ ତାଙ୍କର ପରମେଶ୍ୱର ଅରାମ ରାଜାର ହସ୍ତରେ ତାଙ୍କୁ ସମର୍ପଣ କଲେ; ତହିଁରେ ସେମାନେ ତାଙ୍କୁ ପରାସ୍ତ କଲେ ଓ ତାଙ୍କର ଅସଂଖ୍ୟ ଲୋକଙ୍କୁ ବନ୍ଦୀ କରି ଦମ୍ମେଶକକୁ ନେଇଗଲେ। ମଧ୍ୟ ସେ ଇସ୍ରାଏଲ-ରାଜାଙ୍କର ହସ୍ତରେ ସମର୍ପିତ ହୁଅନ୍ତେ, ସେ ତାଙ୍କୁ ମହାସଂହାରରେ ପରାସ୍ତ କଲେ।
Psalm 51:1 in Oriya 1 ପ୍ରଧାନ ବାଦ୍ୟକାର ନିମନ୍ତେ ଦାଉଦଙ୍କର ଗୀତ। ଦାଉଦ ବଥ୍ଶେବାଠାରେ ଗମନ କଲା ଉତ୍ତାରେ ତାଙ୍କ ନିକଟକୁ ନାଥନ ଭବିଷ୍ୟଦ୍ବକ୍ତା ଆସିବା ସମୟରେ ରଚିତ। ହେ ପରମେଶ୍ୱର, ଆପଣା ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋ' ପ୍ରତି ଦୟା କର; ତୁମ୍ଭ କୃପାର ବାହୁଲ୍ୟ ଅନୁସାରେ ମୋହର ଅଧର୍ମ ମାର୍ଜନା କର।
Psalm 86:5 in Oriya 5 ଯେହେତୁ ହେ ପ୍ରଭୁ, ତୁମ୍ଭେ ମଙ୍ଗଳମୟ ଓ କ୍ଷମା କରିବାକୁ ପ୍ରସ୍ତୁତ, ପୁଣି, ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ।
Psalm 86:15 in Oriya 15 ମାତ୍ର ହେ ପ୍ରଭୁ, ତୁମ୍ଭେ ସ୍ନେହଶୀଳ ଓ କୃପାବାନ ପରମେଶ୍ୱର, କ୍ରୋଧରେ ଧୀର, ପୁଣି, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ ଅଟ।
Psalm 103:8 in Oriya 8 ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର ଓ ଅତ୍ୟନ୍ତ ଦୟାଳୁ।
Psalm 106:41 in Oriya 41 ଆଉ, ସେ ସେମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ହସ୍ତରେ ସମର୍ପଣ କଲେ ଓ ସେମାନଙ୍କ ଘୃଣାକାରୀମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କଲେ;
Psalm 119:156 in Oriya 156 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବହୁବିଧ; ତୁମ୍ଭର ଶାସନାନୁସାରେ ମୋତେ ସଚେତ କର।
Psalm 130:4 in Oriya 4 ମାତ୍ର ତୁମ୍ଭଙ୍କୁ ଯେପରି ଭୟ କରାଯାଏ, ଏଥିପାଇଁ ତୁମ୍ଭଠାରେ କ୍ଷମା ଅଛି।
Psalm 145:9 in Oriya 9 ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ; ପୁଣି, ତାହାଙ୍କ ହସ୍ତକୃତ ସମସ୍ତ କର୍ମ ଉପରେ ତାହାଙ୍କର ଦୟା ଥାଏ।
Proverbs 12:10 in Oriya 10 ଧାର୍ମିକ ମନୁଷ୍ୟ ଆପଣା ପଶୁର ପ୍ରାଣକୁ ଆଦର କରେ, ମାତ୍ର ଦୁଷ୍ଟମାନଙ୍କର କରୁଣା ନିଷ୍ଠୁର।
Isaiah 47:6 in Oriya 6 ଆମ୍ଭେ ଆପଣା ଲୋକମାନଙ୍କ ପ୍ରତି କ୍ରୁଦ୍ଧ ହୋଇ ଆପଣା ଅଧିକାର ଅପବିତ୍ର କଲୁ ଓ ତୁମ୍ଭ ହସ୍ତରେ ସେମାନଙ୍କୁ ସମର୍ପଣ କଲୁ; ତୁମ୍ଭେ ସେମାନଙ୍କ ପ୍ରତି କିଛି ଦୟା ପ୍ରକାଶ କଲ ନାହିଁ; ତୁମ୍ଭେ ବୃଦ୍ଧ ଲୋକ ଉପରେ ତୁମ୍ଭର ଯୁଆଳି ବଡ଼ ଭାରୀ କରି ଥୋଇଲ।
Isaiah 55:7 in Oriya 7 ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ; ପୁଣି, ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରିବେ; ଆଉ, ସେ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବେ।
Jonah 4:2 in Oriya 2 ଆଉ, ସେ ସଦାପ୍ରଭୁଙ୍କର ନିକଟରେ ପ୍ରାର୍ଥନା କରି କହିଲେ, “ହେ ସଦାପ୍ରଭୁ, ବିନତି କରେ, ମୁଁ ସ୍ୱଦେଶରେ ଥିବା ବେଳେ କି ଏହି କଥା କହି ନ ଥିଲି ? ଏଥିପାଇଁ ଶୀଘ୍ର କରି ତର୍ଶୀଶକୁ ପଳାଇଲି; କାରଣ ତୁମ୍ଭେ ଯେ କୃପାମୟ, ସ୍ନେହଶୀଳ, କ୍ରୋଧରେ ଧୀର, ଦୟାରେ ମହାନ ଓ ଅମଙ୍ଗଳର ବିଷୟରେ ଅନିଚ୍ଛୁକ ପରମେଶ୍ୱର ଅଟ, ଏହା ମୁଁ ଜାଣିଲି।
Micah 7:18 in Oriya 18 ତୁମ୍ଭ ତୁଲ୍ୟ ପରମେଶ୍ୱର କିଏ ? ତୁମ୍ଭେ ଅଧର୍ମ କ୍ଷମା କରିଥାଅ ଓ ଆପଣା ଅଧିକାରର ଅବଶିଷ୍ଟାଂଶ ଲୋକଙ୍କର ଆଜ୍ଞାଲଙ୍ଘନର ପ୍ରତି ଉପେକ୍ଷା କରିଥାଅ; ସେ ଚିରକାଳ ଆପଣା କ୍ରୋଧ ରଖନ୍ତି ନାହିଁ, କାରଣ ସେ ଦୟାରେ ସନ୍ତୁଷ୍ଟ ଥାଆନ୍ତି।
Zechariah 1:15 in Oriya 15 ଆଉ, ଯେଉଁ ଗୋଷ୍ଠୀଗଣ ନିଶ୍ଚିନ୍ତରେ ଅଛନ୍ତି, ସେମାନଙ୍କ ପ୍ରତି ଆମ୍ଭେ ଅତ୍ୟନ୍ତ ବିରକ୍ତ ଅଟୁ; କାରଣ ଆମ୍ଭେ ଅଳ୍ପମାତ୍ର ବିରକ୍ତ ହୁଅନ୍ତେ, ସେମାନେ କ୍ଳେଶକୁ ବୃଦ୍ଧି କଲେ।
John 12:27 in Oriya 27 ଏବେ ମୋହର ପ୍ରାଣ ଉଦ୍ବିଗ୍ନ ହୋଇଅଛି, ଆଉ ମୁଁ କ'ଣ କହିବି ? ପିତଃ, ମୋତେ ଏହି ସମୟଠାରୁ ରକ୍ଷା କର ? କିନ୍ତୁ ଏଥିସକାଶେ ତ ମୁଁ ଏହି ସମୟ ମଧ୍ୟକୁ ଆସିଅଛି।
Philippians 1:23 in Oriya 23 ମୁଁ ଦୁଇଟି ବିଷୟ ଘେନି ମହା ସମସ୍ୟାରେ ପଡ଼ିଅଛି; ଇହଲୋକରୁ ପ୍ରସ୍ଥାନ କରି ଖ୍ରୀଷ୍ଟଙ୍କ ସହିତ ରହିବାକୁ ମୋହର ଇଚ୍ଛା, କାରଣ ତାହା ଅତୀବ ଶ୍ରେୟସ୍କର;