2 Samuel 23:5 in Oriya 5 ସତ୍ୟ, ମୋହର ବଂଶ ପରମେଶ୍ୱରଙ୍କ ନିକଟରେ ସେପରି ନୁହେଁ କି ? ସେ ମୋ' ସହିତ ସର୍ବ ବିଷୟରେ ସୁସମ୍ପନ୍ନ ଓ ସୁରକ୍ଷିତ ଏକ ଅନନ୍ତକାଳୀନ ନିୟମ କରି ନାହାନ୍ତି କି ? ସେ କି ମୋର ରକ୍ଷା କରିବେ ନାହିଁ ?
Other Translations King James Version (KJV) Although my house be not so with God; yet he hath made with me an everlasting covenant, ordered in all things, and sure: for this is all my salvation, and all my desire, although he make it not to grow.
American Standard Version (ASV) Verily my house is not so with God; Yet he hath made with me an everlasting covenant, Ordered in all things, and sure: For it is all my salvation, and all `my' desire, Although he maketh it not to grow.
Bible in Basic English (BBE) For is not my house so with God? For he has made with me an eternal agreement, ordered in all things and certain: as for all my salvation and all my desire, will he not give it increase?
Darby English Bible (DBY) Although my house be not so before ùGod, Yet he hath made with me an everlasting covenant, Ordered in every way and sure; For [this is] all my salvation, and every desire, Although he make [it] not to grow.
Webster's Bible (WBT) Although my house is not so with God; yet he hath made with me an everlasting covenant, ordered in all things, and sure: for this is all my salvation, and all my desire, although he maketh it not to grow.
World English Bible (WEB) Most assuredly my house is not so with God; Yet he has made with me an everlasting covenant, Ordered in all things, and sure: For it is all my salvation, and all [my] desire, Although he doesn't make it grow.
Young's Literal Translation (YLT) For -- not so `is' my house with God; For -- a covenant age-during He made with me, Arranged in all things, and kept; For -- all my salvation, and all desire, For -- He hath not caused `it' to spring up.
Cross Reference 1 Samuel 2:35 in Oriya 35 ପୁଣି, ଆମ୍ଭେ ଆପଣା ନିମନ୍ତେ ଏକ ବିଶ୍ୱସ୍ତ ଯାଜକ ଉତ୍ପନ୍ନ କରିବା, ସେ ଆମ୍ଭ ମନ ଓ ଆମ୍ଭ ହୃଦୟ ଅନୁସାରେ କର୍ମ କରିବ; ଆଉ ଆମ୍ଭେ ତାହାର ବଂଶ ସ୍ଥିର କରିବା; ପୁଣି, ସେ ଆମ୍ଭ ଅଭିଷିକ୍ତଙ୍କ ସମ୍ମୁଖରେ ସର୍ବଦା ଗମନାଗମନ କରିବ।
1 Samuel 25:28 in Oriya 28 ବିନୟ କରୁଅଛି, ଆପଣଙ୍କ ଦାସୀର ଅପରାଧ କ୍ଷମା କରନ୍ତୁ; ମୋର ପ୍ରଭୁ ସଦାପ୍ରଭୁଙ୍କ ପକ୍ଷରେ ଯୁଦ୍ଧ କରୁଅଛନ୍ତି, ଏଥିପାଇଁ ସଦାପ୍ରଭୁ ମୋର ପ୍ରଭୁଙ୍କ ଗୃହ ନିଶ୍ଚୟ ସୁସ୍ଥିର କରିବେ ଓ ଯାବଜ୍ଜୀବନ ଆପଣଙ୍କଠାରେ ମନ୍ଦତା ଦେଖା ନ ଯିବ।
2 Samuel 7:14 in Oriya 14 ଆମ୍ଭେ ତାହାର ପିତା ହେବା ଓ ସେ ଆମ୍ଭର ପୁତ୍ର ହେବ; ସେ ଅପରାଧ କଲେ ଆମ୍ଭେ ତାହାକୁ ମନୁଷ୍ୟମାନଙ୍କ ଦଣ୍ଡରେ ଓ ମନୁଷ୍ୟ-ସନ୍ତାନମାନଙ୍କ ପ୍ରହାରରେ ଶାସ୍ତି ଦେବା।
2 Samuel 7:18 in Oriya 18 ଏଥିରେ ଦାଉଦ ରାଜା ଭିତରକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ବସିଲେ ଓ କହିଲେ, “ହେ ପ୍ରଭୁ, ସଦାପ୍ରଭୁ, ମୁଁ କିଏ ଓ ମୋର ବଂଶ ବା କଅଣ ଯେ, ତୁମ୍ଭେ ମୋତେ ଏ ପର୍ଯ୍ୟନ୍ତ ଆଣିଅଛ ?
2 Samuel 12:10 in Oriya 10 ଏହେତୁ ତୁମ୍ଭ ଗୃହରୁ ଖଡ଼୍ଗ କେବେ ଯିବ ନାହିଁ; କାରଣ ତୁମ୍ଭେ ଆମ୍ଭକୁ ତୁଚ୍ଛ କରି ତୁମ୍ଭ ଭାର୍ଯ୍ୟା ହେବା ପାଇଁ ହିତ୍ତୀୟ ଊରୀୟର ଭାର୍ଯ୍ୟାକୁ ନେଇଅଛ।'
2 Samuel 13:14 in Oriya 14 ତଥାପି ଅମ୍ନୋନ ତାହାର ରବ ଶୁଣିଲା ନାହିଁ; ମାତ୍ର ଆପେ ତାହା ଅପେକ୍ଷା ବଳବାନ ହେବାରୁ ତାହାକୁ ବଳାତ୍କାର କରି ତାହା ସଙ୍ଗେ ଶୟନ କଲା।
2 Samuel 13:28 in Oriya 28 ଏଉତ୍ତାରେ ଅବଶାଲୋମ ଆପଣା ଯୁବାମାନଙ୍କୁ ଆଜ୍ଞା ଦେଇ କହିଲା, “ତୁମ୍ଭେମାନେ ଦେଖୁଥାଅ, ଦ୍ରାକ୍ଷାରସରେ ଅମ୍ନୋନର ଚିତ୍ତ ପ୍ରଫୁଲ୍ଲ ହେଲେ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ କହିବି, ‘ଅମ୍ନୋନକୁ ମାର,' ସେତେବେଳେ ତୁମ୍ଭେମାନେ ତାହାକୁ ବଧ କରିବ, ଭୟ କରିବ ନାହିଁ; ମୁଁ କ'ଣ ତୁମ୍ଭମାନଙ୍କୁ ଆଜ୍ଞା ଦେଇ ନାହିଁ ? ବଳ ବାନ୍ଧ ଓ ବିକ୍ରମଶାଳୀ ହୁଅ।”
2 Samuel 18:14 in Oriya 14 ତେବେ ଯୋୟାବ କହିଲା, “ମୁଁ ଏପରି ବିଳମ୍ବ କରି ନ ପାରେ।” ତହୁଁ ସେ ଆପଣା ହସ୍ତରେ ତିନୋଟି ବର୍ଚ୍ଛା ନେଇ ଅବଶାଲୋମ ଅଲୋନ ବୃକ୍ଷରେ ଜୀବିତ ଥାଉ ଥାଉ ତାହା ଦେହରେ ବିନ୍ଧିଲା।
1 Kings 1:5 in Oriya 5 ଏହି ସମୟରେ ହଗୀତର ପୁତ୍ର ଅଦୋନୀୟ ଆପଣାକୁ ବଡ଼ କରି କହିଲା, “ମୁଁ ରାଜା ହେବି,” ଏଣୁ ସେ ଆପଣା ପାଇଁ ରଥ ଓ ଅଶ୍ୱାରୋହୀଗଣ ଓ ଆପଣା ଆଗେ ଆଗେ ଦୌଡ଼ିବା ପାଇଁ ପାଞ୍ଚଶହ ଜଣ ପ୍ରସ୍ତୁତ କଲେ।
1 Kings 2:24 in Oriya 24 ଏହେତୁ ଯେଉଁ ସଦାପ୍ରଭୁ ନିଜ ପ୍ରତିଜ୍ଞାନୁସାରେ ମୋତେ ସୁସ୍ଥିର କରି ମୋ' ପିତା ଦାଉଦଙ୍କ ସିଂହାସନରେ ମୋତେ ବସାଇଅଛନ୍ତି ଓ ଯେ ମୋ' ଗୃହ ଦୃଢ଼ କରିଅଛନ୍ତି, ତାହାଙ୍କ ଜୀବିତ ଥିବା ପ୍ରମାଣେ ଅଦୋନୀୟ ନିଶ୍ଚୟ ଆଜି ହତ ହେବ।
1 Kings 11:6 in Oriya 6 ପୁଣି, ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ଶଲୋମନ କଲେ ଓ ଆପଣା ପିତା ଦାଉଦଙ୍କ ପରି ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କର ପଶ୍ଚାତ୍ଗାମୀ ନୋହିଲେ।
1 Kings 11:38 in Oriya 38 ଆଉ ଯେବେ ତୁମ୍ଭେ ଆମ୍ଭ ଦାସ ଦାଉଦ ପରି ଆମ୍ଭର ସମସ୍ତ ଆଦେଶରେ ମନୋଯୋଗ କରିବ, ଆମ୍ଭ ବିଧି ଓ ଆଜ୍ଞା ପାଳନ କରିବା ପାଇଁ ଆମ୍ଭ ପଥରେ ଚାଲିବ ଓ ଆମ୍ଭ ଦୃଷ୍ଟିରେ ନ୍ୟାୟ ବ୍ୟବହାର କରିବ, ତେବେ ଆମ୍ଭେ ତୁମ୍ଭର ସହବର୍ତ୍ତୀ ହେବା ଓ ଆମ୍ଭେ ଯେପରି ଦାଉଦ ପାଇଁ କଲୁ, ସେପରି ତୁମ୍ଭ ପାଇଁ ଏକ ଦୃଢ଼ ଗୃହ ନିର୍ମାଣ କରିବା ଓ ତୁମ୍ଭକୁ ଇସ୍ରାଏଲ ଦେବା।
1 Kings 12:14 in Oriya 14 ପୁଣି, ଯୁବାମାନଙ୍କ ପରାମର୍ଶନୁସାରେ ଲୋକମାନଙ୍କୁ କହିଲେ, “ମୋ' ପିତା ତୁମ୍ଭମାନଙ୍କ ଉପରେ ଭାରୀ ଯୁଆଳି ଥୋଇଥିଲେ, ମାତ୍ର ମୁଁ ତୁମ୍ଭମାନଙ୍କ ଯୁଆଳି ଆହୁରି ଭାରୀ କରିବି; ମୋ' ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଇଥିଲେ, ମାତ୍ର ମୁଁ ବିଛାରେ ତୁମ୍ଭମାନଙ୍କୁ ଶାସ୍ତି ଦେବି।”
1 Chronicles 17:11 in Oriya 11 ପୁଣି, ଆପଣା ପିତୃଲୋକଙ୍କ ନିକଟକୁ ତୁମ୍ଭର ଯିବାର ଦିନ ପୂର୍ଣ୍ଣ ହେଲେ, ଆମ୍ଭେ ତୁମ୍ଭ ଉତ୍ତାରେ ତୁମ୍ଭ ପୁତ୍ରମାନଙ୍କ ମଧ୍ୟରୁ ତୁମ୍ଭ ବଂଶ ସ୍ଥାପନ କରିବା ଓ ଆମ୍ଭେ ତାହାର ରାଜ୍ୟ ସ୍ଥିର କରିବା।
Psalm 27:4 in Oriya 4 ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଓ ତାହାଙ୍କ ମନ୍ଦିରରେ ଅନୁସନ୍ଧାନ କରିବା ପାଇଁ ଯେପରି ଯାବଜ୍ଜୀବନ ସଦାପ୍ରଭୁଙ୍କ ଗୃହରେ ବାସ କରିବି, ଏହି ଏକ ବିଷୟ ମୁଁ ସଦାପ୍ରଭୁଙ୍କ ନିକଟରେ ମାଗିଅଛି, ତାହା ହିଁ ମୁଁ ଅନ୍ୱେଷଣ କରିବି।
Psalm 62:2 in Oriya 2 କେବଳ ସେ ମୋହର ଶୈଳ ଓ ପରିତ୍ରାଣ; ସେ ମୋହର ଉଚ୍ଚ ଦୁର୍ଗ; ମୁଁ ଅତିଶୟ ବିଚଳିତ ନୋହିବି।
Psalm 63:1 in Oriya 1 ଦାଉଦଙ୍କର ଗୀତ, ସେ ଯିହୂଦା-ପ୍ରାନ୍ତରରେ ଥିବା ବେଳେ ରଚିତ। ହେ ପରମେଶ୍ୱର, ତୁମ୍ଭେ ମୋହର ପରମେଶ୍ୱର; ବ୍ୟାକୁଳରେ ମୁଁ ତୁମ୍ଭର ଅନ୍ୱେଷଣ କରିବି; ଜଳଶୂନ୍ୟ ଶୁଷ୍କ ଓ ଶ୍ରାନ୍ତିକର ଦେଶରେ ମୋ' ପ୍ରାଣ ତୁମ୍ଭ ନିମନ୍ତେ ତୃଷିତ ହୁଏ ଓ ମୋ' ଶରୀର ତୁମ୍ଭ ପାଇଁ ଲାଳସା କରେ।
Psalm 73:25 in Oriya 25 ସ୍ୱର୍ଗରେ ତୁମ୍ଭ ବିନା ମୋହର ଆଉ କିଏ ଅଛି ? ଓ ଭୂମଣ୍ଡଳରେ ତୁମ୍ଭ ଛଡ଼ା ଆଉ କାହାକୁ ମୁଁ ବାଞ୍ଛା କରୁ ନାହିଁ।
Psalm 89:3 in Oriya 3 “ଆମ୍ଭେ ଆପଣା ମନୋନୀତ ଲୋକ ସଙ୍ଗେ ନିୟମ କରିଅଛୁ, ଆମ୍ଭେ ଆପଣା ଦାସ ଦାଉଦ ସଙ୍ଗେ ଶପଥ କରିଅଛୁ।
Psalm 89:28 in Oriya 28 ଆମ୍ଭେ ଅନନ୍ତକାଳ ତାହା ପକ୍ଷରେ ଆପଣା ଦୟା ରଖିବା, ପୁଣି, ଆମ୍ଭର ନିୟମ ତାହା ପକ୍ଷରେ ସୁସ୍ଥିର ହେବ।
Psalm 119:81 in Oriya 81 କଫ୍। ତୁମ୍ଭ ପରିତ୍ରାଣ ପାଇଁ ମୋ' ପ୍ରାଣ କ୍ଷୀଣ ହୁଏ; ମାତ୍ର ମୁଁ ତୁମ୍ଭ ବାକ୍ୟରେ ଭରସା ରଖେ।
Isaiah 4:2 in Oriya 2 ସେହି ଦିନ ଇସ୍ରାଏଲ ମଧ୍ୟରେ ବଞ୍ଚିଥିବା ଲୋକମାନଙ୍କ ନିମନ୍ତେ ସଦାପ୍ରଭୁଙ୍କ ଶାଖା ମନୋରମ ଓ ଗୌରବାନ୍ୱିତ ହେବ, ଆଉ ଦେଶର ଫଳ ଉତ୍ତମ ଓ ମନୋହର ହେବ।
Isaiah 7:14 in Oriya 14 ଏହେତୁ ପ୍ରଭୁ ଆପେ ତୁମ୍ଭମାନଙ୍କୁ ଏକ ଚିହ୍ନ ଦେବେ; ଦେଖ, ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାର ନାମ ଇମ୍ମାନୁୟେଲ (ଆମ୍ଭମାନଙ୍କ ସହିତ ପରମେଶ୍ୱର) ରଖିବ।
Isaiah 9:6 in Oriya 6 କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱଭାର ଥୁଆଯିବ; ପୁଣି, ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତିରାଜା ହେବ।
Isaiah 11:1 in Oriya 1 ଏଥିଉତ୍ତାରେ ଯିଶୟର ଗଣ୍ଡିରୁ ଏକ ପଲ୍ଲବ ନିର୍ଗତ ହେବ ଓ ତାହାର ମୂଳରୁ ଏକ ଶାଖା ଉତ୍ପନ୍ନ ହୋଇ ଫଳ ଫଳିବ;
Isaiah 27:6 in Oriya 6 ଭବିଷ୍ୟତ କାଳରେ ଯାକୁବ ଚେର ବାନ୍ଧିବ; ଇସ୍ରାଏଲ ମୁକ୍ତ ଓ ପ୍ରଫୁଲ୍ଲ ହେବ ଓ ସେମାନେ ଭୂମଣ୍ଡଳକୁ ଫଳରେ ପରିପୂର୍ଣ୍ଣ କରିବେ।”
Isaiah 55:3 in Oriya 3 କର୍ଣ୍ଣ ଡେର ଓ ଆମ୍ଭ ନିକଟକୁ ଆସ; ଶୁଣ, ତହିଁରେ ତୁମ୍ଭମାନଙ୍କର ପ୍ରାଣ ବଞ୍ଚିବ; ପୁଣି, ଆମ୍ଭେ ତୁମ୍ଭମାନଙ୍କ ସହିତ ଏକ ନିତ୍ୟସ୍ଥାୟୀ ନିୟମ, ଅର୍ଥାତ୍, ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା।
Isaiah 61:8 in Oriya 8 କାରଣ ଆମ୍ଭେ ସଦାପ୍ରଭୁ ନ୍ୟାୟବିଚାର ଭଲ ପାଉ, ଆମ୍ଭେ ଅଧର୍ମଯୁକ୍ତ ଅପହରଣ ଘୃଣା କରୁ; ଆଉ, ଆମ୍ଭେ ସତ୍ୟରେ ସେମାନଙ୍କୁ ପ୍ରତିଫଳ ଦେବା ଓ ସେମାନଙ୍କ ସହିତ ଅନନ୍ତକାଳସ୍ଥାୟୀ ଏକ ନିୟମ କରିବା।
Jeremiah 32:40 in Oriya 40 ପୁଣି, ଆମ୍ଭେ ସେମାନଙ୍କର ମଙ୍ଗଳ କରିବା ପାଇଁ ଯେ ସେମାନଙ୍କଠାରୁ ବିମୁଖ ନ ହେବା, ଏହି ଭାବର ଗୋଟିଏ ନିତ୍ୟସ୍ଥାୟୀ ନିୟମ ସେମାନଙ୍କ ସଙ୍ଗେ କରିବା ଓ ସେମାନେ ଯେପରି ଆମ୍ଭଠାରୁ ଦୂର ହେବେ ନାହିଁ, ଏଥିପାଇଁ ଆମ୍ଭେ ଆମ୍ଭ ବିଷୟକ ଭୟ ସେମାନଙ୍କ ଅନ୍ତଃକରଣରେ ସ୍ଥାପନ କରିବା।
Jeremiah 33:25 in Oriya 25 ସଦାପ୍ରଭୁ ଏହି କଥା କହନ୍ତି, “ଯେବେ ଦିବସ ଓ ରାତ୍ରି ସମ୍ବନ୍ଧୀୟ ଆମ୍ଭର ନିୟମ ସ୍ଥିର ନ ରହେ, ଆମ୍ଭେ ଯଦି ଆକାଶର ଓ ପୃଥିବୀର ବିଧିସକଳ ନିରୂପଣ କରି ନ ଥାଉ,
Ezekiel 37:26 in Oriya 26 ଆହୁରି, ଆମ୍ଭେ ସେମାନଙ୍କ ସହିତ ଶାନ୍ତିର ଏକ ନିୟମ ସ୍ଥିର କରିବା; ତାହା ସେମାନଙ୍କ ସହିତ ଚିରକାଳୀନ ନିୟମ ହେବ; ପୁଣି, ଆମ୍ଭେ ସେମାନଙ୍କୁ ବସାଇବା ଓ ବଢ଼ାଇବା ଓ ସେମାନଙ୍କ ମଧ୍ୟରେ ସଦା କାଳ ଆମ୍ଭେ ଆପଣା ଧର୍ମଧାମ ସ୍ଥାପନ କରିବା।
Amos 9:11 in Oriya 11 “ସେଦିନ ଆମ୍ଭେ ଦାଉଦର ପତିତ ତମ୍ବୁ ପୁନର୍ବାର ଉତ୍ଥାପନ କରିବା ଓ ତହିଁର ଫଟା ସ୍ଥାନ ସବୁ ବନ୍ଦ କରିବା; ପୁଣି, ତାହାର ଉଜାଡ଼ ସ୍ଥାନ ସବୁ ପୁନର୍ବାର ଉଠାଇବା ଓ ପୂର୍ବକାଳର ନ୍ୟାୟ ତାହା ନିର୍ମାଣ କରିବା;
Acts 13:34 in Oriya 34 ସେ ଯେ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି; ପୁଣି, ସେ ଯେ ଆଉ କ୍ଷୟସ୍ଥାନକୁ ଫେରିବେ ନାହିଁ, ଏବିଷୟରେ ସେ ଏହି ପ୍ରକାର କହିଅଛନ୍ତି, ଆମ୍ଭେ ଦାଉଦଙ୍କ ନିକଟରେ ପ୍ରତିଜ୍ଞାତ ପବିତ୍ର ଓ ଅଟଳ ଆଶୀର୍ବାଦ ସବୁ ତୁମ୍ଭମାନଙ୍କୁ ପ୍ରଦାନ କରିବା।
1 Corinthians 3:6 in Oriya 6 ମୁଁ ରୋପଣ କରିଅଛି, ଆପଲ୍ଲ ଜଳ ସେଚନ କରିଅଛନ୍ତି, କିନ୍ତୁ ଈଶ୍ୱର ବୃଦ୍ଧି ସାଧନ କରିଅଛନ୍ତି।
Hebrews 6:19 in Oriya 19 ସେହି ଭରସା ଆମ୍ଭମାନଙ୍କ ଆତ୍ମାର ଲଙ୍ଗର ସ୍ୱରୂପ, ତାହା ବିଚ୍ଛେଦବସ୍ତ୍ରାବୃତ ସ୍ଥାନରେ ପ୍ରବେଶ କରି ଦୃଢ଼ ଓ ଅଟଳ ହୋଇଅଛି,
Hebrews 13:20 in Oriya 20 ଯେଉଁ ଶାନ୍ତିଦାତା ଈଶ୍ୱର ଅନନ୍ତକାଳସ୍ଥାୟୀ ନିୟମର ରକ୍ତ ହେତୁ ପ୍ରଧାନ ମେଷପାଳକ, ଅର୍ଥାତ୍, ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଫେରାଇ ଆଣିଲେ;