2 Samuel 22:44 in Oriya 44 ତୁମ୍ଭେ ମଧ୍ୟ ମୋ' ଲୋକମାନଙ୍କ ବିବାଦରୁ ମୋତେ ରକ୍ଷା କରିଅଛ; ତୁମ୍ଭେ ମୋତେ ଅନ୍ୟ ଦେଶୀୟମାନଙ୍କ ମସ୍ତକ ହେବା ପାଇଁ ରଖିଅଛ; ମୋହର ଅପରିଚିତ ଲୋକମାନେ ମୋହର ସେବା କରିବେ।
Other Translations King James Version (KJV) Thou also hast delivered me from the strivings of my people, thou hast kept me to be head of the heathen: a people which I knew not shall serve me.
American Standard Version (ASV) Thou also hast delivered me from the strivings of my people; Thou hast kept me to be the head of the nations: A people whom I have not known shall serve me.
Bible in Basic English (BBE) You have made me free from the fightings of my people; you have made me the head of the nations: a people of whom I had no knowledge will be my servants.
Darby English Bible (DBY) And thou hast delivered me from the strivings of my people, Thou hast kept me to be head of the nations: A people I knew not doth serve me:
Webster's Bible (WBT) Thou also hast delivered me from the strivings of my people, thou hast kept me to be head of the heathen: a people which I knew not shall serve me.
World English Bible (WEB) You also have delivered me from the strivings of my people; You have kept me to be the head of the nations: A people whom I have not known shall serve me.
Young's Literal Translation (YLT) And -- Thou dost deliver me From the strivings of my people, Thou placest me for a head of nations; A people I have not known do serve me.
Cross Reference Deuteronomy 28:13 in Oriya 13 ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ମାନିବାକୁ ଓ କରିବାକୁ ମୁଁ ଆଜି ତୁମ୍ଭକୁ ଆଦେଶ କରୁଅଛି, ସେହି ସବୁ ଯଦି ତୁମ୍ଭେ ଶୁଣିବ ଓ ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁ ଯେଉଁ ବାକ୍ୟ ଆଜ୍ଞା କରୁଅଛି, ତୁମ୍ଭେ ତହିଁ ମଧ୍ୟରୁ କୌଣସି ବାକ୍ୟର ଦକ୍ଷିଣରେ କି ବାମରେ ଫେରି ଅନ୍ୟ ଦେବତାଗଣର ସେବା କରିବା ପାଇଁ ସେମାନଙ୍କ ଅନୁଗାମୀ ନ ହେବ,
2 Samuel 3:1 in Oriya 1 ଏଥିଉତ୍ତାରେ ଶାଉଲ ବଂଶ ଓ ଦାଉଦ ବଂଶ ମଧ୍ୟରେ ଦୀର୍ଘ କାଳ ଯୁଦ୍ଧ ହେଲା; ପୁଣି ଦାଉଦ ଧୀରେ ଧୀରେ ବଳବାନ୍ ହେଲେ, ମାତ୍ର ଶାଉଲ ବଂଶ ଧୀରେ ଧୀରେ କ୍ଷୀଣ ହେଲେ।
2 Samuel 5:1 in Oriya 1 ଏଥିଉତ୍ତାରେ ଇସ୍ରାଏଲର ସମସ୍ତ ବଂଶ ହିବ୍ରୋଣକୁ ଦାଉଦଙ୍କ ନିକଟକୁ ଆସି କହିଲେ, “ଦେଖ, ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ।
2 Samuel 8:1 in Oriya 1 ଏଥିଉତ୍ତାରେ ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କରି ନତ କଲେ ଓ ଦାଉଦ ପଲେଷ୍ଟୀୟମାନଙ୍କ ହସ୍ତରୁ ଗାଥ୍ ଏବଂ ମାତୃନଗରର କର୍ତ୍ତୃତ୍ୱ ନେଲେ।
2 Samuel 18:6 in Oriya 6 ଏହିରୂପେ ସୈନ୍ୟଦଳ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧକ୍ଷେତ୍ରକୁ ଗଲେ ଓ ଇଫ୍ରୟିମ ନାମକ ବନରେ ଯୁଦ୍ଧ ହେଲା।
2 Samuel 19:9 in Oriya 9 ଆଉ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରେ ସମସ୍ତ ଲୋକ ପରସ୍ପର କଳହ କରି କହୁଥିଲେ, “ରାଜା ଆମ୍ଭମାନଙ୍କ ଶତ୍ରୁମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ରକ୍ଷା କରିଥିଲେ ଓ ପଲେଷ୍ଟୀୟମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିଥିଲେ ଏବେ ସେ ଅବଶାଲୋମ ଭୟରେ ଦେଶରୁ ପଳାଇ ଅଛନ୍ତି।
2 Samuel 19:14 in Oriya 14 ଏହିରୂପେ ସେ ଯିହୁଦାର ସମସ୍ତ ଲୋକଙ୍କ ହୃଦୟକୁ ଜଣକର ହୃଦୟ ତୁଲ୍ୟ ଜୟ କଲେ; ତହିଁରେ ସେମାନେ ରାଜାଙ୍କ ନିକଟକୁ ଲୋକ ପଠାଇ କହିଲେ, “ଆପଣ ଓ ଆପଣଙ୍କ ସମସ୍ତ ଦାସ ଫେରି ଆସନ୍ତୁ।”
2 Samuel 20:1 in Oriya 1 ସେହି ସମୟରେ ବିନ୍ୟାମୀନୀୟ ବିଖ୍ରିିର ପୁତ୍ର ଶେବଃ ନାମରେ ଜଣେ ଅସୁବିଧା ସୃଷ୍ଟିକାରୀ ଲୋକ ସେଠାରେ ଥିଲା; ପୁଣି ସେ ତୂରୀ ବଜାଇ କହିଲା, “ଦାଉଦଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ, କିଅବା ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ; ହେ ଇସ୍ରାଏଲ, ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ଚାଲ।”
2 Samuel 20:22 in Oriya 22 ଏଉତ୍ତାରେ ସେ ସ୍ତ୍ରୀ ଆପଣା ବୁଦ୍ଧିରେ ସମସ୍ତ ଲୋକଙ୍କ ନିକଟକୁ ଗଲା। ତହୁଁ ଲୋକମାନେ ବିଖ୍ରିିର ପୁତ୍ର ଶେବଃର ମସ୍ତକ କାଟି ଯୋୟାବ ନିକଟକୁ ବାହାରେ ପକାଇଦେଲେ। ତହିଁରେ ସେ ତୂରୀ ବଜାନ୍ତେ, ଲୋକମାନେ ନଗରରୁ ଛିନ୍ନଭିନ୍ନ ହୋଇ ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁକୁ ଗଲେ। ପୁଣି ଯୋୟାବ ଯିରୂଶାଲମକୁ ରାଜାଙ୍କ ନିକଟକୁ ଫେରିଗଲା।
Psalm 2:1 in Oriya 1 ଗୋଷ୍ଠୀୟମାନେ କାହିଁକି କଳହ କରନ୍ତି; ଜନବୃନ୍ଦ କାହିଁକି ଅନର୍ଥକ ବିଷୟ ଭାଳନ୍ତି ?
Psalm 2:8 in Oriya 8 ଆମ୍ଭ ନିକଟରେ ମାଗ, ତେବେ ଆମ୍ଭେ ତୁମ୍ଭର ଉତ୍ତରାଧିକାର ନିମନ୍ତେ ଗୋଷ୍ଠୀୟମାନଙ୍କୁ ଓ ତୁମ୍ଭର ଅଧିକାର ନିମନ୍ତେ ପୃଥିବୀର ପ୍ରାନ୍ତଭାଗସବୁ ତୁମ୍ଭକୁ ଦେବା।
Psalm 18:43 in Oriya 43 ତୁମ୍ଭେ ଲୋକମାନଙ୍କ ବିବାଦରୁ ମୋତେ ଉଦ୍ଧାର କରିଅଛ; ତୁମ୍ଭେ ମୋତେ ଗୋଷ୍ଠୀସମୂହର ମସ୍ତକ ସ୍ୱରୂପ କରିଅଛ; ମୋହର ଅପରିଚିତ ଗୋଷ୍ଠୀ ମୋହର ସେବା କରିବେ।
Psalm 60:8 in Oriya 8 ମୋୟାବ ଆମ୍ଭର ପ୍ରକ୍ଷାଳନ-ପାତ୍ର; ଆମ୍ଭେ ଇଦୋମ ଉପରେ ଆପଣା ପାଦୁକା ପକାଇବା; ହେ ପଲେଷ୍ଟୀୟା, ତୁମ୍ଭେ ଆମ୍ଭ ସକାଶୁ ଉଚ୍ଚ ଧ୍ୱନି କର।
Psalm 72:8 in Oriya 8 ମଧ୍ୟ ସେ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ କର୍ତ୍ତୃତ୍ୱ କରିବେ।
Psalm 110:6 in Oriya 6 ସେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ବିଚାର କରିବେ, ସେ ଶବରେ ସ୍ଥାନସବୁ ପୂର୍ଣ୍ଣ କରିବେ; ସେ ଅନେକ ଦେଶରେ ମସ୍ତକ ଚୂର୍ଣ୍ଣ କରିବେ।
Isaiah 55:5 in Oriya 5 ଦେଖ, ଯେଉଁ ଗୋଷ୍ଠୀକୁ ତୁମ୍ଭେ ଜାଣୁ ନାହଁ, ତାହାକୁ ତୁମ୍ଭେ ଆହ୍ୱାନ କରିବ ଓ ଯେଉଁ ଗୋଷ୍ଠୀ ତୁମ୍ଭକୁ ଜାଣିଲା ନାହିଁ, ସେ ତୁମ୍ଭ ନିକଟକୁ ଦୌଡ଼ିବ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ସକାଶୁ ଏହା ଘଟିବ; କାରଣ ସେ ତୁମ୍ଭଙ୍କୁ ଗୌରବାନ୍ୱିତ କରିଅଛନ୍ତି।
Isaiah 60:12 in Oriya 12 କାରଣ ଯେଉଁ ଦେଶ ଓ ରାଜ୍ୟ ତୁମ୍ଭର ସେବା ନ କରିବ, ତାହା ବିନଷ୍ଟ ହେବ, ହଁ, ସେହି ଦେଶସକଳ ନିଃଶେଷ ରୂପେ ଧ୍ୱଂସିତ ହେବ।
Isaiah 65:1 in Oriya 1 “ଯେଉଁମାନେ ଆମ୍ଭ ବିଷୟ ପଚାରିଲେ ନାହିଁ, ସେମାନଙ୍କ ଦ୍ୱାରା ଆମ୍ଭେ ଅନ୍ୱେଷିତ ହେଉଅଛୁ; ଯେଉଁମାନେ ଆମ୍ଭର ଅନ୍ୱେଷଣ କଲେ ନାହିଁ, ସେମାନେ ଆମ୍ଭକୁ ପ୍ରାପ୍ତ ହେଉଅଛନ୍ତି; ଯେଉଁ ଦେଶୀୟ ଲୋକେ ଆମ୍ଭ ନାମରେ ଖ୍ୟାତ ହୋଇ ନ ଥିଲେ, ସେମାନଙ୍କୁ, ଆମ୍ଭକୁ ଦେଖ, ଆମ୍ଭକୁ ଦେଖ ବୋଲି ଆମ୍ଭେ କହିଲୁ।
Daniel 7:14 in Oriya 14 ପୁଣି, ସମୁଦାୟ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନେ ଯେପରି ତାହାଙ୍କର ସେବା କରିବେ, ଏଥିପାଇଁ ତାହାଙ୍କୁ କର୍ତ୍ତୃତ୍ୱ, ମହିମା ଓ ରାଜ୍ୟ ଦତ୍ତ ହେଲା; ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ କର୍ତ୍ତୃତ୍ୱ, ତାହା ଲୁପ୍ତ ହେବ ନାହିଁ, ଆଉ ତାହାଙ୍କର ରାଜ୍ୟ ଅବିନାଶ୍ୟ।
Hosea 2:23 in Oriya 23 ପୁଣି, ଆମ୍ଭେ ଆପଣା ପାଇଁ ତାହାକୁ ଦେଶରେ ରୋପଣ କରିବା; ତହିଁରେ ଯେ ଦୟା ପାଇ ନ ଥିଲା, ତାହା ପ୍ରତି ଆମ୍ଭେ ଦୟା କରିବା; ଆଉ, ଯେଉଁମାନେ ଆମ୍ଭର ଲୋକ ନ ଥିଲେ, ସେମାନଙ୍କୁ ଆମ୍ଭେ କହିବା, ‘ତୁମ୍ଭେ ଆମ୍ଭର ଲୋକ' ଓ ସେମାନେ କହିବେ, ‘ତୁମ୍ଭେ ଆମ୍ଭର ପରମେଶ୍ୱର।'”
Acts 4:25 in Oriya 25 ତୁମ୍ଭେ ଆପଣା ଦାସ ଆମ୍ଭମାନଙ୍କ ପିତା ଦାଉଦଙ୍କ ମୁଖ ଦେଇ ପବିତ୍ର ଆତ୍ମାଙ୍କ ଦ୍ୱାରା ଏହି କଥା କହିଅଛ, ଅଣଯିହୂଦୀମାନେ କାହିଁକି କଳହ କଲେ, ଆଉ ଲୋକମାନେ କାହିଁକି ଅନର୍ଥକ ବିଷୟ କଳ୍ପନା କଲେ ?
Acts 5:30 in Oriya 30 ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ଟଙ୍ଗାଇ ବଧ କରିଥିଲେ, ଆମ୍ଭମାନଙ୍କ ପିତୃପୁରୁଷଙ୍କ ଈଶ୍ୱର ତାହାଙ୍କୁ ଉଠାଇଅଛନ୍ତି।
Romans 9:25 in Oriya 25 ଯେପରି ସେ ହୋଶେୟଙ୍କ ପୁସ୍ତକରେ ମଧ୍ୟ କହନ୍ତି, “ଯେଉଁମାନେ ଆମ୍ଭର ଲୋକ ନ ଥିଲେ, ସେମାନଙ୍କୁ ଆମ୍ଭେ ଆମ୍ଭର ଲୋକ ବୋଲି କହିବା; ଆଉ, ଯେ ଅପ୍ରିୟ ଥିଲା, ତାହାକୁ ପ୍ରିୟ ବୋଲି କହିବା।'
Romans 15:12 in Oriya 12 ପୁନର୍ବାର ଯିଶାଇୟ କହନ୍ତି, “ଯିଶାଇୟଙ୍କ ମୂଳ ରହିବ, ଆଉ, ଯେ ଅଣଯିହୂଦୀଙ୍କ ଉପରେ ଶାସନ କରିବାକୁ ଉଠିବେ, ଅଣଯିହୂଦୀମାନେ ତାହାଙ୍କ ଉପରେ ଭରସା ରଖିବେ।”
Revelation 11:15 in Oriya 15 ସପ୍ତମ ଦୂତ ତୂରୀଧ୍ୱନୀ କରନ୍ତେ ସ୍ୱର୍ଗରେ ମହାଶବ୍ଦ ସହ ଏହି ବାଣୀ ହେଲା, ଜଗତ ଉପରେ ରାଜତ୍ୱ ଆମ୍ଭମାନଙ୍କ ପ୍ରଭୁଙ୍କର ଓ ତାହାଙ୍କ ଖ୍ରୀଷ୍ଟଙ୍କର ହସ୍ତଗତ ହୋଇଅଛି, ଆଉ ସେ ଯୁଗେ ଯୁଗେ ରାଜତ୍ୱ କରିବେ।