2 Kings 11:12 in Oriya 12 ସେତେବେଳେ ସେ ରାଜପୁତ୍ର ଯୋୟାଶ୍ଙ୍କୁ ବାହାରକୁ ଆଣି ତାଙ୍କର ମସ୍ତକରେ ମୁକୁଟ ପିନ୍ଧାଇ ତାଙ୍କୁ ସାକ୍ଷ୍ୟ ପୁସ୍ତକ ଦେଲା; ତହିଁରେ ସେମାନେ ତାଙ୍କୁ ରାଜା କରି ଅଭିଷେକ କଲେ; ଆଉ ସେମାନେ କରତାଳି ଦେଇ କହିଲେ, “ରାଜା ଚିରଜୀବୀ ହେଉନ୍ତୁ।”
Other Translations King James Version (KJV) And he brought forth the king's son, and put the crown upon him, and gave him the testimony; and they made him king, and anointed him; and they clapped their hands, and said, God save the king.
American Standard Version (ASV) Then he brought out the king's son, and put the crown upon him, and `gave him' the testimony; and they made him king, and anointed him; and they clapped their hands, and said, `Long' live the king.
Bible in Basic English (BBE) Then he made the king's son come out, and put the crown on him and the arm-bands, and made him king, and put the holy oil on him; and they all, making sounds of joy with their hands, said, Long life to the king.
Darby English Bible (DBY) And he brought forth the king's son, and put the crown upon him, and [gave him] the testimony; and they made him king, and anointed him; and they clapped their hands, and said, Long live the king!
Webster's Bible (WBT) And he brought forth the king's son, and put the crown upon him, and gave him the testimony; and they made him king, and anointed him; and they clapped their hands, and said, God save the king.
World English Bible (WEB) Then he brought out the king's son, and put the crown on him, and [gave him] the testimony; and they made him king, and anointed him; and they clapped their hands, and said, [Long] live the king.
Young's Literal Translation (YLT) and he bringeth out the son of the king, and putteth on him the crown, and the testimony, and they make him king, and anoint him, and smite the hand, and say, `Let the king live.'
Cross Reference Exodus 25:16 in Oriya 16 ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ସାକ୍ଷ୍ୟପତ୍ର ଦେବା, ତାହା ସେହି ସିନ୍ଦୁକରେ ରଖିବ।
Exodus 31:18 in Oriya 18 ତହୁଁ ସେ ସୀନୟ ପର୍ବତରେ ମୋଶାଙ୍କ ସହିତ କଥା ସମାପ୍ତ କରି ସାକ୍ଷ୍ୟ ସ୍ୱରୂପ ଦୁଇ ପଟା, ଅର୍ଥାତ୍, ପରମେଶ୍ୱରଙ୍କ ଅଙ୍ଗୁଳି ଲିଖିତ ଦୁଇ ପ୍ରସ୍ତର ପଟା ତାଙ୍କୁ ଦେଲେ।
Deuteronomy 17:18 in Oriya 18 ପୁଣି ସେ ଆପଣା ରାଜ୍ୟର ସିଂହାସନରେ ଉପବିଷ୍ଟ ହେଲେ, ଆପଣା ପାଇଁ ଏକ ପୁସ୍ତକରେ ଲେବୀୟ ଯାଜକମାନଙ୍କ ସମ୍ମୁଖସ୍ଥିତ ଏହି ବ୍ୟବସ୍ଥାରୁ ଉତ୍ତାରି ଏକ ପ୍ରତିଲିପି ଲେଖି ରଖିବ।
1 Samuel 10:1 in Oriya 1 ଏଥିଉତ୍ତାରେ ଶାମୁୟେଲ ତୈଳପାତ୍ର ନେଇ ତାଙ୍କର ମସ୍ତକରେ ଢାଳିଲେ ଓ ତାଙ୍କୁ ଚୁମ୍ବନ କରି କହିଲେ, ସଦାପ୍ରଭୁ କି ଆପଣା ଅଧିକାର ଉପରେ ତୁମ୍ଭକୁ ଅଗ୍ରଣୀ ହେବା ପାଇଁ ଅଭିଷେକ କରି ନାହାନ୍ତି ?
1 Samuel 10:24 in Oriya 24 ଏଥିରେ ଶାମୁୟେଲ ସମସ୍ତ ଲୋକଙ୍କୁ କହିଲେ, ସଦାପ୍ରଭୁ ଯାହାଙ୍କୁ ମନୋନୀତ କରିଅଛନ୍ତି, ତୁମ୍ଭେମାନେ କି ତାଙ୍କୁ ଦେଖୁଛ, ସମସ୍ତ ଲୋକଙ୍କ ମଧ୍ୟରେ ତାଙ୍କ ପରି କେହି ନାହିଁ ? ତହିଁରେ ସମସ୍ତ ଲୋକ ଜୟଧ୍ୱନି କରି କହିଲେ, ରାଜା ଚିରଜୀବୀ ହେଉନ୍ତୁ।
1 Samuel 16:13 in Oriya 13 ତହୁଁ ଶାମୁୟେଲ ତୈଳଶୃଙ୍ଗ ନେଇ ତାଙ୍କ ଭ୍ରାତୃଗଣ ମଧ୍ୟରେ ତାଙ୍କୁ ଅଭିଷେକ କଲେ; ତହିଁରେ ସେହି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କୁ ଆକ୍ରାନ୍ତ କଲେ। ଏଉତ୍ତାରେ ଶାମୁୟେଲ ଉଠି ରାମାକୁ ଚାଲିଗଲେ।
2 Samuel 1:10 in Oriya 10 ତହିଁରେ ମୁଁ ତାଙ୍କ ଉପରେ ଠିଆ ହୋଇ ତାଙ୍କୁ ବଧ କଲି; କାରଣ ସେ ପତନ ହେଲା ଉତ୍ତାରେ ସେ ଆଉ ବଞ୍ଚିବେ ନାହିଁ ବୋଲି ମୁଁ ଜାଣିଲି; ପୁଣି ମୁଁ ତାଙ୍କ ମସ୍ତକର ମୁକୁଟ ଓ ବାହୁର ବାଜୁ ନେଇ ଏଠାକୁ ମୋ' ସ୍ବାମୀଙ୍କ କତିକି ଆଣିଅଛି।
2 Samuel 2:4 in Oriya 4 ତହୁଁ ଯିହୁଦାର ଲୋକମାନେ ଆସି ସେହି ସ୍ଥାନରେ ଦାଉଦଙ୍କୁ ଯିହୁଦା ବଂଶ ଉପରେ ରାଜାଭିଷିକ୍ତ କଲେ। ଏଉତ୍ତାରେ ଗିଲୀୟଦ ଅଞ୍ଚଳର ଯାବେଶ୍ ନଗରର ଲୋକମାନେ ଶାଉଲଙ୍କୁ କବର ଦେଲେ ବୋଲି ଲୋକମାନେ ଦାଉଦଙ୍କୁ ଜଣାଇଲେ।
2 Samuel 2:7 in Oriya 7 ଏହେତୁ ଏବେ ତୁମ୍ଭମାନଙ୍କ ହସ୍ତ ସବଳ ହେଉ ଓ ତୁମ୍ଭେମାନେ ସାହସିକ ହୁଅ; କାରଣ ତୁମ୍ଭମାନଙ୍କ ରାଜା ଶାଉଲ ମରିଅଛନ୍ତି, ମଧ୍ୟ ଯିହୁଦା ବଂଶ ଆପଣା ଉପରେ ମୋତେ ରାଜାଭିଷିକ୍ତ କରିଅଛନ୍ତି।”
2 Samuel 5:3 in Oriya 3 ଏହିରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋଣକୁ ରାଜାଙ୍କ ନିକଟକୁ ଆସିଲେ; ତହିଁରେ ଦାଉଦ ରାଜା ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗରେ ନିୟମ କଲେ ଓ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ।
2 Samuel 12:30 in Oriya 30 ପୁଣି ଦାଉଦ ସେମାନଙ୍କର ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ; ତାହା ଏକ ତାଳନ୍ତ ପରିମିତ ସୁବର୍ଣ୍ଣ ଓ ତହିଁରେ ବହୁମୂଲ୍ୟ ପ୍ରସ୍ତରମାନ ଥିଲା; ଆଉ ତାହା ଦାଉଦଙ୍କର ମସ୍ତକରେ ଦିଆଗଲା। ପୁଣି ସେ ସେହି ନଗରରୁ ପ୍ରଚୁର ଲୁଟିତ ଦ୍ରବ୍ୟ ବାହାର କରି ଆଣିଲେ।
2 Samuel 16:16 in Oriya 16 ପୁଣି ଦାଉଦଙ୍କର ମିତ୍ର ଅର୍କୀୟ ହୂଶୟ ଅବଶାଲୋମ ନିକଟକୁ ଆସନ୍ତେ, ହୂଶୟ ଅବଶାଲୋମଙ୍କୁ କହିଲା, “ମହାରାଜ ଚିରଜୀବୀ ହେଉନ୍ତୁ, ମହାରାଜ ଚିରଜୀବୀ ହେଉନ୍ତୁ !”
1 Kings 1:34 in Oriya 34 ଆଉ, ସେଠାରେ ସାଦୋକ ଯାଜକ ଓ ନାଥନ ଭବିଷ୍ୟଦ୍ବକ୍ତା ତାହାକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରନ୍ତୁ; ପୁଣି, ତୁମ୍ଭେମାନେ ତୂରୀ ବଜାଇ କୁହ, ଶଲୋମନ ରାଜା ଚିରଜୀବୀ ହେଉନ୍ତୁ।
1 Kings 1:39 in Oriya 39 ପୁଣି, ସାଦୋକ ଯାଜକ ତମ୍ବୁ ମଧ୍ୟରୁ ତୈଳପୂର୍ଣ୍ଣ ଶୃଙ୍ଗ ନେଇ ଶଲୋମନଙ୍କୁ ଅଭିଷେକ କଲେ। ତହୁଁ ଲୋକମାନେ ତୂରୀ ବଜାନ୍ତେ, ସମସ୍ତେ କହିଲେ, “ଶଲୋମନ ରାଜା ଚିରଜୀବୀ ହେଉନ୍ତୁ।”
2 Kings 9:3 in Oriya 3 ପୁଣି ତୈଳ ଶିଶି ନେଇ ତାଙ୍କ ମସ୍ତକରେ ଢାଳି କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରିଅଛୁ।’ ତହୁଁ ତୁମ୍ଭେ ଦ୍ୱାର ଫିଟାଇ ପଳାଇ ଯାଅ ଓ ବିଳମ୍ବ ନ କର।”
2 Kings 11:2 in Oriya 2 ମାତ୍ର ଯୋରାମ୍ ରାଜାଙ୍କର କନ୍ୟା, ଅହସୀୟଙ୍କର ଭଗିନୀ ଯିହୋଶେବା ଅହସୀୟଙ୍କର ପୁତ୍ର ଯୋୟାଶକୁ ନେଇଗଲା ଓ ଯେଉଁ ରାଜପୁତ୍ରମାନେ ହତ ହେଲେ, ସେମାନଙ୍କ ମଧ୍ୟରୁ ତାହାକୁ ଚୋରାଇ ନେଇ ତାହାକୁ ଓ ତାହାର ଧାତ୍ରୀକି ଶୟନାଗାରରେ ରଖିଲା; ଆଉ ସେମାନେ ତାହାକୁ ଅଥଲୀୟାଠାରୁ ଲୁଚାଇ ରଖିବାରୁ ସେ ହତ ହେଲା ନାହିଁ।
2 Kings 11:4 in Oriya 4 ଏଥିଉତ୍ତାରେ ସପ୍ତମ ବର୍ଷରେ ଯିହୋୟାଦା ଲୋକ ପଠାଇ କରୀୟମାନଙ୍କର ଓ ପ୍ରହରୀବର୍ଗର ଶତପତିମାନଙ୍କୁ ଅଣାଇ ସଦାପ୍ରଭୁଙ୍କ ଗୃହକୁ ଆପଣା ନିକଟକୁ ନେଲା; ଆଉ ସେ ସେମାନଙ୍କ ସହିତ ନିୟମ କରି ସଦାପ୍ରଭୁଙ୍କ ଗୃହରେ ସେମାନଙ୍କୁ ଶପଥ କରାଇ ରାଜପୁତ୍ରଙ୍କୁ ଦେଖାଇଲା।
2 Chronicles 23:11 in Oriya 11 ତହୁଁ ସେମାନେ ରାଜପୁତ୍ରଙ୍କୁ ବାହାରକୁ ଆଣି ତାଙ୍କ ମସ୍ତକରେ ମୁକୁଟ ପିନ୍ଧାଇ ଓ ସାକ୍ଷ୍ୟପୁସ୍ତକ ଦେଇ ତାଙ୍କୁ ରାଜା କଲେ; ପୁଣି ଯିହୋୟାଦା ଓ ତାହାର ପୁତ୍ରମାନେ ତାଙ୍କୁ ଅଭିଷେକ କଲେ; ତହୁଁ ସେମାନେ କହିଲେ, ରାଜା ଚିରଜୀବୀ ହେଉନ୍ତୁ।
Esther 2:17 in Oriya 17 ତହିଁରେ ରାଜା ଅନ୍ୟ ସକଳ ସ୍ତ୍ରୀଠାରୁ ଏଷ୍ଟରଙ୍କୁ ଅଧିକ ପ୍ରେମ କଲେ, ପୁଣି ଅନ୍ୟ ସକଳ ଯୁବତୀଠାରୁ ସେ ରାଜାଙ୍କ ଦୃଷ୍ଟିରେ ଅଧିକ ଅନୁଗ୍ରହ ଓ ଦୟା ପାଇଲା; ଏଣୁ ସେ ତାହାର ମସ୍ତକରେ ରାଜମୁକୁଟ ଦେଇ ବଷ୍ଟୀ ବଦଳେ ତାକୁ ରାଣୀ କଲେ।
Esther 6:8 in Oriya 8 ତାହା ପାଇଁ ମହାରାଜାଙ୍କ ପରିଧେୟ ରାଜକୀୟ ବସ୍ତ୍ର ଓ ମହାରାଜାଙ୍କ ଆରୋହଣର ରାଜମୁକୁଟଭୂଷିତ ଅଶ୍ୱ ଅଣାଯାଉ।
Psalm 21:3 in Oriya 3 କାରଣ ତୁମ୍ଭେ ନାନା ମଙ୍ଗଳ ଆଶୀର୍ବାଦ ଘେନି ତାଙ୍କର ସମ୍ମୁଖବର୍ତ୍ତୀ ହେଉଅଛ; ତୁମ୍ଭେ ତାଙ୍କ ମସ୍ତକରେ ଶୁଦ୍ଧ ସୁବର୍ଣ୍ଣ ମୁକୁଟ ଦେଉଅଛ।
Psalm 47:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ କୋରହସନ୍ତାନଗଣର ଗୀତ। ହେ ସର୍ବଗୋଷ୍ଠୀୟମାନେ, କରତାଳି ଦିଅ; ଆନନ୍ଦସ୍ୱରରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
Psalm 72:15 in Oriya 15 ଆଉ, ସେମାନେ ଜୀବିତ ରହିବେ ଓ ତାହାଙ୍କୁ ଶିବାର ସୁବର୍ଣ୍ଣ ଦତ୍ତ ହେବ; ଲୋକମାନେ ନିରନ୍ତର ତାହାଙ୍କ ପାଇଁ ପ୍ରାର୍ଥନା କରିବେ। ସେମାନେ ସାରାଦିନ ତାହାଙ୍କର ଧନ୍ୟବାଦ କରିବେ।
Psalm 78:5 in Oriya 5 କାରଣ ସେ ଯାକୁବ ମଧ୍ୟରେ ଏକ ସାକ୍ଷ୍ୟ ସ୍ଥାପନ କଲେ ଓ ଇସ୍ରାଏଲର ମଧ୍ୟରେ ଏକ ବ୍ୟବସ୍ଥା ନିରୂପଣ କଲେ, ଆପଣା ସନ୍ତାନଗଣକୁ ତାହା ଜଣାଇବା ନିମନ୍ତେ ଆମ୍ଭମାନଙ୍କ ପିତୃଗଣକୁ ଆଜ୍ଞା କଲେ;
Psalm 89:39 in Oriya 39 ତୁମ୍ଭେ ଆପଣା ଦାସର ନିୟମ ଘୃଣା କରିଅଛ; ତୁମ୍ଭେ ତାହାର ମୁକୁଟ ଭୂମିରେ ପକାଇ ଅଶୁଚି କରିଅଛ।
Psalm 98:8 in Oriya 8 ନଦନଦୀଗଣ କରତାଳି ଦେଉନ୍ତୁ; ପର୍ବତଗଣ ଏକସଙ୍ଗେ ଆନନ୍ଦଗାନ କରନ୍ତୁ;
Psalm 132:18 in Oriya 18 ତାହାଙ୍କ ଶତ୍ରୁଗଣକୁ ଆମ୍ଭେ ଲଜ୍ଜାରୂପ ବସ୍ତ୍ର ପିନ୍ଧାଇବା; ମାତ୍ର ତାହାଙ୍କ ନିଜ ଉପରେ ତାହାଙ୍କ ମୁକୁଟ ଶୋଭା ପାଇବ।
Isaiah 8:16 in Oriya 16 ତୁମ୍ଭେ ଏହି ପ୍ରମାଣବାକ୍ୟ ବାନ୍ଧ, ମୋ' ଶିଷ୍ୟମାନଙ୍କ ମଧ୍ୟରେ ବ୍ୟବସ୍ଥା ମୁଦ୍ରାଙ୍କିତ କର।
Isaiah 8:20 in Oriya 20 ବ୍ୟବସ୍ଥା ଓ ପ୍ରମାଣବାକ୍ୟରେ ଅନ୍ଵେଷଣ କର। ଯଦି ସେମାନେ ଏହି ବାକ୍ୟାନୁସାରେ କଥା ନ କହନ୍ତି, ତେବେ ନିଶ୍ଚୟ ସେମାନଙ୍କ ନିମନ୍ତେ ଅରୁଣୋଦୟ ନାହିଁ।
Isaiah 55:12 in Oriya 12 ଏଣୁ ତୁମ୍ଭେମାନେ ଆନନ୍ଦରେ ବାହାର ହୋଇ ଶାନ୍ତିରେ ଆଗେ ଆଗେ ନିଆଯିବ; ପର୍ବତ ଓ ଉପପର୍ବତଗଣ ତୁମ୍ଭମାନଙ୍କ ସମ୍ମୁଖରେ ଉଚ୍ଚସ୍ୱରରେ ଗାନ କରିବେ ଓ କ୍ଷେତ୍ରସ୍ଥ ବୃକ୍ଷସକଳ କରତାଳି ଦେବେ।
Lamentations 4:20 in Oriya 20 ଆମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ତାହାର ଛାୟା ତଳେ ବଞ୍ଚିବା ବୋଲି ଯାହାର ବିଷୟରେ କହିଲୁ, ଆମ୍ଭମାନଙ୍କ ନାସାର ନିଃଶ୍ୱାସସ୍ୱରୂପ, ସଦାପ୍ରଭୁଙ୍କର ସେହି ଅଭିଷିକ୍ତ ଲୋକ ସେମାନଙ୍କ ଗର୍ତ୍ତରେ ଧରାଗଲା।
Daniel 3:9 in Oriya 9 ସେମାନେ ନବୂଖଦ୍ନିତ୍ସର ରାଜାକୁ ଉତ୍ତର କରି କହିଲେ, ହେ ମହାରାଜ, ଚିରଜୀବୀ ହେଉନ୍ତୁ।
Daniel 6:21 in Oriya 21 ତହିଁରେ ଦାନିୟେଲ ରାଜାଙ୍କୁ କହିଲେ, ହେ ମହାରାଜ, ଚିରଜୀବୀ ହେଉନ୍ତୁ।
Matthew 21:9 in Oriya 9 ଆଉ ତାହାଙ୍କ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା ଦାଉଦଙ୍କ ସନ୍ତାନ! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ! ଊର୍ଦ୍ଧ୍ୱଲୋକରେ ହୋଶାନ୍ନା।
Matthew 27:29 in Oriya 29 ଆଉ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କର ଦକ୍ଷିଣ ହସ୍ତରେ ଖଣ୍ଡିଏ ନଳ ଦେଲେ, ପୁଣି, ତାହାଙ୍କ ସମ୍ମୁଖରେ ଜାଣୁ ପାତି, ହେ ଯିହୂଦୀମାନଙ୍କ ରାଜା, ନମସ୍କାର, ଏହା କହି ତାହାଙ୍କୁ ପରିହାସ କଲେ।
Acts 4:27 in Oriya 27 କାରଣ ତୁମ୍ଭର ଯେଉଁ ପବିତ୍ର ଦାସ ଯୀଶୁଙ୍କୁ ତୁମ୍ଭେ ଅଭିଷିକ୍ତ କଲ, ପ୍ରକୃତରେ ତାହାଙ୍କ ବିରୁଦ୍ଧରେ ହେରୋଦ ଏବଂ ପନ୍ତିୟ ପୀଲାତ ଉଭୟ ଅଣଯିହୂଦୀ ଓ ଇସ୍ରାଏଲ ଲୋକମାନଙ୍କ ସହିତ ଏହି ନଗରରେ,
2 Corinthians 1:21 in Oriya 21 ପୁଣି, ଯେ ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ଖ୍ରୀଷ୍ଟଙ୍କଠାରେ ସ୍ଥିର କରନ୍ତି, ପୁଣି, ଆମ୍ଭମାନଙ୍କୁ ଅଭିଷେକ କରିଅଛନ୍ତି, ସେ ଈଶ୍ୱର;
Hebrews 1:9 in Oriya 9 “ତୁମ୍ଭେ ଧାର୍ମିକତାକୁ ପ୍ରେମ କରିଅଛ ଓ ଅଧାର୍ମିକତାକୁ ଘୃଣା କରିଅଛ, ତେଣୁ ଈଶ୍ୱର, ତୁମ୍ଭର ଈଶ୍ୱର, ତୁମ୍ଭର ସଙ୍ଗୀମାନଙ୍କ ଅପେକ୍ଷା ତୁମ୍ଭକୁ ଅଧିକ ଆନନ୍ଦରୂପ ତୈଳରେ ଅଭିଷେକ କରିଅଛନ୍ତି।”
Hebrews 2:9 in Oriya 9 କିନ୍ତୁ ଦୂତମାନଙ୍କ ଅପେକ୍ଷା ଯେ ଅଳ୍ପ ସମୟ ନ୍ୟୂନୀକୃତ ହୋଇଥିଲେ, ତାହାଙ୍କୁ, ଅର୍ଥାତ୍, ଯୀଶୁଙ୍କୁ ମୃତ୍ୟୁର ଦୁଃଖଭୋଗ ହେତୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟ ପରିଧାନ କରିଥିବାର ଦେଖୁଅଛୁ, ଯେପରି ଇଶ୍ବରଙ୍କ ଅନୁଗ୍ରହରେ ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ସେ ମୃତ୍ୟୁ ଆସ୍ୱାଦନ କରନ୍ତି।
Revelation 19:12 in Oriya 12 ତାହାଙ୍କ ଚକ୍ଷୁ ଅଗ୍ନିଶିଖା ସଦୃଶ, ତାହାଙ୍କ ମସ୍ତକରେ ଅନେକ ମୁକୁଟ, ଆଉ ତାହାଙ୍କର ଗୋଟିଏ ନାମ ଲିଖିତ ଅଛି, ସେହି ନାମ ତାହାଙ୍କ ବିନା ଅନ୍ୟ କେହି ଜାଣେ ନାହିଁ।