2 Corinthians 10:1 in Oriya 1 ତୁମ୍ଭମାନଙ୍କ ସାକ୍ଷାତରେ ତୁମ୍ଭମାନଙ୍କ ମଧ୍ୟରେ ନମ୍ର, କିନ୍ତୁ ଅସାକ୍ଷାତରେ ତୁମ୍ଭମାନଙ୍କ ପ୍ରତି ସାହସିକ ଯେ ମୁଁ ପାଉଲ, ମୁଁ ନିଜେ ଖ୍ରୀଷ୍ଟଙ୍କ ମୃଦୁ ଓ କୋମଳ ଭାବ ସ୍ମରଣ କରାଇ ତୁମ୍ଭମାନଙ୍କୁ ଅନୁରୋଧ କରେ;
Other Translations King James Version (KJV) Now I Paul myself beseech you by the meekness and gentleness of Christ, who in presence am base among you, but being absent am bold toward you:
American Standard Version (ASV) Now I Paul myself entreat you by the meekness and gentleness of Christ, I who in your presence am lowly among you, but being absent am of good courage toward you:
Bible in Basic English (BBE) Now I, Paul, myself make request to you by the quiet and gentle behaviour of Christ, I who am poor in spirit when with you, but who say what is in my mind to you without fear when I am away from you:
Darby English Bible (DBY) But I myself, Paul, entreat you by the meekness and gentleness of the Christ, who, as to appearance, [when present] [am] mean among you, but absent am bold towards you;
World English Bible (WEB) Now I Paul, myself, entreat you by the humility and gentleness of Christ; I who in your presence am lowly among you, but being absent am of good courage toward you.
Young's Literal Translation (YLT) And I, Paul, myself, do call upon you -- through the meekness and gentleness of the Christ -- who in presence, indeed `am' humble among you, and being absent, have courage toward you,
Cross Reference Psalm 45:4 in Oriya 4 ପୁଣି, ସତ୍ୟତା ଓ ନମ୍ରତା ଓ ଧର୍ମ ସକାଶେ ଆପଣା ପ୍ରଭାବରେ ରଥାରୋହଣ କରି କୃତାର୍ଥ ହୁଅ; ତହିଁରେ ତୁମ୍ଭର ଦକ୍ଷିଣ ହସ୍ତ ତୁମ୍ଭକୁ ଭୟାନକ କାର୍ଯ୍ୟ ଶିଖାଇବ।
Isaiah 42:3 in Oriya 3 ସେ ଛେଚାନଳ ଭାଙ୍ଗିବେ ନାହିଁ ଓ ସଧୂମ ବଳିତା ଲିଭାଇବେ ନାହିଁ; ସେ ସତ୍ୟତାରେ ନ୍ୟାୟ ବିଚାର ଆଣିବେ।
Zechariah 9:9 in Oriya 9 ଗୋ ସିୟୋନ କନ୍ୟେ, ଅତିଶୟ ଉଲ୍ଲାସ କର ! ଗୋ ଯିରୂଶାଲମ କନ୍ୟେ, ଜୟଧ୍ୱନି କର ! ଦେଖ, ତୁମ୍ଭର ରାଜା ତୁମ୍ଭ ନିକଟକୁ ଆସୁଅଛନ୍ତି; ସେ ଧର୍ମମୟ ଓ ପରିତ୍ରାଣବିଶିଷ୍ଟ; ସେ ନମ୍ରଶୀଳ ଓ ଗର୍ଦ୍ଦଭ ଉପରେ, ଅର୍ଥାତ୍, ଗର୍ଦ୍ଦଭୀର ଶାବକ ଉପରେ ଆରୋହଣ କରି ଆସୁଅଛନ୍ତି।
Matthew 11:29 in Oriya 29 ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି, ମୋ'ନିକଟରୁ ଶିଖ, କାରଣ, ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ;
Matthew 12:19 in Oriya 19 ସେ ବିବାଦ କରିବେ ନାହିଁ, କିମ୍ବା ଉଚ୍ଚ ସ୍ୱର କରିବେ ନାହିଁ, କିମ୍ବା ଦାଣ୍ଡରେ କେହି ତାହାଙ୍କ ସ୍ୱର ଶୁଣିବ ନାହିଁ।
Matthew 21:5 in Oriya 5 ସିୟୋନର କନ୍ୟାକୁ କୁହ, ଦେଖ୍ , ତୋର ରାଜା ତୋ ନିକଟକୁ ଆସୁଅଛନ୍ତି; ସେ ନମ୍ର ଓ ଗର୍ଦ୍ଦଭାରୋହୀ, ଶାବକ, ଗର୍ଦ୍ଦଭଶାବକାରୋହୀ।
Acts 8:32 in Oriya 32 ଶାସ୍ତ୍ରର ଯେଉଁ ଅଂଶ ସେ ପାଠ କରୁଥିଲେ, ତାହା ଏହି, ସେ ମେଷ ତୁଲ୍ୟ ହତ ହେବା ନିମନ୍ତେ ନିଆଗଲେ, ପୁଣି, ଲୋମଚ୍ଛେଦକ ସମ୍ମୁଖରେ ମେଷଶାବକଯେପରି ନୀରବ ରୁହେ, ସେହିପରି ସେ ଆପଣା ମୁଖ ଫିଟାଇଲେ ନାହିଁ।
Romans 10:20 in Oriya 20 ତାହା ପରେ ଯିଶାଇୟ ସାହସରେ କହନ୍ତି, “ଯେଉଁମାନେ ଆମ୍ଭର ଅନ୍ୱେଷଣ କରୁ ନ ଥିଲେ, ସେମାନେ ଆମ୍ଭକୁ ପ୍ରାପ୍ତ ହେଲେ; ଯେଉଁମାନେ ଆମ୍ଭ ବିଷୟ ପଚାରୁ ନ ଥିଲେ, ସେମାନଙ୍କ ନିକଟରେ ଆମ୍ଭେ ପ୍ରକାଶିତ ହେଲୁ।'
Romans 12:1 in Oriya 1 ଅତଏବ, ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଇଶ୍ବରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଇଶ୍ବରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର, ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା।
Romans 15:15 in Oriya 15 ତଥାପି ମୋତେ ଇଶ୍ବରଙ୍କ କର୍ତ୍ତୃକ ଦିଆଯାଇଥିବା ଅନୁଗ୍ରହ ହେତୁ ମୁଁ ତୁମ୍ଭମାନଙ୍କୁ ପୁନର୍ବାର ସ୍ମରଣ କରାଇବା ନିମନ୍ତେ କେତେକ ପରିମାଣରେ ଅଧିକ ସାହସ ସହିତ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି।
1 Corinthians 2:3 in Oriya 3 ପୁଣି, ମୁଁ ଦୁର୍ବଳତା, ଭୟ ଓ ମହାକମ୍ପ ସହ ତୁମ୍ଭମାନଙ୍କ ମଧ୍ୟରେ ଥିଲି;
1 Corinthians 4:10 in Oriya 10 ଆମ୍ଭେମାନେ ଖ୍ରୀଷ୍ଟଙ୍କ ନିମନ୍ତେ ମୂର୍ଖ, କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବୁଦ୍ଧିମାନ; ଆମ୍ଭେମାନେ ଦୁର୍ବଳ, କିନ୍ତୁ ତୁମ୍ଭେମାନେ ବଳବାନ; ତୁମ୍ଭେମାନେ ଗୌରବପ୍ରାପ୍ତ, କିନ୍ତୁ ଆମ୍ଭେମାନେ ଅନାଦୃତ।
1 Corinthians 16:21 in Oriya 21 ମୁଁ ପାଉଲ ନିଜ ହାତରେ ଲେଖି ନମସ୍କାର ଜଣାଉଅଛି।
2 Corinthians 3:12 in Oriya 12 ଅତଏବ, ଏହି ପ୍ରକାର ଭରସା ପ୍ରାପ୍ତ ହୋଇ ଆମ୍ଭେମାନେ ଅତି ସାହସିକ ଅଟୁ,
2 Corinthians 5:20 in Oriya 20 ଅତଏବ, ଈଶ୍ୱର ଆମ୍ଭମାନଙ୍କ ଦ୍ୱାରା ଆହ୍ୱାନ କରୁଥିବାରୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ପକ୍ଷରେ ରାଜଦୂତର କର୍ମ କରୁଅଛୁ; ଖ୍ରୀଷ୍ଟଙ୍କ ପକ୍ଷରୁ ଆମ୍ଭେମାନେ ନିବେଦନ କରୁଅଛୁ, ତୁମ୍ଭେମାନେ ଇଶ୍ବରଙ୍କ ସହିତ ସମ୍ମିଳିତ ହୁଅ।
2 Corinthians 6:1 in Oriya 1 ଆହୁରି ମଧ୍ୟ ଇଶ୍ବରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମ୍ଭମାନଙ୍କଠାରେ ବୃଥା ନ ହୁଏ, ଏଥିପାଇଁ ତାହାଙ୍କ ସହିତ ଏକତ୍ର କର୍ମ କରୁ କରୁ ଆମ୍ଭେମାନେ ନିବେଦନ କରୁଅଛୁ।
2 Corinthians 7:4 in Oriya 4 ତୁମ୍ଭମାନଙ୍କଠାରେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି,ତୁମ୍ଭମାନଙ୍କ ବିଷୟରେ ମୋହର ଅତ୍ୟନ୍ତ ଦର୍ପ; ମୁଁ ସାନ୍ତ୍ୱନାରେ ପରିପୂର୍ଣ୍ଣ, ଆମ୍ଭମାନଙ୍କ ସମସ୍ତ କ୍ଳେଶରେ ମୋହର ଆନନ୍ଦ ଉଛୁଳି ପଡ଼ୁଅଛି।
2 Corinthians 10:2 in Oriya 2 ହଁ, ମୁଁ ପ୍ରାର୍ଥନା କରୁଅଛି ଯେ, ଆମ୍ଭେମାନେ ଶାରୀରିକ ଭାବାନୁସାରେ ଆଚରଣ କରୁଅଛୁ ବୋଲି ଯେଉଁମାନେ ମନେ କରନ୍ତି, ଏପରି କାହାରି କାହାରି ବିରୁଦ୍ଧରେ ସାହସ ଦେଖାଇବା ନିମନ୍ତେ ମୁଁ ଯେଉଁ ସଂକଳ୍ପ କରିଅଛି, ଉପସ୍ଥିତ ହୋଇ ଯେପରି ମୋତେ ସେହି ପ୍ରକାର ସାହସ ଦେଖାଇବାକୁ ନ ହୁଏ;
2 Corinthians 10:7 in Oriya 7 ତୁମ୍ଭେମାନେ ବାହ୍ୟ ବିଷୟସବୁ ଦେଖୁଅଛ। ଯଦି କେହି ଆପଣାକୁ ଖ୍ରୀଷ୍ଟଙ୍କର ବୋଲି ବିଶ୍ୱାସ କରେ, ତେବେ ସେ ଯେପରି ଖ୍ରୀଷ୍ଟଙ୍କର, ଆମ୍ଭେମାନେ ମଧ୍ୟ ଯେ ସେହିପରି ଖ୍ରୀଷ୍ଟଙ୍କର, ଏହା ସେ ପୁଣି, ଆପେ ବିବେଚନା କରୁ।
2 Corinthians 10:10 in Oriya 10 କାରଣ ସେମାନେ କହନ୍ତି, ତାହାର ପତ୍ରସବୁ ଗୁରୁଭାବପୂର୍ଣ୍ଣ ଓ ଶକ୍ତିଯୁକ୍ତ, ମାତ୍ର ସାକ୍ଷାତରେ ତାହାର ଶରୀର ଦୁର୍ବଳ ଓ ତାହାର ବାକ୍ୟ ତୁଚ୍ଛନୀୟ।
2 Corinthians 11:21 in Oriya 21 ମୁଁ ଲଜ୍ଜା ସହ ସ୍ୱୀକାର କରୁଅଛି ଯେ, ଆମ୍ଭେମାନେ ତ ଦୁର୍ବଳ ହୋଇଅଛୁ। ତଥାପି ଯେକୌଣସି ବିଷୟରେ କେହି ସାହସୀ ଅଟେ (ମୁଁ ନିର୍ବୋଧତାରେ କହୁଅଛି), ମୁଁ ମଧ୍ୟ ସାହସୀ।
2 Corinthians 11:30 in Oriya 30 ଯଦି ମୋହର ଦର୍ପ କରିବାର ଆବଶ୍ୟକ ହୁଏ, ତେବେ ମୁଁ ମୋହର ଦୁର୍ବଳତା ବିଷୟରେ ଦର୍ପ କରିବି।
2 Corinthians 12:5 in Oriya 5 ଏହିପରି ଜଣକ ବିଷୟରେ ମୁଁ ଦର୍ପ କରିବି, କିନ୍ତୁ ମୋ' ନିଜ ବିଷୟରେ ମୋହର ଦୁର୍ବଳତା ବିନା ଆଉ କାହିଁରେ ଦର୍ପ କରିବି ନାହିଁ।
2 Corinthians 12:7 in Oriya 7 ଏଣୁ ମୁଁ ଯେପରି ଅତିଶୟ ଗର୍ବୀ ନ ହୁଏ, ଏଥି ନିମନ୍ତେ ମୋହର ଶରୀରରେ ଗୋଟିଏ କଣ୍ଟକ ଦିଆଗଲା, ମୋତେ ପ୍ରହାର କରିବା ପାଇଁ ଶୟତାନର ଦୂତକୁ ପଠାଗଲା, ଯେପରି ମୁଁ ଅତିଶୟ ଗର୍ବୀ ନ ହୁଏ।
2 Corinthians 13:2 in Oriya 2 ଯେଉଁମାନେ ପୂର୍ବରେ ପାପ କରିଥିଲେ, ସେମାନଙ୍କୁ ଓ ଅବଶିଷ୍ଟ ସମସ୍ତଙ୍କୁ ମୁଁ ଯେପରି ପୂର୍ବେ ଦ୍ୱିତୀୟ ଥର ଉପସ୍ଥିତ ଥିବା ସମୟରେ କହିିଥିଲିି, ଏବେ ଅନୁପସ୍ଥିତ ଥାଇ ସେହିପରି ପୂର୍ବରୁ କହୁଅଛି ଯେ, ଯଦି ମୁଁ ପୁନର୍ବାର ଯାଏ, ତାହାହେଲେ ସେମାନଙ୍କୁ ଛାଡ଼ିବି ନାହିଁ;
Galatians 4:13 in Oriya 13 କିନ୍ତୁ ତୁମ୍ଭେମାନେ ଜାଣ ଯେ, ଶାରୀରିକ ପୀଡ଼ା ହେତୁ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଥମ ଥର ସୁସମାଚାର ପ୍ରଚାର କରିଥିଲି
Galatians 5:2 in Oriya 2 ଦେଖ, ମୁଁ ପାଉଲ ତୁମ୍ଭମାନଙ୍କୁ କହୁଅଛି, ଯଦି ତୁମ୍ଭମାନଙ୍କର ସୁନ୍ନତ ହୁଏ, ତେବେ ଖ୍ରୀଷ୍ଟଙ୍କ ଦ୍ୱାରା ତୁମ୍ଭମାନଙ୍କର କୌଣସି ଲାଭ ହେବ ନାହିଁ।
Ephesians 4:1 in Oriya 1 ଅତଏବ ପ୍ରଭୁଙ୍କ ହେତୁ ବନ୍ଦୀ ଯେ ମୁଁ, ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ତୁମ୍ଭେମାନେ ଯେଉଁ ଆହ୍ୱାନରେ ଅାହୂତ ହୋଇଅଛ, ସେଥିର ଯୋଗ୍ୟ ଆଚରଣ କର,
2 Thessalonians 3:17 in Oriya 17 ମୁଁ ପାଉଲ ମୋହର ନିଜ ହସ୍ତରେ ଲେଖି ନମସ୍କାର ଜଣାଉଅଛି; ପ୍ରତ୍ୟେକ ପତ୍ରରେ ଏହା ଚିହ୍ନ ସ୍ୱରୂପ, ମୁଁ ଏହିପରି ଲେଖେ।
Philemon 1:9 in Oriya 9 ତଥାପି ମୁଁ ବୃଦ୍ଧ ପାଉଲ, ପ୍ରେମ ହେତୁ ତୁମ୍ଭକୁ ଅନୁରୋଧ କରୁଅଛି, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବର୍ତ୍ତମାନ ବନ୍ଦୀ ଯେ ମୁଁ,
1 Peter 2:11 in Oriya 11 ହେ ପ୍ରିୟମାନେ, ତୁମ୍ଭେ ବିଦେଶୀ ଓ ପ୍ରବାସୀ ବୋଲି ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ଶାରୀରିକ ଅଭିଳାଷଗୁଡ଼ିକରୁ ବିମୁଖ ହୁଅ, ସେଗୁଡ଼ିକ ଆତ୍ମାର ବିରୁଦ୍ଧରେ ଯୁଦ୍ଧ କରେ।
1 Peter 2:22 in Oriya 22 ସେ କୌଣସି ପାପ କଲେ ନାହିଁ, କିଅବା ତାହାଙ୍କ ମୁଖରେ କୌଣସି ଛଳକଥା ନ ଥିଲା।
Revelation 1:9 in Oriya 9 ମୁଁ ଯୋହନ, ତୁମ୍ଭମାନଙ୍କ ଭାଇ ଓ ଯୀଶୁଙ୍କ ସମ୍ବନ୍ଧୀୟ କ୍ଲେଶ, ରାଜ୍ୟ ଓ ଧୈର୍ଯ୍ୟର ସହଭାଗୀ, ମୁଁ ଇଶ୍ବରଙ୍କ ବାକ୍ୟ ଓ ଯୀଶୁଙ୍କ ସାକ୍ଷ୍ୟ ହେତୁ ପାତ୍ମ ନାମକ ଦ୍ଵୀପରେ ଥିଲି।