1 Kings 18:36 in Oriya 36 ଏଉତ୍ତାରେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ସମୟରେ ଏଲୀୟ ଭବିଷ୍ୟଦ୍ବକ୍ତା ନିକଟବର୍ତ୍ତୀ ହୋଇ କହିଲେ, “ହେ ସଦାପ୍ରଭୁ, ଅବ୍ରହାମର ଓ ଇସ୍ହାକର ଓ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଯେ ଇସ୍ରାଏଲ ମଧ୍ୟରେ ପରମେଶ୍ୱର ଅଟ ଓ ମୁଁ ଯେ ତୁମ୍ଭର ସେବକ ଓ ମୁଁ ଯେ ତୁମ୍ଭ ବାକ୍ୟ ପ୍ରମାଣେ ଏହିସବୁ କାର୍ଯ୍ୟ କରିଅଛି, ଏହା ଆଜି ଜଣାଯାଉ।”
Other Translations King James Version (KJV) And it came to pass at the time of the offering of the evening sacrifice, that Elijah the prophet came near, and said, LORD God of Abraham, Isaac, and of Israel, let it be known this day that thou art God in Israel, and that I am thy servant, and that I have done all these things at thy word.
American Standard Version (ASV) And it came to pass at the time of the offering of the `evening' oblation, that Elijah the prophet came near, and said, O Jehovah, the God of Abraham, of Isaac, and of Israel, let it be known this day that thou art God in Israel, and that I am thy servant, and that I have done all these things at thy word.
Bible in Basic English (BBE) Then at the time of the offering, Elijah the prophet came near and said, O Lord, the God of Abraham, of Isaac, and of Israel, let it be seen this day that you are God in Israel, and that I am your servant, and that I have done all these things by your order.
Darby English Bible (DBY) And it came to pass at [the time of] the offering up of the oblation, that Elijah the prophet drew near, and said, Jehovah, God of Abraham, Isaac and Israel, let it be known this day that thou art God in Israel, and that I am thy servant, and that I have done all these things by thy word.
Webster's Bible (WBT) And it came to pass at the time of the offering of the evening sacrifice, that Elijah the prophet came near, and said, LORD God of Abraham, Isaac, and of Israel, let it be known this day that thou art God in Israel, and that I am thy servant, and that I have done all these things at thy word.
World English Bible (WEB) It happened at the time of the offering of the [evening] offering, that Elijah the prophet came near, and said, Yahweh, the God of Abraham, of Isaac, and of Israel, let it be known this day that you are God in Israel, and that I am your servant, and that I have done all these things at your word.
Young's Literal Translation (YLT) And it cometh to pass, at the going up of the `evening-'present, that Elijah the prophet cometh nigh and saith, `Jehovah, God of Abraham, Isaac, and Israel, to-day let it be known that Thou `art' God in Israel, and I Thy servant, that by Thy word I have done the whole of these things;
Cross Reference Genesis 26:24 in Oriya 24 ସେହି ରାତ୍ରରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, “ଆମ୍ଭେ ତୁମ୍ଭ ପିତା ଅବ୍ରହାମର ପରମେଶ୍ୱର ଅଟୁ; ଭୟ କର ନାହିଁ, କାରଣ ଆମ୍ଭେ ଆପଣା ଦାସ ଅବ୍ରହାମ ସକାଶୁ ତୁମ୍ଭର ସହାୟ ଅଟୁ ଓ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ବଂଶ ବୃଦ୍ଧି କରିବା।”
Genesis 31:53 in Oriya 53 ଏହି ବିଷୟରେ ଅବ୍ରହାମଙ୍କର ପରମେଶ୍ୱର, ନାହୋରର ପରମେଶ୍ୱର ଓ ସେମାନଙ୍କ ପୈତୃକ ପରମେଶ୍ୱର ଆମ୍ଭ ଓ ତୁମ୍ଭ ମଧ୍ୟରେ ବିଚାର କରିବେ,” ସେତେବେଳେ ଯାକୁବ ଆପଣା ପିତା ଇସ୍ହାକର ଭୟସ୍ଥାନର ଶପଥ କଲା।
Genesis 32:9 in Oriya 9 ସେତେବେଳେ ଯାକୁବ କହିଲା, “ହେ ମୋହର ପିତା ଅବ୍ରହାମଙ୍କର ପରମେଶ୍ୱର, ହେ ମୋହର ପିତା ଇସ୍ହାକଙ୍କର ପରମେଶ୍ୱର, ହେ ସଦାପ୍ରଭୁ, ତୁମ୍ଭେ ମୋତେ କହିଥିଲ, ତୁମ୍ଭେ ଆପଣା ଦେଶ ଓ ଜ୍ଞାତିମାନଙ୍କ ନିକଟକୁ ଫେରି ଯାଅ, ତହିଁରେ ଆମ୍ଭେ ତୁମ୍ଭର ମଙ୍ଗଳ କରିବା।
Genesis 46:3 in Oriya 3 ସେତେବେଳେ ସେ କହିଲେ, “ଆମ୍ଭେ ପରମେଶ୍ୱର, ତୁମ୍ଭ ପିତାଙ୍କର ପରମେଶ୍ୱର; ତୁମ୍ଭେ ମିସରକୁ ଯିବା ପାଇଁ ଭୟ କର ନାହିଁ; ଯେହେତୁ ଆମ୍ଭେ ସେଠାରେ ତୁମ୍ଭକୁ ଏକ ବୃହତ ଗୋଷ୍ଠୀ କରିବା।
Exodus 3:6 in Oriya 6 ସେ ଆହୁରି କହିଲେ, “ଆମ୍ଭେ ତୁମ୍ଭର ପୈତୃକ ପରମେଶ୍ୱର, ଅର୍ଥାତ୍, ଅବ୍ରହାମର ପରମେଶ୍ୱର ଓ ଇସ୍ହାକର ପରମେଶ୍ୱର ଓ ଯାକୁବର ପରମେଶ୍ୱର।” ତହିଁରେ ମୋଶା ଆପଣା ମୁଖ ଆଚ୍ଛାଦନ କଲେ, କାରଣ ସେ ପରମେଶ୍ୱରଙ୍କ ପ୍ରତି ଦୃଷ୍ଟି କରିବାକୁ ଭୀତ ହେଲେ।
Exodus 3:15 in Oriya 15 ପରମେଶ୍ୱର ମୋଶାଙ୍କୁ ଆହୁରି କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଏହି କଥା କହିବ, ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅର୍ଥାତ୍, ଅବ୍ରହାମର ପରମେଶ୍ୱର, ଇସ୍ହାକର ପରମେଶ୍ୱର ଓ ଯାକୁବର ପରମେଶ୍ୱର ଯେ ସଦାପ୍ରଭୁ (ସ୍ୱୟମ୍ଭୂ), ସେ ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇ ଅଛନ୍ତି; ଆମ୍ଭର ଏହି ନାମ ଅନନ୍ତକାଳସ୍ଥାୟୀ, ପୁଣି, ପୁରୁଷାନୁକ୍ରମେ ସ୍ମରଣୀୟ ଅଟେ।
Exodus 29:39 in Oriya 39 ଅର୍ଥାତ୍, ତାହାର ପ୍ରଥମ ମେଷଶାବକକୁ ପ୍ରଭାତରେ ଉତ୍ସର୍ଗ କରିବ ଓ ଦ୍ୱିତୀୟ ମେଷଶାବକକୁ ସନ୍ଧ୍ୟା ବେଳେ ଉତ୍ସର୍ଗ କରିବ।
Numbers 16:28 in Oriya 28 ତହୁଁ ମୋଶା କହିଲେ, “ଏହି ସମସ୍ତ କାର୍ଯ୍ୟ କରିବା ପାଇଁ ସଦାପ୍ରଭୁ ମୋତେ ପଠାଇଅଛନ୍ତି; ମୁଁ ଆପଣା ନିଜ ମନରୁ ତାହା ସବୁ କରି ନାହିଁ, ତାହା ଏଥିରେ ତୁମ୍ଭେମାନେ ଜାଣିବ।”
1 Samuel 17:46 in Oriya 46 ଆଜିଦିନ ସଦାପ୍ରଭୁ ତୁମ୍ଭକୁ ମୋ' ହସ୍ତରେ ସମର୍ପି ଦେବେ; ଏଣୁ ମୁଁ ତୁମ୍ଭକୁ ଆଘାତ କରି ତୁମ୍ଭଠାରୁ ତୁମ୍ଭ ମସ୍ତକ ଅଲଗା କରିବି; ପୁଣି, ମୁଁ ଆଜି ପଲେଷ୍ଟୀୟମାନଙ୍କ ସୈନ୍ୟଗଣର ଶବ ଆକାଶ-ପକ୍ଷୀଗଣକୁ ଓ ପୃଥିବୀସ୍ଥ ବନ-ପଶୁମାନଙ୍କୁ ଦେବି; ତହିଁରେ ଇସ୍ରାଏଲ ମଧ୍ୟରେ ଏକ ପରମେଶ୍ୱର ଅଛନ୍ତି ବୋଲି ସମୁଦାୟ ଜଗତ ଜାଣିବେ।
1 Kings 8:43 in Oriya 43 ତେବେ, ତୁମ୍ଭେ ଆପଣା ନିବାସ-ସ୍ଥାନ ସ୍ୱର୍ଗରେ ଥାଇ ଶୁଣ ଓ ସେ ବିଦେଶୀ ତୁମ୍ଭ ନିକଟରେ ଯାହା ଯାହା ପ୍ରାର୍ଥନା କରେ, ତଦନୁସାରେ ତାହା ପ୍ରତି କର; ତହିଁରେ ତୁମ୍ଭ ଇସ୍ରାଏଲ-ଲୋକ ତୁଲ୍ୟ ତୁମ୍ଭକୁ ଭୟ କରିବା ପାଇଁ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ତୁମ୍ଭ ନାମ ଜ୍ଞାତ ହେବେ ଓ ଆମ୍ଭ ନିର୍ମିତ ଏହି ଗୃହ ତୁମ୍ଭ ନାମରେ ଖ୍ୟାତ ବୋଲି ଜାଣିବେ।
1 Kings 18:21 in Oriya 21 ଏଉତ୍ତାରେ ଏଲୀୟ ସମଗ୍ର ଲୋକଙ୍କ ନିକଟକୁ ଆସି କହିଲେ, “ତୁମ୍ଭେମାନେ କେତେ କାଳ ଦୁଇ ମତ ମଧ୍ୟରେ ସନ୍ଦିଗ୍ଧ ହୋଇ ରହିବ ? ସଦାପ୍ରଭୁ ଯେବେ ପରମେଶ୍ୱର ହୁଅନ୍ତି, ତେବେ ତାହାଙ୍କର ଅନୁଗାମୀ ହୁଅ; ମାତ୍ର ଯେବେ ବାଲ୍, ତେବେ ତାହାର ଅନୁଗାମୀ ହୁଅ।” ଏଥିରେ ଲୋକମାନେ ତାଙ୍କୁ ଗୋଟିଏ କଥା ଉତ୍ତର ଦେଲେ ନାହିଁ।
1 Kings 18:29 in Oriya 29 ପୁଣି, ମଧ୍ୟାହ୍ନ କାଳ ଗତ ହେଲା ଉତ୍ତାରେ ସେମାନେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ପର୍ଯ୍ୟନ୍ତ ପ୍ରଳାପୋକ୍ତି କଲେ; ମାତ୍ର କୌଣସି ରବ ନୋହିଲା, କି ଉତ୍ତର ଦେବାକୁ କେହି ନ ଥିଲା, ଅବା କେହି ମନୋଯୋଗ କଲା ନାହିଁ।
1 Kings 22:28 in Oriya 28 ତହିଁରେ ମୀଖାୟ କହିଲା, “ଯଦି ତୁମ୍ଭେ କୁଶଳରେ ଫେରି ଆସ, ତେବେ ସଦାପ୍ରଭୁ ମୋ' ଦ୍ୱାରା କହି ନାହାନ୍ତି।” ଆହୁରି ସେ କହିଲା, “ହେ ଲୋକମାନେ, ତୁମ୍ଭେ ସମସ୍ତେ ଶୁଣ।”
2 Kings 1:3 in Oriya 3 ମାତ୍ର ସଦାପ୍ରଭୁଙ୍କ ଦୂତ ତିଶ୍ବୀୟ ଏଲୀୟଙ୍କୁ କହିଲେ, “ଉଠ, ଶମରୀୟା ରାଜାଙ୍କର ଦୂତଗଣକୁ ସାକ୍ଷାତ କରିବାକୁ ଯାଅ ଓ ସେମାନଙ୍କୁ କୁହ, ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲି କି ତୁମ୍ଭେମାନେ ଇକ୍ରୋଣର ଦେବତା ବାଲ୍ସବୂବକୁ ପଚାରିବାକୁ ଯାଉଅଛ ?”
2 Kings 1:6 in Oriya 6 ଏଥିରେ ସେମାନେ ତାଙ୍କୁ କହିଲେ, “ଜଣେ ଲୋକ ଆମ୍ଭମାନଙ୍କୁ ସାକ୍ଷାତ କରିବାକୁ ଆସି କହିଲା, ଯେଉଁ ରାଜା ତୁମ୍ଭମାନଙ୍କୁ ପଠାଇଅଛି, ତାହା ନିକଟକୁ ଫେରି ଯାଇ ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍ସବୂବ ନିକଟକୁ ପଚାରି ପଠାଉଅଛ ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ।”
2 Kings 5:15 in Oriya 15 ଏଥିଉତ୍ତାରେ ନାମାନ୍ ଓ ତାହାର ସଙ୍ଗୀ ସମସ୍ତେ ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ଫେରି ଆସି ତାଙ୍କ ସମ୍ମୁଖରେ ଠିଆ ହେଲେ; ଆଉ ନାମାନ୍ କହିଲା, “ଦେଖନ୍ତୁ, ଏବେ ମୁଁ ଜାଣିଲି ଯେ, ଇସ୍ରାଏଲ ପରମେଶ୍ୱରଙ୍କ ବ୍ୟତୀତ ସମୁଦାୟ ପୃଥିବୀରେ ପରମେଶ୍ୱର କେହି ନାହାନ୍ତି; ଏହେତୁ ଏବେ ମୁଁ ଆପଣଙ୍କୁ ବିନୟ କରୁଅଛି, ଆପଣା ଦାସଠାରୁ ଉପହାର ଗ୍ରହଣ କରନ୍ତୁ।”
2 Kings 19:19 in Oriya 19 ଏଣୁ ଏବେ, ହେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର, ମୁଁ ବିନୟ କରୁଅଛି, ତାହାର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତହିଁରେ ତୁମ୍ଭେ, କେବଳ ତୁମ୍ଭେ ଯେ ସଦାପ୍ରଭୁ ପରମେଶ୍ୱର ଅଟ, ଏହା ପୃଥିବୀସ୍ଥ ସମୁଦାୟ ରାଜ୍ୟ ଜାଣିବେ।”
1 Chronicles 29:18 in Oriya 18 ହେ ସଦାପ୍ରଭୁ, ଆମ୍ଭମାନଙ୍କ ପୂର୍ବପୁରୁଷ ଅବ୍ରହାମର, ଇସ୍ହାକର ଓ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଆପଣା ଲୋକମାନଙ୍କ ହୃଦୟସ୍ଥ ଚିନ୍ତାର କଳ୍ପନାରେ ଏହା ସଦାକାଳ ରଖ ଓ ତୁମ୍ଭ ପ୍ରତି ସେମାନଙ୍କ ହୃଦୟ ପ୍ରସ୍ତୁତ କର;
2 Chronicles 20:6 in Oriya 6 ଆଉ ସେ କହିଲେ, “ହେ ସଦାପ୍ରଭୁ, ଆମ୍ଭମାନଙ୍କ ପିତୃପୁରୁଷଗଣର ପରମେଶ୍ୱର, ତୁମ୍ଭେ କ'ଣ ସ୍ୱର୍ଗସ୍ଥ ପରମେଶ୍ୱର ନୁହଁ ? ତୁମ୍ଭେ କ'ଣ ଗୋଷ୍ଠୀମାନଙ୍କ ସମୁଦାୟ ରାଜ୍ୟର କର୍ତ୍ତା ନୁହଁ ? ପୁଣି, ତୁମ୍ଭ ହସ୍ତରେ ଶକ୍ତି ଓ ପରାକ୍ରମ ଅଛି, ଏଣୁ ତୁମ୍ଭର ପ୍ରତିବାଧା କରିବାକୁ କେହି ସମର୍ଥ ନୁହେଁ।
Ezra 9:4 in Oriya 4 ସେତେବେଳେ ନିର୍ବାସିତ ଲୋକମାନଙ୍କ ଅପରାଧ ହେତୁରୁ ଇସ୍ରାଏଲର ପରମେଶ୍ୱରଙ୍କ ବାକ୍ୟରେ କମ୍ପିତ ପ୍ରତ୍ୟେକ ଲୋକ ମୋର ନିକଟରେ ଏକତ୍ରିତ ହେଲେ; ପୁଣି, ମୁଁ ସନ୍ଧ୍ୟାକାଳୀନ ବଳିଦାନ ସମୟ ପର୍ଯ୍ୟନ୍ତ ବିସ୍ମିତ ହୋଇ ବସିଲି।
Psalm 67:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଗାନାର୍ଥକ ଗୀତ। ପରମେଶ୍ୱର ଆମ୍ଭମାନଙ୍କୁ ଦୟା କରନ୍ତୁ ଓ ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଓ ଆମ୍ଭମାନଙ୍କ ପ୍ରତି ଆପଣା ମୁଖ ପ୍ରସନ୍ନ କରନ୍ତୁ। ସେଲା
Psalm 83:18 in Oriya 18 ତହିଁରେ ସଦାପ୍ରଭୁ ନାମରେ ଖ୍ୟାତ ଯେ ତୁମ୍ଭେ, କେବଳ ତୁମ୍ଭେ ଯେ ସମୁଦାୟ ଭୂମଣ୍ଡଳରେ ସର୍ବୋପରିସ୍ଥ ଅଟ, ଏହା ସେମାନେ ଜାଣି ପାରିବେ।
Psalm 141:2 in Oriya 2 ସୁଗନ୍ଧି ଧୂପ ପରି ମୋ' ପ୍ରାର୍ଥନା, ସନ୍ଧ୍ୟାକାଳୀନ ନୈବେଦ୍ୟ ପରି ମୋହର କୃତାଞ୍ଜଳି ତୁମ୍ଭ ଛାମୁରେ ଉପସ୍ଥିତ ହେଉ।
Ezekiel 36:23 in Oriya 23 ପୁଣି, ଯାହା ନାନା ଗୋଷ୍ଠୀ ମଧ୍ୟରେ ଅପବିତ୍ରୀକୃତ ହୋଇଅଛି, ଯାହା ତୁମ୍ଭେମାନେ ସେମାନଙ୍କ ମଧ୍ୟରେ ଅପବିତ୍ର କରିଅଛ, ଆମ୍ଭେ ଆପଣାର ସେହି ମହାନାମ ପବିତ୍ର କରିବା; ଆଉ, ଯେତେବେଳେ ଗୋଷ୍ଠୀୟମାନଙ୍କ ସାକ୍ଷାତରେ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ପବିତ୍ରୀକୃତ ହେବା, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
Ezekiel 39:7 in Oriya 7 ଆଉ, ଆମ୍ଭେ ଆମ୍ଭର ଇସ୍ରାଏଲ ଲୋକଙ୍କ ମଧ୍ୟରେ ଆପଣା ପବିତ୍ର ନାମ ଜ୍ଞାତ କରାଇବା ଓ ଆମ୍ଭର ପବିତ୍ର ନାମ ଆଉ ଅପବିତ୍ରୀକୃତ ହେବାକୁ ଦେବା ନାହିଁ, ତହିଁରେ ଆମ୍ଭେ ଯେ ଇସ୍ରାଏଲ ମଧ୍ୟରେ ପବିତ୍ର ସଦାପ୍ରଭୁ ଅଟୁ, ଏହା ଗୋଷ୍ଠୀୟମାନେ ଜାଣିବେ।
Daniel 8:13 in Oriya 13 ଏଉତ୍ତାରେ ମୁଁ ଏକ ପବିତ୍ର ବ୍ୟକ୍ତି କଥା କହିବାର ଶୁଣିଲି; ଆଉ, ଯେ କଥା କହିଲେ, ତାଙ୍କୁ ଅନ୍ୟ ଏକ ପବିତ୍ର ବ୍ୟକ୍ତି ପଚାରିଲେ, ନିତ୍ୟ ହୋମବଳି ଓ ଧ୍ୱଂସକାରୀ ଆଜ୍ଞା ଲଙ୍ଘନ ଓ ଦଳିତ ହେବା ନିମନ୍ତେ ଧର୍ମଧାମର ଓ ବାହିନୀର ସମର୍ପଣ ହେବା ବିଷୟକ ଯେଉଁ ଦର୍ଶନ, ତାହା କେତେ କାଳ ପର୍ଯ୍ୟନ୍ତ ହେବ ?
Daniel 9:21 in Oriya 21 ଏପରି ମୁଁ ପ୍ରାର୍ଥନା କରି କଥା କହୁ କହୁ ଆଦ୍ୟରେ ଦର୍ଶନରେ ମୁଁ ଯାହାଙ୍କୁ ଦେଖିଥିଲି, ସେହି ପୁରୁଷ ଗାବ୍ରିଏଲ ଶୀଘ୍ର ଉଡ଼ିବା ପାଇଁ ଆଦେଶପ୍ରାପ୍ତ ହୋଇ ପ୍ରାୟ ସନ୍ଧ୍ୟାକାଳୀନ ନୈବେଦ୍ୟ ସମୟରେ ଆସି ମୋତେ ସ୍ପର୍ଶ କଲେ।
Daniel 12:11 in Oriya 11 ପୁଣି, ଯେଉଁ ସମୟରେ ନିତ୍ୟ ନୈବେଦ୍ୟ ନିବୃତ୍ତ ହେବ ଓ ବିନାଶକାରୀ ଘୃଣାଯୋଗ୍ୟ ବସ୍ତୁ ସ୍ଥାପିତ ହେବ, ସେହି ସମୟଠାରୁ ଏକ ହଜାର ଦୁଇ ଶହ ନବେ ଦିନ ହେବ।
Matthew 22:32 in Oriya 32 ଆମ୍ଭେ ଅବ୍ରାହାମଙ୍କ ଈଶ୍ୱର, ଇସ୍ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର। ସେ ମୃତମାନଙ୍କ ଈଶ୍ୱର ନୁହଁନ୍ତି, ମାତ୍ର ଜୀବିତମାନଙ୍କର।
John 11:42 in Oriya 42 ତୁମ୍ଭେ ଯେ ସର୍ବଦା ମୋହର ପ୍ରାର୍ଥନା ଶୁଣିଥାଅ, ଏହା ମୁଁ ଜାଣିଥିଲି; କିନ୍ତୁ ଯେଉଁ ଲୋକସମୂହ ଚତୁର୍ଦ୍ଦିଗରେ ଠିଆ ହୋଇଅଛନ୍ତି, ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ସେମାନେ ଯେପରି ବିଶ୍ୱାସ କରିବେ, ଏଥିପାଇଁ ସେମାନଙ୍କ ହେତୁ ମୁଁ ଏହା କହିଲି।
Acts 3:1 in Oriya 1 ଦିନେ ପ୍ରାର୍ଥନାର ନିର୍ଦ୍ଧିଷ୍ଟ ସମୟରେ, ଅର୍ଥାତ୍ ଅପରାହ୍ନ ତିନି ଘଣ୍ଟା ବେଳେ ପିତର ଓ ଯୋହନ ମନ୍ଦିରକୁ ଯାଉଥିଲେ।
Acts 10:30 in Oriya 30 କର୍ଣ୍ଣିଲୀୟ କହିଲେ, ଚାରି ଦିନ ପୂର୍ବେ ଠିକ୍ ଏହି ସମୟରେ ମୁଁ ଆପଣା ଗୃହରେ ଅପରାହ୍ନ ତିନି ଘଣ୍ଟା ସମୟର ପ୍ରାର୍ଥନା କରୁଥିଲି; ଆଉ ଦେଖନ୍ତୁ, ଉଜ୍ଜ୍ୱଳବସ୍ତ୍ର ପରିହିତ ଜଣେ ବ୍ୟକ୍ତି ମୋ ସମ୍ମୁଖରେ ଠିଆ ହୋଇ କହିଲେ, କର୍ଣ୍ଣିଲୀୟ, ତୁମ୍ଭର ପ୍ରାର୍ଥନା ଶୁଣାଯାଇଅଛି,
Ephesians 1:17 in Oriya 17 ଯେପରି ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଈଶ୍ୱର, ଗୌରବମୟ ପିତା, ତାହାଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜ୍ଞାନ ଓ ପ୍ରତ୍ୟାଦେଶର ଆତ୍ମା ପ୍ରଦାନ କରନ୍ତି;
Ephesians 3:14 in Oriya 14 ଏଥି ନିମନ୍ତେ ଯେଉଁ ପିତାଙ୍କଠାରୁ ସ୍ୱର୍ଗ ଓ ପୃଥିବୀସ୍ଥ ପ୍ରତ୍ୟେକ ପିତୃକୁଳ ନାମ ପ୍ରାପ୍ତ ହୁଏ,