1 Kings 14:6 in Oriya 6 ଆଉ ସେ ଦ୍ୱାର ଦେଇ ଆସିବା ବେଳେ ଏପରି ହେଲା ଯେ, ଅହୀୟ ତାହାର ପାଦ-ଶବ୍ଦ ଶୁଣି କହିଲା, “ହେ ଯାରବୀୟାମଙ୍କର ଭାର୍ଯ୍ୟା, ତୁମ୍ଭେ ଭିତରକୁ ଆସ; କାହିଁକି ତୁମ୍ଭେ ଆପଣାକୁ ଅନ୍ୟ ପରି ଦେଖାଉଅଛ ? ମୁଁ ଦୁଃସହନୀୟ ସମ୍ବାଦ ଦେବା ପାଇଁ ତୁମ୍ଭ ନିକଟକୁ ପ୍ରେରିତ ହୋଇଅଛି।
Other Translations King James Version (KJV) And it was so, when Ahijah heard the sound of her feet, as she came in at the door, that he said, Come in, thou wife of Jeroboam; why feignest thou thyself to be another? for I am sent to thee with heavy tidings.
American Standard Version (ASV) And it was so, when Ahijah heard the sound of her feet, as she came in at the door, that he said, Come in, thou wife of Jeroboam; why feignest thou thyself to be another? for I am sent to thee with heavy tidings.
Bible in Basic English (BBE) Then Ahijah, hearing the sound of her footsteps coming in at the door, said, Come in, O wife of Jeroboam; why do you make yourself seem like another? for I am sent to you with bitter news.
Darby English Bible (DBY) And it was so, when Ahijah heard the sound of her feet, as she came in at the door, that he said, Come in, thou wife of Jeroboam; why feignest thou to be another? But I am sent to thee with a hard [message].
Webster's Bible (WBT) And it was so, when Ahijah heard the sound of her feet, as she came in at the door, that he said, Come in, thou wife of Jeroboam; why feignest thou thyself to be another? for I am sent to thee with heavy tidings.
World English Bible (WEB) It was so, when Ahijah heard the sound of her feet, as she came in at the door, that he said, Come in, you wife of Jeroboam; why feign you yourself to be another? for I am sent to you with heavy news.
Young's Literal Translation (YLT) And it cometh to pass, at Ahijah's hearing the sound of her feet `as' she came in to the opening, that he saith, `Come in, wife of Jeroboam, why is this -- thou art making thyself strange? and I am sent unto thee `with' a sharp thing:
Cross Reference 1 Samuel 15:16 in Oriya 16 ସେତେବେଳେ ଶାମୁୟେଲ ଶାଉଲଙ୍କୁ କହିଲେ, ତାହା ଛାଡ଼, ସଦାପ୍ରଭୁ ଆଜି ରାତ୍ରିରେ ମୋତେ ଯାହା କହିଅଛନ୍ତି , ତାହା ମୁଁ ତୁମ୍ଭକୁ ଜଣାଇବି। ଏଥିରେ ସେ କହିଲେ, କୁହ।
1 Samuel 15:26 in Oriya 26 ତହିଁରେ ଶାମୁୟେଲ ଶାଉଲଙ୍କୁ କହିଲେ, ମୁଁ ତୁମ୍ଭ ସଙ୍ଗେ ଫେରି ଯିବି ନାହିଁ; କାରଣ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ ଓ ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲ ଉପରେ ରାଜା ହୋଇ ଥିବା ପାଇଁ ତୁଚ୍ଛ କରିଅଛନ୍ତି।
1 Samuel 28:18 in Oriya 18 ଯେହେତୁ ତୁମ୍ଭେ ସଦାପ୍ରଭୁଙ୍କ ରବ ଶୁଣିଲ ନାହିଁ ଓ ଅମାଲେକ ପ୍ରତି ତାହାଙ୍କ ପ୍ରଚଣ୍ଡ କୋପ ସଫଳ କଲ ନାହିଁ, ଏହେତୁ ଆଜି ସଦାପ୍ରଭୁ ତୁମ୍ଭ ପ୍ରତି ଏହି କର୍ମ କରିଅଛନ୍ତି।
1 Kings 13:20 in Oriya 20 ଏଉତ୍ତାରେ ସେମାନେ ମେଜ ନିକଟରେ ବସିଥିବା ବେଳେ ଏପରି ହେଲା ଯେ, ଯେଉଁ ଭବିଷ୍ୟଦ୍ବକ୍ତା ତାହାକୁ ଫେରାଇ ଆଣିଥିଲା, ତାହା ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା।
1 Kings 14:2 in Oriya 2 ତହୁଁ ଯାରବୀୟାମ ଆପଣା ଭାର୍ଯ୍ୟାକୁ କହିଲେ, “ମୁଁ ବିନୟ କରୁଅଛି, ଉଠ, ପୁଣି, ତୁମ୍ଭେ ଯାରବୀୟାମଙ୍କର ଭାର୍ଯ୍ୟା ବୋଲି ଯେପରି ଜଣା ନ ପଡ଼ିବ, ଏଥିପାଇଁ ଛଦ୍ମବେଶ ଧରି ଶୀଲୋକୁ ଯାଅ; ଦେଖ, ମୁଁ ଏହି ଲୋକଙ୍କ ଉପରେ ରାଜା ହେବି ବୋଲି ମୋ' ବିଷୟରେ ଯେ କହିଥିଲା, ସେହି ଅହୀୟ ଭବିଷ୍ୟଦ୍ବକ୍ତା ସେଠାରେ ଅଛି।
1 Kings 14:5 in Oriya 5 ଏଥି ମଧ୍ୟରେ ସଦାପ୍ରଭୁ ଅହୀୟଙ୍କୁ କହିଲେ, “ଦେଖ, ଯାରବୀୟାମଙ୍କର ଭାର୍ଯ୍ୟା ଆପଣା ପୁତ୍ର ବିଷୟ ପଚାରିବା ପାଇଁ ତୁମ୍ଭ ନିକଟକୁ ଆସୁଅଛି; କାରଣ ସେ ପୀଡ଼ିତ ଅଛି; ତାହାକୁ ତୁମ୍ଭେ ଏପରି ଏପରି କହିବ; କାରଣ ସେ ଆସିବା ବେଳେ ଆପଣାକୁ ଅନ୍ୟ ସ୍ତ୍ରୀ ପରି ଦେଖାଇବ।”
1 Kings 14:10 in Oriya 10 ଏହେତୁ ଦେଖ, ଆମ୍ଭେ ଯାରବୀୟାମ-ବଂଶ ପ୍ରତି ଅମଙ୍ଗଳ ଘଟାଇବା, ପୁଣି, ଇସ୍ରାଏଲ ମଧ୍ୟରେ ବଦ୍ଧ ବା ମୁକ୍ତ ପ୍ରତ୍ୟେକ ପୁଂସନ୍ତାନକୁ ଯାରବୀୟାମଠାରୁ ଲୋପ କରିବା ଓ ଯେପରି କୌଣସି ମନୁଷ୍ୟ ମଇଳା ସମ୍ପୂର୍ଣ୍ଣ ଯିବା ପର୍ଯ୍ୟନ୍ତ ଝାଡୁ କରେ, ସେପରି ଆମ୍ଭେ ଯାରବୀୟାମ ଗୃହକୁ ନିଃଶେଷରେ ବିନାଶ କରିବା।
1 Kings 20:42 in Oriya 42 ପୁଣି, ଭବିଷ୍ୟଦ୍ବକ୍ତା ତାଙ୍କୁ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଯେଉଁ ଲୋକକୁ ବିନାଶାର୍ଥେ ନିଯୁକ୍ତ କରିଥିଲୁ, ତୁମ୍ଭେ ତାହାକୁ ଆପଣା ହସ୍ତରୁ ଛାଡ଼ି ଦେଇଅଛ, ଏହେତୁ ତାହାର ପ୍ରାଣ ବଦଳେ ତୁମ୍ଭର ପ୍ରାଣ ଯିବ ଓ ତାହାର ଲୋକଙ୍କ ବଦଳେ ତୁମ୍ଭ ଲୋକମାନେ ଯିବେ।”
1 Kings 21:18 in Oriya 18 ଉଠ, ଶମରୀୟା-ନିବାସୀ ଇସ୍ରାଏଲର ରାଜା ଆହାବ ସଙ୍ଗେ ସାକ୍ଷାତ କରିବାକୁ ଯାଅ; ଦେଖ, ସେ ନାବୋତର ଦ୍ରାକ୍ଷାକ୍ଷେତ୍ରରେ ଅଛି, ସେ ତାହା ଅଧିକାରରେ ଆଣିବା ପାଇଁ ସେସ୍ଥାନକୁ ଯାଇଅଛି।
1 Kings 22:8 in Oriya 8 ତହିଁରେ ଇସ୍ରାଏଲର ରାଜା ଯିହୋଶାଫଟ୍ଙ୍କୁ କହିଲେ, “ଆଉ ଜଣେ ଅଛନ୍ତି, ଯାହା ଦ୍ୱାରା ଆମ୍ଭେମାନେ ସଦାପ୍ରଭୁଙ୍କୁ ପଚାରି ପାରୁ, ସେ ଇମ୍ଲର ପୁତ୍ର ମୀଖାୟ; ମାତ୍ର ମୁଁ ତାହାକୁ ଘୃଣା କରେ; କାରଣ ସେ ମୋ' ବିଷୟରେ ଅମଙ୍ଗଳ ବିନା ମଙ୍ଗଳର ଭବିଷ୍ୟଦ୍ବାକ୍ୟ ପ୍ରଚାର କରେ ନାହିଁ।” ତହୁଁ ଯିହୋଶାଫଟ୍ କହିଲେ, “ରାଜା ଏପରି ନ କହନ୍ତୁ।”
Job 5:13 in Oriya 13 ସେ ବୁଦ୍ଧିମାନ ଲୋକଙ୍କୁ ସେମାନଙ୍କ ଧୂର୍ତ୍ତତାରେ ଧରନ୍ତି ଓ କୁଟିଳମନାମାନଙ୍କ ମନ୍ତ୍ରଣା ଶୀଘ୍ର ବିଫଳ ହୁଏ।
Psalm 33:10 in Oriya 10 ସଦାପ୍ରଭୁ ଗୋଷ୍ଠୀୟମାନଙ୍କର ମନ୍ତ୍ରଣା ବ୍ୟର୍ଥ କରନ୍ତି; ସେ ଜନବୃନ୍ଦର ସଙ୍କଳ୍ପସବୁ ବିଫଳ କରନ୍ତି।
Jeremiah 21:2 in Oriya 2 “ଯଥା, ବିନୟ କରୁଅଛୁ, ତୁମ୍ଭେ ଆମ୍ଭମାନଙ୍କ ପକ୍ଷରୁ ସଦାପ୍ରଭୁଙ୍କୁ ପଚାର; କାରଣ ବାବିଲର ରାଜା ନବୂଖଦ୍ନିତ୍ସର ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛି; କେଜାଣି ସଦାପ୍ରଭୁ ଆପଣାର ସକଳ ଆଶ୍ଚର୍ଯ୍ୟ କ୍ରିୟାନୁସାରେ ଆମ୍ଭମାନଙ୍କ ପ୍ରତି ବ୍ୟବହାର କରିବେ, ତାହାହେଲେ ସେ ଆମ୍ଭମାନଙ୍କ ନିକଟରୁ ଉଠି ପ୍ରସ୍ଥାନ କରିବ,” ସେସମୟରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା।
Ezekiel 2:4 in Oriya 4 ସେହି ସନ୍ତାନମାନେ ନିର୍ଲଜ୍ଜ ମୁଖ ଓ କଠିନ ଚିତ୍ତ; ଆମ୍ଭେ ସେମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ; ତୁମ୍ଭେ ସେମାନଙ୍କୁ କହିବ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି।
Ezekiel 14:3 in Oriya 3 “ହେ ମନୁଷ୍ୟ-ସନ୍ତାନ, ଏହି ଲୋକମାନେ ଆପଣା ଆପଣା ଦେବତାକୁ ଆପଣା ଆପଣା ହୃଦୟକୁ ନେଇଅଛନ୍ତି ଓ ଆପଣାମାନଙ୍କର ଅଧର୍ମଜନକ ବିଘ୍ନ ଆପଣା ଆପଣା ସମ୍ମୁଖରେ ରଖିଅଛନ୍ତି; ଆମ୍ଭେ କି କୌଣସିମତେ ସେମାନଙ୍କୁ ଆମ୍ଭ ନିକଟରେ ଅନୁସନ୍ଧାନ କରିବାକୁ ଦେବା ?
Ezekiel 14:7 in Oriya 7 କାରଣ ଇସ୍ରାଏଲ ବଂଶର ଓ ଇସ୍ରାଏଲ ମଧ୍ୟରେ ପ୍ରବାସକାରୀଗଣର ଯେ ପ୍ରତ୍ୟେକ ଲୋକ ଆମ୍ଭଠାରୁ ଆପଣାକୁ ପୃଥକ୍ କରେ ଓ ଆପଣା ଦେବଗଣକୁ ଆପଣା ହୃଦୟକୁ ନିଏ ଓ ଆପଣାର ଅଧର୍ମଜନକ ବିଘ୍ନ ଆପଣା ସମ୍ମୁଖରେ ରଖେ, ଆଉ ଆପଣା ବିଷୟ ଆମ୍ଭ ନିକଟରେ ଅନୁସନ୍ଧାନ କରିବା ପାଇଁ ଭବିଷ୍ୟଦ୍ବକ୍ତା ନିକଟକୁ ଆସେ; ଆମ୍ଭେ ସଦାପ୍ରଭୁ ଆପେ ତାହାକୁ ଉତ୍ତର ଦେବା।
Daniel 4:19 in Oriya 19 ତହିଁରେ ବେଲ୍ଟଶତ୍ସର ନାମକ ଦାନିୟେଲ କ୍ଷଣକାଳ ଚମତ୍କୃତ ହୋଇ ରହିଲେ ଓ ତାଙ୍କର ଭାବନା ତାଙ୍କୁ ବ୍ୟାକୁଳିତ କଲା। ରାଜା ଉତ୍ତର କରି କହିଲା, ହେ ବେଲ୍ଟଶତ୍ସର, ସେହି ସ୍ୱପ୍ନ ଅବା ତହିଁର ଅର୍ଥ ତୁମ୍ଭଙ୍କୁ ବ୍ୟାକୁଳିତ ନ କରୁ। ବେଲ୍ଟଶତ୍ସର ଉତ୍ତର କରି କହିଲେ, ହେ ମୋର ପ୍ରଭୁ, ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି, ସେମାନଙ୍କ ପାଇଁ ଏହି ସ୍ୱପ୍ନ ହେଉ ଓ ଆପଣଙ୍କ ବିପକ୍ଷମାନଙ୍କ ପ୍ରତି ତହିଁର ଅର୍ଥ ଘଟୁ।
Daniel 5:17 in Oriya 17 ସେତେବେଳେ ଦାନିୟେଲ ରାଜାର ଛାମୁରେ ଉତ୍ତର କରି କହିଲେ, ଆପଣଙ୍କର ଦାନ ଆପଣଙ୍କର ଥାଉ ଓ ଆପଣଙ୍କର ପୁରସ୍କାର ଅନ୍ୟକୁ ଦେଉନ୍ତୁ; ତଥାପି ମୁଁ ମହାରାଜାଙ୍କ ଛାମୁରେ ଏହି ଲେଖା ପଢ଼ିବି ଓ ଅର୍ଥ ତାଙ୍କୁ ଜଣାଇବି।
Mark 14:21 in Oriya 21 ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖା ଅଛି, ସେହିପରି ସେ ଯାଉଅଛନ୍ତି ସତ୍ୟ, କିନ୍ତୁ ଯେଉଁ ଲୋକ ଦ୍ୱାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର ! ସେହି ଲୋକ ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାନ୍ତା।
Luke 20:20 in Oriya 20 ସେଥିରେ ସେମାନେ ଯୀଶୁଙ୍କୁ ରାଜ୍ୟପାଳଙ୍କ ହାତରେ ଓ ଶାସନକର୍ତ୍ତାଙ୍କ ଶାସନର ଅଧିନରେ ସମର୍ପଣ କରିବା ନିମନ୍ତେ ସୁଯୋଗ ଖୋଜି ଯୀଶୁଙ୍କ କଥାର ଭୁଲ୍ ଧରିବା ଉଦ୍ଦେଶ୍ୟରେ ଯେଉଁମାନେ କପଟରେ ନିଜ ନିଜକୁ ଧାର୍ମିକ ବୋଲି ଦେଖାଉଥିବା ଚୋରମାନଙ୍କୁ ପଠାଇଲେ।
Acts 5:3 in Oriya 3 ସେଥିରେ ପିତର କହିଲେ, ହେ ହନନୀୟ, ପବିତ୍ର ଆତ୍ମାଙ୍କ ନିକଟରେ ମିଥ୍ୟା କହିବାକୁ ଓ ଭୂମିର ମୂଲ୍ୟରୁ କିଛି ଲୁଚାଇ ରଖିବାକୁ କାହିଁକି ଶୟତାନ ତୁମ୍ଭ ହୃଦୟ ସମ୍ପୂର୍ଣ୍ଣ ଅଧିକାର କରିଅଛନ୍ତି ?
Acts 5:9 in Oriya 9 ସେଥିରେ ପିତର ତାହାକୁ କହିଲେ, “ପ୍ରଭୁଙ୍କ ଆତ୍ମାଙ୍କୁ ପରୀକ୍ଷା କରିବା ନିମନ୍ତେ ତୁମ୍ଭେମାନେ କାହିଁକି ଏକମତ ହେଲ” ? ଦେଖ, ଯେଉଁମାନେ ତୁମ୍ଭ ସ୍ୱାମୀକୁ ସମାଧି ଦେଇଛନ୍ତି, ସେମାନେ ଦ୍ୱାର ପାଖରେ ଉପସ୍ଥିତ ହେଲେଣି, ଆଉ ସେମାନେ ତୁମ୍ଭକୁ ବାହାରକୁ ବହିନେଇଯିବେ।
Hebrews 4:13 in Oriya 13 ଇଶ୍ବରଙ୍କ ସମ୍ମୁଖରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ, ମାତ୍ର ଯାହାଙ୍କ ଛାମୁରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ, ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଙ୍ଗ ଓ ଅନାବୃତ ଅଟେ।