1 Kings 11:13 in Oriya 13 ତଥାପି ସମୁଦାୟ ରାଜ୍ୟ ଚିରି ନେବା ନାହିଁ; ମାତ୍ର ଆମ୍ଭ ଦାସ ଦାଉଦ ସକାଶୁ ଓ ଆମ୍ଭର ମନୋନୀତ ଯିରୂଶାଲମ ସକାଶୁ ଆମ୍ଭେ ତୁମ୍ଭ ପୁତ୍ରକୁ ଏକ ଗୋଷ୍ଠୀ ଦେବା।”
Other Translations King James Version (KJV) Howbeit I will not rend away all the kingdom; but will give one tribe to thy son for David my servant's sake, and for Jerusalem's sake which I have chosen.
American Standard Version (ASV) Howbeit I will not rend away all the kingdom; but I will give one tribe to thy son, for David my servant's sake, and for Jerusalem's sake which I have chosen.
Bible in Basic English (BBE) Still I will not take all the kingdom from him; but I will give one tribe to your son, because of my servant David, and because of Jerusalem, the town of my selection.
Darby English Bible (DBY) only, I will not rend away all the kingdom: I will give one tribe to thy son, for David my servant's sake, and for Jerusalem's sake which I have chosen.
Webster's Bible (WBT) Yet, I will not rend away all the kingdom; but will give one tribe to thy son for David my servant's sake, and for Jerusalem's sake which I have chosen.
World English Bible (WEB) However I will not tear away all the kingdom; but I will give one tribe to your son, for David my servant's sake, and for Jerusalem's sake which I have chosen.
Young's Literal Translation (YLT) only all the kingdom I do not rend away; one tribe I give to thy son, for the sake of David My servant, and for the sake of Jerusalem, that I have chosen.'
Cross Reference Deuteronomy 9:5 in Oriya 5 ତୁମ୍ଭେ ଆପଣା ଧାର୍ମିକତା ଅବା ହୃଦୟର ସରଳତା ସକାଶୁ ସେମାନଙ୍କ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ନୁହେଁ ମାତ୍ର ସେହି ଗୋଷ୍ଠୀୟ ଲୋକମାନଙ୍କ ଦୁଷ୍ଟତା ସକାଶୁ, ଆଉ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କୁ, ଇସ୍ହାକଙ୍କୁ ଓ ଯାକୁବଙ୍କୁ ଶପଥପୂର୍ବକ ଯେଉଁ ବାକ୍ୟ କହିଥିଲେ, ତାହା ସଫଳ କରିବା ପାଇଁ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବେ।
Deuteronomy 12:5 in Oriya 5 ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ନାମ ରଖିବା ନିମନ୍ତେ ତୁମ୍ଭମାନଙ୍କ ସମସ୍ତ ବଂଶ ମଧ୍ୟରୁ ଯେଉଁ ସ୍ଥାନ ମନୋନୀତ କରିବେ, ତାହାଙ୍କ ସେହି ନିବାସ ସ୍ଥାନ ତୁମ୍ଭେମାନେ ଅନ୍ୱେଷଣ କରିବ ଓ ସେହି ସ୍ଥାନକୁ ତୁମ୍ଭେ ଯିବ;
Deuteronomy 12:11 in Oriya 11 ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ନାମ ବାସ କରିବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନକୁ ତୁମ୍ଭେମାନେ ମୋହର ଆଜ୍ଞାନୁସାରେ ଆପଣା ଆପଣା ହୋମ-ନୈବେଦ୍ୟ ଓ ଆପଣା ଆପଣା ବଳିଦାନ, ଆପଣା ଆପଣା ଦଶମାଂଶ, ଆପଣା ଆପଣା ହସ୍ତର ଉତ୍ତୋଳନୀୟ ଉପହାର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନାସିବାର ତୁମ୍ଭମାନଙ୍କ ସକଳ ମନୋନୀତ ମାନତ ଆଣିବ।
2 Samuel 7:15 in Oriya 15 ମାତ୍ର ତୁମ୍ଭ ସମ୍ମୁଖରୁ ଦୂରୀକୃତ ଶାଉଲଠାରୁ ଯେପରି ଆମ୍ଭେ ଆପଣା ଦୟା ଦୂର କଲୁ, ସେପରି ତାହାଠାରୁ ଆମ୍ଭର ଦୟା ଦୂର ହେବ ନାହିଁ।
1 Kings 11:11 in Oriya 11 ଏହେତୁ ସଦାପ୍ରଭୁ ଶଲୋମନଙ୍କୁ କହିଲେ, “ତୁମ୍ଭ ଦ୍ୱାରା ଏହିପରି ହେବାରୁ ଓ ଆମ୍ଭେ ତୁମ୍ଭକୁ ଆପଣାର ଯେଉଁ ନିୟମ ଓ ବିଧି ଆଜ୍ଞା କଲୁ, ତାହା ତୁମ୍ଭେ ପାଳନ ନ କରିବାରୁ ଆମ୍ଭେ ନିଶ୍ଚୟ ତୁମ୍ଭଠାରୁ ରାଜ୍ୟ ଚିରି ନେଇ ତୁମ୍ଭ ଦାସକୁ ଦେବା।
1 Kings 11:32 in Oriya 32 ମାତ୍ର ଆମ୍ଭ ଦାସ ଦାଉଦ ସକାଶୁ ଓ ଇସ୍ରାଏଲର ସମସ୍ତ ଗୋଷ୍ଠୀ ମଧ୍ୟରୁ ଆମ୍ଭର ମନୋନୀତ ନଗର ଯିରୂଶାଲମ ସକାଶୁ ସେ ଏକ ଗୋଷ୍ଠୀ ପାଇବ।
1 Kings 11:35 in Oriya 35 ମାତ୍ର ଆମ୍ଭେ ତାହାର ପୁତ୍ର ହସ୍ତରୁ ରାଜ୍ୟ ନେବା ଓ ତାହା, ଅର୍ଥାତ୍, ଦଶ ଗୋଷ୍ଠୀ ତୁମ୍ଭକୁ ଦେବା।
1 Kings 11:39 in Oriya 39 ଆମ୍ଭେ ଏହି କର୍ମ ସକାଶୁ ଦାଉଦ-ବଂଶକୁ କ୍ଳେଶ ଦେବା, ମାତ୍ର ସଦାକାଳ ନୁହେଁ।
1 Kings 12:20 in Oriya 20 ଏଉତ୍ତାରେ ଯାରବୀୟାମ ଫେରି ଆସିଅଛନ୍ତି ବୋଲି ସମୁଦାୟ ଇସ୍ରାଏଲ ଶୁଣନ୍ତେ, ସେମାନେ ଲୋକ ପଠାଇ ତାଙ୍କୁ ମଣ୍ଡଳୀକି ଡକାଇଲେ ଓ ସମୁଦାୟ ଇସ୍ରାଏଲ ଉପରେ ତାଙ୍କୁ ରାଜା କଲେ; କେବଳ ଯିହୁଦା-ଗୋଷ୍ଠୀ ଛଡ଼ା କେହି ଦାଉଦ-ବଂଶର ଅନୁଗାମୀ ହେଲା ନାହିଁ।
2 Kings 13:23 in Oriya 23 ମାତ୍ର ସଦାପ୍ରଭୁ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସହିତ ଆପଣା କୃତ ନିୟମ ସକାଶୁ ସେମାନଙ୍କ ପ୍ରତି ଅନୁଗ୍ରହ କଲେ ଓ ସେମାନଙ୍କ ଉପରେ ଦୟା ବହି ସେମାନଙ୍କ ପ୍ରତି ସୁଦୃଷ୍ଟି କଲେ, ଆଉ ସେମାନଙ୍କୁ ବିନାଶ କରିବାକୁ ଅସମ୍ମତ ହେଲେ ଓ ଏପର୍ଯ୍ୟନ୍ତ ଆପଣା ସମ୍ମୁଖରୁ ସେମାନଙ୍କୁ ଦୂର କଲେ ନାହିଁ।
2 Kings 19:34 in Oriya 34 କାରଣ ଆମ୍ଭେ ଆପଣା ସକାଶୁ, ଓ ଆମ୍ଭ ଦାସ ଦାଉଦ ସକାଶୁ, ଏହି ନଗରକୁ ରକ୍ଷା କରିବାକୁ ସପକ୍ଷ ହେବା।’”
2 Kings 21:4 in Oriya 4 ପୁଣି ଆମ୍ଭେ ଯିରୂଶାଲମରେ ଆପଣା ନାମ ସ୍ଥାପନ କରିବା ବୋଲି ସଦାପ୍ରଭୁ ଯେଉଁ ଗୃହ ବିଷୟରେ କହିଥିଲେ, ସଦାପ୍ରଭୁଙ୍କ ସେହି ଗୃହରେ ସେ ଯଜ୍ଞବେଦିମାନ ନିର୍ମାଣ କଲେ।
2 Kings 23:27 in Oriya 27 ଆହୁରି ସଦାପ୍ରଭୁ କହିଲେ, “ଆମ୍ଭେ ଯେପରି ଇସ୍ରାଏଲକୁ ଦୂର କରିଅଛୁ, ସେପରି ଆମ୍ଭେ ଆପଣା ଦୃଷ୍ଟିରୁ ଯିହୁଦାକୁ ମଧ୍ୟ ଦୂର କରିବା ଓ ଆମ୍ଭେ ଏହି ଯେ ଯିରୂଶାଲମ ନଗରକୁ ମନୋନୀତ କରିଅଛୁ ଓ ଏହି ସ୍ଥାନରେ ଆମ୍ଭର ନାମ ରହିବ ବୋଲି ଯେଉଁ ଗୃହ ବିଷୟରେ କରିଅଛୁ, ଏହାକୁ ଆମ୍ଭେ ଅଗ୍ରାହ୍ୟ କରିବା।”
1 Chronicles 17:13 in Oriya 13 ଆମ୍ଭେ ତାହାର ପିତା ହେବା ଓ ସେ ଆମ୍ଭର ପୁତ୍ର ହେବ; ପୁଣି, ତୁମ୍ଭ ପୂର୍ବବର୍ତ୍ତୀ ଶାସକଙ୍କଠାରୁ(ଶାଉଲ) ଯେପରି ଆମ୍ଭେ ଆପଣା ଦୟା ଦୂର କଲୁ, ସେପରି ତାହାଠାରୁ ଦୂର କରିବା ନାହିଁ;
Psalm 89:33 in Oriya 33 ମାତ୍ର ତାହାଠାରୁ ଆମ୍ଭେ ଆପଣା ଦୟା ଏକାନ୍ତ ନେବା ନାହିଁ; କିଅବା ଆମ୍ଭ ବିଶ୍ୱସ୍ତତାର ତ୍ରୁଟି ହେବାକୁ ଦେବା ନାହିଁ।
Psalm 89:49 in Oriya 49 ହେ ପ୍ରଭୁ, ତୁମ୍ଭେ ଆପଣା ବିଶ୍ୱସ୍ତତା ଦ୍ୱାରା ଦାଉଦଙ୍କ ନିକଟରେ ଯାହା ଶପଥ କରିଥିଲ, ତୁମ୍ଭର ସେହି ପୂର୍ବ ବିବିଧ ଦୟା କାହିଁ ?
Psalm 132:1 in Oriya 1 ଆରୋହଣ-ଗୀତ। ହେ ସଦାପ୍ରଭୁ, ଦାଉଦ ପକ୍ଷରେ ତାହାର ସକଳ କ୍ଳେଶ ସ୍ମରଣ କର;
Psalm 132:13 in Oriya 13 କାରଣ ସଦାପ୍ରଭୁ ସିୟୋନକୁ ମନୋନୀତ କରିଅଛନ୍ତି; ସେ ଆପଣା ନିବାସ ନିମନ୍ତେ ତାହା ବାଞ୍ଛା କରିଅଛନ୍ତି।
Psalm 132:17 in Oriya 17 ସେଠାରେ ଆମ୍ଭେ ଦାଉଦର ଶୃଙ୍ଗ ଅଙ୍କୁରିତ କରିବା; ଆମ୍ଭେ ଆପଣା ଅଭିଷିକ୍ତଙ୍କ ପାଇଁ ଏକ ପ୍ରଦୀପ ନିରୂପଣ କରିଅଛୁ।
Isaiah 9:7 in Oriya 7 ତାହାଙ୍କ କର୍ତ୍ତୃତ୍ୱବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ, ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କର ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟବିଚାର ଓ ଧାର୍ମିକତାରେ ଏହି କ୍ଷଣଠାରୁ ଅନନ୍ତ କାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ଼ କରିବେ। ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଯୋଗ ଏହା ସାଧନ କରିବ।
Isaiah 14:32 in Oriya 32 ଆଉ, ଏହି ଗୋଷ୍ଠୀର ଦୂତଗଣକୁ କି ଉତ୍ତର ଦିଆଯିବ ? ଏହି ଯେ, ସଦାପ୍ରଭୁ ସିୟୋନର ଭିତ୍ତିମୂଳ ସ୍ଥାପନ କରିଅଛନ୍ତି ଓ ତହିଁ ମଧ୍ୟରେ ତାହାଙ୍କର ଦୁଃଖଗ୍ରସ୍ତ ଲୋକମାନେ ଆଶ୍ରୟ ନିଅନ୍ତି।
Isaiah 62:1 in Oriya 1 ଯେପର୍ଯ୍ୟନ୍ତ ସିୟୋନର ଧର୍ମ ଦୀପ୍ତିର ନ୍ୟାୟ ଓ ତାହାର ପରିତ୍ରାଣ ଜ୍ୱଳନ୍ତ ପ୍ରଦୀପର ନ୍ୟାୟ ପ୍ରକଟ ନ ହୁଏ, ସେପର୍ଯ୍ୟନ୍ତ ଆମ୍ଭେ ତାହା ନିମନ୍ତେ ନୀରବ ହେବା ନାହିଁ ଓ ଯିରୂଶାଲମ ନିମନ୍ତେ ବିଶ୍ରାମ କରିବା ନାହିଁ।
Isaiah 62:7 in Oriya 7 ହେ ସଦାପ୍ରଭୁଙ୍କୁ ସ୍ମରଣ କରାଇବା ଲୋକମାନେ, ସେ ଯେପର୍ଯ୍ୟନ୍ତ ଯିରୂଶାଲମକୁ ସ୍ଥାପନ ନ କରନ୍ତି ଓ ପୃଥିବୀ ମଧ୍ୟରେ ତାହାକୁ ପ୍ରଶଂସାର ପାତ୍ର ନ କରନ୍ତି, ସେପର୍ଯ୍ୟନ୍ତ ତୁମ୍ଭେମାନେ ବିଶ୍ରାମ କର ନାହିଁ, କି ତାହାଙ୍କୁ ବିଶ୍ରାମ କରିବାକୁ ଦିଅ ନାହିଁ।
Jeremiah 33:15 in Oriya 15 ସେସକଳ ଦିନରେ ଓ ସେହି ସମୟରେ ଆମ୍ଭେ ଦାଉଦ ବଂଶରେ ଧର୍ମରୂପ ଏକ ଶାଖା ଉତ୍ପନ୍ନ କରାଇବା; ପୁଣି, ସେ ଦେଶରେ ନ୍ୟାୟ ବିଚାର ଓ ଧର୍ମ ପ୍ରଚଳିତ କରିବେ।
Luke 1:32 in Oriya 32 ସେ ମହାନ ହେବେ ଓ ମହାନ ଇଶ୍ବରଙ୍କ ପୁତ୍ର ବୋଲି ଖ୍ୟାତ ହେବେ; ପ୍ରଭୁ ଈଶ୍ୱର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ,