1 John 5:16 in Oriya 16 କେହି ଯେବେ ଭାଇକୁ ପାପ କରୁଥିବା ଦେଖେ, ଆଉ ସେହି ପାପ ମୃତ୍ୟୁଜନକ ହୋଇ ନ ଥାଏ, ତେବେ ସେ ପ୍ରାର୍ଥନା କରୁ, ଆଉ ଈଶ୍ୱର ଯେଉଁପରି ମୃତ୍ୟୁଜନକ ପାପ ନ କରିଥିବା ଲୋକମାନଙ୍କୁ ଜୀବନ ଦାନ କରନ୍ତି, ସେହିପରି ତାହାକୁ ମଧ୍ୟ ଜୀବନ ଦାନ କରିବେ। ମୃତ୍ୟୁଜନକ ପାପ ଅଛି; ସେଥିପାଇଁ ସେ ପ୍ରାର୍ଥନା କରୁ ବୋଲି ମୁଁ କହୁ ନାହିଁ।
Other Translations King James Version (KJV) If any man see his brother sin a sin which is not unto death, he shall ask, and he shall give him life for them that sin not unto death. There is a sin unto death: I do not say that he shall pray for it.
American Standard Version (ASV) If any man see his brother sinning a sin not unto death, he shall ask, and `God' will give him life for them that sin not unto death. There is a sin unto death: not concerning this do I say that he should make request.
Bible in Basic English (BBE) If a man sees his brother doing a sin which is not bad enough for death, let him make a prayer to God, and God will give life to him whose sin was not bad enough for death. There is a sin whose punishment is death: I do not say that he may make such a request then.
Darby English Bible (DBY) If any one see his brother sinning a sin not unto death, he shall ask, and he shall give him life, for those that do not sin unto death. There is a sin to death: I do not say of that that he should make a request.
World English Bible (WEB) If anyone sees his brother sinning a sin not leading to death, he shall ask, and God will give him life for those who sin not leading to death. There is a sin leading to death. I don't say that he should make a request concerning this.
Young's Literal Translation (YLT) If any one may see his brother sinning a sin not unto death, he shall ask, and He shall give to him life to those sinning not unto death; there is sin to death, not concerning it do I speak that he may beseech;
Cross Reference Genesis 20:7 in Oriya 7 ଏହେତୁ ଏବେ ସେହି ମନୁଷ୍ୟର ଭାର୍ଯ୍ୟାକୁ ଫେରାଇ ଦିଅ; ଯେହେତୁ ସେ ଭବିଷ୍ୟଦ୍ବକ୍ତା, ସେ ତୁମ୍ଭ ଲାଗି ପ୍ରାର୍ଥନା କରିବ, ତହିଁରେ ତୁମ୍ଭେ ବଞ୍ଚିବ; ମାତ୍ର ଯଦି ତାଙ୍କୁ ଫେରାଇ ନ ଦେବ, ତେବେ ଅବଶ୍ୟ ତୁମ୍ଭେ ସପରିବାରରେ ମରିବ, ଏହା ଜାଣିଥାଅ।”
Genesis 20:17 in Oriya 17 ଏଥିଉତ୍ତାରେ ଅବ୍ରହାମ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ପରମେଶ୍ୱର ଅବିମେଲକଙ୍କୁ ଓ ତାଙ୍କ ଭାର୍ଯ୍ୟାକୁ ଓ ତାହାର ଦାସୀଗଣକୁ ସୁସ୍ଥ କଲେ; ତହିଁରେ ସେମାନଙ୍କର ସନ୍ତାନସନ୍ତତି ଜାତ ହେଲେ।
Exodus 32:10 in Oriya 10 ଏଣୁ ତୁମ୍ଭେ ଏବେ ଆମ୍ଭଙ୍କୁ ଛାଡ଼ି ଦିଅ, ମୋହର କ୍ରୋଧ ସେମାନଙ୍କ ପ୍ରତିକୂଳରେ ପ୍ରଜ୍ୱଳିତ ହେଉ, ତହିଁରେ ଆମ୍ଭେ ସେମାନଙ୍କୁ ସଂହାର କରିବା; ମାତ୍ର ଆମ୍ଭେ ତୁମ୍ଭକୁ ମହାଗୋଷ୍ଠୀ କରିବା।
Exodus 32:31 in Oriya 31 ଏଥିଉତ୍ତାରେ ମୋଶା ସଦାପ୍ରଭୁଙ୍କ ନିକଟକୁ ଫେରି ଯାଇ କହିଲେ, “ହାୟ, ହାୟ, ଏହି ଲୋକମାନେ ମହାପାପ କରି ଆପଣାମାନଙ୍କ ନିମନ୍ତେ ସ୍ୱର୍ଣ୍ଣ ଦେବତା ନିର୍ମାଣ କରିଅଛନ୍ତି।
Exodus 34:9 in Oriya 9 “ପ୍ରଭୁ, ମୁଁ ଯଦି ତୁମ୍ଭ ଦୁଷ୍ଟିରେ ଅନୁଗ୍ରହ ପାଇଅଛି, ତେବେ ବିନୟ କରୁଅଛି, ପ୍ରଭୁ ଆମ୍ଭମାନଙ୍କ ମଧ୍ୟବର୍ତ୍ତୀ ହୋଇ ଗମନ କରନ୍ତୁ; କାରଣ ଏମାନେ ଶକ୍ତଗ୍ରୀବ ଲୋକ, ଆଉ ଆମ୍ଭମାନଙ୍କ ଅପରାଧ ଓ ପାପ ମୋଚନ କରି ଆପଣା ଅଧିକାରାର୍ଥେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତୁ।”
Numbers 12:13 in Oriya 13 ତହିଁରେ ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ହେ ପରମେଶ୍ୱର, ବିନୟ କରୁଅଛି, ତାହାକୁ ସୁସ୍ଥ କର।”
Numbers 14:11 in Oriya 11 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି ଲୋକମାନେ କେତେ କାଳ ପର୍ଯ୍ୟନ୍ତ ଆମ୍ଭଙ୍କୁ ଅବଜ୍ଞା କରିବେ ? ଆଉ ଆମ୍ଭେ ସେମାନଙ୍କ ମଧ୍ୟରେ ଚିହ୍ନ ସ୍ୱରୂପେ ଯେଉଁ ସମସ୍ତ କର୍ମ କରିଅଛୁ, ତାହା କଲେ ହେଁ ସେମାନେ କେତେ କାଳ ପର୍ଯ୍ୟନ୍ତ ଆମ୍ଭଠାରେ ବିଶ୍ୱାସ କରିବେ ନାହିଁ ?
Numbers 15:30 in Oriya 30 ମାତ୍ର ଯେଉଁ ପ୍ରାଣୀ ଉର୍ଦ୍ଧ୍ୱ ହସ୍ତରେ କୌଣସି (ପାପ) କର୍ମ କରେ, ସେ ଗୃହଜାତ ହେଉ ବା ବିଦେଶୀ ହେଉ, ସଦାପ୍ରଭୁଙ୍କର ନିନ୍ଦା କରେ; ଏଣୁ ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
Numbers 16:26 in Oriya 26 ତହୁଁ ସେ ମଣ୍ଡଳୀକୁ କହିଲେ, “ବିନୟ କରୁଅଛି, ତୁମ୍ଭେମାନେ ଏହି ଦୁଷ୍ଟ ଲୋକମାନଙ୍କ ତମ୍ବୁରୁ ଉଠି ଯାଅ ଓ ସେମାନଙ୍କର କିଛିମାତ୍ର ସ୍ପର୍ଶ କର ନାହିଁ, ନୋହିଲେ ତୁମ୍ଭେମାନେ ସେମାନଙ୍କ ପାପସମୂହରେ ବିନଷ୍ଟ ହେବ।”
Deuteronomy 9:18 in Oriya 18 ପୁଣି ତୁମ୍ଭେମାନେ ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ତାହାଙ୍କ ଦୃଷ୍ଟିରେ ଦୁଷ୍କର୍ମ କରି ଯେଉଁ ପାପ କରିଥିଲ, ତୁମ୍ଭମାନଙ୍କର ସେହି ସମସ୍ତ ପାପ ସକାଶୁ ମୁଁ ପୂର୍ବ ଥର ପରି ଚାଳିଶ ଦିନ ଓ ଚାଳିଶ ରାତ୍ରି ସଦାପ୍ରଭୁଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ି ରହିଲି; ମୁଁ ଅନ୍ନ ଭୋଜନ କି ଜଳ ପାନ କଲି ନାହିଁ।
1 Samuel 2:25 in Oriya 25 ମନୁଷ୍ୟ ଯଦି ମନୁଷ୍ୟ ବିରୁଦ୍ଧରେ ପାପ କରେ, ତେବେ ପରମେଶ୍ୱର ତାହାର ବିଚାର କରିବେ; ମାତ୍ର ମନୁଷ୍ୟ ଯଦି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରେ, ତେବେ କିଏ ତାହା ପକ୍ଷରେ ପ୍ରାର୍ଥନା କରିବ ? ତଥାପି ସେମାନେ ଆପଣା ପିତାଙ୍କ ରବ ଶୁଣିଲେ ନାହିଁ, କାରଣ ସେମାନଙ୍କୁ ବଧ କରିବାକୁ ସଦାପ୍ରଭୁଙ୍କର ଇଚ୍ଛା ଥିଲା।
2 Chronicles 30:18 in Oriya 18 ଅସଂଖ୍ୟ ଲୋକ, ଅର୍ଥାତ୍, ଇଫ୍ରୟିମ୍ ଓ ମନଃଶି, ଇଷାଖର ଓ ସବୂଲୁନ୍ ମଧ୍ୟରୁ ଅନେକେ ଆପଣାମାନଙ୍କୁ ଶୁଚି କରି ନ ଥିଲେ, ତଥାପି ସେମାନେ ଲେଖାର ବିପରୀତରେ ନିସ୍ତାର ପର୍ବର ବଳି ଭୋଜନ କଲେ। କାରଣ ହିଜକିୟ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରି ଏହା କହିଥିଲେ,
Job 42:7 in Oriya 7 ସଦାପ୍ରଭୁ ଆୟୁବକୁ ଏହିସବୁ କଥା କହିଲା ଉତ୍ତାରେ, ସଦାପ୍ରଭୁ ତୈମନୀୟ ଇଲୀଫସ୍କୁ କହିଲେ, “ତୁମ୍ଭ ପ୍ରତି ଓ ତୁମ୍ଭର ଦୁଇ ମିତ୍ର ପ୍ରତି ଆମ୍ଭର କୋପ ପ୍ରଜ୍ୱଳିତ ହୋଇଅଛି; କାରଣ ତୁମ୍ଭେମାନେ ଆମ୍ଭ ଦାସ ଆୟୁବ ପରି ଆମ୍ଭ ବିଷୟରେ ଯଥାର୍ଥ କଥା କହି ନାହଁ।
Psalm 106:23 in Oriya 23 ଏହେତୁ ସେ ସେମାନଙ୍କୁ ସଂହାର କରିବେ ବୋଲି କହିଲେ, ମାତ୍ର ସେ ଯେପରି ସେମାନଙ୍କୁ ସଂହାର ନ କରିବେ, ଏଥିପାଇଁ ତାହାଙ୍କ କୋପ ଫେରାଇବା ନିମନ୍ତେ ତାହାଙ୍କ ମନୋନୀତ ମୋଶା ଭଗ୍ନସ୍ଥାନରେ ତାହାଙ୍କ ସମ୍ମୁଖରେ ଠିଆ ହେଲେ।
Jeremiah 7:16 in Oriya 16 ଏଣୁକରି ତୁମ୍ଭେ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କର ନାହିଁ, କିଅବା ସେମାନଙ୍କ ନିମନ୍ତେ କାତରୋକ୍ତି ଅବା ପ୍ରାର୍ଥନା ଉତ୍ସର୍ଗ କର ନାହିଁ, ଆମ୍ଭ ନିକଟରେ ନିବେଦନ କର ନାହିଁ; କାରଣ ଆମ୍ଭେ ତୁମ୍ଭ କଥା ଶୁଣିବା ନାହିଁ।
Jeremiah 11:14 in Oriya 14 ଏହେତୁ ତୁମ୍ଭେ ଏହି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କର ନାହିଁ, କିଅବା ସେମାନଙ୍କ ନିମନ୍ତେ ଉଚ୍ଚ ଆର୍ତ୍ତସ୍ୱର ଅବା ପ୍ରାର୍ଥନା କର ନାହିଁ, କାରଣ ସେମାନେ ଆପଣାମାନଙ୍କର ବିପଦ ସକାଶୁ ଆମ୍ଭ ନିକଟରେ ଆର୍ତ୍ତସ୍ୱର କଲା ବେଳେ ଆମ୍ଭେ ସେମାନଙ୍କର କଥା ଶୁଣିବା ନାହିଁ।
Jeremiah 14:11 in Oriya 11 ଆହୁରି, ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଏହି ଲୋକମାନଙ୍କ ପକ୍ଷରେ ମଙ୍ଗଳ ପ୍ରାର୍ଥନା କର ନାହିଁ।
Jeremiah 15:1 in Oriya 1 ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ଯଦ୍ୟପି ମୋଶା ଓ ଶାମୁୟେଲ ଆମ୍ଭ ସମ୍ମୁଖରେ ଠିଆ ହୁଅନ୍ତେ, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପ୍ରତି ଅନୁକୂଳ ହୁଅନ୍ତା ନାହିଁ; ସେମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂର କର, ସେମାନେ ବାହାରି ଯାଉନ୍ତୁ।
Jeremiah 18:18 in Oriya 18 ତେବେ ସେମାନେ କହିଲେ, “ଆସ, ଆମ୍ଭେମାନେ ଯିରିମୀୟ ବିରୁଦ୍ଧରେ ପରାମର୍ଶ କରୁ; କାରଣ ଯାଜକ ନିକଟରୁ ବ୍ୟବସ୍ଥା ଅବା ଜ୍ଞାନବାନ ନିକଟରୁ ମନ୍ତ୍ରଣା ଅଥବା ଭବିଷ୍ୟଦ୍ବକ୍ତା ନିକଟରୁ ବାକ୍ୟ ଲୁପ୍ତ ହେବ ନାହିଁ। ଆସ, ଆମ୍ଭେମାନେ ଜିହ୍ୱା ଦ୍ୱାରା ତାହାକୁ ପ୍ରହାର କରୁ, ପୁଣି ତାହାର କୌଣସି କଥାରେ ମନୋଯୋଗ ନ କରୁ।”
Ezekiel 22:30 in Oriya 30 ପୁଣି, ଆମ୍ଭେ ଯେପରି ଦେଶ ବିନଷ୍ଟ ନ କରୁ, ଏଥିପାଇଁ ଯେ ପ୍ରାଚୀର ଦୃଢ଼ କରି ପାରିବ ଓ ଫାଟ ସ୍ଥାନରେ ଆମ୍ଭ ସମ୍ମୁଖରେ ଦେଶର ସପକ୍ଷରେ ଠିଆ ହେବ, ଏପରି ଏକ ପୁରୁଷ ଆମ୍ଭେ ଅନ୍ଵେଷଣ କଲୁ, ମାତ୍ର ଜଣେ ସୁଦ୍ଧା ପାଇଲୁ ନାହିଁ।
Amos 7:1 in Oriya 1 ପ୍ରଭୁ ସଦାପ୍ରଭୁ ମୋତେ ଏରୂପ ଦେଖାଇଲେ; ଆଉ ଦେଖ, ବିଳମ୍ବରେ ଉତ୍ପନ୍ନ ତୃଣ ଅଙ୍କୁରିବା ଆରମ୍ଭରେ ସେ ପଙ୍ଗପାଳମାନଙ୍କୁ ଗଢ଼ିଲେ ଓ ଦେଖ, ରାଜାଙ୍କ ତୃଣ କଟାଗଲା ଉତ୍ତାରେ ସେହି ବିଳମ୍ବରେ ଉତ୍ପନ୍ନ ତୃଣ ବଢ଼ୁଥିଲା।
Matthew 12:31 in Oriya 31 ଅତଏବ, ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟମାନଙ୍କର ସମସ୍ତ ପାପ ଓ ନିନ୍ଦା କ୍ଷମା କରାଯିବ, କିନ୍ତୁ ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କ୍ଷମା କରାଯିବ ନାହିଁ।
Mark 3:28 in Oriya 28 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଲୋକମାନଙ୍କର ସମସ୍ତ ପାପ ଓ ସେମାନେ ଯେତେ ନିନ୍ଦାକଥା କହି ଈଶ୍ୱର ନିନ୍ଦା କରନ୍ତି, ସେ ସମସ୍ତ କ୍ଷମା କରାଯିବ;
Luke 12:10 in Oriya 10 ଆଉ ଯେ କେହି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କଥା କହିବ, ତାହାକୁ କ୍ଷମା ଦିଆଯିବ; ମାତ୍ର ଯେ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦାକଥା କହିବ, ତାହାକୁ କ୍ଷମା ଦିଆଯିବ ନାହିଁ।
John 17:9 in Oriya 9 ମୁଁ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି; ଜଗତ ନିମନ୍ତେ ପ୍ରାର୍ଥନା କରୁ ନାହିଁ, କିନ୍ତୁ ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି, କାରଣ ସେମାନେ ତୁମ୍ଭର;
2 Timothy 4:14 in Oriya 14 କଂସାରି ଆଲେକ୍ଜାଣ୍ଡର ମୋହର ବହୁତ ଅନିଷ୍ଟ କରିଅଛି; ପ୍ରଭୁ ତାହାର କର୍ମ ଅନୁସାରେ ତାହାଙ୍କୁ ପ୍ରତିଫଳ ଦେବେ;
Hebrews 6:4 in Oriya 4 କାରଣ ଯେଉଁମାନେ ଥରେ ଆଲୋକ ପ୍ରାପ୍ତ ହୋଇଅଛନ୍ତି, ସ୍ୱର୍ଗୀୟ ଦାନର ଆସ୍ୱାଦ ପାଇଅଛନ୍ତି, ପବିତ୍ର ଆତ୍ମାଙ୍କର ସହଭାଗୀ ହୋଇଅଛନ୍ତି,
Hebrews 10:26 in Oriya 26 କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛାପୂର୍ବକ ପାପ କରୁଥାଉ, ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନ ଥାଏ,
James 5:14 in Oriya 14 ତୁମ୍ଭମାନଙ୍କ ମଧ୍ୟରେ କ'ଣ କେହି ପୀଡ଼ିତ ? ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡକାଉ ସେମାନେ ପ୍ରଭୁଙ୍କ ନାମରେ ତୈଳ ମଖାଇ ତାହା ନିମନ୍ତେ ପ୍ରାର୍ଥନା କରନ୍ତୁ।
2 Peter 2:20 in Oriya 20 ଯେଣୁ ସେମାନେ ଯଦି ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନ ଦ୍ୱାରା ସଂସାରର ଅଶୁଚିତାରୁ ରକ୍ଷା ପାଇ ପୁନର୍ବାର ସେଥିର ବନ୍ଧନରେ ଆବଦ୍ଧ ହୋଇ ପରାସ୍ତ ହୁଅନ୍ତି, ତାହାହେଲେ ସେମାନଙ୍କ ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ।