1 John 2:24 in Oriya 24 ତୁମ୍ଭେମାନେ ଆରମ୍ଭରୁ ଯାହା ଶୁଣିଅଛ, ତାହା ତୁମ୍ଭମାନଙ୍କଠାରେ ଥାଉ। ତୁମ୍ଭେମାନେ ଆରମ୍ଭରୁ ଯାହା ଶୁଣିଅଛ, ତାହା ଯଦି ତୁମ୍ଭମାନଙ୍କଠାରେ ଥାଏ, ତାହାହେଲେ ତୁମ୍ଭେମାନେ ମଧ୍ୟ ପୁତ୍ର ଓ ପିତାଙ୍କଠାରେ ରହିବ।
Other Translations King James Version (KJV) Let that therefore abide in you, which ye have heard from the beginning. If that which ye have heard from the beginning shall remain in you, ye also shall continue in the Son, and in the Father.
American Standard Version (ASV) As for you, let that abide in you which ye heard from the beginning. If that which ye heard from the beginning abide in you, ye also shall abide in the Son, and in the Father.
Bible in Basic English (BBE) But as for you, keep in your hearts the things which were made clear to you from the first. If you keep these things in your hearts you will be kept in the Father and the Son.
Darby English Bible (DBY) As for *you* let that which ye have heard from the beginning abide in you: if what ye have heard from the beginning abides in you, *ye* also shall abide in the Son and in the Father.
World English Bible (WEB) Therefore, as for you, let that remain in you which you heard from the beginning. If that which you heard from the beginning remains in you, you also will remain in the Son, and in the Father.
Young's Literal Translation (YLT) Ye, then, that which ye heard from the beginning, in you let it remain; if in you may remain that which from the beginning ye did hear, ye also in the Son and in the Father shall remain,
Cross Reference Psalm 119:11 in Oriya 11 ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି ରଖିଅଛି।
Proverbs 23:23 in Oriya 23 ସତ୍ୟତା କିଣ, ପୁଣି, ତାହା ବିକ ନାହିଁ; ଜ୍ଞାନ, ଉପଦେଶ ଓ ସୁବିବେଚନା କିଣ।
Luke 1:2 in Oriya 2 ଆମ୍ଭମାନଙ୍କ ମଧ୍ୟରେ ଘଟିଥିବା ଘଟଣାବଳୀର ବିବରଣ ଅନେକେ ଶୃଙ୍ଖଳିତ ରୂପେ ଲିପିବଦ୍ଧ କରିବାକୁ ଆଗ୍ରହ ପ୍ରକାଶ କରିଅଛନ୍ତି।
Luke 9:44 in Oriya 44 ଏହି ସମସ୍ତ କଥା ତୁମ୍ଭମାନଙ୍କ କାନରେ ପ୍ରବେଶ କରାଅ; କାରଣ ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଛନ୍ତି।
John 8:25 in Oriya 25 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତୁମ୍ଭେ କିଏ ? ଯୀଶୁ ସେମାନଙ୍କୁ କହିଲେ, ପ୍ରାରମ୍ଭରୁ ମୁଁ ତୁମ୍ଭମାନଙ୍କୁ ଯାହା କହିଅଛି।
John 14:23 in Oriya 23 ଯୀଶୁ ତାଙ୍କୁ ଉତ୍ତର ଦେଲେ, ଯଦି କେହି ମୋତେ ପ୍ରେମ କରେ, ତାହାହେଲେ ସେ ମୋହର ବାକ୍ୟ ପାଳନ କରିବ, ପୁଣି, ମୋହର ପିତା ତାହାକୁ ପ୍ରେମ କରିବେ, ଆଉ ଆମ୍ଭେମାନେ ତାହା ନିକଟକୁ ଆସି ତାହା ସହିତ ବାସ କରିବା।
John 15:7 in Oriya 7 ଯଦି ତୁମ୍ଭେମାନେ ମୋ'ଠାରେ ରୁହ, ଆଉ ମୋହର ବାକ୍ୟ ତୁମ୍ଭମାନଙ୍କଠାରେ ରୁହେ, ତାହାହେଲେ ଯେକୌଣସି ବିଷୟ ଇଚ୍ଛା କର, ତାହା ମାଗ, ଆଉ ତୁମ୍ଭମାନଙ୍କ ନିମନ୍ତେ ତାହା ସାଧିତ ହେବ।
John 15:9 in Oriya 9 ପିତା ଯେପ୍ରକାର ମୋତେ ପ୍ରେମ କରିଅଛନ୍ତି, ମୁଁ ମଧ୍ୟ ସେପ୍ରକାର ତୁମ୍ଭମାନଙ୍କୁ ପ୍ରେମ କରିଅଛି; ମୋହର ପ୍ରେମରେ ସ୍ଥିର ହୋଇ ରହିଥାଅ।
John 17:21 in Oriya 21 ଯେପରି ସେମାନେ ସମସ୍ତେ ଏକ ହୁଅନ୍ତି; ହେ ପିତା, ତୁମ୍ଭେ ଯେପ୍ରକାରେ ମୋ'ଠାରେ ଅଛ ଓ ମୁଁ ତୁମ୍ଭଠାରେ ଅଛି, ସେମାନେ ମଧ୍ୟ ସେପ୍ରକାରେ ଆମ୍ଭମାନଙ୍କଠାରେ ରହନ୍ତୁ, ଯେପରି ତୁମ୍ଭେ ମୋତେ ପ୍ରେରଣ କଲ ବୋଲି ଜଗତ ବିଶ୍ୱାସ କରେ।
Philippians 4:15 in Oriya 15 ହେ ଫିଲିପ୍ପୀୟମାନେ, ତୁମ୍ଭେମାନେ ମଧ୍ୟ ନିଜେ ଜାଣ ଯେ, ସୁସମାଚାର ପ୍ରଚାର କରିବା ଆରମ୍ଭ ସମୟରେ ଯେତେବେଳେ ମୁଁ ମାକିଦନିଆରୁ ପ୍ରସ୍ଥାନ କଲି, ସେତେବେଳେ ତୁମ୍ଭମାନଙ୍କ ବିନା ଆଉ କୌଣସି ମଣ୍ଡଳୀ ମୋହର ସହଭାଗୀ ହୋଇ ମୋ' ସହିତ ଦେବା ନେବାର ହିସାବ ରଖି ନ ଥିଲେ।
Colossians 3:16 in Oriya 16 ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚୁରଭାବେ ତୁମ୍ଭମାନଙ୍କଠାରେ ବାସ କରୁ; ତୁମ୍ଭେମାନେ ପରସ୍ପରକୁ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଓ ଚେତନା ଦିଅ, ପୁଣି, ଇଶ୍ବରଙ୍କ ଉଦ୍ଦେଶ୍ୟରେ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା କୃତଜ୍ଞ ହୃଦୟରେ ଗାନ କର।
Hebrews 2:1 in Oriya 1 ଅତଏବ, ଶୁଣାଯାଇଥିବା ବାକ୍ୟ ପ୍ରତି ଅଧିକ ମନୋଯୋଗୀ ହେବା ଆମ୍ଭମାନଙ୍କର ଉଚିତ୍, ନୋହିଲେ କାଳେ ଆମ୍ଭେମାନେ ଲକ୍ଷ୍ୟଭ୍ରଷ୍ଟ ହେବୁ।
Hebrews 3:14 in Oriya 14 କାରଣ ଆରମ୍ଭରେ ଆମ୍ଭମାନଙ୍କର ଯେଉଁ ବିଶ୍ୱାସ ଥିଲା, ତାହା ଯଦି ଶେଷ ପର୍ଯ୍ୟନ୍ତ ଦୃଢ଼ରୂପେ ଧରି ରଖୁ, ତାହାହେଲେ ଖ୍ରୀଷ୍ଟଙ୍କ ସହଭାଗୀ ହୋଇ ରହିବୁ।
1 John 1:3 in Oriya 3 ଯାହା ଆମ୍ଭେମାନେ ଦେଖିଅଛୁ ଓ ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ ମଧ୍ୟ ଜଣାଉଅଛୁ, ଯେପରି ତୁମ୍ଭମାନଙ୍କର ମଧ୍ୟ ଆମ୍ଭମାନଙ୍କ ସହିତ ସହଭାଗିତା ହୋଇ ପାରେ; ଆଉ ଆମ୍ଭମାନଙ୍କର ସହଭାଗିତା ପିତା ଓ ତାହାଙ୍କର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିତ ଅଛି।
1 John 1:7 in Oriya 7 କିନ୍ତୁ ସେ ଯେପରି ଜ୍ୟୋତିଃର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିଃରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି, ପୁଣି, ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ।
1 John 2:7 in Oriya 7 ହେ ପ୍ରିୟମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ କୌଣସି ନୂତନ ଆଜ୍ଞା ଲେଖୁ ନାହିଁ, ମାତ୍ର ଆରମ୍ଭରୁ ଯେଉଁ ପୁରାତନ ଆଜ୍ଞା ତୁମ୍ଭେମାନେ ପାଇଅଛ, ତାହା ଲେଖୁଅଛି; ଯେଉଁ ବାକ୍ୟ ତୁମ୍ଭେମାନେ ଶୁଣିଅଛ, ତାହା ହିଁ ସେହି ପୁରାତନ ଆଜ୍ଞା।
1 John 4:13 in Oriya 13 ଆମ୍ଭେମାନେ ଯେ ତାହାଙ୍କଠାରେ ଅଛୁ ଓ ସେ ଆମ୍ଭମାନଙ୍କଠାରେ ଅଛନ୍ତି, ଏହା ଆମ୍ଭେମାନେ ଜାଣୁ, କାରଣ ସେ ଆମ୍ଭମାନଙ୍କୁ ଆପଣା ଆତ୍ମାଙ୍କର ସହଭାଗିତା ଦାନ କରିଅଛନ୍ତି।
1 John 4:16 in Oriya 16 ପୁଣି, ଆମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କର ଯେଉଁ ପ୍ରେମ ଅଛି, ତାହା ଆମ୍ଭେମାନେ ଜାଣିଅଛୁ ଓ ବିଶ୍ୱାସ କରିଅଛୁ। ଈଶ୍ୱର ତ ପ୍ରେମ; ଯେ ପ୍ରେମରେ ରହେ, ସେ ଈଶ୍ୱରଙ୍କଠାରେ ରହେ ଓ ଈଶ୍ୱର ତାହାଠାରେ ରହନ୍ତି।
2 John 1:2 in Oriya 2 ଯେଉଁ ସତ୍ୟ ଆମ୍ଭମାନଙ୍କ ଅନ୍ତରରେ ରହିଅଛି ଅନନ୍ତକାଳ ଆମ୍ଭମାନଙ୍କ ସହିତ ରହିବ, ସେହି ସତ୍ୟ ସକାଶେ ସେମାନଙ୍କୁ ପ୍ରେମ କରୁଅଛୁ।
2 John 1:5 in Oriya 5 ହେ ଭଦ୍ରେ, ଏବେ ମୁଁ ଯେ ତୁମ୍ଭ ନିକଟକୁ କୌଣସି ନୂଆ ଆଜ୍ଞା ଲେଖୁଅଛି, ତାହା ନୁହେଁ, ମାତ୍ର ଆଦ୍ୟରୁ ପ୍ରାପ୍ତ ଆଜ୍ଞାଟି ଲେଖି ଅନୁରୋଧ କରୁଅଛି ଯେ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ।
3 John 1:3 in Oriya 3 କାରଣ ଭାଇମାନେ ଆସି ଯେତେବେଳେ ସତ୍ୟ ପ୍ରତି ତୁମ୍ଭର ନିଷ୍ଠାଭାବ, ଅର୍ଥାତ୍ ସତ୍ୟରେ ତୁମ୍ଭର ଆଚରଣ ବିଷୟରେ ସାକ୍ଷ୍ୟ ଦେଲେ, ସେତେବେଳେ ମୁଁ ବିଶେଷ ଆନନ୍ଦିତ ହେଲି।
Revelation 3:3 in Oriya 3 ଏଣୁ କିପ୍ରକାରେ ଶିକ୍ଷା ପାଇଅଛ ଓ ଶ୍ରବଣ କରିଅଛ, ତାହା ସ୍ମରଣ କରି ପାଳନ କର ଓ ମନପରିବର୍ତ୍ତନ କର; ଯଦି ଜାଗ୍ରତ ନ ହୁଅ, ତାହାହେଲେ ଆମ୍ଭେ ଚୋର ପରି ଆସିବୁ, ଆଉ କେଉଁ ସମୟରେ ତୁମ୍ଭ ଉପରେ ଆସି ପଡ଼ିବୁ, ତାହା ତୁମ୍ଭେ କୌଣସି ପ୍ରକାରେ ଜାଣିବ ନାହିଁ;
Revelation 3:11 in Oriya 11 ଆମ୍ଭେ ଶୀଘ୍ର ଆସୁଅଛୁ; ତୁମ୍ଭର ମୁକୁଟକୁ ଯେପରି କେହି ହରଣ କରି ନ ନିଏ, ଏଥି ନିମନ୍ତେ ତୁମ୍ଭର ଯାହା ଅଛି, ତାହା ଦୃଢ଼ରୂପେ ଧରି ରଖ।