1 Corinthians 4:17 in Oriya 17 ଏଥିସକାଶେ ମୁଁ ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ ପଠାଇଅଛି, ସେ ପ୍ରଭୁଙ୍କଠାରେ ମୋହର ପ୍ରିୟ ଓ ବିଶ୍ୱସ୍ତ ପୁତ୍ର; ଯେପରି ମୁଁ ସର୍ବତ୍ର ସମସ୍ତ ମଣ୍ଡଳୀରେ ଶିକ୍ଷା ଦେଇଥାଏ, ସେହିପରି ସେ ତୁମ୍ଭମାନଙ୍କୁ ମୋହର ଖ୍ରୀଷ୍ଟୀୟ ଆଚରଣ ସମସ୍ତ ସ୍ମରଣ କରାଇବେ।
Other Translations King James Version (KJV) For this cause have I sent unto you Timotheus, who is my beloved son, and faithful in the Lord, who shall bring you into remembrance of my ways which be in Christ, as I teach every where in every church.
American Standard Version (ASV) For this cause have I sent unto you Timothy, who is my beloved and faithful child in the Lord, who shall put you in remembrance of my ways which are in Christ, even as I teach everywhere in every church.
Bible in Basic English (BBE) For this cause I have sent Timothy to you, who is my dear and true child in the Lord; he will make clear to you my ways in Christ, even as I am teaching everywhere in every church.
Darby English Bible (DBY) For this reason I have sent to you Timotheus, who is my beloved and faithful child in [the] Lord, who shall put you in mind of my ways [as] they [are] in Christ, according as I teach everywhere in every assembly.
World English Bible (WEB) Because of this I have sent Timothy to you, who is my beloved and faithful child in the Lord, who will remind you of my ways which are in Christ, even as I teach everywhere in every assembly.
Young's Literal Translation (YLT) because of this I sent to you Timotheus, who is my child, beloved and faithful in the Lord, who shall remind you of my ways in Christ, according as everywhere in every assembly I teach.
Cross Reference Numbers 12:7 in Oriya 7 ଆମ୍ଭର ସେବକ ମୋଶା ତଦ୍ରୂପ ନୁହେଁ; ସେ ଆମ୍ଭର ସମସ୍ତ ଗୃହ ମଧ୍ୟରେ ବିଶ୍ୱାସପାତ୍ର ଅଟେ।
Proverbs 13:17 in Oriya 17 ଦୁଷ୍ଟ ବାର୍ତ୍ତାବାହକ ଆପଦରେ ପଡ଼େ; ମାତ୍ର ବିଶ୍ୱସ୍ତ ଦୂତ ସ୍ୱାସ୍ଥ୍ୟଜନକ।
Matthew 24:45 in Oriya 45 ତେବେ ପ୍ରଭୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ପ୍ରାପ୍ୟ ଦେବା ନିମନ୍ତେ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କଲେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ ?
Matthew 25:21 in Oriya 21 ତାହାର ପ୍ରଭୁ ତାହାକୁ କହିଲେ, ବେଶ୍ , ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ।
Matthew 25:23 in Oriya 23 ତାହାର ପ୍ରଭୁ ତାହାକୁ କହିଲେ, ବେଶ୍ , ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ।
Acts 19:21 in Oriya 21 ଏହି ସମସ୍ତ ବିଷୟ ଶେଷ ହେଲା ଉତ୍ତାରେ ପାଉଲ ମାକିଦନିଆ ଓ ଆଖାୟା ଦେଇ ଯିରୂଶାଲମକୁ ଯିବାକୁ ମନରେ ସ୍ଥିର କରି କହିଲେ, ସେଠାକୁ ଗଲା ଉତ୍ତାରେ ମୋତେ ରୋମକୁ ମଧ୍ୟ ଯିବାକୁ ହେବ।
1 Corinthians 4:2 in Oriya 2 ଆଉ, ଭଣ୍ଡାରଘରିଆ ବିଷୟରେ ଏହା ନିତାନ୍ତ ଆବଶ୍ୟକ, ଯେପରି ସେ ବିଶ୍ୱସ୍ତ ଦେଖାଯାଏ।
1 Corinthians 4:15 in Oriya 15 କାରଣ ଯଦ୍ୟପି ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭମାନଙ୍କର ଦଶ ସହସ୍ର ଶିକ୍ଷକ ଥାଆନ୍ତେ, ତଥାପି ତୁମ୍ଭମାନଙ୍କର ଅନେକ ପିତା ନାହାଁନ୍ତି; କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ମୁଁ ତୁମ୍ଭମାନଙ୍କୁ ସୁସମାଚାର ଦ୍ୱାରା ଜନ୍ମ ଦେଇଅଛି।
1 Corinthians 7:17 in Oriya 17 କେବଳ ପ୍ରଭୁ ଯାହାକୁ ଯେପରି ଦାନ ବିତରଣ କରିଅଛନ୍ତି, ଈଶ୍ୱର ପ୍ରତ୍ୟେକକୁ ଯେଉଁ ଅବସ୍ଥାରେ ଆହ୍ୱାନ କରିଅଛନ୍ତି, ସେ ସେହିପରି ଆଚରଣ କରୁ। ମୁଁ ସମସ୍ତ ମଣ୍ଡଳୀରେ ଏହି ପ୍ରକାର ଆଦେଶ ଦିଏ।
1 Corinthians 7:25 in Oriya 25 କୁମାରୀମାନଙ୍କ ବିଷୟରେ ମୁଁ ପ୍ରଭୁଙ୍କଠାରୁ କୌଣସି ଆଜ୍ଞା ପାଇ ନାହିଁ; କିନ୍ତୁ ପ୍ରଭୁଙ୍କ ଅନୁଗ୍ରହରେ ବିଶ୍ୱାସପାତ୍ର ହୋଇ ନିଜର ମତ ଦେଉଅଛି।
1 Corinthians 11:2 in Oriya 2 ତୁମ୍ଭେମାନେ ଯେ ସମସ୍ତ ବିଷୟରେ ମୋତେ ସ୍ମରଣ କରିଥାଅ ଏବଂ ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବିଧି ଦେଇଅଛି, ସେହି ସବୁ ପାଳନ କରୁଅଛ, ଏଥିପାଇଁ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁଅଛି।
1 Corinthians 11:16 in Oriya 16 କିନ୍ତୁ କେହି ବିବାଦ କରିବାକୁ ଇଚ୍ଛା କଲେ ସେ ଜାଣୁ ଯେ, ଆମ୍ଭମାନଙ୍କର ଏପ୍ରକାର ରୀତି ନାହିଁ, କିମ୍ବା ଇଶ୍ବରଙ୍କ ମଣ୍ଡଳୀସମୂହର ନାହିଁ।
1 Corinthians 14:33 in Oriya 33 କାରଣ ଈଶ୍ୱର ବିଶୃଙ୍ଖଳତାର ଈଶ୍ୱର ନୁହଁନ୍ତି, ମାତ୍ର ଶାନ୍ତିର ଈଶ୍ୱର।
1 Corinthians 16:1 in Oriya 1 ସାଧୁମାନଙ୍କ ନିମନ୍ତେ ଦାନ ସଂଗ୍ରହ ସମ୍ବନ୍ଧରେ ଯେପରି ମୁଁ ଗାଲାତିଆର ମଣ୍ଡଳୀସମୂହକୁ ଆଦେଶ ଦେଇଅଛି, ତୁମ୍ଭେମାନେ ମଧ୍ୟ ସେହିପରି କର।
1 Corinthians 16:10 in Oriya 10 ଯଦି ତୀମଥି ଯାଆନ୍ତି, ତେବେ ଯେପରି ନିର୍ଭୟରେ ତୁମ୍ଭମାନଙ୍କ ମଧ୍ୟରେ ରୁହନ୍ତି, ସେ ବିଷୟରେ ମନୋଯୋଗ କର, କାରଣ ମୁଁ ଯେପରି, ସେ ମଧ୍ୟ ସେହିପରି ପ୍ରଭୁଙ୍କ କାର୍ଯ୍ୟ କରନ୍ତି,
Ephesians 6:21 in Oriya 21 ମୋହର ବିଷୟ, ଅର୍ଥାତ୍ ମୁଁ କିପରି ଅଛି, ଏହା ତୁମ୍ଭେମାନେ ଜାଣି ପାର, ସେଥିନିମନ୍ତେ ପ୍ରିୟ ଭ୍ରାତା ଓ ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ ସେବକ ଯେ ତୁଖିକ, ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ;
Philippians 2:19 in Oriya 19 କିନ୍ତୁ ମୁଁ ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ ଶୀଘ୍ର ପଠାଇବି ବୋଲି ପ୍ରଭୁ ଯୀଶୁଙ୍କଠାରେ ଭରସା କରୁଅଛି, ଯେପରି ତୁମ୍ଭମାନଙ୍କ ଅବସ୍ଥା ବିଷୟ ଜାଣି ମୁଁ ମଧ୍ୟ ଉତ୍ସାହିତ ହେବି।
Colossians 1:7 in Oriya 7 ଆମ୍ଭମାନଙ୍କର ପ୍ରିୟ ସହଦାସ ଏପାଫ୍ରାଙ୍କଠାରୁ ତୁମ୍ଭେମାନେ ସେହି ପ୍ରକାରେ ଶିକ୍ଷା କରିଅଛ; ସେ ତୁମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର ଜଣେ ବିଶ୍ୱସ୍ତ ସେବକ;
Colossians 4:9 in Oriya 9 ତାଙ୍କ ସଙ୍ଗରେ ମୁଁ ବିଶ୍ୱସ୍ତ ଓ ପ୍ରିୟ ଭ୍ରାତା ଅନୀସିମଙ୍କୁ ପଠାଇଲି, ସେ ତୁମ୍ଭମାନଙ୍କ ମଧ୍ୟରୁ ଜଣେ। ସେମାନେ ଏହି ସ୍ଥାନର ସମସ୍ତ ବିଷୟ ତୁମ୍ଭମାନଙ୍କୁ ଜଣାଇବେ।
1 Thessalonians 3:2 in Oriya 2 ପୁଣି, ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଉତ୍ସାହ ଦେବାକୁ ଓ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ, ଖ୍ରୀଷ୍ଟଙ୍କ ସୁସମାଚାର କାର୍ଯ୍ୟରେ ଇଶ୍ବରଙ୍କ ସହକାର୍ଯ୍ୟକାରୀ ଆମ୍ଭମାନଙ୍କ ଭାଇ ତୀମଥିଙ୍କୁ ପଠାଇଲୁ,
1 Timothy 1:2 in Oriya 2 ବିଶ୍ୱାସରେ ଆପଣା ପୁତ୍ର ତୀମଥିଙ୍କୁ; ପିତା ଈଶ୍ୱର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ।
2 Timothy 1:2 in Oriya 2 ପ୍ରିୟ ପୁତ୍ର ତୀମଥିଙ୍କ ନିକଟକୁ; ପିତା ଈଶ୍ୱର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ।
2 Timothy 2:2 in Oriya 2 ଆଉ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଯେଉଁ ସବୁ ବାକ୍ୟ ମୋଠାରୁ ଶୁଣିଅଛ, ଯେଉଁମାନେ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବାକୁ ସମର୍ଥ, ଏପରି ବିଶ୍ୱସ୍ତ ଲୋକମାନଙ୍କ ନିକଟରେ ସେହି ସବୁ ଅର୍ପଣ କର।
2 Timothy 3:10 in Oriya 10 କିନ୍ତୁ ତୁମ୍ଭେ ମୋହର ଶିକ୍ଷା, ଆଚାର ବ୍ୟବହାର, ସଙ୍କଳ୍ପ, ବିଶ୍ୱାସ, ସହିଷ୍ଣୁତା, ପ୍ରେମ, ଧୖୖେର୍ଯ୍ୟ, ତାଡ଼ନା ଓ ଦୁଃଖଭୋଗର ଅନୁଗାମୀ ହୋଇଅଛ।
Revelation 2:10 in Oriya 10 ତୁମ୍ଭେ ଯେଉଁ ସବୁ ଦୁଃଖଭୋଗ କରିବାକୁ ଯାଉଅଛ, ସେହିସବୁକୁ ଭୟ କର ନାହିଁ; ଦେଖ, ତୁମ୍ଭମାନଙ୍କ ପରୀକ୍ଷା ନିମନ୍ତେ ଶୟତାନ ତୁମ୍ଭମାନଙ୍କ ମଧ୍ୟରୁ କାହାରି କାହାରିକୁ କାରାଗାରରେ ନିକ୍ଷେପ କରିବ, ଆଉ ତୁମ୍ଭେମାନେ ଦଶଦିନ କ୍ଲେଶ ଭୋଗ କରିବ। ତୁମ୍ଭେ ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତ ଥାଅ, ସେଥିରେ ଆମ୍ଭେ ତୁମ୍ଭକୁ ଜୀବନରୂପ ମୁକୁଟ ଦେବୁ।
Revelation 2:13 in Oriya 13 ଯେଉଁଠାରେ ଶୟତାନର ସିଂହାସନ, ସେଠାରେ ଯେ ତୁମ୍ଭେ ବାସ କରୁଅଛ, ଏହା ଆମ୍ଭେ ଜାଣୁ; ତଥାପି ତୁମ୍ଭେ ଆମ୍ଭର ନାମ ଦୃଢ଼ରୂପେ ଧରିଅଛ, ଆଉ ଆମ୍ଭର ବିଶ୍ୱସ୍ତ ସାକ୍ଷୀ ଆନ୍ତିପା ଯେତେବେଳେ ତୁମ୍ଭମାନଙ୍କ ମଧ୍ୟରେ ଶୟତାନର ସେହି ବସତି ସ୍ଥଳରେ ହତ ହୋଇଥିଲା, ତୁମ୍ଭେ ଆମ୍ଭଠାରେ ବିଶ୍ୱାସ କରୁଅଛ ବୋଲି ସେତେବେଳେ ସୁଦ୍ଧା ଅସ୍ୱୀକାର କରି ନ ଥିଲ।