1 Corinthians 14:16 in Oriya 16 ନତୁବା ତୁମ୍ଭେ ଯଦି ଆତ୍ମା ଦ୍ୱାରା ଧନ୍ୟବାଦ ଦିଅ, ତେବେ ସାଧାରଣ ଲୋକ ତୁମ୍ଭ କଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ୟବାଦରେ ଆମେନ୍ କହିବ ?
Other Translations King James Version (KJV) Else when thou shalt bless with the spirit, how shall he that occupieth the room of the unlearned say Amen at thy giving of thanks, seeing he understandeth not what thou sayest?
American Standard Version (ASV) Else if thou bless with the spirit, how shall he that filleth the place of the unlearned say the Amen at thy giving of thanks, seeing he knoweth not what thou sayest?
Bible in Basic English (BBE) For if you give a blessing with the spirit, how will the man who has no knowledge say, So be it, after your prayer, seeing that he has not taken in what you are saying?
Darby English Bible (DBY) Since otherwise, if thou blessest with [the] spirit, how shall he who fills the place of the simple [Christian] say Amen, at thy giving of thanks, since he does not know what thou sayest?
World English Bible (WEB) Otherwise if you bless with the spirit, how will he who fills the place of the unlearned say the "Amen" at your giving of thanks, seeing he doesn't know what you say?
Young's Literal Translation (YLT) since, if thou mayest bless with the spirit, he who is filling the place of the unlearned, how shall he say the Amen at thy giving of thanks, since what thou dost say he hath not known?
Cross Reference Numbers 5:22 in Oriya 22 ତହିଁରେ ଏହି ଅଭିଶାପଜନକ ଜଳ ତୁମ୍ଭ ଉଦର ଫୁଲାଇବାକୁ ଓ ଊରୁ ଅବଶ କରାଇବାକୁ ତୁମ୍ଭ ଉଦରରେ ପ୍ରବେଶ କରୁ; ଏହି ସକଳ କଥା କହି ଯାଜକ ରାଣଯୁକ୍ତ ଶପଥ ଦ୍ୱାରା ସେହି ସ୍ତ୍ରୀକି ଶପଥ କରାଇବ; ତହିଁରେ ସେହି ସ୍ତ୍ରୀ ଆମେନ୍ କହିବ।
Deuteronomy 27:15 in Oriya 15 “ଯେଉଁ ମନୁଷ୍ୟ ସଦାପ୍ରଭୁଙ୍କ ଘୃଣିତ, ଶିଳ୍ପକରର ହସ୍ତକୃତ କୌଣସି ଖୋଦିତ କି ଛାଞ୍ଚରେ ଢଳା ପ୍ରତିମା ନିର୍ମାଣ କରି ଗୋପନରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ ଉତ୍ତର ଦେଇ କହିବେ, ‘ଆମେନ୍' (ଏହିପରି ହେଉ)।
1 Kings 1:36 in Oriya 36 ଏଥିରେ ଯିହୋୟାଦାର ପୁତ୍ର ବନାୟ ରାଜାଙ୍କୁ ଉତ୍ତର କରି କହିଲା, “ଆମେନ୍,” ମୋ' ପ୍ରଭୁ ମହାରାଜଙ୍କୁ ସଦାପ୍ରଭୁ ପରମେଶ୍ୱର ମଧ୍ୟ ଏପରି କହନ୍ତୁ।
1 Chronicles 16:36 in Oriya 36 ଅନାଦି କାଳରୁ ଅନନ୍ତ କାଳ ପର୍ଯ୍ୟନ୍ତ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ ହେଉନ୍ତୁ। ଏଥିରେ ସମଗ୍ର ଲୋକ କହିଲେ, “ଆମେନ୍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ।
Nehemiah 5:13 in Oriya 13 ମଧ୍ୟ ମୁଁ ଆପଣା ଅଣ୍ଟି ଝାଡ଼ି ଦେଇ କହିଲି, “ଯେକେହି ଏହି ପ୍ରତିଜ୍ଞା ପ୍ରତିପାଳନ କରିବ ନାହିଁ, ପରମେଶ୍ୱର ତାହାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏହିପରି ଝାଡ଼ି ଦେଉନ୍ତୁ; ସେ ଏହିରୂପେ ଝଡ଼ା ଯାଉ ଓ ଶୂନ୍ୟ ହେଉ।” ତହିଁରେ ସମସ୍ତ ସମାଜ କହିଲେ “ଆମେନ୍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଏଥି ଉତ୍ତାରେ ଲୋକମାନେ ଏହି ପ୍ରତିଜ୍ଞାନୁସାରେ କର୍ମ କଲେ।
Nehemiah 8:6 in Oriya 6 ତହୁଁ ଏଜ୍ରା ମହାନ୍ ପରମେଶ୍ୱର ସଦାପ୍ରଭୁଙ୍କର ଧନ୍ୟବାଦ କଲେ। ପୁଣି, ସମସ୍ତ ଲୋକ ଆପଣା ଆପଣା ହସ୍ତ ଉଠାଇ “ଆମେନ୍,” “ଆମେନ୍” ବୋଲି ଉତ୍ତର କଲେ; ଆଉ, ସେମାନେ ଆପଣା ଆପଣା ମସ୍ତକ ନତ କରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲେ।
Psalm 41:13 in Oriya 13 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ ଅନନ୍ତକାଳ ଧନ୍ୟ ହେଉନ୍ତୁ। ଆମେନ୍, ଆମେନ୍।
Psalm 72:19 in Oriya 19 ପୁଣି, ତାହାଙ୍କର ଗୌରବାନ୍ୱିତ ନାମ ଅନନ୍ତକାଳ ଧନ୍ୟ ହେଉ ଓ ତାହାଙ୍କ ଗୌରବରେ ସମୁଦାୟ ପୃଥିବୀ ପରିପୂର୍ଣ୍ଣ ହେଉ। ଆମେନ୍, ଆମେନ୍।
Psalm 89:52 in Oriya 52 ସଦାପ୍ରଭୁ ଅନନ୍ତକାଳ ଧନ୍ୟ ହେଉନ୍ତୁ, ଆମେନ୍, ଆମେନ୍।
Psalm 106:48 in Oriya 48 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ଧନ୍ୟ ହେଉନ୍ତୁ। ପୁଣି, ସମୁଦାୟ ଲୋକ ଆମେନ୍ କୁହନ୍ତୁ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
Isaiah 29:11 in Oriya 11 ପୁଣି, ଯାବତୀୟ ଦର୍ଶନ ତୁମ୍ଭମାନଙ୍କର ପ୍ରତି ମୁଦ୍ରାଙ୍କବଦ୍ଧ ପୁସ୍ତକର ବାକ୍ୟ ତୁଲ୍ୟ ହୋଇଅଛି, କେହି ଶିକ୍ଷିତ ଲୋକକୁ ତାହା ଦେଇ ଅନୁଗ୍ରହ କରି “ଏହା ପାଠ କର” କହିଲେ, ସେ କହେ, “ଏହା ମୁଦ୍ରାଙ୍କବଦ୍ଧ, ଏଣୁ ମୁଁ ପାଠ କରି ନ ପାରେ।”
Jeremiah 11:5 in Oriya 5 ‘ଅର୍ଥାତ୍, ଆମ୍ଭ ରବରେ ଅବଧାନ କର ଓ ଆମ୍ଭେ ତୁମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରୁ, ସେସକଳ ଅନୁସାରେ କର୍ମ କର; ତହିଁରେ ତୁମ୍ଭେମାନେ ଆମ୍ଭର ଲୋକ ହେବ ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା; ସେହି ନିୟମର କଥା ଯେଉଁ ଲୋକ ନ ଶୁଣେ, ସେ ଶାପଗ୍ରସ୍ତ ହେଉ !'” ତହିଁରେ ମୁଁ ଉତ୍ତର ଦେଇ କହିଲି, “ହେ ସଦାପ୍ରଭୁ, ଆମେନ୍।”
Jeremiah 28:6 in Oriya 6 ଅର୍ଥାତ୍, ଯିରିମୀୟ ଭବିଷ୍ୟଦ୍ବକ୍ତା ଏହା କହିଲେ, “ଆମେନ୍; ସଦାପ୍ରଭୁ ସେପରି କରନ୍ତୁ; ସଦାପ୍ରଭୁଙ୍କ ଗୃହର ପାତ୍ର ଓ ନିର୍ବାସିତ ଲୋକସକଳକୁ ବାବିଲରୁ ପୁନର୍ବାର ଏହି ସ୍ଥାନକୁ ଆଣିବା ପାଇଁ ତୁମ୍ଭେ ଯେଉଁ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିଅଛ, ସଦାପ୍ରଭୁ ତୁମ୍ଭର ସେହି ବାକ୍ୟସବୁ ସିଦ୍ଧ କରନ୍ତୁ।
Matthew 6:13 in Oriya 13 ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର। ଯେଣୁ ରାଜ୍ୟ, ପରାକ୍ରମ ଓ ଗୌରବ ଯୁଗେ ଯୁଗେ ତୁମ୍ଭର। ଆମେନ୍।
Matthew 28:20 in Oriya 20 ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର; ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି।
Mark 16:20 in Oriya 20 କିନ୍ତୁ ସେମାନେ ପ୍ରସ୍ଥାନ କରି ସର୍ବତ୍ର ପ୍ରଚାର କଲେ, ଆଉ ପ୍ରଭୁ ସେମାନଙ୍କର ସହକର୍ମୀ ହୋଇ ଅନୁବର୍ତ୍ତୀ ଚିହ୍ନଗୁଡ଼ିକ ଦ୍ୱାରା ସେହି ବାକ୍ୟ ପ୍ରମାଣସିଦ୍ଧ କଲେ।
John 7:15 in Oriya 15 ଏଥିରେ ଯିହୂଦୀମାନେ ଚମତ୍କୃତ ହୋଇ କହିଲେ, ଏ ପାଠ ନ ପଢ଼ି କିପରି ପଣ୍ଡିତ ହେଲା ?
John 21:25 in Oriya 25 ପୁଣି, ଯୀଶୁ ଆହୁରି ଅନେକ ଅନେକ କର୍ମ ମଧ୍ୟ କରିଥିଲେ; ସେହି ସବୁ ଯଦି ଗୋଟି ଗୋଟି କରି ଲେଖା ଯାଆନ୍ତା, ତାହାହେଲେ ଏତେ ପୁସ୍ତକ ଲେଖା ହୁଅନ୍ତା ଯେ, ମୋହର ବିଚାରରେ ସମୁଦାୟ ଜଗତରେ ସୁଦ୍ଧା ସେହି ସବୁ ରଖିବା ନିମନ୍ତେ ସ୍ଥାନ ହୁଅନ୍ତା ନାହିଁ।
Acts 4:13 in Oriya 13 ସେମାନେ ପିତର ଓ ଯୋହନଙ୍କ ସାହସ ଦେଖି ଏବଂ ସେମାନେ ଯେ ଅଶିକ୍ଷିତ ଓ ଅଜ୍ଞାନ ଲୋକ,ଏହା ବୁଝି ଆଶ୍ଚର୍ଯ୍ୟ ହେଲେ, ପୁଣି, ସେମାନେ ଯୀଶୁଙ୍କ ସାଙ୍ଗରେ ଥିଲେ ବୋଲି ସେମାନଙ୍କୁ ଚିହ୍ନିଲେ,
1 Corinthians 1:4 in Oriya 4 ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କୁ ଦିଆଯାଇଥିବା ଇଶ୍ବରଙ୍କ ଯେଉଁ ଅନୁଗ୍ରହ, ସେଥିନିମନ୍ତେ ମୁଁ ସର୍ବଦା ତୁମ୍ଭମାନଙ୍କ ବିଷୟରେ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛି,
1 Corinthians 11:24 in Oriya 24 ଏହା ତୁମ୍ଭମାନଙ୍କ ନିମନ୍ତେ ମୋହର ଶରୀର; ମୋତେ ସ୍ମରଣ କରିବା ନିମନ୍ତେ ଏହା କର।
1 Corinthians 14:2 in Oriya 2 କାରଣ ଯେ ପରଭାଷାରେ କଥା କହେ, ସେ ମନୁଷ୍ୟକୁ କଥା କହେ ନାହିଁ, କିନ୍ତୁ ଈଶ୍ୱରଙ୍କୁ କହେ, ଯେଣୁ କେହି ତାହା ବୁଝେ ନାହିଁ, ମାତ୍ର ସେ ଆତ୍ମା ଦ୍ୱାରା ନିଗୂଢ଼ ବିଷୟ କହେ।
1 Corinthians 14:14 in Oriya 14 କାରଣ ମୁଁ ଯଦି ପରଭାଷାରେ ପ୍ରାର୍ଥନା କରେ, ତେବେ ମୋହର ଆତ୍ମା ପ୍ରାର୍ଥନା କରେ, କିନ୍ତୁ ମୋହର ମନ ଫଳହୀନ ହୁଏ।
1 Corinthians 14:23 in Oriya 23 ଆହୁରି ମଧ୍ୟ ସମସ୍ତ ମଣ୍ଡଳୀ ଯଦି ସମବେତ ହୁଏ ଓ ସମସ୍ତେ ପରଭାଷାରେ କଥା କହନ୍ତି, ପୁଣି, ସାଧାରଣ ବା ଅବିଶ୍ୱାସୀ ଲୋକମାନେ ଆସନ୍ତି, ତାହାହେଲେ ତୁମ୍ଭେମାନେ ପାଗଳ ବୋଲି କ'ଣ ସେମାନେ କହିବେ ନାହିଁ ?
1 Corinthians 16:24 in Oriya 24 ଖ୍ରୀଷ୍ଟ ଯୀଶୁଙ୍କଠାରେ ମୋହର ପ୍ରେମ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ।
Revelation 5:14 in Oriya 14 ସେଥିରେ ଚାରି ପ୍ରାଣୀ କହିଲେ, ଆମେନ୍, ପୁଣି, ପ୍ରାଚୀନମାନେ ଉବୁଡ଼ ହୋଇ ପ୍ରଣାମ କଲେ।
Revelation 7:12 in Oriya 12 ଆମେନ୍; ପ୍ରଶଂସା, ଗୌରବ, ଜ୍ଞାନ, ଧନ୍ୟବାଦ, ସମ୍ଭ୍ରମ, ପରାକ୍ରମ ଓ ଶକ୍ତି ଯୁଗେ ଯୁଗେ ଆମ୍ଭମାନଙ୍କ ଈଶ୍ୱରଙ୍କର; ଆମେନ୍।
Revelation 22:20 in Oriya 20 ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି, ସେ କହନ୍ତି, ସତ୍ୟ, ଆମ୍ଭେ ଶୀଘ୍ର ଆସୁଅଛୁ। ଆମେନ୍, ହେ ପ୍ରଭୁ ଯୀଶୁ, ଆସନ୍ତୁ।